ଯାଜପୁର

ଭିନ୍ନକ୍ଷମ ଚାଷୀ ଶୋଷିତ, ନିର୍ଯାତିତ

ଯାଜପୁର ଅଫିସ,୩ା୬: ଯାଜପୁର ଜିଲାର ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ)ଗୁଡ଼ିକରେ ଧାନ ସଂଗ୍ରହ ତଥା ଚାଷୀଙ୍କ ପ୍ରାପ୍ୟ ପ୍ରଦାନରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହେଉଛି। ପାକ୍ସ ସମ୍ପାଦକମାନେ ଚାଷୀଙ୍କୁ ହଇରାଣ ହରକତ କରୁଥିବା ଭଳି ଅଭିଯୋଗ ହେଉଥିଲେ ହେଁ ବିଭାଗୀୟ…

ନିର୍ମାଣର ମାସକ ପରେ ୧୫ ସ୍ଥାନରେ ତାଳି ପଡ଼ିଲା

ଚଣ୍ଡିଖୋଲ,୩ା୬(ଡି.ଏନ୍‌.ଏ.): କଟକ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନ ବଡ଼ଚଣା ଉପଖଣ୍ଡରେ ରହିଛି ବାଲିଚନ୍ଦ୍ରପୁର-ବେଣିପୁର ରାସ୍ତା। ଏହି ରାସ୍ତା ୧୦ କି.ମି. ୨ ମିଟର ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୨୨ କୋଟି ଟଙ୍କା। କେବଳ ରାସ୍ତାର ଉନ୍ନତୀକରଣ ନିମନ୍ତେ ପିଚୁକାର୍ଯ୍ୟ…

ପୁଣି ଚାଲିଲା ବେଆଇନ ମାଙ୍କଡ଼ା ଖାଦାନ

ଚଣ୍ଡିଖୋଲ,୨ା୬(ଡି.ଏନ୍‌.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନ ପଶ୍ଚିମ ବଡ଼ଚଣା ଅଞ୍ଚଳରେ ବେଆଇନ ମାଙ୍କଡ଼ା ଓ ମୋରମ ପଥର ଖାଦାନ ଚାଲୁଛି। ପ୍ରଶାସନ ପକ୍ଷରୁ ଚଢ଼ାଉ ହେଲେ ୨/୩ ଦିନ ବନ୍ଦ କରିଦେଇ ପୁନର୍ବାର ସେହି ବେଆଇନ ଖାଦାନଗୁଡ଼ିକ ଚାଲୁଥିବା ଅଭିଯୋଗ…

ନିଯୁକ୍ତି ପ୍ରତିଶ୍ରୁତି ମୂଲ୍ୟହୀନ

ଯାଜପୁର ଅଫିସ,୨ା୬: ଯାଜପୁର ଜିଲା କର୍ମ ନିୟୋଜନ ସଂସ୍ଥା ଥାଇ ବି ମୂଲ୍ୟହୀନ। ବିଗତ ବର୍ଷଗୁଡ଼ିକରେ ପଞ୍ଜିକୃତ ଶିକ୍ଷିତ ଯୁବତୀଯୁବକଙ୍କୁ ଏହି ସଂସ୍ଥା ମାଧ୍ୟମରେ ନିଯୁକ୍ତି ନ ମିଳିବା ଏହି ଅଭିଯୋଗକୁ ସ୍ପଷ୍ଟ କରିଛି। ଜିଲା କର୍ମ ନିୟୋଜନ ସଂସ୍ଥା ପକ୍ଷରୁ…

ହୋଇପାରୁନି ଜମି ଅଧିଗ୍ରହଣ

କଳିଙ୍ଗନଗର,୨ା୬(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଚୋରଦା-ଡୁବୁରିରେ ଟ୍ରାଫିକ ସମସ୍ୟା ବଢ଼ିଚାଲିଛି। ଏହି ରାସ୍ତା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଅଧୀନରେ ଥିବାବେଳେ ରାସ୍ତାର ମାନପୁରଠାରେ ପୂର୍ବତଟ ରେଳପଥ ଅତିକ୍ରମ କରୁଛି। ପୂର୍ବରୁ ଏହି ରେଳପଥ ଉପରେ…

ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ

ଯାଜପୁର ଟାଉନ,୨ା୬(ଡି.ଏନ.ଏ.): ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି ଉତ୍କଳ ଗୃହରକ୍ଷୀ ମହାସଂଘର ରାଜ୍ୟ ସଭାପତି ରଞ୍ଜନ କୁମାର ମଲ୍ଲିକ। ମାର୍ଚ୍ଚରେ ୯୦ ଦିନ ମଧ୍ୟରେ ବର୍ଦ୍ଧିତ ଦରମା ଦେବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟସୀମା ସରିବାକୁ…

ଘନ ଘନ ବଦଳୁଛି ନିଷ୍ପତ୍ତି

ରସୁଲପୁର,୧।୬: (ଡି.ଏନ.ଏ.): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ନିଷ୍ପତ୍ତି ଘନ ଘନ ପରିବର୍ତ୍ତନ ହେଉଛି। ଫଳରେ ତୃଣମୂଳସ୍ତରରେ କାର୍ଯ୍ୟକରୁଥିବା ଅଧିକାରୀଙ୍କ ଉପରେ ଚାପ ବଢୁଛି। ଏଭଳିସ୍ଥିତିରେ ଭତ୍ତା ହିତାଧିକାରୀଙ୍କୁ ଠିକଣା ସମୟରେ ପାଉଣା ମିଳିବାରେ ବିଳମ୍ବ ହେଉଛି। ରସୁଲପୁର…

ବେଆଇନ ପଥର ଖାଦାନରେ ଅତଡ଼ା ଖସି ଶିଶୁ ଶ୍ରମିକ ସମେତ ୨ ମୃତ

ଯାଜପୁର ଅଫିସ,୧।୬: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବେଆଇନ କଳାପଥର ଖାଦାନ ମରଣଯନ୍ତା ପାଲଟିଛି। ରାଜସ୍ବ ବିଭାଗ, କେତେଜଣ ପୋଲିସ ଅଧିକାରୀ ବେଆଇନ ଖାଦାନ ମାଲିକଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଓଲଟା ସହଯୋଗ କରୁଥିବାରୁ ନୀରିହ ଶ୍ରମିକମାନଙ୍କ ଜୀବନ…

ପ୍ରେମିକାଙ୍କୁ ବାହାହେବାକୁ ମନା କରିବାରୁ ଜୀବନ ଗଲା

ଦଶରଥପୁର,୩୧ା୫(ଡି.ଏନ୍‌.ଏ.): ପ୍ରେମିକାଙ୍କୁ ବାହାହେବାକୁ ମନା କରିବାରୁ ପ୍ରେମିକଙ୍କ ଜୀବନ ଯାଇଛି। ପୋଲିସ ତାଙ୍କ ମା’ବାପାଙ୍କୁ ଥାନାକୁ ନେଇ ନିର୍ଯାତନା ଦେଇଥିବାରୁ ଏହା ଯୁବକଙ୍କୁ ଗଭୀର ଆଘାତ ଦେଇଛି। ତେଣୁ ସେ କୌଣସି ଉପାୟ ନ ପାଇ ସୋମବାର ରାତିରେ ରଶି ଲଗାଇ…

ଖଣି ପରେ ଖଣିଜ ପାଣ୍ଠିରେ ବି ଅନିୟମିତତା

ଯାଜପୁର ଅଫିସ,୩୧ା୫: ଖଣିରୁ ଆସିଥିବା ଖଣିଜ ପାଣ୍ଠିରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଶାହା କମିଶନଙ୍କ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଖଣିଜ ପଦାର୍ଥ ଲୁଟିଥିବା ଲିଜ୍‌ଧାରୀଙ୍କଠାରୁ କ୍ଷତିପୂରଣ ବାବଦକୁ ୧୮ ହଜାର କୋଟି ଟଙ୍କା ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ…

ଦିବ୍ୟାଙ୍ଗଙ୍କୁୁ ଡାକି ହତାଶ କଲେ

ଯାଜପୁର ଟାଉନ,୩୧ା୫(ଡି.ଏନ.ଏ.): ଯାଜପୁର ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କୁ ପୃଷ୍ଟପୋଷକତା ଯୋଜନାରେ ସାମିଲ କରିବା ନିମନ୍ତେ ଅନୁସୂଚିତ ଜନଜାତି ପିଲାଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଡକାଯାଇ ହତାଶ କରାଯାଇଛି। ସେମାନଙ୍କ ମଧ୍ୟରୁ ଗରିବ…

ମେସ୍କୋ ଷ୍ଟିଲ୍‌ ଦେବାଳିଆ ଘୋଷଣା

କଳିଙ୍ଗନଗର,୩୧ା୫(ଡି.ଏନ.ଏ.): ବିଜୁ ପଟ୍ଟନାୟକଙ୍କ କରକମଳରେ ଆରମ୍ଭ ହୋଇଥିବା କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରଥମ କାରଖାନା ମେସ୍କୋ ଷ୍ଟିଲ ୩ ବର୍ଷ ତଳୁ ବନ୍ଦ ରହିଥିବାବେଳେ ସୋମବାର କମ୍ପାନୀକୁ ଦେବାଳିଆ ଘୋଷଣା କରାଯାଇଛି। ଦେବାଳିଆ ପ୍ରସଙ୍ଗରେ କମ୍ପାନୀ ପରିଚାଳନା କର୍ତ୍ତୃପକ୍ଷ ସର୍ବାଧାରଣ ବିଜ୍ଞପ୍ତି ଜାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri