ଜନଜୀବନକୁ ଦୁର୍ବିସହ କରିଦେଉଛି ବିଦ୍ୟୁତ୍‌ ବିଭ୍ରାଟ

ଧର୍ମଶାଳା,୧୨ା୬(ଡି.ଏନ.ଏ.): କିଛି ଦିନ ହେଲା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଗୁଳୁଗୁଳି ଅନୁଭୁତ ହେଉଥିବାବେଳେ ଘନଘନ ବିଦ୍ୟୁତ୍‌ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଜୁନ୍‌ ପ୍ରଥମ ସପ୍ତାହରେ ମୌସୁମୀ ଆସିବ ବୋଲି ପାଣିପାଗ ବିଭଗ ପକ୍ଷରୁ ପୁର୍ବାନୁମାନ କରାଯାଇଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଭୁଲ ପମାଣିତ ହେବା ସହ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବାକୁ ଆଉ କିଛି ଦିନ ଲାଗିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଜୁନ ଦ୍ୱିତୀୟ ସପ୍ତାହ ଶେଷ ହେବାକୁ ଯାଉଥିବାବେଳେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରିରହିଛି। ଏହିପରିପ୍ରେକ୍ଷୀରେ ଧର୍ମଶାଳା ବ୍ଲକ ଅଞ୍ଚଳରେ ଗୁଳୁଗୁଳି ଲାଗିରହିଛି। ସକାଳୁ ସୂର୍ଯ୍ୟର ତାପ ଏତେ ରହୁଛି ଯେ ଘରୁ ବାହାରିବା କଷ୍ଟକର ହୋଇପଡୁଛି। କିଛିଦିନ ହେଲା ଅଞ୍ଚଳରେ ତାପାମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ସକାଳ ୮ଟାରୁ ଅପରାହ୍ନ ସାଢ଼େ ୫ଟାଯାଏ ଘରୁ ବାହାରି ହେଉନାହିଁ। ସେପଟେ ବିଦ୍ୟୁତ୍‌ ଯୋଗାଣ ଦାୟିତ୍ୱରେ ଥିବା ଟାଟାପାୱାର ପୁରୁଣା ବିଲ ଆଦାୟ ସହିତ ଉପଭୋକ୍ତାଙ୍କ ଘରେ ପସି ଜୋରଜବରଦସ୍ତ ଜରିମାନା ଆଦାୟ କରିବାରେ ଲାଗିପଡିଥିବା ବେଳେ ବିଦ୍ୟୁତ ଯୋଗାଣ ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି। ରାଜ୍ୟରେ ବିଦ୍ୟୁତ୍‌ ବିଭ୍ରାଟ ହେଉ ନ ଥିବା ବିଭାଗୀୟ ମନ୍ତ୍ରୀ ଡିଣ୍ଡିମ ପିଟୁଥିବାବେଳେ ଅସହ୍ୟ ଗୁଳୁଗୁଳିରେ ବାରମ୍ବାର ବିଦ୍ୟୁତ୍‌ କାଟ ଯୋଗୁ ଗ୍ରାମାଞ୍ଚଳ ଲୋକେ ତାତିରେ ଆଉଟିପାଉଟି ହେଉଛନ୍ତି। ବିଦ୍ୟୁତ ବିତରଣ କମ୍ପାନୀ ପ୍ରତି ରାଜ୍ୟ ସରକାର ଅଧିକ ଅନୁକମ୍ପା ଦେଖାଉଛନ୍ତି। ଫଳରେ ବକେୟା ପାଉଣା ଆଦାୟ ନାମରେ ଗରିବ ଓ ଅସହାୟ ଲୋକଙ୍କ ବିଦ୍ୟୁତ ସଂଯୋଗକୁ କମ୍ପାନୀର କର୍ମଚାରୀ ଆସି କାଟି ଦେଉଛନ୍ତି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଭୟରବାତାବରଣ ସୃଷ୍ଟି ହୋଇଛି। ଟାଟା ପାୱାର ପ୍ରତି ରହିଥିବା ଅନୁକମ୍ପା ଆଗାମୀ ଦିନରେ ସରକାରଙ୍କୁ ଭାରିପଡ଼ିପାରେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri