Odisha Elections 2024

ରାସ୍ତା ନିର୍ମାଣ ନାଁରେ ଟଙ୍କା ଚଳୁ ଉଦ୍ୟମ

କୋରେଇ,୧୪ା୬(ଚନ୍ଦ୍ରକାନ୍ତ ପତି): କୋରେଇ ବ୍ଲକ୍‌ ଅଧୀନ ପଛିକୋଟ ପଞ୍ଚାୟତର ପାଣିକୋଇଲି-ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତାଠାରୁ କେନ୍ଦୁଝର ସୀମା ଭାୟା କଡ଼ମା ୭.୦୩ କି.ମି. ରାସ୍ତା ନିର୍ମାଣ ନଁାରେ ଟଙ୍କା ଚଳୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତା ସମ୍ପ୍ରସାରଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୧୨ କୋଟି ୬୪ ଲକ୍ଷ ଟଙ୍କାର ଅନୁଦାନ ବରାଦ ହେବା ସହ ଜଣେ ଠିକାଦାରଙ୍କୁ କାମର ଟେଣ୍ଡର ମିଳିଥିଲା। ମାତ୍ର କୌଣସି କାରଣରୁ କାମ ୨ ବର୍ଷ ବିଳମ୍ବ ହୋଇଥିଲେ ମଧ୍ୟ ଚଳିତ ବର୍ଷ ଠିକାଦାର ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି। ରାସ୍ତା ନିର୍ମାଣ ପ୍ରାରମ୍ଭରୁ ଜମି ଅଧିଗ୍ରହଣକୁ ନେଇ ସମସ୍ୟା ଦେଖାଦେଇଥିଲା। ଠିକାଦାର ବ୍ୟାସନଗର ତହସିଲର ବିନା ଅନୁମତିରେ ମା’ କାମୁଡ଼େଇ ନିକଟରେ ଥିବା ସରକାରୀ ଜମିରୁ ରାସ୍ତାର ମୂଳଦୁଆ ପାଇଁ ବିପୁଳ ମୋରମ ସଂଗ୍ରହ କରିଥିବା ସେତେବେଳେ ଅଭିଯୋଗ ହୋଇଥିଲା। ହେଲେ ଏହି ଘଟଣା ଚପିଯାଇଥିଲା। ଫଳରେ ସରକାର ପ୍ରାୟ ୨୦ ଲକ୍ଷ ଟଙ୍କାର ରାଜସ୍ବ ହରାଇଥିବା ଆକଳନ କରାଯାଇଥିଲା। ସେହିପରି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଚାଷଜମିଗୁଡ଼ିକରୁ ମାଟି ତାଡ଼ିନେବା ଫଳରେ ଲଗାଣ ବର୍ଷା ହେଲେ ରାସ୍ତାର ମୂଳଦୁଆ ଧୋଇଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ତାଙ୍କୁ କ୍ଷତିପୂରଣ ଦିଆଯାଇନାହିଁ। ଧମକଚମକ ଦେଇ ଜମିରୁ ମାଟି ସଂଗ୍ରହ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି।
ବିଭାଗ ପକ୍ଷରୁ ୬.୮୦୦ ମିଟର ପିଚୁ କାମ ପାଇଁ ୫ କୋଟି ୮୪ ଲକ୍ଷ ୮୭ ହଜାର ଟଙ୍କାର ବିଲ୍‌ ଅନୁମୋଦନ ହୋଇଥିବାବେଳେ ୫୦୦ ମିଟର କଂକ୍ରିଟ କାମ ପାଇଁ ୪୯ ଲକ୍ଷ ୭ ହଜାର ଟଙ୍କାର ଅଟକଳ ବରାଦ ହୋଇଛି। ସେହିପରି ୩ କଲଭର୍ଟରେ ୧୨୦୦ ମିଟର ଷ୍ଟୋନ୍‌ ପ୍ୟାକିଂ ପାଇଁ ୬୪ ଲକ୍ଷ ୩ ହଜାର, ରେଟେନିଂ ୱାଲ ୬୦୦ ମିଟର ୬୧ ଲକ୍ଷ ୩୬ ହଜାର, କ୍ରସ୍‌ ଡ୍ରେନେଜ ଷ୍ଟ୍ରକଚର ଏବଂ ୩ କଲଭର୍ଟ ନିର୍ମାଣ ବାବଦରେ ୨ କୋଟି ୭୨ ଲକ୍ଷ ୧୩ ହଜାର, ୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୫୧ ଲକ୍ଷ ୬୭ ହଜାର ଏଥିସହିତ ଜମି ଅଧିଗ୍ରହଣ ପାଇଁ ୨୩ ଲକ୍ଷ ଏବଂ ଅନ୍ୟାନ୍ୟ ମରାମତି ୨୫ ଲକ୍ଷ ୨୭ ହଜାର ଟଙ୍କା ବରାଦ ହୋଇଛି। ମାତ୍ର ଠିକାଦାର ସେହି କାମ ନିମ୍ନମାନର କରୁଥିବା ଅଭିଯୋଗ ହୋଇଛି। ପୁରୁଣା ପିଚୁ ନ ଖୋଳି ପୂର୍ବରୁ ଥିବା ମେଟାଲ ଓ ଆରମ୍ଭରୁ ଶେଷ ଯାଏ ଅତ୍ୟାଧିକ ଡଷ୍ଟ ସାହାଯ୍ୟରେ ସେହି ରାସ୍ତାର ନିର୍ମାଣ କାର୍ଯ୍ୟ ହୋଇଛି। ଏଷ୍ଟିମେଟ୍‌ ଅନୁଯାୟୀ ସିମେଣ୍ଟ, ବଜୁରି ଓ ଚିପ୍ସ ଦିଆଯାଇନାହିଁ। ଆବଶ୍ୟକ ପାଣି ଦେଇ ରୋଲିଂ ନ କରି କେବଳ ଡଷ୍ଟ ଓ ସାମାନ୍ୟ ବଜୁରି ଦେଇ ରାସ୍ତାର ମୂଳଦୁଆ ତିଆରି ହୋଇଥିବା ଅଭିଯୋଗ ହୋଇଛି। ରାସ୍ତାର ପ୍ରଥମରୁ ଶେଷ ଯାଏ ନିର୍ଦ୍ଧାରିତ ଅନୁଯାୟୀ ମୋଟେଇ ହୋଇନାହିଁ। ଫଳରେ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ରାସ୍ତା ନଷ୍ଟ ହୋଇଯିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଚାଷୀଙ୍କ କ୍ଷତିପୂରଣ ପାଇଁ ୨୩ ଲକ୍ଷ ଟଙ୍କା ବରାଦ ହୋଇଥିବା ଆର୍‌ଟିଆଇ ତଥ୍ୟରୁ ଜଣାପଡିଛି। ମାତ୍ର ଠିକାଦାର ଏବଂ ଅଧିକାରୀ ମିଶି ଏହି ଅର୍ଥକୁ ମଧ୍ୟ ଆତ୍ମସାତ୍‌ କରିଥିବା ଚର୍ଚ୍ଚା ହେଉଛି। କାମ ଚାଲୁଥିବା ସମୟରେ ବିଭାଗୀୟ ଯନ୍ତ୍ରୀ ମଧ୍ୟ ଉପସ୍ଥିତ ରହୁନାହାନ୍ତି। ଯେନତେନ ପ୍ରକାର କାମ କରି ଠିକାଦାର ଓ ବିଭାଗୀୟ ଅଧିକାରୀ ମିଳିମିଶି ଅନୁଦାନ ରାଶି ଚଳୁ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁ କୋଟିକୋଟି ଟଙ୍କାରେ ନିର୍ମିତ ଏହି ରାସ୍ତାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାସ୍ତାରେ ବ୍ୟାପକ ଦୁର୍ନୀତି ହୋଇଥିବାବେଳେ ଏହା ଉପରେ ଭିଜିଲାନ୍ସ ତଦନ୍ତ କରାଗଲେ ବାସ୍ତବ ସତ୍ୟ ପଦାକୁ ଆସିପାରନ୍ତା ବୋଲି ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୋଗକୁ ଭିତ୍ତିକରି ମୁଁ ବ୍ୟକ୍ତିଗତ ଭାବେ ରାସ୍ତାର ପ୍ରଥମରୁ ଶେଷ ଯାଏ ଯାଞ୍ଚ କରିଛି। ଯେଉଁଠି କାମ ଠିକ୍‌ ହୋଇନାହିଁ ସେଠାରେ ଠିକ୍‌ରେ କାମ କରିବାକୁ ଠିକାଦାରଙ୍କୁ ତାଗିଦ କରିଛି ବୋଲି ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗ ହୋଇ ବ୍ରାହ୍ମଣୀ ଗାଁ ବାହାରିଥିଲେ, ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ; ଅନ୍ୟ ଜଣେ…

ବ୍ରାହ୍ମଣୀଗାଁ,୧୭।୫( ମନୋରଞ୍ଜନ ରଣା ): ଗଜପତି – କନ୍ଧମାଳ ଜିଲା ସୀମାନ୍ତ ତିଆରି ଗାଁ ନିକଟରେ ଶୁକ୍ରବାର ଏକ ବାଇକ ଦୁର୍ଘଟଣା ଘଟିଛି l ଏହି...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

୩ନଂ ଜୋନରେ ବିଜେଡିର ପ୍ରଚାର

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ତରଫରୁ ଶୁକ୍ରବାର ୩ନଂ ଜୋନରେ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକ ବେଲବାହାଳି...

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସର ଏମପି ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ।...

ଖଲ୍ଲିକୋଟ ନିର୍ବାଚନୀ ହିଂସା: କଡ଼ା ନିର୍ଦ୍ଦେଶ ଦେଲେ ଡିଜିପି ଅରୁଣ ଷଡ଼ଙ୍ଗୀ

କଟକ,୧୭।୫(ଅସମାପିକା ସାହୁ): ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT)ଖଲ୍ଲିକୋଟ ହତ୍ୟା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି।...

କଂଗ୍ରେସର ପ୍ରଚାର ଜୋରଦାର , ଭୋଟରଙ୍କ ମନମୋହୁଛନ୍ତି ଚିତ୍ରସେନ

ପୁରୁଷୋତ୍ତମପୁର,୧୭।୫ (ସିମାଞ୍ଚଳ ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ,ବିଜେଡି ଓ ଭାଜପା ମଧ୍ୟରେ ତ୍ରୀମୁଖି ଲଢେଇ ହେଉଥିବାବେଳେ ପ୍ରଚାରରେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ ବେହେରା (ଉଜଳ)...

ଭତ୍ତା କହି ସରପଞ୍ଚଙ୍କ ସ୍ବାମୀ ଭୋଟ ପାଇଁ ବାଣ୍ଟୁଛନ୍ତି ଟଙ୍କା

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ହୋଇଛି। ପଞ୍ଚାୟତର ସରପଞ୍ଚ ହେମଲତା ଜେନାଙ୍କ ସ୍ବାମୀ ପୀତବାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri