ରାସ୍ତା ନିର୍ମାଣ ନାଁରେ ଟଙ୍କା ଚଳୁ ଉଦ୍ୟମ

କୋରେଇ,୧୪ା୬(ଚନ୍ଦ୍ରକାନ୍ତ ପତି): କୋରେଇ ବ୍ଲକ୍‌ ଅଧୀନ ପଛିକୋଟ ପଞ୍ଚାୟତର ପାଣିକୋଇଲି-ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତାଠାରୁ କେନ୍ଦୁଝର ସୀମା ଭାୟା କଡ଼ମା ୭.୦୩ କି.ମି. ରାସ୍ତା ନିର୍ମାଣ ନଁାରେ ଟଙ୍କା ଚଳୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତା ସମ୍ପ୍ରସାରଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୧୨ କୋଟି ୬୪ ଲକ୍ଷ ଟଙ୍କାର ଅନୁଦାନ ବରାଦ ହେବା ସହ ଜଣେ ଠିକାଦାରଙ୍କୁ କାମର ଟେଣ୍ଡର ମିଳିଥିଲା। ମାତ୍ର କୌଣସି କାରଣରୁ କାମ ୨ ବର୍ଷ ବିଳମ୍ବ ହୋଇଥିଲେ ମଧ୍ୟ ଚଳିତ ବର୍ଷ ଠିକାଦାର ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି। ରାସ୍ତା ନିର୍ମାଣ ପ୍ରାରମ୍ଭରୁ ଜମି ଅଧିଗ୍ରହଣକୁ ନେଇ ସମସ୍ୟା ଦେଖାଦେଇଥିଲା। ଠିକାଦାର ବ୍ୟାସନଗର ତହସିଲର ବିନା ଅନୁମତିରେ ମା’ କାମୁଡ଼େଇ ନିକଟରେ ଥିବା ସରକାରୀ ଜମିରୁ ରାସ୍ତାର ମୂଳଦୁଆ ପାଇଁ ବିପୁଳ ମୋରମ ସଂଗ୍ରହ କରିଥିବା ସେତେବେଳେ ଅଭିଯୋଗ ହୋଇଥିଲା। ହେଲେ ଏହି ଘଟଣା ଚପିଯାଇଥିଲା। ଫଳରେ ସରକାର ପ୍ରାୟ ୨୦ ଲକ୍ଷ ଟଙ୍କାର ରାଜସ୍ବ ହରାଇଥିବା ଆକଳନ କରାଯାଇଥିଲା। ସେହିପରି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଚାଷଜମିଗୁଡ଼ିକରୁ ମାଟି ତାଡ଼ିନେବା ଫଳରେ ଲଗାଣ ବର୍ଷା ହେଲେ ରାସ୍ତାର ମୂଳଦୁଆ ଧୋଇଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ତାଙ୍କୁ କ୍ଷତିପୂରଣ ଦିଆଯାଇନାହିଁ। ଧମକଚମକ ଦେଇ ଜମିରୁ ମାଟି ସଂଗ୍ରହ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି।
ବିଭାଗ ପକ୍ଷରୁ ୬.୮୦୦ ମିଟର ପିଚୁ କାମ ପାଇଁ ୫ କୋଟି ୮୪ ଲକ୍ଷ ୮୭ ହଜାର ଟଙ୍କାର ବିଲ୍‌ ଅନୁମୋଦନ ହୋଇଥିବାବେଳେ ୫୦୦ ମିଟର କଂକ୍ରିଟ କାମ ପାଇଁ ୪୯ ଲକ୍ଷ ୭ ହଜାର ଟଙ୍କାର ଅଟକଳ ବରାଦ ହୋଇଛି। ସେହିପରି ୩ କଲଭର୍ଟରେ ୧୨୦୦ ମିଟର ଷ୍ଟୋନ୍‌ ପ୍ୟାକିଂ ପାଇଁ ୬୪ ଲକ୍ଷ ୩ ହଜାର, ରେଟେନିଂ ୱାଲ ୬୦୦ ମିଟର ୬୧ ଲକ୍ଷ ୩୬ ହଜାର, କ୍ରସ୍‌ ଡ୍ରେନେଜ ଷ୍ଟ୍ରକଚର ଏବଂ ୩ କଲଭର୍ଟ ନିର୍ମାଣ ବାବଦରେ ୨ କୋଟି ୭୨ ଲକ୍ଷ ୧୩ ହଜାର, ୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୫୧ ଲକ୍ଷ ୬୭ ହଜାର ଏଥିସହିତ ଜମି ଅଧିଗ୍ରହଣ ପାଇଁ ୨୩ ଲକ୍ଷ ଏବଂ ଅନ୍ୟାନ୍ୟ ମରାମତି ୨୫ ଲକ୍ଷ ୨୭ ହଜାର ଟଙ୍କା ବରାଦ ହୋଇଛି। ମାତ୍ର ଠିକାଦାର ସେହି କାମ ନିମ୍ନମାନର କରୁଥିବା ଅଭିଯୋଗ ହୋଇଛି। ପୁରୁଣା ପିଚୁ ନ ଖୋଳି ପୂର୍ବରୁ ଥିବା ମେଟାଲ ଓ ଆରମ୍ଭରୁ ଶେଷ ଯାଏ ଅତ୍ୟାଧିକ ଡଷ୍ଟ ସାହାଯ୍ୟରେ ସେହି ରାସ୍ତାର ନିର୍ମାଣ କାର୍ଯ୍ୟ ହୋଇଛି। ଏଷ୍ଟିମେଟ୍‌ ଅନୁଯାୟୀ ସିମେଣ୍ଟ, ବଜୁରି ଓ ଚିପ୍ସ ଦିଆଯାଇନାହିଁ। ଆବଶ୍ୟକ ପାଣି ଦେଇ ରୋଲିଂ ନ କରି କେବଳ ଡଷ୍ଟ ଓ ସାମାନ୍ୟ ବଜୁରି ଦେଇ ରାସ୍ତାର ମୂଳଦୁଆ ତିଆରି ହୋଇଥିବା ଅଭିଯୋଗ ହୋଇଛି। ରାସ୍ତାର ପ୍ରଥମରୁ ଶେଷ ଯାଏ ନିର୍ଦ୍ଧାରିତ ଅନୁଯାୟୀ ମୋଟେଇ ହୋଇନାହିଁ। ଫଳରେ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ରାସ୍ତା ନଷ୍ଟ ହୋଇଯିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଚାଷୀଙ୍କ କ୍ଷତିପୂରଣ ପାଇଁ ୨୩ ଲକ୍ଷ ଟଙ୍କା ବରାଦ ହୋଇଥିବା ଆର୍‌ଟିଆଇ ତଥ୍ୟରୁ ଜଣାପଡିଛି। ମାତ୍ର ଠିକାଦାର ଏବଂ ଅଧିକାରୀ ମିଶି ଏହି ଅର୍ଥକୁ ମଧ୍ୟ ଆତ୍ମସାତ୍‌ କରିଥିବା ଚର୍ଚ୍ଚା ହେଉଛି। କାମ ଚାଲୁଥିବା ସମୟରେ ବିଭାଗୀୟ ଯନ୍ତ୍ରୀ ମଧ୍ୟ ଉପସ୍ଥିତ ରହୁନାହାନ୍ତି। ଯେନତେନ ପ୍ରକାର କାମ କରି ଠିକାଦାର ଓ ବିଭାଗୀୟ ଅଧିକାରୀ ମିଳିମିଶି ଅନୁଦାନ ରାଶି ଚଳୁ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁ କୋଟିକୋଟି ଟଙ୍କାରେ ନିର୍ମିତ ଏହି ରାସ୍ତାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାସ୍ତାରେ ବ୍ୟାପକ ଦୁର୍ନୀତି ହୋଇଥିବାବେଳେ ଏହା ଉପରେ ଭିଜିଲାନ୍ସ ତଦନ୍ତ କରାଗଲେ ବାସ୍ତବ ସତ୍ୟ ପଦାକୁ ଆସିପାରନ୍ତା ବୋଲି ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୋଗକୁ ଭିତ୍ତିକରି ମୁଁ ବ୍ୟକ୍ତିଗତ ଭାବେ ରାସ୍ତାର ପ୍ରଥମରୁ ଶେଷ ଯାଏ ଯାଞ୍ଚ କରିଛି। ଯେଉଁଠି କାମ ଠିକ୍‌ ହୋଇନାହିଁ ସେଠାରେ ଠିକ୍‌ରେ କାମ କରିବାକୁ ଠିକାଦାରଙ୍କୁ ତାଗିଦ କରିଛି ବୋଲି ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?