ବୁଣାକାରଙ୍କ ସମସ୍ୟା ଦୂର ହେବ

ରସୁଲପୁର, ୧୫।୬(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକରେ ଟସରବସ୍ତ୍ରର ଏନ୍ତୁଡ଼ି ଶାଳ ଭାବେ ପ୍ରସିଦ୍ଧି ଲାଭ କରିଥିବା ପ୍ରଥମାଖଣ୍ଡି ପଞ୍ଚାୟତର ଗୋପାଳପୁର ଗାଁରେ ବୁଧବାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପହଞ୍ଚତ୍ ବୁଣାବୁଣିର ବିଭିନ୍ନ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ବୁଣାକାରଙ୍କ ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେବା ସହ କାରିଗରଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ତନ୍ତଶାଳା ବୁଲି ଦେଖିବା ସହ ଅଙ୍ଗ ବସ୍ତ୍ର ବୁଣିବାର କଳାନୈପୁଣ୍ୟତାକୁ ପରଖିଛନ୍ତି। ତନ୍ତଶାଳାରେ କାରିଗରଙ୍କ ସହ ଆଲୋଚନା କରି ସେମାନଙ୍କ ବ୍ୟଥା ଓ କଥାକୁ ବୁଝିବାକୁ ଚେଷ୍ଟା କରିଛନ୍ତି।
ପରେ ପଞ୍ଚାୟତର ଚକଗୋପାଳପୁରଠାରେ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ୍‌ (ନାବାର୍ଡ) ସହାୟତାରେ ବିରଜା ଉପତ୍ାଦକ ଗୋଷ୍ଠୀ ଆନୁକୂଲ୍ୟରେ ଓ ନେତାଜୀ ଯୁବକ ସଂଘ ପକ୍ଷରୁ ଆୟୋଜିତ ବୁଣାକାର ଓ ପ୍ରଶାସନ ଆଲୋଚନା କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଜେନା ଯୋଗଦେଇ ବୁଣାକାରଙ୍କ ସହ ଆଲୋଚନା କରିଥିଲେ। ବୁଣାକାରଙ୍କ ତନ୍ତଶାଳ ବୁଲି ଦେଖିବା ସହ ସୂତାରୁ ଲୁଗା ବୁଣିବା ଓ ତା’ର ବଜାରୀକରଣ ସମ୍ପର୍କରେ ତଥ୍ୟ ହାସଲ କରିଥିଲେ। ବୁଣାକାରଙ୍କ ଗୁଣାତ୍ମକ ହସ୍ତତନ୍ତ ସାମଗ୍ରୀକୁ ନେଇ ଜେନା ଖୁସି ପ୍ରକଟ କରିଥିଲେ। ବୁଣାକାର ନେତା ଦଶରଥ ଚାନ୍ଦ, ରମେଶ ଦାସ, ଅଶୋକ କୁମାର ଗୁଇଁ, ଗଗନ ବିହାରୀ ଗୁଇଁ ପମୁଖ ଜେନାଙ୍କ ସମ୍ମୁଖରେ ଚିରାଚରିତ ସମସ୍ୟା ଦୋହରାଇଥିଲେ। ଘର ଉପରେ କର୍ମଶାଳା ନିର୍ମାଣ, ଟସର କୋଷାର ଅଭାବୀକରଣକୁ ଦୂର କରିବା, ବୟନଜ୍ୟୋତି ଯୋଜନାରେ ଆଲୋକ ଯୋଗାଇବା, କାରିଗରଙ୍କୁ ବିନା ସୁଧରେ ଋଣ, ଉପତ୍ାଦିତ ଦ୍ରବ୍ୟର ବଜାରକରଣ ସୁବିଧା ସୃଷ୍ଟି କରିବା, ବୁଣାକାରଙ୍କୁ କଳାକାର ଭତ୍ତା, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ବୁଣାକାରଙ୍କ ପାଇଁ ଇଏସ୍‌ଆଇ ହସ୍ପିଟାଲ ନିର୍ମାଣ ଭଳି ବହୁ ଅସମାହିତ ସମସ୍ୟା ସମ୍ପର୍କରେ ମୁଖ୍ୟଶାସନ ସଚିବଙ୍କୁ ଅବଗତ କରାଇଥିଲେ। ବୁଣାକାରଙ୍କ ସମସ୍ୟା ସମ୍ପର୍କରେ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ସେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବର୍ଷାଧିକ କାଳ ଧରି ବିଭିନ୍ନ ସମସ୍ୟା ସହ ପେଶି ହୋଇ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଥିବା ବୁଣାକାରମାନେ ମୁଖ୍ୟଶାସନ ସଚିବଙ୍କ ସମ୍ମୁଖରେ ଗୁହାରୀ ଜଣାଇ ସମସ୍ୟା ସମାଧାନ ହୋଇଯିବା ନେଇ ଆଶା ପ୍ରକଟ କରିଛନ୍ତି। ବୁଣାକାରମାନେ କୌଳିକ ବୃତ୍ତି ହରାଇ ସୁରଟକୁ ଦାଦନ ଖଟିବାକୁ ଯିବେ ନାହିଁ ବରଂ କାରିଗରଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାର ଯୁବକଙ୍କୁ ସୁରଟ ପଠାଇବେ ବୋଲି ସଚିବ ଜେନା ସୂଚନା ଦେଇଛନ୍ତି। ଟସର ବସ୍ତ୍ରର ପାଇଁ କଞ୍ଚାମାଲ ଭାବରେ କୋଷା ବ୍ୟବହାର ହେଉଛି। ଜିଲାର ସୁକିନ୍ଦା ଅଞ୍ଚଳରେ କୋଷା ଚାଷ କରାଯାଉଛି। ମାତ୍ର ଉକ୍ତ କୋଷା ବାହାର ରାଜ୍ୟକୁ ଚାଲାଣ ହେଉଛି ଓ ଖୋଲା ବଜାରରେ ବିକ୍ରି ହେଉଛି। ଏଠିକାର ବୁଣାକାର ତାର ସୁଫଳ ପାଇପାରୁ ନ ଥିବା ସଂପର୍କରେ ସଚିବଙ୍କୁ ବୁଣାକାର ଅବଗତ କରାଇଥିଲେ। ଉକ୍ତ କୋଷାକୁ ଆୟତ ଉପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଥିଲେ।
ନାବାର୍ଡ ପକ୍ଷରୁ ବୁଣାକାରଙ୍କ ସମସ୍ୟା ଦୂର ପାଇଁ ପ୍ରୟାସ ଆରମ୍ଭ ହୋଇଛି। ବ୍ୟାଙ୍କ ପକ୍ଷରୁ ୫୦ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏହି ଅର୍ଥରେ ଗୋପାଳପୁର ଅଞ୍ଚଳର ୩୫୦ ବୁଣାକାରମାନଙ୍କ ଟସର ହସ୍ତତନ୍ତ ସାମୂହିକ କଳାର ବିକାଶ କରାଯାଉଛି ବୋଲି ଜିଲାପାଳ ଓ ନାବାର୍ଡ ପକ୍ଷରୁ କୁହାଯାଇଛି। ଏହା ଛଡା ନାବାର୍ଡ ପକ୍ଷରୁ କାରିଗରଙ୍କ ଦକ୍ଷତା ବୃଦ୍ଧି ଦିଗରେ ରଙ୍ଗ ଦେବା, ଡିଜାଇନ କାଟିବା, ସିଲାଇ, ଜାକଡ, ଓ ଡବି ଆଦି ଉପରେ ୧୫୦ଜଣଙ୍କୁ ତାଲିମ ଦିଆଯାଇଛି। ବିରଜା ଉପତ୍ାଦକ ଗୋଷ୍ଠୀର ସାମଗ୍ରିକ ବିକାଶ ଦିଗରେ ନାବାର୍ଡ ପକ୍ଷରୁ ସମସ୍ତ ଗୁରୁତ୍ୱ ଦିଆଯିବାକୁ ଆଲୋଚନା ବେଳେ ସୂଚନା ମିଳିଛି।
ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ରାଠୋର, ଜିଲା ଆରକ୍ଷୀ ଅଧୀକ୍ଷକ ଭିନିତ ଅଗ୍ରୱାଲ, ସିଜିଏମ-ନାବାର୍ଡ ଉଦୟ ଭାସ୍କର, ଡିଜିଏମ-ନାବାର୍ଡ କମଲ ଲୋଚନ ପଟ୍ଟନାୟକ, ଡିଡିଏମ-ନାବାର୍ଡ ସୁବ୍ରତ କୁମାର ସାହୁ ପ୍ରମୁଖ ଯୋଗଦଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବଙ୍କୁ ଗୋପାଳପୁରସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଜିଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା।
ପ୍ରକାଶଥାଉ କି, ଗୋପାଳପୁରଠାରେ ୭ରୁ ଊର୍ଦ୍ଧ୍ୱ ଉପତ୍ାଦକ ଗୋଷ୍ଠୀ ଥିବାବେଳେ ନାବାର୍ଡ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ଉପତ୍ାଦକ ଗୋଷ୍ଠୀ ଗଠନ କରାଯାଇ ସେଥିରେ ୩୫୦ଜଣ ବୁଣାକାରଙ୍କୁ ସାମିଲ କରାଯାଇଛି। ଗୋପାଳପୁର ଅଞ୍ଚଳରେ ଅନ୍ୟ ଉପତ୍ାଦକ ଗୋଷ୍ଠୀ ଅଧିନରେ ଶତାଧିକ ବୁଣାକର ଅଛନ୍ତି। ସେମାନଙ୍କ ସ୍ବାର୍ଥକୁ ନାବାର୍ଡ ପକ୍ଷରୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହେଉଛି। ଅବହେଳିତ ବୁଣାକାରଙ୍କ ସ୍ବର ମୁଖ୍ୟ ଶାସନ ସଚିବଙ୍କ ପାଖରେ ପହଞ୍ଚତ୍ ପାରିବ କି ନାହିଁ ତା’କୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ତେଣୁ ସବୁ ବୁଣାକାରଙ୍କୁ ସମାନ ବୋଲି ଗ୍ରହଣ କରାଯାଇ ସରକାରୀ ସୁବିଧାର ସୁଷମ ବଣ୍ଟନ କରାଯାଉ ବୋଲି ବୁଣାକାର ନେତାମାନେ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?