ବାଲି ପାଇଁ ବଢୁଛି ଦୁର୍ଘଟଣା

କାଏମା,୧୪ା୬(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ କାଏମା କେଲୁଅ ନଦୀରୁ ଦୈନିକ ଶହଶହ ଟ୍ରିପ୍‌ ବାଲି ପରିବହନ ହେଉଛି। ବାଲି ବୋଝେଇ ହାଇୱା, ଡମ୍ଫର ଓ ଟ୍ରାକ୍ଟରଗୁଡ଼ିକ ଓଭର ଲୋଡ୍‌କରି କାଏମା ବ୍ରିଜ୍‌ ଓ ବଜାର ମଧ୍ୟ ଦେଇ ଯାତାୟାତ କରୁଛନ୍ତି। ଫଳରେ ରାସ୍ତାରେ ପ୍ରାୟ ଆଣ୍ଠୁଏ ଉଚ୍ଚର ବାଲି ଜମାହୋଇ ରହୁଛି। ଏଥିଯୋଗୁ ଦୁର୍ଘଟଣା ଘଟି ଅନେକ ଲୋକଙ୍କ ଜୀବନଯାଉଛି। ବାଲି ପରିବହନ ସମୟରେ ଗାଡ଼ିରେ ପାଲ ଢାଙ୍କିବାର ନିୟମ ରହିଛି। ଯଦି କୌଣସି ଗାଡ଼ି ବିନା ପାଲରେ ରାସ୍ତାରେ ବାଲି, ଗୋଡ଼ି କିମ୍ବା ମେଟାଲ ପରିବହନ କଲେ ତେବେ ସମ୍ପୃକ୍ତ ଗାଡ଼ି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ଚେତାବନୀ ଦେଇଛି। ହେଲେ ଏସବୁ ନିୟମ ଏଠି କେବଳ କାଗଜକଲମରେ ସୀମିତ ଥିବା ଦେଖିବାକୁ ମିଳିଛି। ଗାଡ଼ିଗୁଡ଼ିକ ବିନା ପାଲରେ ଓଭର ଲୋଡ୍‌କରି ଦ୍ରୁତଗତିରେ ଯାତାୟାତ କରୁଥିବାରୁ ଗଦାଗଦା ବାଲି ବ୍ରିଜ୍‌ ମୁଣ୍ତ ଓ ରାସ୍ତା ସାରା ପଡୁଛି। ଏହା ଦୁର୍ଘଟଣାର ମୁଖ୍ୟ କାରଣ ହୋଇଥିଲେ ବି ପ୍ରଶାସନ ଏ ସବୁ ଦେଖି ଚୁପ୍‌ ରହିଛି। ଏହି ରାସ୍ତା ପାର୍ଶ୍ୱରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓ ଲାଲବାହାଦୁର ଉଚ୍ଚ ବିଦ୍ୟାଳୟ ରହିଛି। ଏଥିସହ ଧର୍ମଶାଳା ମହାବିଦ୍ୟାଳୟକୁ ଉକ୍ତ ରାସ୍ତା ସଂଯୋଗ କରୁଛି। ତେଣୁ ଛାତ୍ରୀଛାତ୍ରଙ୍କ ଏହା ନିତିଦିନିଆ ରାସ୍ତା ହୋଇଛି।
ଗତ ୭ ତାରିଖ ବୁଧବାର ରତପୁର ଗ୍ରାମର ନିରଞ୍ଜନ କର ଓ ତାଙ୍କ ସ୍ତ୍ରୀ ମଞ୍ଜୁଲତା ମିଶ୍ର ବାଇକ୍‌ରେ ଜାରକା ଯାଉଥିବାବେଳେ କାଏମା ବଜାର ମଧ୍ୟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଦ୍ରୁତଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ମଞ୍ଜୁଲତା ପଡ଼ି ଯାଇଥିଲେ ଓ ଟ୍ରାକ୍ଟର ତାଙ୍କ ଗୋଡ଼ରେ ଚଢ଼ିଯାଇଥିଲା। ତାଙ୍କୁ ପ୍ରଥମେ ଧର୍ମଶାଳା ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ପାଦ କଟାଯିବ ବୋଲି ଡାକ୍ତର କହିଥିବା ସୂଚନା ମିଳିଛି। ସେହିପରି ଗତ ରବିବାର ଖବରଦାତା ସୁଶାନ୍ତ ସାହୁ ବାଇକ୍‌ ଯୋଗେ ଯିବା ସମୟରେ କାଏମା ବ୍ରିଜ୍‌ରେ ବାଇକ୍‌ ଚକା ଖସି ଯିବାରୁ ସେ ଏକ ବାଲି ବୋଝେଇ ହାଇୱା ପଛପଟେ ପଡ଼ିଯାଇଥିଲେ। ସୌଭାଗ୍ୟ ତାଙ୍କର କୌଣସି କ୍ଷତି ହୋଇନାହିଁ। ରାସ୍ତାରେ ବାଲି ପଡୁଥିବାରୁ ଦୈନିକ ଏହିଭଳି ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି।
ଅନ୍ୟପକ୍ଷରେ ଆଗକୁ ବର୍ଷାଦିନ ଆସୁଥିବାରୁ ନଦୀରେ ପାଣି ହୋଇଯିବ ବୋଲି ସ୍ଥାନୀୟ ଜଣେ କଣ୍ଟ୍ରାକ୍ଟର ଦୈନିକ ଶହ ଶହ ଟ୍ରିପ୍‌ ବାଲି ନେଇ ଗଚ୍ଛିତ କରି ରଖୁଛନ୍ତି। ଏହାକୁ ପରବର୍ତ୍ତୀ ସମୟରେ ଚଢ଼ା ଦରରେ ବିକ୍ରି କରାଯିବ ବୋଲି ସୂଚନା ମିଳିଛି। ଏସବୁ ପ୍ରଶାସନର ଜାଣତରେ ହେଉଛି କି ଅଜାଣତରେ ହେଉଛି ତାହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟି ଦେଇ ତୁରନ୍ତ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବିମାନ ବନ୍ଦରରୁ ସିଧା ଫାଶୀ ଖୁଣ୍ଟ…’, ହାସିନାଙ୍କ ବାଂଲାଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ମିଳିଲାନି ଧମକ

ଢାକା,୪।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଅଗଷ୍ଟ 2024 ରୁ ଭାରତରେ ରହୁଛନ୍ତି; କ୍ଷମତାରୁ ବହିଷ୍କୃତ ହେବା ପରଠାରୁ ସେ ସେଠାରେ ରହିଛନ୍ତି। ସେ କହିଛନ୍ତି…

ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, କାହାକୁ କେଉଁ ଦାୟିତ୍ବ ଜାଣନ୍ତୁ

ଭୁବନେଶ୍ୱର,୪।୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀସ୍ତରରେ ସୋମବାର ଅଦଳବଦଳ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି…

ପ୍ରକୃତିର କୋପ; ବନ୍ୟାରେ ଭାସିଗଲା ୫୪ ବର୍ଷ ପୁରୁଣା ସେତୁ, ୯୦ ଜଣଙ୍କ ମୃତ୍ୟୁ ସହ ୧୦୯ ରାସ୍ତା ବନ୍ଦ

ଶିମଲା,୪।୮: ହିମାଚଳ ପ୍ରଦେଶରେ ଚଳିତ ବର୍ଷା ଋତୁରେ ବର୍ଷା ସମ୍ବନ୍ଧୀୟ ବିଭିନ୍ନ ଘଟଣାରେ ଏପର୍ଯ୍ୟନ୍ତ ୯୦ ଜଣ ପ୍ରାଣ ହରାଇଛନ୍ତି। ଶନିବାର କିନ୍ନୌରରେ ଜାତୀୟ ରାଜପଥ ୫…

ମାଛ ଯାଆଁଳ ନେବାକୁ କହି ଡକାୟତି, ଘରେ ପଶି ଲୁଟିନେଲେ ସୁନା ଗହଣା ସହ ଟଙ୍କା

ଭଦ୍ରକ,୪।୮(ସନାତନ ରାଉତ): ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ଜଗଦଳପୁର ପଞ୍ଚଯାତର ଜୁଡ଼ାଗଡିଆ ଗ୍ରାମରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ଗ୍ରାମର ନିରଞ୍ଜନ ଶତପଥୀଙ୍କ ଘରକୁ…

ଇମୋଶନାଲ ହେଲେ ହିଟମ୍ୟାନ, କହିଲେ ‘ତୁମେ ଜଣେ ଲିଜେଣ୍ଡ’

ନୂଆଦିଲ୍ଲୀ,୪।୮: ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଟି. ଦିଲୀପଙ୍କୁ ବିଦାୟ ବାର୍ତ୍ତା ଭାଇରାଲ ହୋଇଛି। ଶୁଭଦୀପ ଘୋଷଙ୍କୁ ଏବେ ଦିଲୀପଙ୍କ ସ୍ଥାନରେ ଭାରତର ଫିଲ୍ଡିଂ ପ୍ରଶିକ୍ଷକ…

PM ମୋଦିଙ୍କୁ ଅଭିଜିତଙ୍କ ଚ୍ୟାଲେଞ୍ଜ! ଆପଣ ଡିଗ୍ରୀ ଦେଖାନ୍ତୁ, ମୁଁ ଦେଖାଇବି…

ଛତ୍ରପତି ସମ୍ଭାଜୀନଗର,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ତାଙ୍କ ଶିକ୍ଷାଗତ ଡିଗ୍ରୀକୁ ସର୍ବସାଧାରଣରେ ଦେଖାନ୍ତି ତେବେ ଆମେରିକାରେ ପଢ଼ିବା ପାଇଁ କକ୍‌ରୋଚ ଜନତା ପାର୍ଟି (ସିଜେପି) ନେତା…

ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ: ରାଷ୍ଟ୍ରପତି

କଟକ,୪।୮(କାର୍ତ୍ତିକ ସାହୁ): ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ ବରଂ ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବା…

ଭାରତୀୟ ଏଜେଣ୍ଟ ପାକିସ୍ତାନରେ ପ୍ରବେଶ କରି ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ: ଲସ୍କର ଅପରେଟିଭର ଚାଞ୍ଚଲ୍ୟକର ଦାବି!

ଇସଲାମାବାଦ,୪।୮: ଲସ୍କର-ଏ-ତୋଏବା ସହିତ ଜଡିତ ଜଣେ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଏଜେଣ୍ଟମାନେ ପାକିସ୍ତାନରେ ଅନୁପ୍ରବେଶ କରି ୩୦ ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri