Odisha Elections 2024

ବାଲି ପାଇଁ ବଢୁଛି ଦୁର୍ଘଟଣା

କାଏମା,୧୪ା୬(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ କାଏମା କେଲୁଅ ନଦୀରୁ ଦୈନିକ ଶହଶହ ଟ୍ରିପ୍‌ ବାଲି ପରିବହନ ହେଉଛି। ବାଲି ବୋଝେଇ ହାଇୱା, ଡମ୍ଫର ଓ ଟ୍ରାକ୍ଟରଗୁଡ଼ିକ ଓଭର ଲୋଡ୍‌କରି କାଏମା ବ୍ରିଜ୍‌ ଓ ବଜାର ମଧ୍ୟ ଦେଇ ଯାତାୟାତ କରୁଛନ୍ତି। ଫଳରେ ରାସ୍ତାରେ ପ୍ରାୟ ଆଣ୍ଠୁଏ ଉଚ୍ଚର ବାଲି ଜମାହୋଇ ରହୁଛି। ଏଥିଯୋଗୁ ଦୁର୍ଘଟଣା ଘଟି ଅନେକ ଲୋକଙ୍କ ଜୀବନଯାଉଛି। ବାଲି ପରିବହନ ସମୟରେ ଗାଡ଼ିରେ ପାଲ ଢାଙ୍କିବାର ନିୟମ ରହିଛି। ଯଦି କୌଣସି ଗାଡ଼ି ବିନା ପାଲରେ ରାସ୍ତାରେ ବାଲି, ଗୋଡ଼ି କିମ୍ବା ମେଟାଲ ପରିବହନ କଲେ ତେବେ ସମ୍ପୃକ୍ତ ଗାଡ଼ି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ଚେତାବନୀ ଦେଇଛି। ହେଲେ ଏସବୁ ନିୟମ ଏଠି କେବଳ କାଗଜକଲମରେ ସୀମିତ ଥିବା ଦେଖିବାକୁ ମିଳିଛି। ଗାଡ଼ିଗୁଡ଼ିକ ବିନା ପାଲରେ ଓଭର ଲୋଡ୍‌କରି ଦ୍ରୁତଗତିରେ ଯାତାୟାତ କରୁଥିବାରୁ ଗଦାଗଦା ବାଲି ବ୍ରିଜ୍‌ ମୁଣ୍ତ ଓ ରାସ୍ତା ସାରା ପଡୁଛି। ଏହା ଦୁର୍ଘଟଣାର ମୁଖ୍ୟ କାରଣ ହୋଇଥିଲେ ବି ପ୍ରଶାସନ ଏ ସବୁ ଦେଖି ଚୁପ୍‌ ରହିଛି। ଏହି ରାସ୍ତା ପାର୍ଶ୍ୱରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓ ଲାଲବାହାଦୁର ଉଚ୍ଚ ବିଦ୍ୟାଳୟ ରହିଛି। ଏଥିସହ ଧର୍ମଶାଳା ମହାବିଦ୍ୟାଳୟକୁ ଉକ୍ତ ରାସ୍ତା ସଂଯୋଗ କରୁଛି। ତେଣୁ ଛାତ୍ରୀଛାତ୍ରଙ୍କ ଏହା ନିତିଦିନିଆ ରାସ୍ତା ହୋଇଛି।
ଗତ ୭ ତାରିଖ ବୁଧବାର ରତପୁର ଗ୍ରାମର ନିରଞ୍ଜନ କର ଓ ତାଙ୍କ ସ୍ତ୍ରୀ ମଞ୍ଜୁଲତା ମିଶ୍ର ବାଇକ୍‌ରେ ଜାରକା ଯାଉଥିବାବେଳେ କାଏମା ବଜାର ମଧ୍ୟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଦ୍ରୁତଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ମଞ୍ଜୁଲତା ପଡ଼ି ଯାଇଥିଲେ ଓ ଟ୍ରାକ୍ଟର ତାଙ୍କ ଗୋଡ଼ରେ ଚଢ଼ିଯାଇଥିଲା। ତାଙ୍କୁ ପ୍ରଥମେ ଧର୍ମଶାଳା ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ପାଦ କଟାଯିବ ବୋଲି ଡାକ୍ତର କହିଥିବା ସୂଚନା ମିଳିଛି। ସେହିପରି ଗତ ରବିବାର ଖବରଦାତା ସୁଶାନ୍ତ ସାହୁ ବାଇକ୍‌ ଯୋଗେ ଯିବା ସମୟରେ କାଏମା ବ୍ରିଜ୍‌ରେ ବାଇକ୍‌ ଚକା ଖସି ଯିବାରୁ ସେ ଏକ ବାଲି ବୋଝେଇ ହାଇୱା ପଛପଟେ ପଡ଼ିଯାଇଥିଲେ। ସୌଭାଗ୍ୟ ତାଙ୍କର କୌଣସି କ୍ଷତି ହୋଇନାହିଁ। ରାସ୍ତାରେ ବାଲି ପଡୁଥିବାରୁ ଦୈନିକ ଏହିଭଳି ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି।
ଅନ୍ୟପକ୍ଷରେ ଆଗକୁ ବର୍ଷାଦିନ ଆସୁଥିବାରୁ ନଦୀରେ ପାଣି ହୋଇଯିବ ବୋଲି ସ୍ଥାନୀୟ ଜଣେ କଣ୍ଟ୍ରାକ୍ଟର ଦୈନିକ ଶହ ଶହ ଟ୍ରିପ୍‌ ବାଲି ନେଇ ଗଚ୍ଛିତ କରି ରଖୁଛନ୍ତି। ଏହାକୁ ପରବର୍ତ୍ତୀ ସମୟରେ ଚଢ଼ା ଦରରେ ବିକ୍ରି କରାଯିବ ବୋଲି ସୂଚନା ମିଳିଛି। ଏସବୁ ପ୍ରଶାସନର ଜାଣତରେ ହେଉଛି କି ଅଜାଣତରେ ହେଉଛି ତାହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟି ଦେଇ ତୁରନ୍ତ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri