ମୌସୁମୀ ବିଳମ୍ବ: ଚିନ୍ତାରେ ଚାଷୀ

ଯାଜପୁର ଅଫିସ,୧୨ା୬: ଜଙ୍ଗଲ ସମ୍ପଦ ନଷ୍ଟ ସହ ଦ୍ରୁତ ଶିଳ୍ପାୟନ ଯୋଗୁ ତାପନ ବୃଦ୍ଧିପାଉଛି। ଫଳରେ ଖଣି ଓ ଶିଳ୍ପ ସମୃଦ୍ଧ ଜିଲା ଯାଜପୁରର ବିଭିନ୍ନ ସ୍ଥାନରେ ଗତ ୩ ବର୍ଷ ହେଲା ବୃଷ୍ଟିପାତରେ ଘୋର ଅନିୟମିତତା ଦେଖାଦେଇଛି। ମଣିଷର ଦୂରଦୃଷ୍ଟିହୀନ କାର୍ଯ୍ୟକଳାପ ଏହି ପରିବର୍ତ୍ତିତ ପାଣିପାଗ ପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି କୁହାଯାଉଛି। ଶିଳ୍ପ କାରଖାନାର ଧୂଳିଧୁଅଁା ଯୋଗୁ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇବା ସହ ପରିବେଶ ଅସନ୍ତୁଳିତ ହୋଇପଡ଼ିଛି। ଏଥିଯୋଗୁ ଗତ ୩ ବର୍ଷ ହେଲା ବୃଷ୍ଟିପାତ ହାର ହ୍ରାସ ପାଉଥିବାବେଳେ ବେଳେବେଳେ ବହୁ ଅଧିକ ବର୍ଷା ହୋଇ କୃଷିକ୍ଷେତ୍ରକୁ ପ୍ରଭାବିତ କରୁଛି ବୋଲି ମତପ୍ରକାଶ ପାଇଛି। ଜୁନ ମାସର ପ୍ରଥମ ବର୍ଷାକୁ ଚାଷୀ ଅପେକ୍ଷା କରି ବସିଥାଏ। ହେଲେ ପ୍ରାୟ ବର୍ଷ ଜୁନ୍‌ରେ ଆବଶ୍ୟକ ବର୍ଷା ହେଉ ନ ଥିବାରୁ ଅଣଜଳସେଚିତ ଜିଲାର ଚାଷୀଙ୍କ ଧାନଚାଷ ପ୍ରଭାବିତ ହୋଇଆସୁଛି।
କୃଷି ବିଭାଗର ରିପୋର୍ଟ ଅନୁସାରେ ଯାଜପୁର ଜିଲାରେ ଜୁନରେ ୨୩୮ ମିଲିମିଟର (ମିମି) ବର୍ଷାର ଆବଶ୍ୟକତା ରହିଥିବାବେଳେ ୨୦୨୦ରେ ହାରାହାରି ୧୭୨.୩୪ ମିମି, ୨୦୨୧ରେ ୧୯୭.୬୪ ମିମି, ୨୦୨୨ରେ ୧୭୯.୧୬ ମିମି ବର୍ଷା ହୋଇଥିଲା। କେରଳକୁ ମୌସୁମୀ ଛୁଇଁ ସାରିଥିବାବେଳେ ଓଡ଼ିଶାକୁ ବିଳମ୍ବ ଥିବା କୁହାଯାଉଛି। ଏଭଳିସ୍ଥଳେ ଜିଲାରେ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ମେଗା ଉଠାଜଳସେଚନ ପ୍ରକଳ୍ପରେ ଅନିୟମିତତା, ହରିଲୁଟ ଏବଂ କ୍ଷେତରେ ପାଣି ମାଡ଼ିବାରେ ବିଳମ୍ବ ଚାଷୀକୁଳଙ୍କୁ ବ୍ୟଥିତ କରିଛି। ଅନ୍ୟପକ୍ଷରେ ଚଳିତବର୍ଷ ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି। ହେଲେ ଖଣି ଓ ଶିଳ୍ପାଞ୍ଚଳରେ ଅଧିକ ପ୍ରଦୂଷଣ କାରଣରୁ ଯାଜପୁର ଜିଲାର ଚାଷୀ ଆଶଙ୍କାରେ ରହିଛନ୍ତି।
କମ୍ପାନୀଗୁଡ଼ିକରୁ ନିର୍ଗତ ବିଷାକ୍ତ ବର୍ଜ୍ୟଜଳରେ ଧାନ ଫସଲ ନଷ୍ଟ ହୋଇଯାଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ସୁକିନ୍ଦା ଖଣି ଅଞ୍ଚଳର ଚାଷୀମାନେ ଏନେଇ ପ୍ରାୟ ବର୍ଷ ଅଭିଯୋଗ କରି ଆସୁଛନ୍ତି। ଏହିସବୁ ପ୍ରାକୃତିକ ବିପର୍ଯ୍ୟୟରେ ଫସଲହାନି ହେବା ସହ ବହୁ ଧନଜୀବନ ନଷ୍ଟ ହେଉଛି। ଜୁନ୍‌ରେ ଗତ ୩ବର୍ଷର ବୃଷ୍ଟିପାତକୁ ଅବଲୋକନ କଲେ ଜଣାପଡ଼େ ଯେ, ଜିଲାରେ ଆଶାନୁରୂପ ବର୍ଷା ହୋଇନାହିଁ। ବିଶେଷକରି ଚାଷୀ ନିର୍ଭର କରୁଥିବା ଜୁନ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ବୃଷ୍ଟିପାତ ହାର ସ୍ବାଭାବିକ ହୋଇପାରୁନାହିଁ। ଅନ୍ୟପକ୍ଷରେ ଚାଷ ପାଇଁ ଉପଯୁକ୍ତ ସମୟରେ ବର୍ଷା ନ ହୋଇ କାଳବୈଶାଖୀ ଓ ଅଦିନିଆ ବର୍ଷା ଏଠାରେ ଲାଗି ରହୁଛି। ଏପରି ଭାବେ ବୃଷ୍ଟିପାତରେ ଅନିୟମିତତା ଯୋଗୁ ଜିଲା ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି। ଯାଜପୁର ଜିଲାର ସୁକିନ୍ଦା, ରସୁଲପୁର, ବରୀ ଓ ଧର୍ମଶାଳା ବ୍ଲକରେ ଧାନ ଚାଷ ସହ ପନିପରିବାକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି। ଚଳିତବର୍ଷ କେତେଜଣ ଚାଷୀ ଧାନବୁଣା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ହେଲେ ମୌସୁମୀ ଆଗମନରେ ବିଳମ୍ବ ହେବା ଚାଷୀକୁଳଙ୍କୁ ହତାଶ କରିଛି ବୋଲି କୁହାଯାଉଛି। ଜିଲାରେ ନିର୍ମାଣାଧୀନ ୧୨ ଟି ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତି ନୈରାଶ୍ୟଜନକ ହୋଇଥିବାବେଳେ ଏଯାଏ ଗୋଟିଏ ବି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ଏହି ଯୋଜନାରେ ଜିଲାର ୧୨,୮୦୦ ହେକ୍ଟର ଜମିକୁ ଜଳସେଚନ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ଅଥଚ ଉପରୋକ୍ତ ସମସ୍ତ ପ୍ରକଳ୍ପରେ ଏଯାଏ ପାଇପ ବିଛା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଠିକାସଂସ୍ଥା ଏବଂ ବିଭାଗୀୟ ଯନ୍ତ୍ରୀ ସରକାରଙ୍କ ରୋଷର ଶିକାରରୁ ବର୍ତ୍ତିବା ପାଇଁ ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି ବୋଲି ବିଭାଗ ପକ୍ଷରୁ ରିପୋର୍ଟ ଦିଆଯାଇଛି। ଏଥିଯୋଗୁ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ବିପୁଳ ପରିମାଣର ଟଙ୍କା କୃଷକମାନଙ୍କ କାର୍ଯ୍ୟରେ ନ ଲାଗି ଠିକାସଂସ୍ଥା ସ୍ବାର୍ଥରେ ଲାଗିଛି ବୋଲି ଅଭିଯୋଗ ହେଉଛି। ଧର୍ମଶାଳା ବ୍ଲକର ମଙ୍ଗଳପୁର, ଉତ୍ତରପ୍ରତାପ, ନରସିଂହପୁର ଓ ନୀଳକଣ୍ଠପୁର, ଦେଉଦା, ସେରପୁର, ବାସୁଦେଇପୁର, ମିର୍ଜାପୁର, ମଙ୍ଗଳପୁର, କୋଠଡ଼ିହ, କୋତପୁର, ଅରାବଳ ଓ ବଡ଼ନହନଙ୍ଗରା, ରସୁଲପୁର ବ୍ଳକର ସିଙ୍ଗାପୁର, ବନ୍ଧଡ଼ିହ, ମଠସାହି, ସାହାପଡ଼ାର, ଜୟସିଂହଡ଼ା, ଗୋଳକୁଣ୍ଡ, ମେଣ୍ଢର, କଟଣା ଓ ସଇସଣ୍ଢା, ହରିପୁର, ବଡଚଣା ବ୍ଳକର ବଡ଼ବାଲିକୁଦା ଆଦି ପଞ୍ଚାୟତର ଚାଷୀମାନେ ମେଗା ଉଠା ଜଳସେଚନ ପ୍ରକଳ୍ପ ପାଣିକୁ ଚାହିଁ ରହିଛନ୍ତି। ବର୍ଷାରେ ଅନିୟମିତତା ସମେତ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକରୁ ଚାଷୀଙ୍କ ସେଚ ଆଶା ଧୂଳିସାତ୍‌ ହୋଇଛି ବୋଲି ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?