ଯାଜପୁରରେ ଭୋଟ ଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ
ଯାଜପୁର,୧।୬: ରାଜ୍ୟରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଚାଲିଛି। ଏହି କ୍ରମରେ ଯାଜପୁରରେ ଭୋଟ ଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଏଥର ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢୁଛନ୍ତି ପ୍ରଣବ । ସୂଚନାଯୋଗ୍ୟ, ଆଜି...
ବଡ଼ଚଣା: ନିର୍ଣ୍ଣାୟକ ଭୂମିକା ନେବେ ନୀରବ ଭୋଟର
ଚଣ୍ଡିଖୋଲ,୩୧ା୫(ପ୍ରଦୀପ୍ତ କୁମାର ପୃଷ୍ଟି): ମତଦାନ ସମୟ ପାଖେଇ ଆସୁଥିଲେ ମଧ୍ୟ ବଡ଼ଚଣା ବିଧାନସଭା ନିର୍ବାଚନ କ୍ଷେତ୍ରରେ ସେତେ ଉଷ୍ମତା ଦେଖା ଯାଉନାହିଁ। କେବଳ କେତେକ ସଭା ସମିତିକୁ ଛାଡ଼ିଦେଲେ ଗ୍ରାମାଞ୍ଚଳରେ ପୂର୍ବ ଭଳି ଉତ୍ସାହ ଉନ୍ମାଦନା ଦେଖିବାକୁ ମିଳୁନାହିଁ। ଏପରିକି...
ବିଦ୍ୟୁତ୍ ଠିକାଦାରଙ୍କ ଘରେ ଆଇଟି ରେଡ୍
ଯାଜପୁର,୩୦ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ହାଟପାଟଣା ଅଞ୍ଚଳରେ ଆଇଟି ରେଡ୍ କରାଯାଇଛି। ବିଦ୍ୟୁତ୍ ଠିକାଦାର ଧରଣୀ ସାହୁଙ୍କ ବାସଭବନରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ୪ଜଣିଆ ଆଇଟି ଟିମ୍ ପକ୍ଷରୁ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି।
ଭାଜପା ରୋଡ୍ ଶୋ’ରେ ବ୍ୟବହୃତ ବାଣରୁ ଅଗ୍ନିକାଣ୍ଡ
ବିଞ୍ଝାରପୁର,୩୦ା୫(ରାମକୃଷ୍ଣ ଦାସ):ଭାଜପା ରୋଡ୍ ଶୋ’ରେ ବ୍ୟବହୃତ ବାଣରୁ ବିଞ୍ଝାରପୁର ଥାନା ଛକରେ ବୁଧବାର ମଧ୍ୟାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଥାନାଛକର ଏକ କାଠ ତିଆରି ସାମଗ୍ରୀ ଦୋକାନ ସମୂର୍ଣ୍ଣ ଜଳିପୋଡି ଭସ୍ମ ହୋଇଯାଇଛି। ସୂଚନା ମୁତାବକ, ମାଇଁନ୍ଦା ଛକରୁ...
ହିମାଂଶୁ ଶେଖରଙ୍କୁ ଦଳରୁ ବିଦା କଲା ଭାଜପା
ଭୁବନେଶ୍ୱର,୨୯।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଭାଜପା ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ହିମାଂଶୁ ଶେଖର ସାହୁଙ୍କୁ ଦଳରୁ ବହିଷ୍କାର କରିଛି ଭାଜପା। ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ଏହି ବହିଷ୍କାର କରାଯାଇଛି। ଦଳ ସଭାପତି...
ବିଶ୍ୱରଞ୍ଜନ, ବର୍ଷା, ସ୍ମୃତିରେଖା, ବବିତାଙ୍କ ନାମରେ ମାମଲା
ଯାଜପୁର,୨୯ା୫(ହର୍ଷବର୍ଦ୍ଧନ ବେହେରା):ଭାରତୀୟ ଗଣତନ୍ତ୍ର ପାଇଁ ରାଜନୀତିର ଅପରାଧୀକରଣ ଉଦ୍ବେଗର ବିଷୟ। ଏହାସହ ପ୍ରାର୍ଥୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ମଧ୍ୟ ରାଜନୀତି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହିକ୍ରମରେ ଚଳିତ ସାଧାରଣ ନିର୍ବାଚନରେ ଯାଜପୁର ସଂସଦୀୟ କ୍ଷେତ୍ରର ୭ ବିଧାନସଭା...
ମାଟ୍ରିକ ପରୀକ୍ଷାରେ କମ୍ ନମ୍ବର ରହିବାରୁ ଛାତ୍ରଙ୍କ ଆତ୍ମହତ୍ୟା
କାଳିଆପାଣି,୨୮ା୫(ଅସିତ୍ ମହାନ୍ତ):ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳର ଜଣେ ଛାତ୍ର ମାଟ୍ରିକ ପରୀକ୍ଷାରେ କମ୍ ନମ୍ବର ରଖିଥିବାରୁ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସୁକିନ୍ଦା ଜଗନ୍ନାଥ ନୋଡାଲ ହାଇସ୍କୁଲର ଛାତ୍ର ପ୍ରଜ୍ଞା କୁମାର ପଣ୍ଡା। ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା...
ଯାଜପୁର ଜିଲା: ଫୋକସ୍ରେ ମହିଳା ପ୍ରାର୍ଥୀ
ଯାଜପୁର,୨୬ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନ ୭ ବିଧାନସଭା ଆସନରେ ଆସନ୍ତା ୧ ତାରିଖରେ ଭୋଟଗ୍ରହଣ ହେବ। ପ୍ରାର୍ଥୀ ଓ କର୍ମୀମାନେ ଗାଁକୁ ଗାଁ ବୁଲୁଥିବାରୁ ଗ୍ରାମାଞ୍ଚଳରେ ନିର୍ବାଚନୀ ପରିବେଶ ସରଗରମ ହୋଇଛି। ଏଥର...
ଭୋଟ ଦେବେନି ପିହୁଙ୍କ ମା’ ମୋନାଲିସା
ବିଞ୍ଝାରପୁର,୨୪ା୫(ରାମକୃଷ୍ଣ ଦାସ):ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୂସୁଦନପୁର ଗ୍ରାମର ବହୁ ଚର୍ଚ୍ଚିତ ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ(ପିହୁ) ନିଖୋଜ ଘଟଣାରେ ପୂର୍ଣ୍ଣଛେଦ ପଡ଼ୁନାହିଁ। ନ୍ୟାୟ ପାଇଁ ସଂଘର୍ଷ କରୁଥିବା ପିହୁଙ୍କ ମା’ ମୋନାଲିସା ନାୟକ ଚଳିତ ଥର ସାଧାରଣ ନିର୍ବାଚନରେ...
ରାସ୍ତା କାମର ୨ ଦିନ ପରେ ଉଠିଗଲା ପିଚୁ
ପାଣିକୋଇଲି,୨୩ା୫(ବିକାଶ ମଲ୍ଲିକ): ଜାତୀୟ ରାଜପଥ ୧୬ଠାରୁ ହାଟସାହି ଭାୟା ସୋତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏହାର ଅବଧି ଶେଷ ହୋଇ ସାରିଥିଲେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏହା ମଧ୍ୟରେ...
ବିପଦସଙ୍କୁଳ ଅବସ୍ଥାରେ ଷ୍ଟ୍ରିଟ୍ଲାଇଟ୍ ବିଦ୍ୟୁତ୍ ତାର
ପାଣିକୋଇଲି,୨୩।୫(ବିକାଶ ମଲ୍ଲିକ):ପାଣିକୋଇଲି ୨୦ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଉଜ୍ଜ୍ୱଳ ଆଲୋକ ଜଳୁଛି। ଫଳରେ ଏହା ପାଣିକୋଇଲିର ଶୋଭା ବର୍ଦ୍ଧନ କରିବା ସହ ଲୋକଙ୍କ ରାତ୍ରିକାଳୀନ ଯାତାୟାତରେ ସହାୟକ ହେଉଛି। ରାଜ୍ୟ ବାହାରୁ ବା ବିଭିନ୍ନ ଜିଲାରୁ ଯାତାୟାତ...
ପୋଖରୀରୁ ପାଣି ପିଇବାରୁ ଗାଈଙ୍କୁ ଗୁଳି
ରଘୁନାଥପୁର,୨୩।୫, (ରାଜେନ୍ଦ୍ର ନାରାୟଣ ସିଂହ): ବର୍ବରତା ସୀମା ଟପିଲା। ଗୋରୁ ପୋଖରୀରୁ ପାଣି ପିଇବାରୁ ସେମାନଙ୍କ ଉପରେ ଗୁଳି ମାଡ଼ ହୋଇଛି। ଫଳରେ ୩ ଗୋରୁ ଓ ଏକ ବାଛୁରୀ ଆହତ ହୋଇଛନ୍ତି। ଏଭଳି ଘଟଣା ରଘୁନାଥପୁର ଥାନା ପୂରଣଓଡପଡ଼ା ଗ୍ରାମରେ...
Archives


