ଡିଏମ୍‌ଏଫ୍‌ ପାଣ୍ଠିର ହରିଲୁଟ୍‌ ହୋଇଛି: ବିଧାୟକ

ଯାଜପୁର,୧ା୯(ହର୍ଷବର୍ଦ୍ଧନ ବେହେରା): ଖଣି ଓ ଶିଳ୍ପାୟନ ଯୋଗୁ ପ୍ରଭାବିତ ଅଞ୍ଚଳବାସୀଙ୍କ ଥଇଥାନ ତଥା ପ୍ରଦୂଷଣଜନିତ କ୍ଷୟକ୍ଷତିର ଭରଣା ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ପାଣ୍ଠି ଗଠନ ହୋଇଛି। କିନ୍ତୁ ଏହି ପାଣ୍ଠିରେ ଆଦାୟ ହେଉଥିବା ଅର୍ଥରେ ସୁକିନ୍ଦା ଓ ଧର୍ମଶାଳା ଖଣି ଏବଂ ଦାନଗଦି ଶିଳ୍ପାଞ୍ଚଳରେ ବିନିଯୋଗ ନୈରାଶ୍ୟଜନକ ରହିଛି। ଏପରିକି ଏକାଧିକ ଉନ୍ନୟନ ପ୍ରକଳ୍ପ କରିବାକୁ ପ୍ରତିଶ୍ରୁତି ମଧ୍ୟ ଫସର ଫାଟିଛି। ଅନ୍ୟପକ୍ଷେ ଅଣ ଖଣି ଅଞ୍ଚଳରେ ଡିଏମଏଫ୍‌ ପାଣ୍ଠିରୁ ସମ୍ମିଳନୀ, ଡାକ୍ତରଖାନା ପାଇଁ ଜମି କିଣା, ଆଦର୍ଶ ବିଦ୍ୟାଳୟ, ପର୍ଯ୍ୟଟନ, ଶିକ୍ଷା, ମହାପୁରୁଷଙ୍କ ମୂର୍ତ୍ତି ନିର୍ମାଣ ଆଦି କ୍ଷେତ୍ରରେ ବିପୁଳ କୋଟି ଟଙ୍କା ଖର୍ଚ୍ଚ ହେଉଛି ବୋଲି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଅଭିଯୋଗ ଆଣିଛନ୍ତି। ଶନିବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଧାୟକ ସାହୁ ଯୋଗଦେଇ ଆହୁରି କହିଛନ୍ତି ଯେ, ଜିଲାର ସମସ୍ତ ଗରିବ ଲୋକଙ୍କୁ ଏଯାଏ ପକ୍କାଘର ମିଳି ନ ଥିବାବେଳେ ଯାଜପୁର ପ୍ରବେଶ ପଥରେ ବିପୁଳ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଜୁବାବୁଙ୍କ ୨୦ ପୁଟ ଉଚ୍ଚତାବିଶିଷ୍ଟ ଏକ ମୂର୍ତ୍ତି ତିଆରି ହୋଇଛି। ଏହି ମୂର୍ତ୍ତି ଡିଏମ୍‌ଏଫ୍‌ ପାଣ୍ଠିରୁ ନିର୍ମାଣ ହୋଇଥାଇପାରେ ବୋଲି ସେ ସନ୍ଦେହ କରିଛନ୍ତି। ଖଣି ପ୍ରଭାବିତ ଅଞ୍ଚଳରେ ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ୍ଚ ନ କରି କାହାର ନିର୍ଦ୍ଦେଶରେ ଅଣ ଖଣି ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିପାଇଁ ଯାଜପୁରର ପୂର୍ବତନ ବିଧାୟକଙ୍କୁ ସେ ଦାୟୀ କରିଛନ୍ତି।
ଜିଲାପାଳ ଡିଏମ୍‌ଏଫ୍‌ ପାଣ୍ଠିର ମ୍ୟାନେଜିଂ ଟ୍ରଷ୍ଟି ଥିବାବେଳେ ଏମ୍‌ପି, ସୁକିନ୍ଦା ବିଧାୟକ, ସୁକିନ୍ଦା ପଞ୍ଚାୟତ ସମିତି ଅଧ୍ୟକ୍ଷା, ସୁକିନ୍ଦା ଜିଲା ପରିଷଦର ସଭ୍ୟାସଭ୍ୟ, ସୁକିନ୍ଦା ସରପଞ୍ଚଙ୍କୁ ଏହି କମିଟିରେ ରଖାଯାଇଛି। ମୁଖ୍ୟତଃ ଏହି ଅର୍ଥରାଶି ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଖଣି ମାଲିକ ସରକାରଙ୍କୁ ଦେଉଥିବା ରାଜସ୍ବର ୩୦ ପ୍ରତିଶତ ଅର୍ଥ ଡିଏମ୍‌ଏମ୍‌ ପାଣ୍ଠିିକୁ ଯାଇଥାଏ । ତଦନୁସାରେ ଏଯାଏ ପ୍ରାୟ ୨୩୦୦ କୋଟି ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି। ସୁକିନ୍ଦା ଓ ଦାନଗଦି ବ୍ଲକ ଅଞ୍ଚଳରେ ଥିବା ୧୬ଟି ଖଣି ଓ ଶିଳ୍ପ ସଂସ୍ଥା ୧୫୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଡିଏମ୍‌ଏଫ୍‌ ପାଣ୍ଠିକୁ ଦେଇଛନ୍ତି। କିନ୍ତୁ ଏହି ଅଞ୍ଚଳରେ ୭ ବର୍ଷ ହେବ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବିତ ଟମକା-ମଙ୍ଗଳପୁର ୪ ଥାକିଆ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ନଗଡ଼ା ପାର୍ଶ୍ୱବର୍ତ୍ତୀ ତୁମୁଣି ଓ ଗୁହିଆଶାଳାକୁ ଏଯାଏ ରାସ୍ତା ନିର୍ମାଣ ହୋଇପାରିନାହିଁ। ନଗଡ଼ାରେ ଶିଶୁମୃତ୍ୟୁ ଘଟଣା ପରେ କାଳିଆପାଣିରେ ଏକ ସରକାରୀ ଡାକ୍ତରଖାନା ପ୍ରତିଷ୍ଠା କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଟାଟା ଷ୍ଟିଲ ହସ୍ପିଟାଲ ଗୃହ ସରକାରଙ୍କୁ ହସ୍ତାନ୍ତର ହୋଇଥିଲା। ହେଲେ ଦୁର୍ଭାଗ୍ୟ ଯେ, ସେଠାରେ ଜଣେ ଡାକ୍ତର ଡେପୁଟେଶନରେ ସପ୍ତାହରେ ୨ ଦିନ ଆସିବାକୁ ନିର୍ଦ୍ଧାରଣ ହୋଇଥିବାବେଳେ ଜଣେ ଲେଖାଏ ନର୍ସ ଓ କମ୍ପାଉଣ୍ଡର ଅଛନ୍ତି। ଏମାନେ ସମସ୍ତେ ଡିଏମ୍‌ଏଫ୍‌ ପାଣ୍ଠିରୁ ଦରମା ପାଉଥିବା ଜଣାପଡିଛି। ଓଏମ୍‌ବିଏଡିସି ପାଣ୍ଠିରୁ ୨୨୩ କୋଟି ଟଙ୍କାରେ ସୁକିନ୍ଦା ଅଞ୍ଚଳର ୨୫ଟି ପଞ୍ଚାୟତବାସୀଙ୍କ ପାଇଁ ୩ଟି ମେଗା ଜଳଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଛି। ହେଲେ ଏବେ ବି କାଙ୍କଡପାଳ, ରାହଁାସୋଲ, ଚିଙ୍ଗୁଡିପାଳ, କାଳିଆପାଣି, ଦୁଧୁଯୋରୀ, କଅଁସ, ପିମ୍ପୁଡିଆ, କୁହିକା ଆଦି ପଞ୍ଚାୟତର ଶତାଧିକ ପରିବାର ସ୍ବଚ୍ଛ ପାଇପ ଜଳରୁ ବଞ୍ଚିତ ରହିଛନ୍ତି। କାଳିଆପାଣି ହାଇସ୍କୁଲରେ ଏକ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ହୋଇଥିବା ପ୍ରଶାସନିକ ପ୍ରତିଶ୍ରୁତି ପାଣିର ଗାର ହୋଇଛି। ସୁକିନ୍ଦା ଖଣି ଅଞ୍ଚଳରେ ଏଯାଏ ଗୋଟିଏ ବି ଆଦର୍ଶ ବିଦ୍ୟାଳୟ ହୋଇ ନ ଥିବାବେଳେ ଏହି ଡିଏମ୍‌ଏଫ୍‌ ପାଣ୍ଠିରୁ ଜିଲାର ଅନ୍ୟ ବ୍ଲକଗୁଡିକରେ ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ହୋଇଛି। କାଳିଆପାଣି ଅଞ୍ଚଳରେ ଏକ ଷ୍ଟାଡିୟମ ନିର୍ମାଣ କରିବାକୁ ଦାବି ହେଉଥିଲେ ହେଁ ତାହା କେହି ଶୁଣୁନାହାନ୍ତି। ଖଣି ଅଞ୍ଚଳରେ ଏଭଳି ଅନେକ ସମସ୍ୟା ଲାଗି ରହିଥିଲେ ହେଁ ଅର୍ଦ୍ଧାଧିକ ଡିଏମ୍‌ଏଫ୍‌ ପାଣ୍ଠିକୁ ଜିଲା ସଦର ମହକୁମାରେ ବିଭିନ୍ନ କାର୍ଯ୍ୟରେ ବିନିଯୋଗ ହୋଇଛି ବୋଲି ବିଧାୟକ ସାହୁ ଅଭିଯୋଗ କରିଛନ୍ତି। ଧର୍ମଶାଳା କଳାପଥର ଖାଦାନରୁ ମଧ୍ୟ ଡିଏମଏଫ୍‌ ପାଣ୍ଠିରେ ଅର୍ଥ ଜମା ହୋଇଛି। ହେଲେ ଧର୍ମଶାଳା ଅଞ୍ଚଳରେ ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ ଅତି ନୈରାଶ୍ୟଜନକ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷେ ଡିଏମ୍‌ଏଫ୍‌ ଅଧିକାରୀ କୁମାର ଶୁଭାଶିଷ କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ଡିଏମଏଫ୍‌ ପାଣ୍ଠିରେ ନିର୍ମାଣ ହୋଇନାହିଁ। ଜିଲା ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆଙ୍କୁ ପଚାରିବାରେ ସେ କହିଛନ୍ତି, ବିଜୁବାବୁଙ୍କ ମୂର୍ତ୍ତି କେଉଁ ପାଣ୍ଠିରେ ନିର୍ମାଣ ହୋଇଛି ସେ ଜାଣିନାହାନ୍ତି। କାଗଜପତ୍ର ଦେଖିଲା ପରେ କହି ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?