ଯାଜପୁର

ବେଦାନ୍ତର ଓସ୍ତପାଳ ଖଣି ବନ୍ଦ

ଯାଜପୁର ଅଫିସ,୨୭। ୭: ବେଦାନ୍ତ କମ୍ପାନୀ ଦ୍ୱାରା ପରିଚାଳିତ ଯାଜପୁର ଜିଲା ଓସ୍ତପାଳ କ୍ରୋମାଇଟ୍‌ ଖଣିକୁ ଭାରତ ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ୍‌ ମାଇନ୍ସ ସେଫଟି (ଡିଜିଏମ୍‌ଏସ୍‌) ପକ୍ଷରୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି...

ଯାତ୍ରୀଙ୍କୁ ଲିଫ୍ଟ ଆଳରେ ଲୁଟୁଥିଲେ

ରସୁଲପୁର,୨୬।୭(ଡି.ଏନ.ଏ.): କୁଆଖିଆ ଥାନା ପୋଲିସ ରବିବାର ଜଣେ ଲୁଟେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଢେଙ୍କାନାଳ ଜିଲା ଭୁବନ ଥାନା ଓଡ଼ିଶୋ ଗ୍ରାମର ବ୍ରଜବନ୍ଧୁ ରଣା (୫୩)। ବ୍ରଜବନ୍ଧୁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଲିଫ୍ଟ ଦେବା ଆଳରେ...

ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଜବତ: ୫ ବର୍ଷ ପରେ ବି…

ଯାଜପୁର ଅଫିସ/କୋରେଇ/ ରଗଡ଼ି(ଡି.ଏନ.ଏ.),୨୫ା୭: ଯାଜପୁର ଜିଲା କୋରେଇ ଥାନା ଗୌରପୁର ପଞ୍ଚାୟତ ଯୁଗଳ ଗ୍ରାମରେ ଏକ ଦମ୍ପତିଙ୍କ ଝୁଲନ୍ତା ମୃତଦେହକୁ ଶନିବାର ପୃଥକ୍‌ ଭାବେ ଜବତ କରାଯାଇଛି। ସେମାନେ ହେଲେ ଶାନ୍ତନୁ ଜେନା ଏବଂ ତାଙ୍କ ସ୍ତ୍ରୀ ସବିତା। ଶ୍ରମିକ...

ପ୍ରେମିକା ଗର୍ଭବତୀ ଜାଣିବା ପରେ ପ୍ରେମିକ ଫେରାର

ଚଣ୍ଡିଖୋଲ,୨୩।୭(ଡି.ଏନ.ଏ): ପ୍ରେମ ସମ୍ପର୍କ। ବିବାହର ପ୍ରତିଶ୍ରୁତି। ଶାରୀରିକ ସମ୍ପର୍କ ପରେ ପ୍ରେମିକା ଗର୍ଭବତୀ। ପ୍ରେମିକାଙ୍କୁ ପ୍ରତାରଣା ଦେଇ ପ୍ରେମିକ ଫେରାର। ଏଭଳି ଅଭିଯୋଗ ହୋଇଛି ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନାରେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୨୧୪/୨୧) ରୁଜ୍ଜୁ...

ଚାଲିଛି ଗଛ କଟା, ପ୍ରଶାସନ ନୀରବଦ୍ରଷ୍ଟା

ବରୀ,୨୩ା୭(ଡି.ଏନ.ଏ.): ବରୀ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରୁ ବେଧଡ଼କଭାବେ ଗଛକଟା ଚାଲିଛି। ହେଲେ ଏଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଗୁରୁବାର ବରୀ କଳାମାଟିଆ ପୂର୍ତ୍ତବିଭାଗ ରାସ୍ତାକୁ ସଂଯୋଗ କରୁଥିବା...

ପଥଚାରୀଙ୍କ ପାଇଁ କାଳ ପେଲେଟ

ଯାଜପୁର ଅଫିସ,୨୩।୭: ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌) କର୍ତ୍ତୃପକ୍ଷଙ୍କ ମନମାନି ଅଣାୟତ୍ତ ହେବାରେ ଲାଗିଛି। ଯାଜପୁରରୋଡ-ଡୁବୁରୀ ରାସ୍ତାର ବିଆର୍‌ପିଏଲ୍‌ କାରଖାନା ସମ୍ମୁଖରେ ଲୁହାପଥର ଗୋଲି (ପେଲେଟ) ପଡ଼ି ପଥଚାରୀଙ୍କ ଜୀବନ ପ୍ରତି କାଳ ହେଉଛି। ଏହି ରାସ୍ତାଦେଇ ବିଭିନ୍ନ...

ଟିଏସ୍‌ଏମ୍‌ଏଲ୍‌, ଜେଏସ୍‌ଏଲ୍‌ ମଧ୍ୟରେ ଚୁକ୍ତି ସ୍ବାକ୍ଷର

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୨୦।୭: ଟାଟା ଷ୍ଟିଲ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌) ଓ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ମଧ୍ୟରେ ମିଳିତ କ୍ରୋମପଥର ଖନନକୁ ନେଇ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଯାଜପୁର ଜିଲା ଅନ୍ତର୍ଗତ ସୁକିନ୍ଦାଠାରେ ଉଭୟ କମ୍ପାନୀର ଖଣି...

୩ ପିଲାଙ୍କୁ ଅନାଥ କଲା କାମଳ ରୋଗ

ରସୁଲପୁର,୧୯ା୭(ଡି.ଏନ.ଏ.): ରସୁଲପୁର ବ୍ଲକ ପହଁଗା ପଞ୍ଚାୟତରେ କାମଳ ରୋଗ ୨ ଜଣଙ୍କ ଜୀବନ ନେଇଛି। ଗୋଟିଏ ପରିବାରର ଦମ୍ପତି ଏହି ରୋଗରେ ଆରପାରିକୁ ଚାଲିଯାଇଛନ୍ତି। ୫ବର୍ଷ ପୂର୍ବେ ସ୍ତ୍ରୀ ସରାଗୀ ଦଳାଇ ଉକ୍ତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ।...

ସୁରକ୍ଷା ବଳୟରେ ପାକ୍ସ ସମ୍ପାଦକ

ଯାଜପୁର ଅଫିସ,୧୯।୭: ରାଜ୍ୟର ୧୪୦ ପ୍ରାଇମେରୀ ଏଗ୍ରିକଲଚରାଲ କ୍ରେଡିଟ୍‌ ସୋସାଇଟି (ପାକ୍ସ) ଓ ଲାର୍ଜ ଏରିଆ ମଲ୍‌ଟିପରପୋଜ୍‌ ସୋସାଇଟି (ଲାମ୍ପସ୍‌)ର ୧୭୪ ଜଣ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ସମ୍ପାଦକ, ଭାରପ୍ରାପ୍ତ ସମ୍ପାଦକ,...

କାରଖାନା ଫେରାଉଛି ଗରଳପାଣି

ଯାଜପୁର ଅଫିସ,୧୮।୭: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜଳ ପ୍ରଦୂଷଣ ଉତ୍କଟ ହୋଇଛି। ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତାରୁ କାରଖାନାଗୁଡିକ ନିର୍ମଳ ପାଣି ନେଇ ସ୍ଥାନୀୟ ଅଞ୍ଚଳକୁ ଫେରାଉଛନ୍ତି ଗରଳ। ଏଥିଯୋଗୁ ଗଣ୍ଡାନାଳର ପାଣିରେ ଅତି ବିଷାକ୍ତ ସାଏନାଇଡ୍‌...

ଆଇଏପି ଅନିୟମିତତାର ତଦନ୍ତ ନିର୍ଦ୍ଦେଶ

ଯାଜପୁର ଅଫିସ,୧୬।୭: ମାଓବାଦୀ ଉପଦ୍ରୁତ ଆଦିବାସୀ ତଥା ପଛୁଆ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ସମନ୍ବିତ କାର୍ଯ୍ୟକ୍ରମ ଯୋଜନା ବା ଇଣ୍ଟିଗ୍ରେଟେଡ ଆକ୍ସନ ପ୍ଲାନ (ଆଇଏପି) ଇତିମଧ୍ୟରେ ବନ୍ଦ ହୋଇଯାଇଛି। ତେବେ ଏହି ଯୋଜନାରେ ଯାଜପୁର...

୪ ଶିଶୁ ଅପପୁଷ୍ଟିର ଶିକାର

କଳିଙ୍ଗନଗର,୧୬।୭(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ସଂସାଇଲୋ ପଞ୍ଚାୟତ ଅଧୀନ ନାକଦେଇ ଗ୍ରାମ। ସେହି ଗ୍ରାମର ୪ ଆଦିବାସୀ ଭାଇଭଉଣୀ ଏବେ ଅପପୁଷ୍ଟିର ଶିକାର ହୋଇଛନ୍ତି। ଚାଲିବାକୁ ସେମାନଙ୍କର ଶକ୍ତି ନାହିଁ। ସାନ ଭାଇ ଓ ଭଉଣୀ ଏବେ ବିଛଣାରୁ...

Advertisement
Archives

Model This Week

Why Dharitri