ବରୁଣେଶ୍ୱର ପୀଠ କାର୍ଯ୍ୟ ବିଳମ୍ବ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ପ୍ରୀତିପୁର,୨୩ା୮(ସୁଶାନ୍ତ ବେହୁରିଆ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବରୁଣେଶ୍ୱର କ୍ଷେତ୍ରର ରୂପାନ୍ତରୀକରଣ କାର୍ଯ୍ୟ ବିଳମ୍ବକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପୀଠର ବିକାଶ ପାଇଁ ତତ୍କାଳୀନ ସରକାର ଘୋଷଣା କରିବା ପରେ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଥିଲା। ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଏଥିନିମନ୍ତେ ଟେଣ୍ଡର କରାଯାଇ ବିଶ୍ୱନାଥ ସାହୁ ନାମକ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଏଥିନିମନ୍ତେ ୩.୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଏହି ଅର୍ଥରେ ବରୁଣେଶ୍ୱର ପୀଠ ଚତୁଃପାର୍ଶ ପାଚେରି, ପୁଷ୍କରିଣୀ, ରୋଷଘର, ଶୌଚାଳୟ ସମେତ ମୁଖ୍ୟମନ୍ଦିରକୁ ଭଙ୍ଗାଯାଇ ସୁଉଚ୍ଚ ମନ୍ଦିର କରାଯିବାକୁ ଡିଜାଇନ ପ୍ରସ୍ତୁତ ହୋଇଥିଲା। ମାତ୍ର ପ୍ରଥମେ ଜାଗା ମାପଚୁପ କରାଯାଇ ପାଚେରି ନିର୍ମାଣ କରାଯିବାକୁ ସ୍ଥାନୀୟ ସରପଞ୍ଚଙ୍କ ସମେତ ଅଞ୍ଚଳବାସୀ ଦାବିକରିବାରୁ କାର୍ଯ୍ୟ ବିଳମ୍ବ ହୋଇଥିଲା। ଏହାପରେ ସାଧାରଣ ନିର୍ବାଚନ ହୋଇଥିଲା। ସରକାର ପରିବର୍ତ୍ତନ ହେବାରୁ ସମ୍ପୃକ୍ତ ଠିକାଦାର କାର୍ଯ୍ୟ କରିବାକୁ ଅମଙ୍ଗ ହୋଇଥିଲେ। ରାଜ୍ୟରେ ନୂଆ ସରକାର ୫-ଟି ବ୍ୟବସ୍ଥାକୁ ରଦ୍ଦ କରିବା ଦ୍ୱାରା ବରୁଣେଶର କ୍ଷେତ୍ରର ରୂପାନ୍ତୀକରଣ ବନ୍ଦ ହୋଇଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏତିକିବେଳେ ଭାଜପା ନେତ୍ରୀ ବବିତା ମଲିକ କାର୍ଯ୍ୟ ବିଳମ୍ବ ପଛରେ ପିସି କାରବାର ଓ ସ୍ଥାନୀୟ ବିଧାୟିକାଙ୍କୁ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ ଖୁବ୍‌ଶୀଘ୍ର ମନ୍ଦିର ରୂପାନ୍ତରିକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଜେଡି ଖବରଦାତା ସମ୍ମିଳନୀ କରି ଦୃଢ଼ୋକ୍ତି ପ୍ରକାଶ କରିଛି। ଏ ସମ୍ପର୍କରେ ପୂର୍ତ୍ତ ଓ ଗୃହନିର୍ମାଣ ବିଭାଗ ସହକାରୀ ଅଧୀକ୍ଷଣ ଯନ୍ତ୍ରୀ ରାମଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ଠିକାଦାରଙ୍କୁ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ତାଗିଦ କରାଯାଇଛି। ଯଦି ସେ କାର୍ଯ୍ୟ ଆରମ୍ଭ ନ କରନ୍ତି ତେବେ ପୁନର୍ବାର ଟେଣ୍ଡର କରିଯିବ। ବିଞ୍ଝାରପୁର ତହସିଲଦାରଙ୍କୁ ପଚାରିବାରେ ଶୁକ୍ରବାର ବରୁଣେଶ୍ୱର ପୀଠରେ ଥିବା ସରକାରୀ ଜମି ମାପଚୁପ କରାଯିବ ବୋଲି କହିଛନ୍ତି।
ବାବା ବରୁଣେଶ୍ୱର ପୀଠର ବିକାଶ ନିମନ୍ତେ ଦଳ ମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି ଯୁବ ବିଜେଡି ନେତା ଜିତେନ୍ଦ୍ର ପ୍ରଧାନ କହିଛନ୍ତି। ପୀଠର ବିକାଶ ନିମନ୍ତେ ସ୍ଥାନୀୟ ବିଧାୟିକାଙ୍କ ପିସି କାରବାର ହିଁ ପ୍ରମୁଖ ପ୍ରତିବନ୍ଧକ ବୋଲି ଭାଜପା ନେତା ନିରଞ୍ଜନ ବେହୁରିଆ ମତ ରଖିଛନ୍ତି। ସେହିପରି ବରୁଣେଶ୍ୱର ପୀଠର ବିକାଶ ନିମନ୍ତେ ରାଜ୍ୟସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ଭାଜପା ନେତ୍ରୀ ବିବିତା କହିଛନ୍ତି। ତେବେ ବରୁଣେଶ୍ୱର ପୀଠର ରୂପାନ୍ତୀକରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ନୂତନ ଜିଲାପାଳଙ୍କ ନିକଟରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…

ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…

ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସୋମବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୪ ଖଣ୍ଡ ଗ୍ରାମବାସୀ ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗଞ୍ଜାମ ଜିଲାପାଳ ଭି.…

ବୈତରଣୀରେ ଆସୁଛି ବନ୍ୟା, ଭୟଭୀତ ଅଞ୍ଚଳବାସୀ

ବଞ୍ଚୋ,୧୭।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରକୁ ଉଠିଛି। ଆନନ୍ଦପୁର ଗେଜ୍‌ ସାଇଟର ତଥ୍ୟ…

ଚାଷୀଙ୍କୁ ବଡ଼ ଉପହାର ଦେଲେ ସରକାର, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ଛାଡ଼

ଚେନ୍ନାଇ,୧୭ା୮: ତାମିଲନାଡୁର କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ସୋମବାର ବିଧାନସଭାରେ ସେ ସମବାୟ କୃଷି ଋଣ ଛାଡ଼ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri