ଏନ୍‌ଏଚ୍‌ କଡ଼ରେ ପାର୍କିଂ, ବିପଦରେ ଛାତ୍ରୀଛାତ୍ରଙ୍କ ଜୀବନ

ଯାଜପୁର,୧ା୯(ହର୍ଷବର୍ଦ୍ଧନ ବେହେରା): ବ୍ୟାସନଗର କେନ୍ଦ୍ରୀୟ ବିଦ୍ୟାଳୟର ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ରହିଛନ୍ତି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନୁଦାନ ଓ ତତ୍ତ୍ୱାବଧାନରେ ଯାଜପୁର ଜିଲା କୋରାଇ ଥାନା ଅନ୍ତର୍ଗତ ଇଟାପୁର ମୌଜାର ୨୦ ନମ୍ବର ଜାତୀୟ ରାଜପଥ(ଏନ୍‌ଏଚ୍‌) କଡ଼ରେ ପ୍ରାୟ ୧୦ ଏକର ଜମିରେ ଏହି ବିଦ୍ୟାଳୟ ନିର୍ମାଣ ହୋଇଛି। ଏଠାରେ ପାର୍କିଂ, ଖେଳପଡ଼ିଆ, ଲାଇବ୍ରେରୀ ପ୍ରଭୃତି ସୁବିଧା ରହିଛି। ପୂର୍ବରୁ ଏନ୍‌.ସି. ହାଇସ୍କୁଲ ପରିସରରେ ଚାଲିଥିବା ଏହି ବିଦ୍ୟାଳୟ ନିଜସ୍ବ କ୍ୟାମ୍ପସକୁ ଗତ ଜୁଲାଇ ୨୦ରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରା ନ ଯାଇ ସ୍ଥାନାନ୍ତର କରାଯାଇଛି। ଏହାପରେ ଯାଜପୁର ରୋଡ୍‌, ପାଣିକୋଇଲି, ରଗଡ଼ି, କୋରାଇ, ବାରୁଣ୍ଡାଇ, ଯଖପୁରା, ଦାନଗଦି ପ୍ରଭୃତି ଅଞ୍ଚଳରୁ ଛାତ୍ରୀଛାତ୍ରମାନେ ଘରୋଇ ସ୍କୁଲ ବସ, କ୍ୟାଣ୍ଟର, ଭ୍ୟାନ କିମ୍ବା ଅଟୋରେ ବିଦ୍ୟାଳୟକୁ ଯାତାୟାତ କରୁଛନ୍ତି। ବିଦ୍ୟାଳୟ ପକ୍ଷରୁ କୌଣସି ନିଜସ୍ବ ଗାଡ଼ିର ବନ୍ଦୋବସ୍ତ ନାହିଁ। କିନ୍ତୁ ବିଦ୍ୟାଳୟ କ୍ୟାମ୍ପସ ପରିସରକୁ ଘରୋଇ ବସ୍‌ଗୁଡିକୁ ପ୍ରବେଶ ନିଷେଧ କରାଯାଇଛି। ଫଳରେ ଜାତୀୟ ରାଜପଥ କଡ଼ରେ ବସ୍‌ଗୁଡ଼ିକୁ ଅଟକାଇ ସେଠାରୁ ଶତାଧିକ କୋମଳମତି ଛାତ୍ରୀଛାତ୍ର ବିପଦପୂର୍ଣ୍ଣ ଭାବେ ଚାଲି କରି ସ୍କୁଲ ମୁଖ୍ୟ ଫାଟକ ଦେଇ ଯାଉଛନ୍ତି। ଏହି ବିଦ୍ୟାଳୟ ସ୍ଥାନାନ୍ତରଣ ଆରମ୍ଭରୁ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ବିଦ୍ୟାଳୟ ପାର୍ଶ୍ୱସ୍ଥ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ନଗୁଆଁ- ରାଣୀପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଗୋଟିଏ ପାର୍ଶ୍ୱରେ ଧାଡ଼ି କରି ଗାଡ଼ିଗୁଡ଼ିକ ପାର୍କିଂ କରି ଆସୁଥିଲେ। ମାତ୍ର ଏବେ ପ୍ରାୟ ୪ ଦିନ ହେବ ଏଠାକାର ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏହାକୁ ବିରୋଧ କରିବା ସହ ଏଥିରେ ପ୍ରତିବନ୍ଧକ ସାଜୁଛନ୍ତି। ଗାଡ଼ି ଚାଳକମାନଙ୍କୁ ପାର୍କିଂ କରାଇ ଦିଆଯାଉନାହିଁ। ଫଳରେ ଗାଡ଼ିଗୁଡ଼ିକ ଏବେ ବ୍ୟସ୍ତବହୁଳ ପାଣିକୋଇଲି-ରାଜାମୁଣ୍ଡା ୨୦ ନଂ. ଜାତୀୟ ରାଜପଥ ଉପରେ ପାର୍କିଂ କରିବାକୁ ବାଧ୍ୟ ହେଉଛନ୍ତି। ଏହି ରାସ୍ତାରେ ପ୍ରତି ଘଣ୍ଟାରେ ଶହଶହ ଭାରିଯାନ ଓ ଅନ୍ୟାନ୍ୟ ଯାନବାହନ ଦ୍ରୁତଗତିରେ ଚଳାଚଳ କରୁଛି। ଫଳରେ ଅଧିକାଂଶ ସମୟରେ ଏହି ରାଜପଥରେ ଅନେକ ଛୋଟବଡ ଦୁର୍ଘଟଣା ଘଟୁଛି। ଏଥିରୁ କେନ୍ଦ୍ରୀୟ ବିଦ୍ୟାଳୟର ପିଲାମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ସୃଷ୍ଟି କରୁଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ୟା ଜାଣିବା ପରେ ମଧ୍ୟ ସ୍ଥାନୀୟ ଲୋକଙ୍କ ଚାପର ବଶବର୍ତ୍ତୀ ହୋଇ ଅଦ୍ୟାବଧି ଏହାର କୌଣସି ସୁବନ୍ଦୋବସ୍ତ କରି ପାରିନାହାନ୍ତି। ଅଭିଭାବକମାନେ ସ୍ଥାନୀୟ ପୋଲିସ ପ୍ରଶାସନକୁ ଏ ସମ୍ପର୍କରେ ଅବଗତ କରିଥିଲେ ମଧ୍ୟ କୌଣସି ସ୍ଥାୟୀ ପ୍ରତିକାର କରାଯାଉନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ସେହି ଗ୍ରାମ୍ୟ ରାସ୍ତାରେ ପାର୍କିଂର ସୁଯୋଗ ଦେବାକୁ ଅନୁରୋଧ ଜଣାଇଛନ୍ତି। ଏହାବାଦ୍‌ ଗ୍ରାମ୍ୟ ଉନ୍ନୟନ ରାସ୍ତା ପ୍ରଶସ୍ତୀକରଣ କରିବା, ରାସ୍ତାକଡ଼ ଖାଲ ଜମି ପୋତାଯାଇ ଗାଡ଼ିଗୁଡ଼ିକର ପାର୍କିଂ ସକାଶେ ସ୍ଥାୟୀ ପାର୍କିଂ ଜୋନ ନିର୍ମାଣ କରିବା, ବିଦ୍ୟାଳୟ ପ୍ରାଚୀର ଏବଂ ରାସ୍ତାର ସୁରକ୍ଷା ପାଇଁ ରାସ୍ତାକଡ଼ରେ ପାଇପ ପୋତାଯାଇ ଜଳ ନିଷ୍କାସନର ବ୍ୟବସ୍ଥା କରିବା, ରାଜପଥରେ ଗଳିପୋଲର ବ୍ୟବସ୍ଥା, ବିଦ୍ୟାଳୟ ଫାଟକ ସମ୍ମୁଖରେ ଏବଂ ନିର୍ଦ୍ଧାରିତ ପାର୍କିଂ ଏରିଆରେ ଟ୍ରାଫିକ ନିୟନ୍ତ୍ରଣ ଓ ପୋଲିସ ମୁତୟନ ଇତ୍ୟାଦି ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?