ଧର୍ମଶାଳା ରାଜନୀତିରେ ନୂଆ ମୋଡ: ହିମାଂଶୁ, ପ୍ରଣବଙ୍କ ବିବାଦ ତେଜିଲା

ଯାଜପୁର/ଧର୍ମଶାଳା/କାଏମା,୨୫।୮(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା/ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଏବଂ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ମଧ୍ୟରେ ଜଙ୍ଗଲ ଜମିରେ ବିଜେଡି କାର୍ଯ୍ୟାଳୟ ନିର୍ମାଣ ଅଭିଯୋଗକୁ ନେଇ ବିବାଦ ତେଜିବାରେ ଲାଗିଛି। ଉଭୟେ ଉଭୟଙ୍କ ଦୋଷ ଦୁର୍ବଳତା ବଖାଣିବା ସହ କଳାପଥର ଲୁଟ ପ୍ରସଙ୍ଗକୁ ମଧ୍ୟ ଏହା ଭିତରକୁ ଟଣାଯାଇଛି।
ଶନିବାର ପୂର୍ବାହ୍ନ ୧୧ଟାରେ ନୂଆଗାଁସ୍ଥିତ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୂର୍ବତନ ବିଧାୟକ ପ୍ରଣବ କହିଛନ୍ତି, ଧର୍ମଶାଳା ବିଧାୟକଙ୍କ ସମର୍ଥକଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ମନଗଢ଼ା। ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ବଦନାମ କରାଯାଉଛି। ଲୋକଙ୍କ ସମସ୍ୟାର ସମାଧାନ ନ କରି ଖଣିରେ ମାତିଛନ୍ତି। ଧର୍ମଶାଳା ଛକ ବଜାରରେ ଆଲୋଚନା ହେଉଛି ଯେ କ୍ରଶର ଓ ଖାଦାନଗୁଡ଼ିକଠାରୁ ଚାନ୍ଦା ଆଦାୟ କରାଯାଉଛି। ଏକଥା ଖାଲି ଧର୍ମଶାଳା ନୁହେଁ, ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଲାଣି। ଧର୍ମଶାଳାର ସାଧାରଣ ଲୋକେ ପାହାଡ଼ କିମ୍ବା ଉନ୍ନତିମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ପରିବାର ଚଳାଉଥିଲେ। ଏବେ ସେମାନେ କାମଧନ୍ଦା ନ ପାଇ ବାହାରକୁ କାମ ଅନ୍ବେଷଣରେ ଯାଉଛନ୍ତି। ଏହାବାଦ୍‌ ପ୍ଲଟ୍‌ ନଂ. ୮୦ ସରକାରୀ ଜମିର ୫.୪୧ ଏକରରେ ସେ ନୁହେଁ ସାଧାରଣ ଲୋକେ ରହୁଛନ୍ତି। ମାପଚୁପ ସରିଛି। ମାପ ପରେ ଆବଶ୍ୟକ ପଡ଼ିଲେ ତାଙ୍କ ଜମିର ମାପ କରାଯାଉ, ତାଙ୍କର ଯେତିକି ପଟ୍ଟା ଜମି ରହିଛି ସେତିକି ନେବେ। ଯଦି ସେ ସରକାରୀ ଜମି ମାଡ଼ିବସିଛନ୍ତି ତାହାକୁ ତୁରନ୍ତ ଭାଙ୍ଗି ସରକାରଙ୍କ ଦଖଲକୁ ନିଆଯାଉ। ଏହା ସହ ଭାଜପାର କୁମାରୀ କାର୍ଯ୍ୟାଳୟ ଜଙ୍ଗଲ ଜମିରେ ନିର୍ମାଣ ହୋଇନି ତ ବୋଲି ପୂର୍ବତନ ବିଧାୟକ ପ୍ରଣବ ପ୍ରଶ୍ନ କରିଛନ୍ତି।
ଏହା ପରେ ସନ୍ଧ୍ୟାରେ ବିଧାୟକ ହିମାଂଶୁ ଶେଖର ସାହୁ କୁମାରୀସ୍ଥିତ ତାଙ୍କ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କହିଛନ୍ତି, ପୂର୍ବତନ ବିଧାୟକ ପ୍ରଣବଙ୍କ କାର୍ଯ୍ୟାଳୟର ମାପଚୁପ ଚାଲିଛି। ଏଯାଏ ତାହା ସରିନି। ଯିଏ ବି ମାପଚୁପ ପାଇଁ ଅଭିଯୋଗ କରିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମାମଲା। କୁମାରୀସ୍ଥିତ ଭାଜପା କାର୍ଯ୍ୟାଳୟର ଜମି ବାବଦ ସମସ୍ତ ପଟ୍ଟା ଖବରଦାତାମାନଙ୍କୁ ସେ ଦେଖାଇଥିଲେ। ପୂର୍ବତନ ବିଧାୟକଙ୍କ କାର୍ଯ୍ୟାଳୟ ଜମିକୁ ଚଞ୍ଚକତା କରି ପଟ୍ଟା ହାସଲ କରାଯାଇଛି। ଯିଏ ଚୋରି କରିଛି ସେ ନିଶ୍ଚିତ ଭାବେ ଧରାପଡ଼ିବେ ଏବଂ ଜେଲଯିବା ସୁନିଶ୍ଚିତ। ସମସ୍ତ କାଗଜପତ୍ର ଯାଞ୍ଚ କରାଯାଉଛି। ବିଭିନ୍ନ ସମୟରେ ପୂର୍ବତନ ବିଧାୟକଙ୍କ ସମର୍ଥକମାନଙ୍କୁ ବେଆଇନ ଭାବେ ଜମି ଲିଜ୍‌ ସୂତ୍ରରେ ଦିଆଯାଇଛି। ଏହା ଏବର କଥା ନୁହଁ, ବହୁଦିନରୁ ଜମି କେଳେଙ୍କାରୀ ହୋଇଆସିଛି। ତେଣୁ ଯେଉଁମାନେ ବେଆଇନ କାର୍ଯ୍ୟକରି ସରକାରଙ୍କ ରାଜସ୍ବ ହାନି କରିଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି ହିମାଂଶୁ କହିଛନ୍ତି। ସେହିପରି ଭାଜପା ନେତା ସର୍ବେଶ୍ୱର ବେହୁରା କହିଛନ୍ତି, ପୂର୍ବରୁ କଳାପଥର ଲୁଟ ଉପରେ ଜରିମାନା ଆଦାୟ ହୋଇ ପାରୁ ନ ଥିଲା। କୋର୍ଟ କଚେରି ପର୍ଯ୍ୟନ୍ତ ଦ୍ୱାରସ୍ଥ ହେଉଥିଲେ ହେଁ କିଛି ସୁଫଳ ମିଳୁ ନ ଥିଲା। ଏବେ ଜରିମାନା ଆଦାୟ ପାଇଁ ମାପଚୁପ କରାଯାଉଛି। ଅନୁମୋଦନ ଠାରୁ ଯେଉଁମାନେ ଅଧିକ କଳାପଥର ଲୁଟ କରିଛନ୍ତି, ସେମାନଙ୍କୁ ଛଡ଼ା ଯିବନି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?