ମରାମତି ନାଁରେ ଅନୁଦାନ ହରିଲୁଟ୍‌

ଯାଜପୁର,୨ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ ଅନ୍ତର୍ଗତ ଧର୍ମଶାଳା, କୋରେଇ, ବଡ଼ଚଣା ଓ ରସୁଲପୁର ବ୍ଳକରେ ନିର୍ମିତ ରାସ୍ତାଗୁଡ଼ିକର ଅଗ୍ରାଧିକାର ଭିତ୍ତିରେ ମରାମତି କରାଯାଉଛି। ସେଥିମଧ୍ୟରୁ କେବଳ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍‌ଜିଏସ୍‌ଓ୍ବାଇ)ରେ ୨୦୧୫-୧୬ରୁ ୨୦୨୩-୨୪ ମଧ୍ୟରେ ପ୍ରାୟ ୨୦୦ କି.ମି. ରାସ୍ତାର ମରାମତି ପାଇଁ ୨୨ କୋଟି ୩୬ ଲକ୍ଷ ୩୬ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତୁରା ଏବଂ ଅନୁଦାନର ସିଂହଭାଗ ଅର୍ଥକୁ ଭାଗବଣ୍ଟା ଯୋଗୁ ରାସ୍ତା ମରାମତି ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। କେତେକ ମରାମତି ରାସ୍ତାକୁ ଅବଲୋକନ କଲେ ସେଗୁଡିକର ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ, ସେଥିରେ ଚାଲି କି ଯିବା ବି କଷ୍ଟକର ବୋଲି ମତପ୍ରକାଶ ପାଇଛି।
ଜିଲାର ଜାରକା ଗ୍ରାମ୍ୟ ନିର୍ମାଣ ବିଭାଗ ଜରିଆରେ ଗତ ୯ ବର୍ଷ ମଧ୍ୟରେ ୧୦୫ଟି ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତାର ମରାମତି ହୋଇଛି। ତେବେ ଏଥିରେ ବହୁ କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହେଉଛି। ୨୦୧୫-୧୬ ବର୍ଷରେ ୩ଟି ରାସ୍ତାର ୧୫.୩୦୦ କି.ମି. ମରାମତି ପାଇଁ ୧୪୭.୧୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ କଲାଣ୍ଡୋ-ବିଛାଖଣ୍ଡି, ଆର୍‌ଡି ରାସ୍ତାରୁ ସୁନ୍ଦୁରୀ ଓ ବନ୍ଦାଳୋ-ଏଣ୍ଡାରପଦା ରାସ୍ତା ରହିଛି। ସେହିପରି ୨୦୧୬-୧୭ ଆର୍ଥିକ ବର୍ଷରେ ୪ଟି ରାସ୍ତା କାର୍ଯ୍ୟର ୧୫.୨୦୦ କି.ମି. ମରାମତି ପାଇଁ ୧୫୮.୦୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ କ୍ଷେତ୍ରପାଳ-କଣ୍ଟାବଣିଆ, ଖଇରା ବ୍ରିଜ-ବଟୁ, ଆର୍‌ଡି ରାସ୍ତାରୁ କୁରିକଣା ଓ ପଞ୍ଚାୟତ ସମିତି ଅଫିସରୁ ଗୁଲଝରଣଗରପଟନା ରାସ୍ତା ରହିଛି। ୨୦୧୭-୧୮ ବର୍ଷରେ ନରସିଂହପୁର-ରସୁଣା, ଏନ୍‌ଏଚ୍‌-୨୦୦ରୁ ଗୋଡିପାଟିଆ ରାସ୍ତା, ତାଳଜଙ୍ଗ-ରାଈଛନ୍ଦା, ରଗଡିପଶି-ବରମୁଣ୍ଡୁଳି, ରାଉତରାପୁରା-କୁଣ୍ଡପାଟଣା, ଧର୍ମଶାଳା-ଭୁବନ, ବାଘୁଆ-ଚଉଷଠିପଡ଼ା, ରଘୁନାଥପୁର-ମଧୁସୂଦନପୁର, ଜନକ-ମୋହନପୁର, ଆରଡି ରାସ୍ତାରୁ ନୂଆହାଟ ରାସ୍ତା ପ୍ରଭୃତି ୨୨ଟି ରାସ୍ତାର ୫୨.୪୬୧ କି.ମି. ପାଇଁ ୫୪୭.୧୨ ଲକ୍ଷ ଟଙ୍କା ମରାମତି ନାମରେ ଖର୍ଚ୍ଚ ହୋଇଛି। ସେହିପରି ୨୦୧୮-୧୯ ବର୍ଷରେ ହରିଦାସପୁରରୁ ଭାତୁଡ଼ିପଶି, ଏନ୍‌ଏଚ୍‌-୫ରୁ ସୁନ୍ଦୁରିଆ ହିଲ୍‌ଟପ୍‌ ରାସ୍ତା, ଆର୍‌ଡି ରାସ୍ତାରୁ କୁରିକୁଣା, ବଡ଼ଘୁମୁରୀ-ପାଇକରାପୁର, ପିଡବ୍ଲ୍ୟୁଡି ରାସ୍ତାରୁ ସୁନାବାଲିକୁଦା ଓ ପିଡବ୍ଲ୍ୟୁଡି ରାସ୍ତାରୁ ମଟକାପୁର ରାସ୍ତାରେ ମୋଟ ୧୧.୭୧୯ କି.ମି. ପାଇଁ ୧୫୧.୭୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୯-୨୦ ବର୍ଷରେ ୧୭.୮୫୯ କି.ମି. ରାସ୍ତା ମରାମତିରେ ୧୦୫.୯୯ ଲକ୍ଷ, ୨୦୨୦-୨୧ରେ ୨୨.୫୫୯ କି.ମି. ରାସ୍ତା ମରାମତିରେ ୨୩୬.୨୪ ଲକ୍ଷ, ୨୦୨୧-୨୨ରେ ୫୭.୫୦୨ କି.ମି. ରାସ୍ତା ପାଇଁ ୬୨୧.୦୨ ଲକ୍ଷ, ୨୦୨୨-୨୩ରେ ୫.୧୦୫ କି.ମି. ରାସ୍ତା ନିମନ୍ତ ୫୭.୨୨ ଲକ୍ଷ ଏବଂ ୨୦୨୩-୨୪ରେ ୨୧.୪୫୧ କି.ମି. ରାସ୍ତା ମରାମତିରେ ୨୧୧.୮୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଚଳିତ ବର୍ଷ ମଧ୍ୟ ସାମୟିକ ଭାବେ ୩ଟି ରାସ୍ତାର ମରାମତି ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲୁ ରହିଛି ବୋଲି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି। ରାସ୍ତା ଅବସ୍ଥାକୁ ଦେଖିଲେ କାଁ ଭାଁ ମରାମତି କରାଯାଇ ଆବଣ୍ଟିତ ଅର୍ଥରୁ ସିଂହଭାଗ ମିଥ୍ୟା ବିଲ୍‌ କରି ହଡ଼ପ ହୋଇଥିବା ଅଭିଯୋଗ ହେଉଛି। ଏହିସବୁ ରାସ୍ତାରେ ଏବେ ବି ବିଭିନ୍ନ ସ୍ଥାନରେ ଖାଲଖମା ଦେଖିବାକୁ ମିଳିଛି। ରଘୁନାଥପୁରଠାରୁ ମଧୁସୂଦନପୁର ରାସ୍ତା ମରାମତି କାର୍ଯ୍ୟକୁ ଦେଖିଲେ ଏହା ଜଳଜଳ ହୋଇ ଦିଶୁଛି। ଏନେଇ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବିପିନ ତରାଇ କହିଛନ୍ତି, ଖରାପ ରାସ୍ତାଗୁଡ଼ିକ ନଜରକୁ ଆସିନାହିଁ। ପରବର୍ତ୍ତୀ ସମୟରେ ନଜରକୁ ଆସିଲେ ବିହିତ ପଦକ୍ଷେପ ନିଆଯିବ। ଆବଶ୍ୟକସ୍ଥଳେ ନୂତନ ରାସ୍ତାର ନିର୍ମାଣ ନିମନ୍ତେ ପ୍ରସ୍ତାବ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?