ଲଜ୍ ସିଲ, ୬ ଜେଲ୍ ଗଲେ
ପାଣିକୋଇଲି,୨ା୯(ଡି.ଏନ.ଏ.): ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଲଜ୍ରେ ଦେହ ବ୍ୟବସାୟ ଚାଲୁଥିବା ଖବର ପାଇ ପୋଲିସ ବୁଧବାର ସକାଳେ ଚଢ଼ାଉ କରିଥିବାବେଳେ ତାହାକୁ ସିଲ୍ କରିଛି। ଏଥିସହିତ ଗୁରୁବାର ଜଣେ ଗ୍ରାହକ, ମାଲିକ,…
ସାତୋପନ୍ଥ ପର୍ବତ ଶିଖରରେ ଯାଜପୁରର ସତ୍ୟବ୍ରତ
ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.), ୧।୯: ଯାଜପୁରର ପର୍ବତାରୋହୀ ସତ୍ୟବ୍ରତ ଦାସ ମଙ୍ଗଳବାର ଉତ୍ତରାଖଣ୍ଡର ସାତୋପନ୍ଥ ପର୍ବତ ଶିଖରରେ ପହଞ୍ଚି ଏକ ବିରଳ ସଫଳତା ହାସଲ କରିଛନ୍ତି। ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେଶନ୍ ପକ୍ଷରୁ ଏକ ୮ ଜଣିଆ ପର୍ବତାରୋହୀ ଦଳ ଗତ ୧୦…
ପୂର୍ବତଟ ରେଳପଥ: ଆୟ ବଢୁଛି, ହେଲେ ନୂତନ ପ୍ରକଳ୍ପକୁ ଉପେକ୍ଷା
ଯାଜପୁର ଅଫିସ,୧।୯: ପୂର୍ବତଟ ରେଳପଥରେ ଗତ ୫ ବର୍ଷରେ ବ୍ୟୟ ତୁଳନାରେ ଆୟ ୩ ଗୁଣରୁ ଊର୍ଦ୍ଧ୍ୱ ହୋଇଛି। ହେଲେ ୧ ଦଶନ୍ଧି ଧରି ଦାବି ହୋଇ ଆସୁଥିବା ୯୫.୯୫୦ କି.ମି. ବିଶିଷ୍ଟ ଯାଜପୁର ରୋଡରୁ ଧାମରା ଭାୟା ବିରଜା ମନ୍ଦିର…
ଖରସ୍ରୋତାକୁ ଚିରସ୍ରୋତା କରିବାକୁ ପ୍ରୟାସ
ରସୁଲପୁର,୩୧ା୮(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକର ଉତ୍ତର ସୀମାରେ ପ୍ରବାହିତ ମୂଳ ଖରସ୍ରୋତା ନଦୀକୁ ବଞ୍ଚାଇ ଚିରସ୍ରୋତା କରିବା ପାଇଁ ପୁନରୁଦ୍ଧାର ସମିତି ପକ୍ଷରୁ ପ୍ରୟାସ କରାଯାଉଛି। ଏ ନେଇ ସମିତି ପକ୍ଷରୁ ପ୍ରତ୍ୟେକ ମାସର ୩୦ ତାରିଖରେ ପଦଯାତ୍ରା କରାଯାଉଛି।…
ପିହୁ ନିଖୋଜ ଘଟଣା: ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା
ବିଞ୍ଝାରପୁର,୩୧ା୮(ଡି.ଏନ.ଏ.): ବହୁଚର୍ଚ୍ଚିତ ପିହୁ ନିଖୋଜ ଘଟଣାରେ ବିଞ୍ଝାରପୁର ପୋଲିସ ପକ୍ଷରୁ ମଙ୍ଗଳବାର ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। କୌଣସି ବ୍ୟକ୍ତି ଯଦି ବିଞ୍ଝାରପୁର ପୋଲିସକୁ ପିହୁଙ୍କ ସମ୍ପର୍କରେ ଖବର ଦିଅନ୍ତି ତେବେ ସେ ବ୍ୟକ୍ତିଙ୍କୁ ପୁରସ୍କାର ରାଶି…
ବୈତରଣୀ ନଦୀଶଯ୍ୟାରୁ ବାଲି ଲୁଟ୍
ଯାଜପୁର ରୋଡ,୩୦ା୮(ଡି.ଏନ.ଏ.):ନଦୀଶଯ୍ୟାରୁ ବାଲି ଖନନ ପାଇଁ କୌଣସି ମେଶିନ ବ୍ୟବହାର ଅନୁମତି ଦିଆଯିବ ନାହିଁ। ଏହାସହ ବାଲିଖାଦାନଗୁଡ଼ିକରେ ସିସିଟିଭି ଏବଂ ପରିବହନ ଗାଡ଼ିରେ ଜିପିଏସ୍ ସ୍ଥାପନ କରିବାକୁ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) ପକ୍ଷରୁ ନିକଟରେ ନିର୍ଦ୍ଦେଶ ହୋଇଛି। କିନ୍ତୁ ବୈତରଣୀ…
ସାଟେଲାଇଟ ମାପଚୁପ ଆରମ୍ଭ
ଯାଜପୁର ଅଫିସ,୩୦ା୮:ଅନୁମୋଦନଠାରୁ ବହୁ ଗୁଣ ମୂଲ୍ୟବାନ ଗ୍ରାନାଇଟ ପଥର ଉତ୍ତୋଳନ ଉପରେ ସାଟେଲାଇଟ୍ ମାପଚୁପ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହୋଇଛି। କଟକସ୍ଥିତ ମାଇ ୱାର୍ଲଡ୍ କନସଲଟାନ୍ସିକୁ ଏହି ଦାୟିତ୍ୱ ଦିଆଯାଇଛି। ଏହି ପ୍ରକ୍ରିୟା ଆରମ୍ଭରେ ଡଙ୍କାରୀ ପାହାଡ଼ର ୩ଟି ଖାଦାନର ମାପଚୁପ…
ପ୍ରଶାସନର ଦୃଷ୍ଟି ଆଢୁଆଳରେ ଶତାୟୁ ମହିଳା
ପ୍ରୀତିପୁର,୨୯ା୮(ଡି.ଏନ.ଏ.): ସରକାର ଦରିଦ୍ର, ଭିନ୍ନକ୍ଷମ, ନିଆଶ୍ର୍ରୀ ଓ ଅସହାୟଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ଥଇଥାନ କରୁଛନ୍ତି। ସେମାନଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ହେଲେ କେତେକ କ୍ଷେତ୍ରରେ ସରକାରୀ ଉଦାସୀନତା ଯୋଗୁ ବହୁ ଯୋଗ୍ୟ ହିତାଧିକାରୀ ପ୍ରଶାସନର…
୯ ଶିକ୍ଷକ ସିଆର୍ସିସି ପଦ ଛାଡ଼ିବେ
ରସୁଲପୁର,୨୯ା୮(ଡି.ଏନ.ଏ.): କ୍ଲଷ୍ଟର ରିସୋର୍ସ ସେଣ୍ଟର୍ କୋର୍ଡିନେଟର (ସିଆର୍ସିସି) ଭାବେ ୫ ବର୍ଷ କାର୍ଯ୍ୟ କରିଥିବା, ଲେଭଲ-୪କୁ ପଦୋନ୍ନତି ହୋଇଥିବା ଓ ଗ୍ରାଜୁଏଟ୍ ଶିକ୍ଷକଙ୍କ ତାଲିକା ଦେବାକୁ ଯାଜପୁର ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଚିଠି କରାଯିବା ପରେ ରସୁଲପୁର…
ବିନା ଭିତ୍ତିଭୂମିରେ ଏସ୍ଏଚ୍ଜିର ଧାନ ସଂଗ୍ରହ
ଯାଜପୁର ଅଫିସ,୨୯ା୮: ଯାଜପୁର ଜିଲାରେ ଧାନ ସଂଗ୍ରହରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ଙ୍କ ସାମିଲ ବଢ଼ିଛି। ଗତ ୩ ବର୍ଷ ଅର୍ଥାତ୍ ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ୩୬ ଏସ୍ଏଚ୍ଜି ଜରିଆରେ ସମୁଦାୟ ୧୧,୮୫୫ ଜଣ ଚାଷୀଙ୍କଠାରୁ ୫୭୪୨୭୪.୧୧ କୁଇଣ୍ଟାଲ ଧାନ…
୮ଲେନ୍ ହେବ ଚଣ୍ଡିଖୋଲ-ପାରାଦୀପ ଏନ୍ଏଚ୍
ଚଣ୍ଡିଖୋଲ,୨୯ା୮(ଡି.ଏନ.ଏ.): ଓଡ଼ିଶାର ପ୍ରଥମ ଏକ୍ସପ୍ରେସ୍ ହାଇୱେ ଚଣ୍ଡିଖୋଲ-ପାରାଦୀପ ଏବେ ୮ଲେନ୍ ବିଶିଷ୍ଟ ହେବାକୁ ଯାଉଛି। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ୭୭ କି.ମି. ଲମ୍ବ ଏହି ଜାତୀୟ ରାଜପଥ(ଏନ୍ଏଚ୍) ପ୍ରଶସ୍ତୀକରଣ କାର୍ଯ୍ୟରେ ୨ ହଜାର କୋଟିରୁ ଊଦ୍ଧର୍ବ ଟଙ୍କା ଖର୍ଚ୍ଚ…
ଜିଲାପାଳ, ତହସିଲଦାରଙ୍କୁ ଲୋକାୟୁକ୍ତରେ ହାଜର ନିର୍ଦ୍ଦେଶ
ଧର୍ମଶାଳା,୨୯ା୮(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା କଳାପଥର ଖାଦାନରେ ବେଆଇନ ଭାବେ କଳାପଥର ଉତ୍ତୋଳନ କରିଥିବା ପ୍ରଭାକର ଜେନାଙ୍କଠାରୁ ଜରିମାନା ଆଦାୟ କରିବାରେ ପ୍ରଶାସନ ବିଫଳ ହୋଇଛି। ତାଙ୍କ ଉପରେ ଲାଗୁ ହୋଇଥିବା ଜରିମାନା ଆଦାୟ କରିବାକୁ ପ୍ରଶାସନ…
Archives


