୮ଲେନ୍‌ ହେବ ଚଣ୍ଡିଖୋଲ-ପାରାଦୀପ ଏନ୍‌ଏଚ୍‌

ଚଣ୍ଡିଖୋଲ,୨୯ା୮(ଡି.ଏନ.ଏ.): ଓଡ଼ିଶାର ପ୍ରଥମ ଏକ୍ସପ୍ରେସ୍‌ ହାଇୱେ ଚଣ୍ଡିଖୋଲ-ପାରାଦୀପ ଏବେ ୮ଲେନ୍‌ ବିଶିଷ୍ଟ ହେବାକୁ ଯାଉଛି। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ୭୭ କି.ମି. ଲମ୍ବ ଏହି ଜାତୀୟ ରାଜପଥ(ଏନ୍‌ଏଚ୍‌) ପ୍ରଶସ୍ତୀକରଣ କାର୍ଯ୍ୟରେ ୨ ହଜାର କୋଟିରୁ ଊଦ୍ଧର୍‌ବ ଟଙ୍କା ଖର୍ଚ୍ଚ ହେବ ବୋଲି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ପକ୍ଷରୁ ସୂଚନା ମିଳିଛି। ଏହିକ୍ରମରେ ଏନ୍‌ଏଚ୍‌ କଡ଼ ଅର୍ଥାତ୍‌ ୫୦ ମିଟର ଦୂରତା ଅଞ୍ଚଳକକୁ ଅବରୋଧ କରି ଦୋକାନ କରିଥିବା ବ୍ୟବସାୟୀଙ୍କୁ ୮ଦିନ ମଧ୍ୟରେ ହଟିଯିବାକୁ ଏନ୍‌ଏଚ୍‌ଏଆଇ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିସହିତ ମାଇକ୍‌ ଯୋଗେ ପ୍ରଚାର କରି ଅବରୋଧକାରୀଙ୍କୁ ସୂଚିତ କରାଯାଇଛି। ଅନ୍ୟପକ୍ଷରେ ଏହି ରାଜପଥ ଓଡ଼ିଶାର ପ୍ରଥମ ୮ଲେନ୍‌ ରାସ୍ତା ହେବ ବୋଲି ଜଣାଯାଇଛି।
ପାରାଦୀପ ବନ୍ଦରକୁ ବିଶ୍ବସ୍ତରୀୟ କରିବା ପାଇଁ ତଥା ବିଦେଶକୁ ରପ୍ତାନି ବୃଦ୍ଧି ଲକ୍ଷ୍ୟରେ ଏହାକୁ ୮ଲେନ୍‌ରେ ପରିଣତ କରିବା ଲାଗି ଦୀର୍ଘଦିନ ହେବ ଯୋଜନା କରାଯାଇଛି। ଏହି ରାଜପଥ ୬ଲେନ୍‌ କରିବା ପାଇଁ ସର୍ଭେ ଆରମ୍ଭ ହୋଇଥିବାବେଳେ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮ଲେନ୍‌ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରଥମେ ୧୨୦୦ କୋଟି ବ୍ୟୟ ବରାଦ କରାଯାଇଥିବାବେଳେ ପରେ ଏହାକୁ ୨ ହଜାର କୋଟି ଖର୍ଚ୍ଚ କରାଯିବ ବୋଲି ଆକଳନ କରାଯାଇଛି। ଏହି ଜାତୀୟ ରାଜପଥ ପ୍ରଥମେ ୧୯୬୨ରେ ନିର୍ମାଣ ହୋଇଥିଲା, ଯାହା ୧୯୬୮ରେ ଶେଷ ହୋଇଥିଲା। ସେତେବେଳେ ଏହାକୁ ଏକ୍ସପ୍ରେସ୍‌ ହାଇୱେ ମାନ୍ୟତା ଦିଆଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଚଣ୍ଡିଖୋଲ-ପାରାଦୀପ ଏନ୍‌ଏଚ୍‌କୁ ୫ନଂ.(କ)ରେ ନାମିତ କରାଗଲା। ପୁନର୍ବାର ଏହାକୁ ୫୩ନଂ. ଏନ୍‌ଏଚ୍‌ ଭାବେ ପରିବର୍ତ୍ତନ କରାଯାଇଥିଲା। ଏହି ରାସ୍ତାରେ ସାଧାରଣତଃ ଖଣି ଅଞ୍ଚଳରୁ ଲୁହାପଥର, ମାଙ୍ଗାନିଜ, କ୍ରୋମାଇଟ ଓ କୋଇଲା ପରିବହନ ହୋଇଥାଏ। କେନ୍ଦୁଝର, ସୁନ୍ଦରଗଡ଼ ଓ ଯାଜପୁର ଜିଲାରୁ ଖଣିଜ ପଦାର୍ଥ ନେଇ ଭାରିଯାନ ପାରାଦୀପ ବନ୍ଦରକୁ ଯାଇଥାଏ।
ଏନ୍‌ଏଚ୍‌ଏଆଇର ଆକଳନ ଅନୁସାରେ ଦୈନିକ ୧୦ ହଜାର ଟ୍ରକ୍‌ ଏହି ଏନ୍‌ଏଚ୍‌ରେ ଯାତାୟାତ କରୁଛି। ଏହାସହ ଛୋଟବଡ଼ ୨ ହଜାର ପାସେଞ୍ଜର ଗାଡ଼ି ଦୈନିକ ଚଳପ୍ରଚଳ କରୁଛି। ଏହି ରାସ୍ତା ୫ଟି ବଡ଼ ନଦୀ ତଥା ମହାନଦୀ, ଲୁଣା, ଗୋବରୀ, ବିରୂପା ଓ ଗେଙ୍ଗୁଟି ଉପରେ ଯାଇଛି। ଏହାକୁ ୮ ଲେନ୍‌ କରାଯିବାବେଳ ୬୦ରୁ ଊଦ୍ଧର୍‌ବ ଛୋଟ ପୋଲ ନିର୍ମାଣ କରାଯିବ। ସେହିପରି ଚଣ୍ଡିଖୋଲ ନିକଟସ୍ଥ ଶ୍ରୀରାମପୁରଠାରେ ଥିବା ଟୋଲ ଗେଟ୍‌ ମାର୍ଶାଘାଇର ମଶାଖଣି ନିକଟକୁ ଉଠିଯିବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଏନ୍‌ଏଚ୍‌ଏଆଇ ଜେନେରାଲ୍‌ ମ୍ୟାନେଜର ରାମଚନ୍ଦ୍ର ପଣ୍ଡା କହିଛନ୍ତି, ରାସ୍ତା ୮ଲେନ୍‌ ହେବା ପାଇଁ ସର୍ଭେ କାର୍ଯ୍ୟ ଶେଷ ହୋଇ ଟେଣ୍ଡରକୁ ଯାଇଛି। ଖୁବ୍‌ଶୀଘ୍ର ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହେବ। ସେଥିପାଇଁ ଏନ୍‌ଏଚ୍‌ଏଆଇ ପକ୍ଷରୁ ପ୍ରଥମେ ଅବରୋଧ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?