୮ଲେନ୍‌ ହେବ ଚଣ୍ଡିଖୋଲ-ପାରାଦୀପ ଏନ୍‌ଏଚ୍‌

ଚଣ୍ଡିଖୋଲ,୨୯ା୮(ଡି.ଏନ.ଏ.): ଓଡ଼ିଶାର ପ୍ରଥମ ଏକ୍ସପ୍ରେସ୍‌ ହାଇୱେ ଚଣ୍ଡିଖୋଲ-ପାରାଦୀପ ଏବେ ୮ଲେନ୍‌ ବିଶିଷ୍ଟ ହେବାକୁ ଯାଉଛି। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ୭୭ କି.ମି. ଲମ୍ବ ଏହି ଜାତୀୟ ରାଜପଥ(ଏନ୍‌ଏଚ୍‌) ପ୍ରଶସ୍ତୀକରଣ କାର୍ଯ୍ୟରେ ୨ ହଜାର କୋଟିରୁ ଊଦ୍ଧର୍‌ବ ଟଙ୍କା ଖର୍ଚ୍ଚ ହେବ ବୋଲି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ପକ୍ଷରୁ ସୂଚନା ମିଳିଛି। ଏହିକ୍ରମରେ ଏନ୍‌ଏଚ୍‌ କଡ଼ ଅର୍ଥାତ୍‌ ୫୦ ମିଟର ଦୂରତା ଅଞ୍ଚଳକକୁ ଅବରୋଧ କରି ଦୋକାନ କରିଥିବା ବ୍ୟବସାୟୀଙ୍କୁ ୮ଦିନ ମଧ୍ୟରେ ହଟିଯିବାକୁ ଏନ୍‌ଏଚ୍‌ଏଆଇ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିସହିତ ମାଇକ୍‌ ଯୋଗେ ପ୍ରଚାର କରି ଅବରୋଧକାରୀଙ୍କୁ ସୂଚିତ କରାଯାଇଛି। ଅନ୍ୟପକ୍ଷରେ ଏହି ରାଜପଥ ଓଡ଼ିଶାର ପ୍ରଥମ ୮ଲେନ୍‌ ରାସ୍ତା ହେବ ବୋଲି ଜଣାଯାଇଛି।
ପାରାଦୀପ ବନ୍ଦରକୁ ବିଶ୍ବସ୍ତରୀୟ କରିବା ପାଇଁ ତଥା ବିଦେଶକୁ ରପ୍ତାନି ବୃଦ୍ଧି ଲକ୍ଷ୍ୟରେ ଏହାକୁ ୮ଲେନ୍‌ରେ ପରିଣତ କରିବା ଲାଗି ଦୀର୍ଘଦିନ ହେବ ଯୋଜନା କରାଯାଇଛି। ଏହି ରାଜପଥ ୬ଲେନ୍‌ କରିବା ପାଇଁ ସର୍ଭେ ଆରମ୍ଭ ହୋଇଥିବାବେଳେ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮ଲେନ୍‌ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରଥମେ ୧୨୦୦ କୋଟି ବ୍ୟୟ ବରାଦ କରାଯାଇଥିବାବେଳେ ପରେ ଏହାକୁ ୨ ହଜାର କୋଟି ଖର୍ଚ୍ଚ କରାଯିବ ବୋଲି ଆକଳନ କରାଯାଇଛି। ଏହି ଜାତୀୟ ରାଜପଥ ପ୍ରଥମେ ୧୯୬୨ରେ ନିର୍ମାଣ ହୋଇଥିଲା, ଯାହା ୧୯୬୮ରେ ଶେଷ ହୋଇଥିଲା। ସେତେବେଳେ ଏହାକୁ ଏକ୍ସପ୍ରେସ୍‌ ହାଇୱେ ମାନ୍ୟତା ଦିଆଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଚଣ୍ଡିଖୋଲ-ପାରାଦୀପ ଏନ୍‌ଏଚ୍‌କୁ ୫ନଂ.(କ)ରେ ନାମିତ କରାଗଲା। ପୁନର୍ବାର ଏହାକୁ ୫୩ନଂ. ଏନ୍‌ଏଚ୍‌ ଭାବେ ପରିବର୍ତ୍ତନ କରାଯାଇଥିଲା। ଏହି ରାସ୍ତାରେ ସାଧାରଣତଃ ଖଣି ଅଞ୍ଚଳରୁ ଲୁହାପଥର, ମାଙ୍ଗାନିଜ, କ୍ରୋମାଇଟ ଓ କୋଇଲା ପରିବହନ ହୋଇଥାଏ। କେନ୍ଦୁଝର, ସୁନ୍ଦରଗଡ଼ ଓ ଯାଜପୁର ଜିଲାରୁ ଖଣିଜ ପଦାର୍ଥ ନେଇ ଭାରିଯାନ ପାରାଦୀପ ବନ୍ଦରକୁ ଯାଇଥାଏ।
ଏନ୍‌ଏଚ୍‌ଏଆଇର ଆକଳନ ଅନୁସାରେ ଦୈନିକ ୧୦ ହଜାର ଟ୍ରକ୍‌ ଏହି ଏନ୍‌ଏଚ୍‌ରେ ଯାତାୟାତ କରୁଛି। ଏହାସହ ଛୋଟବଡ଼ ୨ ହଜାର ପାସେଞ୍ଜର ଗାଡ଼ି ଦୈନିକ ଚଳପ୍ରଚଳ କରୁଛି। ଏହି ରାସ୍ତା ୫ଟି ବଡ଼ ନଦୀ ତଥା ମହାନଦୀ, ଲୁଣା, ଗୋବରୀ, ବିରୂପା ଓ ଗେଙ୍ଗୁଟି ଉପରେ ଯାଇଛି। ଏହାକୁ ୮ ଲେନ୍‌ କରାଯିବାବେଳ ୬୦ରୁ ଊଦ୍ଧର୍‌ବ ଛୋଟ ପୋଲ ନିର୍ମାଣ କରାଯିବ। ସେହିପରି ଚଣ୍ଡିଖୋଲ ନିକଟସ୍ଥ ଶ୍ରୀରାମପୁରଠାରେ ଥିବା ଟୋଲ ଗେଟ୍‌ ମାର୍ଶାଘାଇର ମଶାଖଣି ନିକଟକୁ ଉଠିଯିବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଏନ୍‌ଏଚ୍‌ଏଆଇ ଜେନେରାଲ୍‌ ମ୍ୟାନେଜର ରାମଚନ୍ଦ୍ର ପଣ୍ଡା କହିଛନ୍ତି, ରାସ୍ତା ୮ଲେନ୍‌ ହେବା ପାଇଁ ସର୍ଭେ କାର୍ଯ୍ୟ ଶେଷ ହୋଇ ଟେଣ୍ଡରକୁ ଯାଇଛି। ଖୁବ୍‌ଶୀଘ୍ର ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହେବ। ସେଥିପାଇଁ ଏନ୍‌ଏଚ୍‌ଏଆଇ ପକ୍ଷରୁ ପ୍ରଥମେ ଅବରୋଧ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri