ଜଗତ୍‌ସିଂହପୁର

ପରିତ୍ୟକ୍ତ ଅବସ୍ଥାରେ ଗାନ୍ଧୀ ଉଦ୍ୟାନ

ଏରସମା,୨୩।୧୦(ସ୍ବ.ପ୍ର.): ଏରସମା ବ୍ଲକ ମୁଖ୍ୟାଳୟରେ ଶିଶୁମାନଙ୍କ ଉଦ୍ଦେଶ୍ୟରେ ନିର୍ମିତ ଗାନ୍ଧୀ ଉଦ୍ୟାନ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ା ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହାର ପୁନରୁଦ୍ଧାର ପାଇଁ ଦାବି ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏରସମାର ଶିଶୁ ଓ...

ଡେଙ୍ଗୁ ଆତଙ୍କ: ଜଣେ ମୃତ, ୨ ମହିଳା ଚିକିତ୍ସାଧୀନ

ରଘୁନାଥପୁର,୨୨।୧୦(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକରେ ଡେଙ୍ଗୁ ବ୍ୟାପୁଛି। ଏହି ବ୍ଲକ ଅନ୍ତର୍ଗତ ପୁରୁଣାବସନ୍ତ ପଞ୍ଚାୟତର ଫତେପୁର ଗ୍ରାମର ରବୀନ୍ଦ୍ରନାଥ ରାଉତ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର...

ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କର

ଜଗତ୍‌ସିଂହପୁର ଅଫିସ, ୨୨ା୧୦: ବଙ୍ଗେପସାଗରରେ ସୃଷ୍ଟ ଲଘୁଚାପଜନିତ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଶୁକ୍ରବାର ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ଓସ୍‌ୱାନ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ପାରୁଲ ପଟୱାରୀ ପୌରୋହିତ୍ୟ କରି...

କୁଜଙ୍ଗ-ଚଟୁଆ ଶୋଚନୀୟ: ୭ ଦିନରେ ସମାଧାନ ନ ହେଲେ ଆନ୍ଦୋଳନ

କୁଜଙ୍ଗ,୨୧ା୧୦(ଡି.ଏନ୍‌.ଏ.): କୁଜଙ୍ଗ-ଚଟୁଆ ରାସ୍ତା ଅବସ୍ଥା ୪ ବର୍ଷହେବ ଶୋଚନୀୟ ହୋଇଯାଇଛି। କୁଜଙ୍ଗ ଗ୍ରାମ୍ୟ ଉନ୍ନୟନ ଅଧୀନରେ ଥିବା ଏହି ରାସ୍ତାଦେଇ ପୁରୀ ଜିଲାର ଅସ୍ତରଙ୍ଗ, ଜଗତ୍‌ସିଂହପୁର ଜିଲାର ବାଲିକୁଦା, ନାଉଗାଁ, ଏରସମା, କୁଜଙ୍ଗ ବ୍ଲକ ସମେତ ପାରଦୀପ ବନ୍ଦର ଏବଂ...

ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ ସୁପାରିସ କଲେ ଡିଇଓ

ଜଗତ୍‌ସିଂହପୁର ଅଫିସ,୨୧ା୧୦: ନାଉଗାଁ ବ୍ଲକ ନୂଆଗାଁ ପଞ୍ଚାୟତ ଅଧୀନ ସୁଧକଣ୍ଠି ଗ୍ରାମସ୍ଥିତ କମଳଲୋଚନ ଉଚ୍ଚ ବିଦ୍ୟାଳୟ ପରିସରରେ ଗତ ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଏହି ପରିସରସ୍ଥ ପୋଖରୀରେ ବିଦ୍ୟାଳୟର ୯ମ...

ଶିଶୁପୁତ୍ରକୁ ଗଛରେ ବାନ୍ଧି କାମକୁ ଯାଉଛନ୍ତି ମା’ବାପା

ପାରାଦୀପ,୨୦।୧୦ (ସ୍ବ.ପ୍ର.): ପାରାଦୀପ ଉପକଣ୍ଠ ଇଫ୍‌କୋ କାରଖାନା ସଂଲଗ୍ନ ବିଜୟଚନ୍ଦ୍ରପୁର ବସ୍ତିରେ ଗତ କିଛିଦିନ ହେବ ଗୋଟିଏ ଘଟଣା ସାଧାରଣ ଲୋକଙ୍କୁ ବ୍ୟଥିତ କରୁଛି। ମା’ବାପା ତାଙ୍କର ୧୦ ବର୍ଷୀୟ ଶିଶୁପୁତ୍ରଙ୍କୁ ଉଲଗ୍ନ ଅବସ୍ଥାରେ ରାସ୍ତା ପାଖ ଗଛରେ ବାନ୍ଧି...

ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି ନିର୍ବାଚନ: ଓହରିଲେ ୨ ୟୁନିୟନ, ୧ ନାକଚ

ପାରାଦୀପ, ୨୦ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି (ପରିବର୍ତ୍ତିତ ନାମ-ବୋର୍ଡ ଅଫ ମେମ୍ବର) ନିର୍ବାଚନରେ ଚଳିତଥର କେତେକ ଚର୍ଚ୍ଚିତ ଘଟଣା ଘଟିଛି। ଅର୍ଥାତ ପ୍ରମୁଖ ଦାବିଦାର ଦୌଡରେ ଥିବା ଭାଜପା ସମର୍ଥିତ ୟୁନିୟନ ପାରାଦୀପ ପୋର୍ଟ ମଜଦୁର ସଂଘ ପ୍ରାର୍ଥତ୍ପତ୍ର...

ଗୃହରେ ତାଲା, ବାରଣ୍ଡାରେ ପିଲା

ପାରାଦୀପ,୧୯ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ପୌରାଞ୍ଚଳର ୨ନଂ. ୱାର୍ଡର ଅଠରବାଙ୍କି ତଳପଡାରେ ଅଛି ସରକାରୀ ପ୍ରାଥମିକ ବିଦ୍ୟାଳୟ। ୨୦୦୮ରୁ ଚାଲିଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ୧୦୨ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଉକ୍ତ ସ୍କୁଲ...

ନଦୀ ଉପରେ ଶତାଧିକ ବାଉଁଶ ଭାଡ଼ି ଶୌଚାଳୟ

ପାରାଦୀପ,୧୯ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲାର ପ୍ରମୁଖ ଶିଳ୍ପସହର ପାରାଦୀପ ପୌରାଞ୍ଚଳକୁ ୨୦୧୮ରେ ବାହ୍ୟ ମଳମୁକ୍ତ ଭାବେ ଘୋଷଣା କରାଯାଇଛି। ଏପରି କି ସ୍ବଚ୍ଛ ସହର ଭାବେ ଦୁଇଥର ରାଷ୍ଟ୍ରପତି ପୁରସ୍କାର ପାଇସାରିଲାଣି। ବାସ୍ତବରେ ତା’ର ବିପରୀତ ଚିତ୍ର ପୌରାଞ୍ଚଳରେ ଦେଖିବାକୁ ମିଳୁଛି।...

ଅଙ୍ଗନୱାଡି କେନ୍ଦ୍ର ନିର୍ମାଣରେ ମନ୍ଥରତା

ଜଗତ୍‌ସିଂହପୁର ଅଫିସ, ୧୮।୧୦:କୋମଳମତି ପିଲାମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ସାଙ୍ଗକୁ ପ୍ରାକ୍‌ ଶିକ୍ଷା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ଜଗତ୍‌ସିଂହପୁର ଜିଲାରେ ପିଲାମାନଙ୍କ ପାଇଁ ଅଙ୍ଗନୱାଡି କେନ୍ଦ୍ର ବିଲ୍ଡିଂ ନିର୍ମାଣ କ୍ଷେତ୍ରରେ ସରକାର ବିଫଳ...

ମଧ୍ୟାହ୍ନଭୋଜନ: ଗ୍ୟାସ୍‌ ପରିବର୍ତ୍ତେ କାଠଚୁଲା ବ୍ୟବହାର

ନାଉଗାଁ ,୧୭ା୧୦(ସ୍ବ.ପ୍ର.): ପୁଷ୍ଟିକର ଖାଦ୍ୟ ସହ ପିଲାଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ସରକାରଙ୍କ ତରଫରୁ ପ୍ରତି ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ନାଉଗଁା ବ୍ଲକର ୭୮ ବିଦ୍ୟାଳୟରେ ହାରାହାରି ୭ ହଜାରରୁ ଊର୍ଦ୍ଧ୍ୱ ପିଲାଙ୍କ ପାଇଁ ପ୍ରତ୍ୟହ...

ଆସୁନାହାନ୍ତି ଅଙ୍ଗନଓ୍ବାଡି କର୍ମୀ, କେନ୍ଦ୍ରରେ ତାଲା

ନାଉଗାଁ,୧୬।୧୦(ସ୍ବ.ପ୍ର.): ଛୋଟ ଛୋଟ ପିଲାମାନଙ୍କୁ ବିଦ୍ୟାଳୟମୁଖୀ କରିବା ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନାରେ ଅଙ୍ଗନଓ୍ବାଡି କେନ୍ଦ୍ରସବୁ ଖୋଲାଯାଇଛି। ଏହି କେନ୍ଦ୍ରଗୁଡ଼ିକୁ ତଦାରଖ କରିବା ପାଇଁ ସୁପରଭାଇଜର ରହିଥିବାବେଳେ ସିଡିପିଓ ମଧ୍ୟ ରହିଛନ୍ତି। କିନ୍ତୁ ନାଉଗାଁ ବ୍ଲକରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକ ଠିକ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri