ଜଣେ ଅଧିକାରୀଙ୍କ ନିୟନ୍ତ୍ରଣରେ ଚାଲିଛି ମହୋତ୍ସବ

ପାରାଦୀପ,୫।୧୧(ସ୍ବ.ପ୍ର.): ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ନଭେମ୍ବର ୭ରୁ ଆରମ୍ଭ ହେବ। ଗତ ୩ ଦଶନ୍ଧି ଧରିସମୁଦ୍ର ବେଳାଭୂମିରେ (ଅଧୁନା ବିଜୁ ମଇଦାନ ) ଏହି ମହୋତ୍ସବ ହୋଇଆସୁଛି। ସମୟ ବଢିବା ସହ କଳେବର ବୃଦ୍ଧି ପାଇଛି ଏବଂ ଅନ୍ୟତମ ଗଣପର୍ବ ଭାବେ ମାନ୍ୟତା ପାଇଛି। ଏହାକୁ ବାଲିଯାତ୍ରା କମିଟି ପରିଚାଳନା କରୁଛି। ଏଥିରେ ଜିଲାପାଳ ଅଧ୍ୟକ୍ଷ, ଅତିରିକ୍ତ ଜିଲାପାଳ ଉପାଧ୍ୟକ୍ଷ, ନିର୍ବାହୀ ଅଧିକାରୀ ସମ୍ପାଦକ ଥିବାବେଳେ ଅନ୍ୟ ଅଧିକାରୀ, ଜନପ୍ରତିନିଧି ଓ କେତେଜଣ ସାଧାରଣ ଲୋକ ଅଛନ୍ତି। ଏହି ସଂଖ୍ୟା ପ୍ରାୟ ୧୨୦ରୁ ଅଧିକ। ପୂର୍ବରୁ ଏକାଧିକ ଅଧିକାରୀ ଏହାର ସୁପରିଚାଳନା ପାଇଁ ଭିନ୍ନ ଭିନ୍ନ ଦାୟିତ୍ୱରେ ଥିଲେ। ଚଳିତବର୍ଷ ଘଟଣା ଚକ୍ରରେ ଜଣେ ଅଧିକାରୀ ସମସ୍ତ ପ୍ରକାର ଦାୟିତ୍ୱ ନିର୍ବାହ କରୁଛନ୍ତି। ସେ ହେଲେ ଅତିରିକ୍ତ ଜିଲାପାଳ ତଥା ପୌର ନିର୍ବାହୀ ଅଧିକାରୀ କାହ୍ନୁଚରଣ ଧୀର।
୧୯୯୨ରେ କଳିଙ୍ଗ ବାଲିଯାତ୍ରା ଆରମ୍ଭ ହୋଇଥିଲା। ସେତେବେଳେ ଏହାକୁ କେତେଜଣ ଆଗଧାଡିର ଲୋକ ଆରମ୍ଭ କରିଥିଲେ। ବିଭିନ୍ନ ଶିଳ୍ପସଂସ୍ଥାରୁ ଅର୍ଥ ଆଣି ଏହାକୁ ଆୟୋଜନ କରାଯାଉଥିବାରୁ ଏହାକୁ ଉପଯୁକ୍ତ ପରିଚାଳନା ପାଇଁ ୧୯୯୫ରେ ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଏହିକ୍ରମରେ ଜିଲା ପ୍ରଶାସନ ସମସ୍ତ ଆୟବ୍ୟୟ ସରକାରୀ ଭାବେ ଅଡିଟ କରି କମିଟି ସଦସ୍ୟଙ୍କୁ ଦେଇଥାନ୍ତି। ଏଥିପାଇଁ ଯୁଗ୍ମ ବ୍ୟାଙ୍କ ଆକାଉଣ୍ଟ ଥିଲା। ୨୦୧୬ ପରଠୁ କୁଜଙ୍ଗ ତହସିଲଦାର ଓ ପାରାଦୀପ ପୌର ନିର୍ବାହୀ ଅଧିକାରୀଙ୍କ ନାମରେ ଉକ୍ତ ଆକାଉଣ୍ଟ ରହିଥିଲା। ଅତିରିକ୍ତ ଜିଲାପାଳଙ୍କ ଅଧୀନରେ ଉକ୍ତ ଖାତା ପରିଚାଳନା ହେଉଥିଲା। ୨୦୧୬ରେ ତତ୍କାଳୀନ ତହସିଲଦାର ଓ ଅତିରିକ୍ତ ଜିଲାପାଳଙ୍କ ମଧ୍ୟରେ କୌଣସି କାରଣ ପାଇଁ ବିବାଦ ଉପୁଜିବାରୁ ଜିଲାପାଳ ଯାମିନୀ ଷଡ଼ଙ୍ଗୀ ହସ୍ତକ୍ଷେପ କରି ଉକ୍ତ ବ୍ୟାଙ୍କ ଆକାଉଣ୍ଟ ଅତିରିକ୍ତ ଜିଲାପାଳଙ୍କ ପାଖକୁ ଆଣିଥିଲେ। ସେବେଠାରୁ ଏପର୍ଯ୍ୟନ୍ତ ତାହା ବଳବତ୍ତର ରହିଛି। ୨୦୧୯ରେ ବାଲିଯାତ୍ରା ଆୟବ୍ୟୟ ହିସାବ କୌଣସି କମିଟି ସଦସ୍ୟଙ୍କୁ ଦିଆଯାଇନାହିଁ। ଏନେଇ ଦୁଇଥର ଜନସୂଚନା ଅଧିକାର ଆଇନ ୨୦୦୫ ଅନୁଯାୟୀ ତଥ୍ୟ ମଗାଯାଇଥିଲା। ମାତ୍ର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ପୌରପାଳିକା ପକ୍ଷରୁ ଏହି ତଥ୍ୟ ଦିଆଯାଇନାହିଁ। ୨୦୧୮ ଓ ୨୦୧୯ ରେ ମଧ୍ୟ ଧୀର ଅତିରିକ୍ତ ଜିଲାପାଳ ଥିଲେ। ଏବେ ମଧ୍ୟ ସେ ବାଲିଯାତ୍ରା କମିଟିର ଉପାଧ୍ୟକ୍ଷ ଓ ସମ୍ପାଦକ ପଦବୀରେ ଅଛନ୍ତି। ଚଳିତବର୍ଷ ଟେଣ୍ଡର ପେପର ଦାମ ୫ରୁ ୧୦ ହଜାର ଟଙ୍କା ରଖାଯାଇଛି। ପୂର୍ବବର୍ଷ ଗୁଡିକରେ ତାହା ମାତ୍ର ୫ ଶହ ଟଙ୍କା ଥିଲା। ଗତ ସେପ୍ଟେମ୍ବର ୨୨ରେ ୭ ପ୍ରକାର ବାଲିଯାତ୍ରା କାମ ପାଇଁ ଟେଣ୍ଡର (ଚିଠି ନଂ ୫୪୨୮) ହୋଇଛି। ଏହି ଟେଣ୍ଡରରେ ଯଦି ସର୍ବନିମ୍ନ ୪ ଜଣ ଲେଖାଏ ପେପର କିଣିଥିବେ, ଲକ୍ଷାଧିକ ଟଙ୍କା ରୋଜଗାର ହୋଇଥିବ। ଏହାବାଦ ଷ୍ଟଲ ସଂଖ୍ୟା ପୂର୍ବବର୍ଷ ଠାରୁ ଅଧିକ ହୋଇଛି ଏବଂ ୧୦ଫୁଟ ପ୍ରସ୍ଥ ୨୦ ଫୁଟ ଲମ୍ବା ଜାଗା ପାଇଁ ୭ ହଜାର ଟଙ୍କା ଲେଖାଏ ରସିଦ କଟାଯାଉଛି। ମୀନାବଜାର, ଦୋଳି, ଗ୍ରାଉଣ୍ଡ କଲେକସନ, ସାଇକେଲ ଷ୍ଟାଣ୍ଡ ପାଇଁ ଅଲଗା ମୂଲ୍ୟ ରହିଛି। ସବୁଠାରୁ ଅଧିକ ଅର୍ଥ ଆସେ ବିଭିନ୍ନ ଶିଳ୍ପସଂସ୍ଥାରୁ। ଏମିତି ଅନେକ ଉତ୍ସରୁ ଅର୍ଥ ଆସୁଛି ଏବଂ ଖର୍ଚ୍ଚ ହେଉଛି। ଯିଏ ତଦାରଖ କରିବା କଥା ଏବେ ସେହି ଅଧିକାରୀ ଖର୍ଚ୍ଚ କରୁଛନ୍ତି। ହିସାବ ସାର୍ବଜନୀନ ହେଉନାହିଁ। ଏମିତି ଅନେକ ଅସାମଞ୍ଜସ୍ୟ ଘଟଣା ସମ୍ପର୍କରେ ଜିଲାପାଳ ତଥା ବାଲିଯାତ୍ରା କମିଟି ଅଧ୍ୟକ୍ଷ ପଟୱାରୀ ଓ ଉପାଧ୍ୟକ୍ଷ ତଥା ସମ୍ପାଦକ ଧୀରଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ମୋବାଇଲ୍‌ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri