‘ଦୁର୍ନୀତିଗ୍ରସ୍ତଙ୍କୁ ସମର୍ଥନ କରିବା ଉଚିତ ନୁହେଁ’

ଜଗତ୍‌ସିଂହପୁର ଅଫିସ, ୨ା୧୧: ଦୁର୍ନୀତି ଓ ବିକାଶ ଏକ ସଙ୍ଗରେ ଯାଇପାରିବେ ନାହିଁ। ଦୁର୍ନୀତି ମଣିଷର ସହଜାତ ପ୍ରବୃତ୍ତିରେ ପରିଣତ ହୋଇଛି। ସମାଜ ଓ ପରିବାର ପରୋକ୍ଷରେ ଏଥିପାଇଁ ଦାୟୀ। ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ପରିବାର ଓ ସମାଜ ସମର୍ଥନ ବା ପ୍ରୋତ୍ସାହନ ଦେବା କଥା ନୁହେଁ। ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ ଏହା କହିଛନ୍ତି। ଉତ୍ସବରେ ଜିଲାପାଳ ପାରୁଲ ପଟୱାରୀ ସରକାରୀ କର୍ମଚାରୀଙ୍କୁ ଆତ୍ମ ସମୀକ୍ଷା କରିବା ନେଇ ପରାମର୍ଶ ଦେଇଥିଲେ। ସେ କହିଥିଲେ, ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଛି । ଏହାର ମୂଳୋତ୍ପାଟନ ପାଇଁ ସରକାରୀ କର୍ମଚାରୀ, ନାଗରିକ ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଦୁର୍ନୀତି କାରଣରୁ ରାଜ୍ୟ ସରକାର ଏଥିମଧ୍ୟରେ ୧୬୦ରୁ ଅଧିକ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିସାରିଲେଣି। କର୍ମକ୍ଷେତ୍ରରେ ସ୍ବଚ୍ଛତା ରଖି ୫-ଟି ନିୟମ ଆଧାରରେ କାର୍ଯ୍ୟ କରିବା ଜରୁରୀ। ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲା ପରିଷଦ ସଭାପତି ମନୋଜ ଭୋଇ ଯୋଗଦେଇ କହିଥିଲେ, ଯେଉଁମାନେ ଦୁର୍ନୀତିରେ ଲିପ୍ତ ରହୁଛନ୍ତି ସେମାନଙ୍କ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ହେବା ଉଚିତ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମେଶ କୁମାର ପଣ୍ଡା ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ଉପରେ ବର୍ଣ୍ଣନା କରିଥିଲେ। ପ୍ରାରମ୍ଭରେ ଜଗତ୍‌ସିଂହପୁର ଦୁର୍ନୀତି ନିବାରଣ ବିଭାଗ ଉପଆରକ୍ଷୀ ଅଧୀକ୍ଷକ ହେମନ୍ତ କୁମାର ମହାନ୍ତି ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସ୍ବଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ବିୟୋଗରେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା। ପୂର୍ବାହ୍ନରେ ସ୍ଥାନୀୟ ଏସ୍‌କେ ଏକାଡେମୀ ନିକଟରୁ ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

ଜିଲାପାଳଙ୍କୁ ଦାବିପତ୍ର ପରେ ପ୍ରଶାସନ ତତ୍ପର: ଅବକାରୀ ବିଭାଗର ବଡ଼ଧରଣର ଚଢ଼ାଉ, ୪ ଅଭିଯୁକ୍ତଙ୍କ ନାଁରେ ମାମଲା

ଥୁଆମୂଳ ରାମପୁର,୪ା୭(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଲନାଗୀ ପଞ୍ଚାୟତରେ ବେଆଇନ ମଦ କାରବାର ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ଓ ସାମାଜିକ ସ୍ଥିତି ବିଗିଡ଼ିବା…

ଚାଉଳିଆଗଞ୍ଜ ଆଇଆଇସିଙ୍କ ଆତ୍ମହତ୍ୟା ନେଇ ଆସିଲା ସ୍ବାମୀଙ୍କ ବୟାନ, କହିଲେ କଥାବାର୍ତ୍ତାରେ ସେମିତି କିଛି…

କଟକ,୪ା୭: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ବାମୀଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଶୁକ୍ରବାର ରାତି ୧୦ଟା ୨୫ରେ ସ୍ତ୍ରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri