କେନାଲରେ ଆସୁନି ପାଣି, ଶୁଖିଲା ପଡ଼ିଛି ଚାଷଜମି

ନାଉଗଁା ,୫ା୧୧(ସ୍ବ.ପ୍ର): ନାଉଗଁା ବ୍ଲକର ଚାଷୀମାନେ କେତେବେଳେ ଅଧିକ ବର୍ଷା ତ ଆଉ କେତେବେଳେ ପାଣି ଅଭାବରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିଅଣ୍ଟିଆ ବର୍ଷା ଓ ଅସ୍ବାଭାବିକ ମୌସୁମୀ ପ୍ରବାହ ଯୋଗୁ ଏଠାକାର ଚାଷୀ ଠିକ୍‌ ସମୟରେ ଚାଷ କାର୍ଯ୍ୟ କରି ପାରି ନ ଥିଲେ। ବର୍ଷା ଅଭାବରୁ ଚାଷୀମାନେ ନିଜସ୍ବ ଉଦ୍ୟମରେ ଧାନ ରୋଇବା ପାଇଁ ତଳି ପକାଇଥିଲେ। ଜମି ପ୍ରସ୍ତୁତ କରି ଠିକ ତଳି ରୁଆ କାର୍ଯ୍ୟ ଆରମ୍ଭ ହେବାବେଳକୁ ଲଘୁଚାପଜନିତ ପ୍ରବଳ ବର୍ଷାରେ ଅନେକ ଚାଷୀଙ୍କ ଧାନ ତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଫଳରେ ଏକ ହଜାର ଏକରରୁ ଊର୍ଦ୍ଧ୍ୱ ଜମି ଏବେ ବି ପଡ଼ିଆ ପଡିଛି। ଅଧିକାଂଶ ଚାଷୀ ପୁରୀ ସମେତ ଜଗତ୍‌ସିଂହପୁର ଜିଲା ବିରିଡି, ରଘୁନାଥପୁରରୁ ଧାନ ତଳି କ୍ରୟ କରି ରୁଆ କାର୍ଯ୍ୟ କରିଥିଲେ। ଜମିର ଧାନ ଥୋଡ ବାହାରୁଥିବା ବେଳେ ବର୍ଷାଯୋଗୁ ନଷ୍ଟ ହୋଇଯାଇଥିବାରୁ ଚାଷୀମୁଣ୍ଡରେ ଚଡ଼କ ପଡ଼ିଛି। ଅପରପକ୍ଷେ ମୌସୁମୀ ଅପସରିଯିବା ପରେ ଅଣ ଜଳସେଚିତ ଚାଷ ଜମିରେ ପାଣି ପହଞ୍ଚତ୍ ପାରୁନାହିଁ। ଏହା ମଧ୍ୟ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି।
କୃଷି କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ବ୍ଲକରେ ସମୁଦାୟ ୭ ହଜାର ୫୦ ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯାଏ। ସେଥିରୁ ୩ ହଜାର ୨ଶହ ୧୩ ହେକ୍ଟର ଚାଷ ଜମି ଜଳସେଚିତ ହୋଇଥିବାବେଳେ ୩ ହଜାର ୮ଶହ ୩୭ ହେକ୍ଟର ଚାଷ ଜମି ଅଣ ଜଳସେଚିତ ଅଟେ। ଜଳସେଚିତ ଜମି ମଧ୍ୟରୁ କେନାଲ ମାଧ୍ୟମରେ ୧ ହଜାର ୨ ଶହ ୧୬ ହେକ୍ଟର, ଉଠା ଜଳସେଚନ ମାଧ୍ୟମରେ ୧ ହଜାର ହେକ୍ଟର, ସାଲୋ ଟିଓଲ ମାଧ୍ୟମରେ ୬ ଶହ ୮୧ ହେକ୍ଟର, ଅନ୍ୟାନ୍ୟ ଜଳସେଚନ ମାଧ୍ୟମରେ ୩ଶହ ୧୧ ହେକ୍ଟର ଚାଷ ଜମି ଜଳ ସେଚିତ ହେଉଛି। କାଗଜ କଲମରେ ଉକ୍ତ ଜମିରେ ଜଳ ସେଚିତ ହୋଇଥିବା ଦର୍ଶାଯାଇଥିଲେ ମଧ୍ୟ ଅଧିକାଂଶ କେନାଲରେ ପାଣି ଆସୁ ନ ଥିବା ସାଧାରଣରେ ଅଭିଯୋଗ ହୋଇଛି। ୯୨ ଉଠା ଜଳ ସେଚନ ପ୍ରକଳ୍ପ ମଧ୍ୟରୁ ୬୦ କାର୍ଯ୍ୟକ୍ଷମ ଥିବାବେଳେ ୩୨ ଅଚଳ ରହିଛି। ସେହିପରି ବ୍ଲକ ଦେଇ ପ୍ରବାହିତ ଗୋବରୀ ନାଳରେ ଥିବା ୫ ସ୍ଳୁଇସ୍‌ ଗେଟ ମଧ୍ୟରୁ ମାରେଡା,ଗାରୋଇ କାର୍ଯ୍ୟକ୍ଷମ ଥିବାବେଳେ ବାଂଶ,ଘୋଡାଂଶ ଓ ଗଜରାଜପୁର ଗେଟ୍‌ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ଥୋଡ଼ ବାହାରିଥିତ୍ବା ଧାନରେ ପାଣିର ଆବଶ୍ୟକତା ଥିବାରୁ ଗଜରାଜପୁରଠାରେ କେତେଜଣ ଚାଷୀ ଗୋବରୀ ନାଳରେ ବନ୍ଧ ପକାଇ ପାଣିକୁ ଅଟକ ରଖି ଚାଷ ଜମିକୁ ପାଣି ମଡାଉଥିବା ଦେଖିବାକୁ ମିଳିଛି। ଉପର ମୁଣ୍ଡରେ ପାଣି ଅଟକ ରହିବା ଯୋଗୁ ଘୋଡାଂଶ, ନାଉଗଁା ,ବାଂଶ, ତିରୁଣା ପଞ୍ଚାୟତ ଦେଇ ଯାଇଥିବା ନାଳର ତଳ ମୁଣ୍ଡକୁ ପାଣି ପହଞ୍ଚତ୍ ପାରୁନାହିଁ। କେନାଲ, ଉଠା ଜଳସେଚନ ପ୍ରକଳ୍ପ ଓ ସ୍ଲୁଇସ୍‌ ଗେଟ ଆଦି ଠିକ୍‌ ଭାବେ କାର୍ଯ୍ୟ କରୁଥିଲେ ଏସବୁ ଅସୁବିଧା ହୋଇ ନ ଥାନ୍ତା ବୋଲି କେତେଜଣ ଚାଷୀ ମତବ୍ୟକ୍ତ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜଳସେଚନ ଉତ୍ସଗୁଡ଼ିକୁ ସଚଳ କରିବା ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନର ସହ ସଂଯୋଜକ ଅଶୋକ ସ୍ବାଇଁ ଓ ସୁବାସ ସ୍ବାଇଁ ପ୍ରମୁଖ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ଦାସ କୁହନ୍ତି, ଜଳସେଚନ ସମ୍ପର୍କରେ ପାଣି ପଞ୍ଚାୟତଗୁଡ଼ିକ ବୁଝାଶୁଝା କରୁଛନ୍ତି। କିଛି ସ୍ଥାନରେ ବିଦ୍ୟୁତ୍‌ ବିଲ୍‌ ଯୋଗୁ ଜଳସେଚନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଅନ୍ୟ ସ୍ଥାନରେ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri