ରଦ୍ଦିରେ ବିକ୍ରି ହେଲା ପଢ଼ାବହି

ପାରାଦୀପ,୬।୧୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ସହରରେ ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କୁ ମାଗଣାରେ ଦିଆଯାଉଥିବା ବହିଗୁଡ଼ିକୁ ଶନିବାର ରଦ୍ଦିରେ ବିକ୍ରି କରାଯାଇଛି। ପାରାଦୀପ ନୂଆବଜାରସ୍ଥିତ ସଞ୍ଜୟ ଗାନ୍ଧୀ ସ୍କୁଲରେ ଏଭଳି ଘଟଣା ଘଟିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଜ୍ଜ୍ୱଳ ଓ ଉତ୍‌ଥାନ ଯୋଜନାରେ ମିିଳିଥିବା ଏହି ବହିଗୁଡ଼ିକୁ ପିଲାଙ୍କୁ ବଣ୍ଟା ନ ଯାଇ ୪୦୦ ଟଙ୍କାରେ ବିକ୍ରି କରାଯାଇଛି। ଉକ୍ତ ବହିଗୁଡ଼ିକରେ ଉଇ ଲାଗିଯାଇଛି। ଏହି ସ୍କୁଲ ୫-ଟି ଅନ୍ତର୍ଗତ ମୋ ସ୍କୁଲ ଯୋଜନାରେ ସାମିଲ ହୋଇଛି। ଏହା ପାରାଦୀପର ଏକ କ୍ଲଷ୍ଟର ସ୍କୁଲ। କ୍ଲଷ୍ଟର ପରିଚାଳନା କରୁଥିବା ସିଆର୍‌ସିସି ଏହି ସ୍କୁଲ ପରିସରରେ ଗୋଟିଏ ପ୍ରକୋଷ୍ଠ ନେଇ ଅଫିସ କାର୍ଯ୍ୟ କରୁଛନ୍ତି। ବହିକୁ ରଦ୍ଦି ବେପାରୀଙ୍କୁ ବିକ୍ରି କରିବା ସମ୍ପର୍କରେ ପଚାରିବାରୁ ସିଆର୍‌ସିସି ଓ ଶିକ୍ଷକମାନେ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି।
ଶନିବାର ପୂର୍ବାହ୍ନ ସମୟରେ ରଦ୍ଦି କାଗଜ ବେପାରୀ ରଘୁଆ ସାହୁ ଏହି ସ୍କୁଲରୁ ଉକ୍ତ ବହିଗୁଡ଼ିକୁ ନେଇ ଆସୁଥିବା ବେଳେ ତାଙ୍କୁ ପଚରାଯାଇଥିଲା। ଏ ସମ୍ପର୍କରେ ସେ କୁହନ୍ତି,ଏହି ବହିଗୁଡ଼ିକର ଓଜନ ୭୨ କିଲୋ ହେଲା। ଏଥିପାଇଁ ୪ ଜଣ ଦିଦି ଓ ଜଣେ ସାର୍‌ ମୋ ଠାରୁ ୪୦୦ ଟଙ୍କା ନେଇଛନ୍ତି। ଏ ସମ୍ପର୍କରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସବିତା କୁମାରୀ ପରିଡା କହିଛନ୍ତି, ସିଆର୍‌ସିସି ବହିଗୁଡ଼ିକୁ ରଖିଥିଲେ। ସେ ଉକ୍ତ ବହି ଗୁଡ଼ିକୁ ବିକ୍ରି କରିଥାଇପାରନ୍ତି। ଏ ବିଷୟରେ ସେ କିଛି ଜାଣିନାହାନ୍ତି। ଏ ପ୍ରସଙ୍ଗରେ ସିଆର୍‌ସିସି ସୁକାନ୍ତ ସ୍ବାଇଁଙ୍କୁ ପଚାରିବାରେ କହିଥିଲେ, ଶିକ୍ଷକମାନେ ବହି ବିକ୍ରି କରିିଛନ୍ତି। ଏପରିକି ଘଟଣାସ୍ଥଳରେ ସେମାନେ ପରସ୍ପରକୁ ଦୋଷ ଦେଇଥିଲେ। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ପବିତ୍ର କର କହିଛନ୍ତି, ମୁଁ ମେଡିକାଲରେ ଅଛି କିଛି ଜାଣିନାହିଁ। ପରେ ଜିଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରାଙ୍କୁ ପଚାରିବାରେ କହିଥିଲେ, ମୋ ପାଖରେ ଖବର ନାହିଁ, ଯଦି ସେପରି କେହି ବହିକୁ ବିକ୍ରି କରିଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସୂଚନାଯୋଗ୍ୟ, ୨୦୨୦-୨୧ ଶିକ୍ଷାବର୍ଷରେ କରୋନା ମହାମାରି ଯୋଗୁ ସ୍କୁଲ ବନ୍ଦ ରହିଥିଲା। ଏହି ସମୟରେ ଅନେକ ପିଲା ଠିକ୍‌ ଭାବେ ପାଠ ପଢିପାରି ନ ଥିଲେ। ଶିକ୍ଷାରେ ଦୁର୍ବଳ ଥିବା ଛାତ୍ରୀଛାତ୍ରଙ୍କ ପାଇଁ ସରକାର ଦ୍ବିତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଉଜ୍ଜ୍ୱଳ ଯୋଜନାରେ ଏହି ଉପାଦେୟ ବହି ଯୋଗାଇ ଦେଇଥିଲେ। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଉତ୍‌ଥାନ ଯୋଜନାରେ ସମସ୍ତ ବିଷୟ ଥିବା ବହି ଯୋଗାଇଥିଲେ। ଏଥିରେ ପିଲାଙ୍କ ପଢ଼ିବା ବୁଝିବା ଭଳି ସହଜ ପ୍ରଶ୍ନୋତ୍ତର ରହିଛି। ଏହାସବୁ ଛାତ୍ରୀଛାତ୍ରଙ୍କ ପାଇଁ ଉପାଦେୟ ବୋଲି ଶିକ୍ଷୟିତ୍ରୀ ଶୁଭ୍ରାରାଣୀ ବିଶ୍ୱାସ କୁହନ୍ତି। ଏହି ବହି ଖୋଲା ବଜାରରେ ମିଳେନାହିଁ। ଏଭଳି ପ୍ରମୁଖ ବହିକୁ ଶିକ୍ଷୟିତ୍ରୀ, ଶିକ୍ଷକମାନେ ପିଲାଙ୍କୁ ଦେବା ବଦଳରେ ରଦ୍ଦି କାଗଜ ବେପାରୀଙ୍କୁ ବିକ୍ରି କରିବା ଘଟଣା ତଦନ୍ତସାପେକ୍ଷ ବୋଲି ବୁଦ୍ଧିଜୀବୀ ଅରବିନ୍ଦ ସ୍ବାଇଁ କୁହନ୍ତି। ସଞ୍ଜୟ ଗାନ୍ଧୀ ସ୍କୁଲରେ ୨୦୨୧-୨୨ ଶିକ୍ଷାବର୍ଷରେ ସମୁଦାୟ ୩୩୦ ଜଣ ଛାତ୍ରୀଛାତ୍ର ଥିବା ବେଳେ ୧୫ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଓ ପିଅନ ଅଛନ୍ତି। ୨୦୧୯ରୁ ଏପର୍ଯ୍ୟନ୍ତ ଏହି ସ୍କୁଲକୁ ଭିନ୍ନ ଭିନ୍ନ ବିଭାଗ ପକ୍ଷରୁ ୩ ଥର ମରାମତି, ରୂପାନ୍ତକରଣ କରାଗଲାଣି। ଏଥିପାଇଁ ପୌରପାଳିକା, ସର୍ବଶିକ୍ଷା ଅଭିଯାନ, ପୂର୍ତ୍ତ ବିଭାଗ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କଲେଣି। ପ୍ରତିଥର ନବୀକରଣ ସମୟରେ ଷ୍ଟାଫମାନେ ଟ୍ରକ ଭର୍ତ୍ତି କରି ପୁରୁଣା ସାମଗ୍ରୀଗୁଡିକୁ ବିକ୍ରି କରୁଛନ୍ତି ବୋଲି ସେହି ସ୍କୁଲ କମିଟିର ଉପସଭାପତି ରବୀନ୍ଦ୍ର ଓଝା ଅଭିଯୋଗ କରିଛନ୍ତି। ସମସ୍ତ ଅଭିଯୋଗ ସମ୍ପର୍କରେ ସେ ବିଭାଗୀୟ ଅଧିକାରୀ ଓ ୫-ଟି ସଚିବଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି ବୋଲି କୁହନ୍ତି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାବପ୍ରବଣ ହୋଇ ପ୍ରଶଂସକଙ୍କୁ ଏମିତି ସରପ୍ରାଇଜ୍‌ ଦେଲେ ରୋନାଲ୍ଡୋ: ଜିତିଲେ ହୃଦୟ

ନୂଆଦିଲ୍ଲୀ,୪।୭: ପର୍ତ୍ତୁଗାଲ ୨୦୨୬ ଫିଫା ବିଶ୍ୱକପରେ ରାଉଣ୍ଡ ଅଫ ୧୬ରେ ପହଞ୍ଚିଛି। ଏଠାରେ ସେମାନେ ସ୍ପେନ ସହିତ ମୁକାବିଲା କରିବାକୁ ଯାଉଛନ୍ତି। କ୍ରିଷ୍ଟିଆନୋ ରୋନାଲ୍ଡୋ ପୂର୍ବରୁ ରାଉଣ୍ଡ…

ଆତଙ୍କବାଦ ଉପରେ ଭାରତର କଡ଼ା ପ୍ରହାର, ଚମକିପଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୪।୭: ଆତଙ୍କବାଦ ବିରୋଧରେ ଏକ ବଡ଼ ପଦକ୍ଷେପ ସ୍ବରୂପ, କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅଧୀନରେ ୨୩ ଜଣଙ୍କୁ ଆନୁଷ୍ଠାନିକ ଭାବରେ ଆତଙ୍କବାଦୀ…

ହୋଇପାରୁନି ସରକାର-ଡାକ୍ତରଙ୍କ ସହ ବୁଝାମଣା: ୪ PHC ସମ୍ପୂର୍ଣ୍ଣ ଠପ୍‌, CHC ଭରସା ମାତ୍ର ଜଣେ ଡାକ୍ତର

ଗଞ୍ଜାମ,୪।୭(ବିଭୁ ପ୍ରସାଦ ପଟ୍ଟନାୟକ): ରାଜ୍ୟରେ ସରକାର ଏବଂ ଆନ୍ଦୋଳନରତ ଡାକ୍ତରମାନଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହେବା ପରେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ସ୍ୱାସ୍ଥ୍ୟ…

ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ: ମୃତକଙ୍କ ପରିଚୟ ମିଳୁନି

ବାଲିଗୁଡା,୪।୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ୫୯ନଂ ଜାତୀୟ ରାଜପଥ ଖଡ଼ଗ ନଦୀ ପୋଲ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ…

ହଠାତ ବିଗିଡ଼ିଗଲା ଉପମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା, ଥାଣେର ହସ୍ପିଟାଲରେ ଭର୍ତ୍ତି

ଥାଣେ,୪।୭: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ହଠାତ ଅସୁସ୍ଥ ହୋଇପଡ଼ିଲେ ଏବଂ ପରେ ତାଙ୍କୁ ଥାଣେର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଅନୁସାରେ, ଅତ୍ୟଧିକ ଚାପ…

ଚଳଚଞ୍ଚଳ ଚାଷୀ: ଲଗାଣ ବର୍ଷାରେ ଜମିରେ ବୁଡ଼ିଲା ବିହନ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ):ଲଘୁଚାପଜନିତ ବର୍ଷା ଶୁକ୍ରବାରଠାରୁ ଗଞ୍ଜାମ ବ୍ଲକ ଅଞ୍ଚଳରେ ଆରମ୍ଭ ହୋଇଛି l ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଚାଷୀକୁଳ l ଯେହେତୁ ଗତ କିଛି ଦିନ ତଳେ…

କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC ବିୟୁଟି: ମୃତ୍ୟର କାରଣ ଅସ୍ପଷ୍ଟ

କଟକ,୪।୭(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଉଳିଆଗଞ୍ଜ ଥାନା ଅଧିକାରୀ ମହିଳା ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା କରିଛନ୍ତି। ମହିଳା ଆଇଆଇସି ଜଣଙ୍କ…

ମହଙ୍ଗା ଔଷଧରୁ ମିଳିବ ଆଶ୍ୱସ୍ତି! କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪ା୭: କେନ୍ଦ୍ର ସରକାର ଡ୍ରଗ୍ସ ପ୍ରାଇସ୍ କଣ୍ଟ୍ରୋଲ୍ ଅର୍ଡର (DPCO), ୨୦୧୩ରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି, ଯାହାଦ୍ୱାରା ରୋଗୀମାନଙ୍କୁ ଶସ୍ତାରେ ଔଷଧ ମିଳିବା ସହଜ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri