ଜଗତ୍‌ସିଂହପୁର

ପିଇଓଙ୍କ ବଦଳିକୁ ନେଇ ଅସନ୍ତୋଷ

ବାଲିକୁଦା,୨୫।୧୧(ସ୍ବ.ପ୍ର.): ବାଲିକୁଦା ବ୍ଲକ ସରପଞ୍ଚ ସଂଘର ଏକ ବୈଠକ ମରିଚିପୁର ପଞ୍ଚାୟତର ମା’ ବନ୍ଦରେଇଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ତଥା ବରମୁଣ୍ଡଳି ସରପଞ୍ଚ ନିରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସରପଞ୍ଚଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା।…

ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିଲେ ଯୁଦ୍ଧ ଜାହାଜ

ପାରାଦୀପ,୨୫।୧୧(ସ୍ବ.ପ୍ର.): ପ୍ରତିବର୍ଷ ପରି ଚଳିତବର୍ଷ ରବିବାର ପାରାଦୀପ ବନ୍ଦରରେ ସର୍ବଧାରଣଙ୍କ ପାଇଁ ଲାଗିଛି ଭାରତୀୟ ନୌସେନାର ୨ଟି ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ଘଡ଼ିଆଳ ଓ ରାଣା। ଏହାକୁ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିବାର ସୁଯୋଗ ପାଇଛନ୍ତି। ବନ୍ଦରାଞ୍ଚଳର ଜୟଦେବସଦନଠାରୁ ସ୍ବତନ୍ତ୍ର ବସ୍‌…

ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଅଚଳ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ

ନାଉଗାଁ ,୨୫।୧୧(ସ୍ବ.ପ୍ର.): ରୋଗୀଙ୍କୁ ବିନାମୂଲ୍ୟରେ ହସ୍‌ପିଟାଲରେ ପହଞ୍ଚାଇବା ପାଇଁ ସରକାର ୧୦୮ ପରି ଜରୁରି ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି। ଏହି ଆମ୍ବୁଲାନ୍ସ ସେବା ନାଉଗାଁ ବ୍ଲକରେ ୨୦୧୫ରୁ କାର୍ଯ୍ୟକାରୀ ହେଉଛି। ହେଲେ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ୧୦୮ ଆମ୍ବୁଲାନ୍ସ…

ଜାପାନିଜ ଏନସେଫାଲାଇଟିସ୍‌ ଟିକାକରଣରେ ଅବ୍ୟବସ୍ଥା: ଜଣେ ଶିଶୁଙ୍କୁ ୪ ଦିନରେ ୨ଥର ଟିକା

ଜଗତ୍‌ସିଂହପୁର ଅଫିସ, ୨୩ା୧୧: ୧ରୁ ୧୫ ବର୍ଷର ଶିଶୁଙ୍କୁ କ୍ୟୁଲେକ୍ସ ମସା କାମୁଡାରେ ସୃଷ୍ଟ ମାରାତ୍ମକ ସଂକ୍ରମଣ ରୋଗରୁ ମୁକ୍ତି ପାଇଁ ଜାପାନିଜ ଏନସେଫାଲାଇଟିସ୍‌ ଟିକା ଦିଆଯାଉଛି। ଏହି ଅଭିଯାନ ଗତ ୧୧ ତାରିଖରୁ ଆରମ୍ଭ ହୋଇଛି। କୌଣସି ପିଲାଙ୍କୁ ଯେପରି…

ପାରାଦୀପ ପୌରପାଳିକାର ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ: ଅନ୍ୟ ପୌରାଞ୍ଚଳ ପାଇଁ ଆଦର୍ଶ

ପାରାଦୀପ,୨୩ା୧୧(ସ୍ବ.ପ୍ର.): ଇଚ୍ଛାଶକ୍ତି ସୁଦୃଢ଼ ରହିଲେ ଖତଗଦାରେ ବି ଫୁଲ ଫୁଟେ। ଦୈନନ୍ଦିନ ଚଳଣିରେ ସୃଷ୍ଟ ଆବର୍ଜନାକୁ ନେଇ ଏବେ ସାରା ଦେଶରେ ସ୍ବଚ୍ଛ ଭାରତର ନାରା ଚାଲିଛି। ଅପରପକ୍ଷେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଜୀବିକା…

ପାରାଦୀପ ବାଲିଯାତ୍ରା ମହୋତ୍ସବ ସ୍ବତନ୍ତ୍ର

ପାରାଦୀପ,୧୯ା୧୧(ସ୍ବ.ପ୍ର.): ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଧାୟକ ପ୍ରଶାନ୍ତ ମୁଦୁଲି, ସମ୍ବିତ ରାଉତରାୟ, ପୌରାଧ୍ୟକ୍ଷ…

ବିବାହ ପାଇଁ ରାଜି ହେଲେନି ପ୍ରେମିକ: ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା

ବାଲିକୁଦା,୧୯ା୧୧(ସ୍ବ.ପ୍ର.): ଚାରି ବର୍ଷର ଭଲ ପାଇବା ପରେ ବି ପ୍ରେମିକ ବିବାହ କରିବାକୁ ମନାକଲେ। ଫଳରେ ପ୍ରେମିକା ନିରାଶ ହୋଇ ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ବାଲିକୁଦା ଥାନା ଅଞ୍ଚଳରେ ଏହିପରି ଘଟଣା ଘଟିଛି। ସୂଚନାରୁ ଜଣାଯାଇଛି, ଥାନା…

ଶାରଳା ମନ୍ଦିରରେ ନୀତି ହୋଇ ପାରିଲାନି: ୨ ହଜାର ଲୋକଙ୍କ ପ୍ରସାଦ ନଷ୍ଟ

ଜଗତ୍‌ସିଂହପୁର ଅଫିସ,୧୯ା୧୧: ସୋମବାର ନୂଆଖିଆ ପର୍ବରେ ମା’ସାରଳା ମନ୍ଦିରରେ ପୁଣି ଦେଖା ଦେଇଛି ବିଭ୍ରାଟ। ଏହି ପର୍ବରେ ପାଖାପାଖି ୨ ହଜାର ଲୋକଙ୍କ ପାଇଁ ଅପରାହ୍ନ ପ୍ରାୟ ୧ଟା ସୁଦ୍ଧା ରୋଷେଇ ହୋଇଥିଲେ ସୁଦ୍ଧା ତାହା ନୀତି ନ ହେବା କାରଣରୁ…

ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ: ୮୦ ହଜାର ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ

ଜଗତ୍‌ସିଂହପୁର ଅଫିସ,୧୬ା୧୧: ଡିସେମ୍ବର ୨୭ରୁ ଧାନ ସଂଗ୍ରହ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ଏଥର ଜଗତ୍‌ସିଂହପୁର ଜିଲାରୁ ୮୦,୧୪୯.୨୫ ମେଟ୍ରିକ୍‌ ଟନ୍‌ (ଏମ୍‌ଟି) ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଗତଥର ଅପେକ୍ଷା ଏଥର ୨ଟି ଅଧିକ ଅର୍ଥାତ୍‌ ମୋଟ…

ଭିଜିଲାନ୍ସ ଜାଲରେ ବୈଧମାପ, ଓଜନ ବିଭାଗ ବରିଷ୍ଠ ନିରୀକ୍ଷକ

ଜଗତ୍‌ସିଂହପୁର ଅଫିସ,୧୬ା୧୧: ଭିଜିଲାନ୍ସ ଜାଲରେ ପଡିଛନ୍ତି ବୈଧମାପ ଏବଂ ଓଜନ ବିଭାଗ ଜଗତ୍‌ସିଂହପୁର କାର୍ଯ୍ୟାଳୟ ସହକାରୀ ନିୟନ୍ତ୍ରକ ତଥା ପାରାଦୀପସ୍ଥିତ ବିଭାଗୀୟ ବରିଷ୍ଠ ନିରୀକ୍ଷକ ବିଶ୍ରାନ୍ତ କୁମାର ସେଠୀ। ଭିଜିଲାନ୍ସ ସୂଚନା ଅନୁଯାୟୀ କିରୋସିନ ତୈଳ ଟ୍ୟାଙ୍କର, ଡିଜେଲ ଓ ପେଟ୍ରୋଲ…

ସ୍କୁଟି ଡିକି ଭାଙ୍ଗି ୧.୪୦ ଲକ୍ଷ ଟଙ୍କା ଲୁଟ୍‌

ପାରାଦୀପ,୧୪ା୧୧(ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅନ୍ତର୍ଗତ ବ୍ୟାଙ୍କ ଲେନ୍‌ରୁ ବୁଧବାର ଦୁର୍ବୃତ୍ତ ଏକ ସ୍କୁଟି ଡିକି ଭାଙ୍ଗି ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍‌ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ଘଟଣାର…

ଫାଣ୍ଡି ପ୍ରତିଷ୍ଠା ପାଇଁ ବରିଷ୍ଠ ନାଗରିକ ମଞ୍ଚର ଦାବି

ବାଲିଆ,୧୪ା୧୧: ବିରିଡି ଥାନା ଅନ୍ତର୍ଗତ ୨୨ମୌଜାର ପୂରଣଠାରେ ଏକ ଫାଣ୍ଡି ପ୍ରତିଷ୍ଠା କରିବା ପାଇଁ ବାଇଶି ମୌଜା ବରିଷ୍ଠ ନାଗରିକ ମଞ୍ଚ ପୂରଣ ପକ୍ଷରୁ ଦାବି କରାଯାଇଛି। ଏନେଇ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୁଧବାର ବିରିଡି ଆଇଆଇସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri