ଚେଳିତୋଳ ବାଲିଯାତ୍ରାକୁ ମାସେ ପୁରିବ: ସଫେଇ ହୋଇ ପାରିଲାନି ପଡ଼ିଆ

ତିର୍ତ୍ତୋଲ,୪ା୧୨(ଡି.ଏନ.ଏ.): ତିର୍ତ୍ତୋଲ ନିକଟସ୍ଥ ମହାନଦୀପଠା ଗୋପିଆକୁଦଠାରେ ପାଳିତ ହୋଇଥିବା ଚେଳିତୋଳ ବାଲିଯାତ୍ରାକୁ ଆଉ କିଛିଦିନ ପରେ ମାସେ ପୁରିବ। ବାଲିଯାତ୍ରା ପରେ ପଡ଼ିଆ ସଫା କରାଯିବା କଥା। ମାତ୍ର ଏହି ପଡିଆରେ ଏ ପର୍ଯ୍ୟନ୍ତ ପଲିଥିନ ସମେତ ବିଭିନ୍ନ ବର୍ଜ୍ୟ ସାମଗ୍ରୀ ପଡିରହିଛି। ପଡିଆ ସଫେଇ ପ୍ରତି କେହି ଦୃଷ୍ଟି ଦେଇନାହାନ୍ତି। ବାଲିଯାତ୍ରାରେ ବିଭିନ୍ନ ବିପଣି ଖୋଲିଥିବା ଦୋକାନୀମାନେ ବହୁଳ ଭାବରେ ପଲିଥିନ, ଥର୍ମକୁଲ ପାତ୍ର, ଖଲିପତ୍ର, ଆଇସକ୍ରିମଜରି ସମେତ ଅନ୍ୟାନ୍ୟ ଅଳିଆ ଇତ୍ୟାଦି ଏହି ପଡିଆରେ ବିକ୍ଷିପ୍ତ ଭାବରେ ପକାଇଥିଲେ। ଫଳରେ ଏହି ଜରି ଏବଂ ଅନ୍ୟାନ୍ୟ ଅଳିଆ ପବନରେ ଉଡି ପରିବେଶ ଖରାପ କରିବା ସହ ନିକଟରେ ଥିବା ଗୋପିଆକୁଦ ଅଧିବାସୀଙ୍କ ବାଡିଘରେ ପଡୁଛି। ଏହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିବା ସହ ପଡିଆ ସଫା ଦିଗରେ ବାଲିଯାତ୍ରା କମିଟି ଉଦ୍ୟମ କରିବାକୁ ଦାବି କରିଛନ୍ତି। ବିଗତ ବର୍ଷରେ ବାଲିଯାତ୍ରା ସରିବା ପରେ ଏହିପରି ଭାବରେ ପଲିଥିନ ଓ ଅଳିଆ ପଡିଆରେ ଗଦାହୋଇ ରହିଥାଏ। କିଛିବର୍ଷ ବାବା ବଳିଆଙ୍କ ନିର୍ଦ୍ଦେଶରେ ଶିଶୁ ଅନନ୍ତ ଆଶ୍ରମ ତରଫରୁ ଏହି ପଡିଆରୁ ଅଳିଆ ସଫା କରାଯାଇଥିଲା। ଏଥିସହ ଝଙ୍କଡ ସାହିତ୍ୟ ସଂସଦ ସଦସ୍ୟ ମଧ୍ୟ ଥରେଦୁଇଥର ପୂର୍ବ ବର୍ଷ ମାନଙ୍କରେ ଏହି ପଡିଆ ସଫା କରିଥିଲେ। ଚଳିତବର୍ଷ ବାଲିଯାତ୍ରା କମିଟି କିମ୍ବା ଅନ୍ୟ କୌଣସି ଅନୁଷ୍ଠାନ ଏହି ପଡିଆ ସଫାଦିଗରେ ପଦକ୍ଷେପ ନେଇନାହାନ୍ତି। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?