ନାଉଗାଁରେ ନାହିଁ ଉଦ୍ୟାନ କୃଷି କାର୍ଯ୍ୟାଳୟ: ଉଚିତ ପରାମର୍ଶ ପାଉନାହାନ୍ତି ଚାଷୀ

ନାଉଗାଁ,୩ା୧୨(ସ୍ବ.ପ୍ର.): ଚାଷୀଙ୍କୁ ଆଧୁନିକ ପ୍ରଣାଳୀରେ ଚାଷ କରିବା ପାଇଁ କୃଷି ବିଭାଗ ପକ୍ଷରୁ ବିଭିନ୍ନ ପରାମର୍ଶ ଦିଆଯାଇଥାଏ। ସେହିପରି କୃଷି ବିଭାଗ ସହିତ ଉଦ୍ୟାନ କୃଷି ଅଙ୍ଗାଙ୍ଗି ଭାବେ ଜଡିତ। ମାତ୍ର ନାଉଗଁା ବ୍ଲକରେ ଉଦ୍ୟାନ କୃଷି କାର୍ଯ୍ୟାଳୟ ନାହିଁ। ଫଳରେ ଚାଷୀଙ୍କୁ ଉଦ୍ୟାନ ବିଭାଗ ପକ୍ଷରୁ ଉପଯୁକ୍ତ ପରାମର୍ଶ ମିଳି ପାରୁ ନ ଥିବା ଅଭିଯୋଗ ହୋଇଛି। ସାଧାରଣତଃ ଏହି ବିଭାଗ ମାଧ୍ୟମରେ ଚାଷୀଙ୍କୁ ବିଭିନ୍ନ ଚାରା, ଶାଗ, ପନିପରିବା ମଞ୍ଜି, ଆଳୁ ଓ ପିଆଜ ବିହନ ଆଦି ଯୋଗାଇ ଦିଆଯାଇ ଥାଏ। କିନ୍ତୁ ସଚେତନତା ଅଭାବ ସହିତ ବିଭାଗୀୟ କର୍ମଚାରୀଙ୍କ ଦେଖା ନ ମିଳିବାରୁ ଚାଷୀ ଏହି ବିଭାଗ ଦ୍ୱାରା ପ୍ରଦତ ବିଭିନ୍ନ ସହାୟତାରୁ ବଞ୍ଚତ୍ତ ହେଉଛନ୍ତି ବୋଲି ଅନେକ ଚାଷୀ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଏଠାରେ ଉଦ୍ୟାନ କୃଷି କାର୍ଯ୍ୟାଳୟ ଖୋଲିବାକୁ ସେମାନେ ଦାବି କରିଛନ୍ତି।
ଜିଲା ଉଦ୍ୟାନ ବିଭାଗ କାର୍ଯା୍ୟଳୟରୁ ମିଳିଥିବା ସୂଚନା ଅନୁସାରେ, ଯେଉଁ ଚାଷୀ ନଡିଆ ଚାଷ କରିବେ ସେମାନେ ନଡିଆ ଗଛ ପିଛା ୫୦ ଟଙ୍କା ଦାମରେ କ୍ରୟ କରିବେ ଓ ସରକାରଙ୍କଠାରୁ ନିଜ ଜମା ଖାତାରେ ଗୋଟିଏ ନଡିଆଗଛ ପ୍ରତି ୧୩୭ ଟଙ୍କା ଆର୍ଥିକ ସହାୟତା ପାଇବେ। କିନ୍ତୁ ସଚେତନତା ଅଭାବରୁ ଅନେକ ଚାଷୀ ଏକଥା ଜାଣି ପାରୁ ନାହାନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ଜାମୁଗଁାରେ ୨, ଶିଖରରେ ୩ ଜଣ, ଅଲଣା ପଞ୍ଚାୟତରେ ୮ଜଣ ଚାଷୀ ଏହି ଚାଷ କରିଥିବା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ବର୍ତ୍ତମାନ ପନିପରିବା ଚାଷ ଆରମ୍ଭ ହୋଇଥିବା ବେଳେ ଚାଷୀ ଉନ୍ନତ ମାନର ମଞ୍ଜି ବିଭନ୍ନ ଦୋକାନରୁ କ୍ରୟ କରୁଛନ୍ତି। ମାତ୍ର ବିଭାଗ କର୍ମଚାରୀଙ୍କ ଦେଖାମିଳୁନି। ଅନ୍ୟପକ୍ଷରେ ଉକ୍ତ ବ୍ଲକ ଦାୟିତ୍ୱରେ ଥିବା ଅଧିକାରୀ ବ୍ଲକର ୧୦ ପଞ୍ଚାୟତକୁ ବିଭିନ୍ନ ପନିପରିବା ମଞ୍ଜି ୫୦ରୁ ୬୦ ପ୍ୟାକେଟ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି। ତେଣୁ ଏହି ମଞ୍ଜି ଠିକ ଭାବେ ଚାଷୀଙ୍କ ପାଖରେ ପହଞ୍ଚତ୍ଛି କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ପାରୁନାହିଁ। ସେହିପରି ପର୍ଯ୍ୟାୟକ୍ରମେ ଚାଷୀଙ୍କୁ ଆଳୁ ଓ ପିଆଜ ବିହନ ଯୋଗଇବାର ବ୍ୟବସ୍ଥା ରହିଥିଲେ ମଧ୍ୟ ତାହା ଠିକ ଭାବେ ଚାଷୀଙ୍କ ନିକଟରେ ପହଞ୍ଚତ୍ ପାରିବ ନାହିଁ ବୋଲି ନବନର୍ମାଣ ସଙ୍ଗଠନ ଜିଲା ସହ ସଂଯୋଜକ ଅଶୋକ ସ୍ବାଇଁ ଅଭିଯୋଗ କରିଛନ୍ତି। ସ୍ବାଇଁ କହିଛନ୍ତି, ଉଦ୍ୟାନ ବିଭାଗର କୌଣସି କର୍ମଚାରୀ ବ୍ଲକ ଅଞ୍ଚଳକୁ ଅସୁନାହାନ୍ତି। ଏସମ୍ପର୍କରେ ୧୧ ନଭେମ୍ବର ୨୦୧୯ ହୋଇଥିବା ଜିଲାପାଳଙ୍କ ଜନଶୁଣାଣିରେ ଆମେ ଅଭିଯୋଗ କରିଥିଲୁ। ପରିବା ଚାଷୀ ବିଭିନ୍ନ ପ୍ରାକୃତିକ ବିପଯର୍‌ୟୟ ସମୟରେ କ୍ଷତି ସହୁ ଥିଲେ ମଧ୍ୟ ତାଙ୍କୁ ସରକାରୀ ସାହାଯ୍ୟ ମିଳୁନାହିଁ। କର୍ମଚାରୀଙ୍କ ଦେଖା ନ ମିଳିବାରୁ କ୍ଷେତ୍ର ପରିଦର୍ଶନ ଠିକ ଭାବେ ହେଉନାହିଁ। ଯଦ୍ଦ୍ବାରା ଚାଷୀ ଏହି ବିଭାଗ ଦ୍ୱାରା ଉପକୃତ ହୋଇ ପାରୁ ନାହାନ୍ତି। କେବଳ କାଗଜ କଲମରେ ବିଭାଗ ଉକ୍ତ ବ୍ଲ୍ଳକରେ ଚାଲୁଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ନାଉଗଁା ବ୍ଲକ ଦାୟିତ୍ୱରେ ଥିବା ବ୍ଲକ ଉଦ୍ୟାନ ବିଭାଗ କର୍ମଚାରୀ ରଶ୍ମି ରଞ୍ଜନ ସ୍ବାଇଁଙ୍କୁ ପଚାରିବାରେ ସେ କହିଥିଲେ, ଏହି ବ୍ଲକରେ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଖୋଲିବା ପାଇଁ ତହସିଲ ପଡ଼ିଆ ନିକଟରେ ସ୍ଥାନ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ଏବେ ଆମେ ଅଞ୍ଚଳକୁ ଯାଇ ଚାଷୀଙ୍କୁ ସାକ୍ଷାତ କରୁଛୁ। ବିଭିନ୍ନ ପ୍ରକାର ମଞ୍ଜି ମଧ୍ୟ ପ୍ରଦାନ କରାଯାଇଛି। ତେଣୁ ବ୍ଲକରେ କାର୍ଯ୍ୟାଳୟ ହୋଇଗଲେ ଚାଷୀଙ୍କୁ ସବୁ ସୁବିଧା ସହଜରେ ମିଳିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…

ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

ସନ୍ଦେହଜନକ ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର; ଝୁଲନ୍ତା ଅବସ୍ଥାରେ ସ୍ତ୍ରୀ, ଖଟରେ ସ୍ବାମୀ…

ଖଡ଼ିଆଳ,୧୩।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖନତରାଇ ଗ୍ରାମନିବାସୀ ସ୍ୱାମୀ ସ୍ତ୍ରୀ ଦୀର୍ଘଦିନ ହେବ ଭିମାଖୋଲ ଛକରେ ରହୁଥିଲେ । ଦୁହେଁ ହସଖୁସିରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି…

ହୋଟେଲ୍‌ରେ CCTV ବାଧ୍ୟତାମୂଳକ, ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କନ୍ଧମାଳ ପୋଲିସ ଏବେ ବଡ଼ ପଦକ୍ଷେପ ନେଇଛି । କନ୍ଧମାଳ ଏସପି…

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?