ଅନ୍ତର୍ଜାତିକ ଭିନ୍ନକ୍ଷମ ଦିବସ: ପ୍ରତ୍ୟେକଙ୍କ ଜିଇଁବାର ଅଧିକାର ରହିଛି

ଜଗତ୍‌ସିଂହପୁର ଅଫିସ୍‌, ୪ା୧୨: ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରତ୍ୟେକଙ୍କ ଜିଇଁବାର ଅଧିକାର ରହିଛି। ଏହି ଅନୁଯାୟୀ ଭିନ୍ନକ୍ଷମଙ୍କୁ ଏଥିରୁ ବଞ୍ଚତ୍ତ କରାଯାଇ ପାରିବ ନାହିଁ। ଯଦି ସେଭଳି କିଛି ଘଟେ ତେବେ ଭିନ୍ନକ୍ଷମଙ୍କୁ କୋର୍ଟ, କଚେରି, ମାଲିମକଦ୍ଦମା ପରିଚାଳନା ପାଇଁ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ମାଗଣାରେ ଓକିଲ ଓ କୋର୍ଟ ଫି ଆଦି ଯୋଗାଇ ଦିଆଯିବ। ଅର୍ଥାତ୍‌ ବିନା ଅର୍ଥରେ ଭିନ୍ନକ୍ଷମ ମୋକଦ୍ଦମା ଲଢି ପାରିବେ। ମଙ୍ଗଳବାର ସ୍ଥାନୀୟ ଟାଉନ ହଲ ପରିସରରେ ଅନୁଷ୍ଠିତ ଅନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲା ଆଇନ ସେବା ପ୍ରାଧିକରଣ ସଚିବ କମଳାକାନ୍ତ ରାଉତ ଏହା କହିଥିଲେ। ସେ ଏକଥା ମଧ୍ୟ କହିଥିଲେ, ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ କୌଣସି ଭିନ୍ନକ୍ଷମଙ୍କ ପ୍ରତି ହୋଇଥିବା ଅନ୍ୟାୟ ସମ୍ପର୍କିତ ମାମଲାର ଶୁଣାଣି ଅଗ୍ରାଧିକାର ଭିତ୍ତିରେ ଅର୍ଥାତ୍‌ ୧ ବର୍ଷ ଭିତରେ କରାଯିବ। ତେଣୁ ଭିନ୍ନକ୍ଷମମାନେ ଆଦୌ ବିଚଳିତ ହେବା ଉଚିତ ନୁହେଁ। ଏଥିସହ ସମ୍ପ୍ରତ୍ତି ଭିନ୍ନକ୍ଷମମାନେ ମଧ୍ୟ କୌଣସି କ୍ଷେତ୍ରରେ କମ ନାହାନ୍ତି। ଏପରି କି ଅନେକ ଭିନ୍ନକ୍ଷମ ସକ୍ଷମଙ୍କଠାରୁ ଆଗରେ ରହୁଥିବା ପ୍ରାଧିକରଣ ସଚିବ ରାଉତ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଅବଦୁଲ ୱାହାବ ଖାଁ ପୌରୋହିତ୍ୟ କରି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ୧୯୮୧ ମସିହାରୁ ପ୍ରତିବର୍ଷ ଡିସେମ୍ବର ୩କୁ ଅନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଭାବେ ପୃଥିବୀରେ ପାଳନ ପାଇଁ ଜାତିସଂଘ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାର ଭିନ୍ନକ୍ଷମଙ୍କୁ ୨୧ ପ୍ରକାରରେ ଚିହ୍ନଟ କରିଛନ୍ତି। ଓଡ଼ିଶା ଲୋକ ସଂଖ୍ୟାର ୩୩% ଭିନ୍ନକ୍ଷମ ଅଛନ୍ତି। ୧୯୯୫ରେ ଭିନ୍ନକ୍ଷମ ଅଧିନିୟମ ପ୍ରଣୟନ କରାଯାଇଛି। ୧୯୯୫ରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍‌ଏସ୍‌ଏପି) ଆରମ୍ଭ ହୋଇଥିଲା। ଜିଲାରେ ୩୪,୦୦୦ ଭିନ୍ନକ୍ଷମ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୧,୦୦୦ଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ମୋହନ ଦାସ ଭିନ୍ନକ୍ଷମଙ୍କୁ ମଧୁବାବୁ, ଇନ୍ଦିରା ଗାନ୍ଧୀ ଭତ୍ତା, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ବାଣିଶ୍ରୀ ସ୍କଲାରସିପ୍‌, ସେମାନଙ୍କ ସହାୟତା ନିମନ୍ତେ ଟ୍ରାଇ ସାଇକେଲ, ହ୍ବିଲ ଚେୟାର, ଆଶାବାଡି, ବ୍ଲାଇଣ୍ଡ ଷ୍ଟିକ୍‌, ଶ୍ରବଣ ଯନ୍ତ୍ର ଆଦି ଯୋଗାଯାଉଛି। ଏଥିସହ ସରକାରୀ ଚାକିରିରେ ମଧ୍ୟ ଭିନ୍ନକ୍ଷମଙ୍କ ପାଇଁ ୪% ସ୍ଥାନ ସଂରକ୍ଷଣ ଥିବା କହିଥିଲେ। ବିଜୁ ପକ୍କାଘର, ମୋ କୁଡିଆ ଯୋଜନାରେ ଘର ମିଳିପାରୁଛି ବୋଲି ଦାସ ସୂଚନା ଦେଇଥିଲେ। ପୂର୍ବାହ୍ନରେ ଭିନ୍ନକ୍ଷମ ପିଲାଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହାକୁ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri