ଗଞ୍ଜାମ

ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ପାଟପୁର,୨୧ା୮(ଡି.ଏନ.ଏ.): ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଏସ.ଗୋପାଳପୁର କାଳୀମନ୍ଦିର ସାହିରେ ମଙ୍ଗଳବାର ରାତିରେ ଜଣେ ମହିଳାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ସେ ହେଲେ ଏସ.ଗୋପାଳପୁର ଗ୍ରାମର ବାସନ୍ତୀ ପ୍ରଧାନ। ବୁଧବାର ସକାଳେ ପାଟପୁର ପୋଲିସ ଓ ସାନଖେମୁଣ୍ଡି ତହସିଲଦାର...

ଗ୍ରାସୀମ କମ୍ପାନୀ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ଗଞ୍ଜାମ,୨୧ା୮(ଡି.ଏନ.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀର ପିଛା ଛାଡୁନି ସମସ୍ୟା। କେତେବେଳେ ବିଭିନ୍ନ ଦାବିନେଇ ଠିକା ଶ୍ରମିକଙ୍କ ଧାରଣା ତ ଆଉ କେତେବେଳେ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକ ନିଯୁକ୍ତି ଦାବିରେ ଆନ୍ଦୋଳନ କରୁଛନ୍ତି। ବର୍ତ୍ତମାନ କମ୍ପାନୀ ସମ୍ମୁଖରେ ଧାରଣା...

ଟେଲାପାଲି ସେବାଶ୍ରମ ନୂତନ ଶ୍ରେଣୀଗୃହ କାମ ସରୁନି: ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ଫିରିଙ୍ଗିଆ, ୨୧ା୮- ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି କି ପ୍ରାଥମିକ ଶିକ୍ଷାରୁ କେହି ବଞ୍ଚିତ ହେବେ ନାହିଁ। କିନ୍ତୁ ଭିତ୍ତିଭୂମିକୁ ଅଣଦେଖା କରାଯାଉଛି। ପିଲାମାନେ ପଢ଼ିବାକୁ ଇଚ୍ଛା କରୁଥିଲେ ମଧ୍ୟ ବିଦ୍ୟାଳୟର ଭଙ୍ଗା ଶ୍ରେଣୀଗୃହ ଏଥିରେ ଅନ୍ତରାୟ ସାଜୁଛି। ନୂତନ...

ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

ଜଗନ୍ନାଥପ୍ରସାଦ/ଭଞ୍ଜନଗର, ୨୧ା୮(ଡି.ଏନ.ଏ.)-ତାରସିଂ ଥାନା କୁଡୁତାଇ ଗ୍ରାମ ଖଦାଳ ସାହିରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ୪ ପରିବାରର ୪ ବଖରା ଜଳିଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିଁ। ବେଲଗୁଣ୍ଠା ଦମକଳ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କୁମାରୀ...

ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଅସଦ୍‌ ବ୍ୟବହାର ଅଭିଯୋଗ

ପୁରୁଷୋତ୍ତମପୁର,୨୧ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲଦାର ଓ ଅତିରିକ୍ତ ତହସିଲଦାର ବିରୋଧରେ ଅଭିଯୋଗ ଆଣିଛନ୍ତି ତହସିଲ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀ। ତହସିଲଦାର ଅରୁଣ କୁମାର ନାୟକ ଓ ଅତିରିକ୍ତ ତହସିଲଦାର ଶୋଭନ କୁମାର ବେହେରା ଅସଦ୍‌ ବ୍ୟବହାର ପ୍ରଦର୍ଶନ କରିବା...

ବ୍ରହ୍ମପୁର-ସମ୍ବଲପୁର ରେଳ ଲାଇନ୍‌ ଦାବି ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବେ ବିଭିନ୍ନ ସଙ୍ଗଠନ

ଭଞ୍ଜନଗର,୨୧।୮(ଡି.ଏନ.ଏ)-ଭଞ୍ଜନଗର ବାର୍‌ ଆସୋସିଏଶନ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର ଭାୟା ଭଞ୍ଜନଗର ସମ୍ବଲପୁର ରେଳ ଲାଇନ ଦାବି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଭଞ୍ଜନଗର ଅଞ୍ଚଳର ବିଭିନ୍ନ ସଙ୍ଗଠନ ବୈଠକରେ ଯୋଗଦେଇ ଦାବିକୁ ସମର୍ଥନ ଜଣାଇଥିଲେ।...

ନରେନ୍ଦ୍ରପୁରରେ ୨ ଡେଙ୍ଗୁ ରୋଗୀ ଚିହ୍ନଟ

ଶେରଗଡ଼,୨୧ା୮(ଡି.ଏନ୍‌.ଏ.): ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ଗ୍ରାମରେ ମଙ୍ଗଳବାର ୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନେ ଗୋଟିଏ ପରିବାରର ଦୁଇ ଭାଇ। ଉଭୟଙ୍କୁ ଜ୍ୱର ହେବାରୁ ସନ୍ଧ୍ୟାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ରକ୍ତ ନମୁନା ପରୀକ୍ଷା ପରେ...

ବର୍ଷାରେ ବେହାଲ ରେଶମ ସହର

ବ୍ରହ୍ମପୁର ଅଫିସ,୨୧ା୮- ବର୍ଷାରେ ପୁଣି ବେହାଲ ହୋଇଛି ବ୍ରହ୍ମପୁର ମହାନଗର ନିଗମର ବହୁ ଅଞ୍ଚଳ। ମଙ୍ଗଳବାର ଅପରାହ୍ନରେ ମାତ୍ର ଦେଢଘଣ୍ଟା ବର୍ଷାରେ ସହରର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିବା ଦେଖିବାକୁ ମିଳିଥିଲା। ରାସ୍ତା ଉପରେ ପ୍ରାୟ ୨ ଫୁଟ ଉଚ୍ଚର...

ଝିଅମାନେ କୌଣସି ଗୁଣରେ ପୁଅଙ୍କଠାରୁ କମ୍‌ ନୁହନ୍ତି

ଦିଗପହଣ୍ଡି,୨୦ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର କନ୍ୟାରତ୍ନ ସୁରକ୍ଷା ଉଦ୍ଦେଶ୍ୟରେ ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ଗ୍ରାମରେ ଜିଲାସ୍ତରୀୟ ମୋ ଗେହ୍ଲା ଝିଅ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ,...

୨୦୧୪ର ଦାଦା ବଟୀ ମାମଲା: ଅଭିଯୁକ୍ତଙ୍କୁ ଦଣ୍ଡାଦେଶ

ଆସିକା,୨୦ା୮ (ଡି.ଏନ୍‌.ଏ.)- ୨୦୧୪ରେ ଘଟିଥିବା ଏକ ଦାଦାବଟୀ ମାମଲାର ବିଚାର କରି ମଙ୍ଗଳବାର ଆସିକାର ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ବର୍ଣ୍ଣପ୍ରଭା ସ୍ବାଇଁ ଅଭିଯୁକ୍ତଙ୍କୁ ଏକମାସ ସଶ୍ରମ କାରାଦଣ୍ଡ ସହ ୨ହଜାର ଟଙ୍କା ଜୋରିମାନା ଦଣ୍ଡ ଦେଇଛନ୍ତି। ସେ...

ଆଧାର ସଂଯୋଗ ନ ହେଲେ ମିଳିବନି ରାଶନ ସାମଗ୍ରୀ, ହିତାଧିକାରୀଙ୍କ ପାଖକୁ ଗଲା ଯୋଗାଣ ବିଭାଗ

ବେଗୁନିଆପଡ଼ା,୨୦ା୮(ଡି.ଏନ.ଏ.)-କେହି ଯେଭଳି ଭୋକିଲା ନ ରହିବେ ସେଥିପାଇଁ ଖାଦ୍ୟ ନିରାପତ୍ତା ଆଇନ କାର୍ଯ୍ୟକାରୀ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କୁ ରାଶନ କାର୍ଡ ଯୋଗାଇ ଦିଆଯାଇଛି। ୨୦୧୫ରୁ ଏହି ଆଇନ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ...

ବସ ଚଳାଚଳ ଦାବିରେ ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୨୦।୮: ଗଞ୍ଜାମ ଜିଲା ଜଗଦଳପୁର, ନିମଖଣ୍ଡି ଲୋଚାପଡା ଅଞ୍ଚଳକୁ ଟାଉନ୍‌ ବସ୍‌ ଚଳାଚଳ ନେଇ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ଗ୍ରାମବାସୀ ବ୍ରହ୍ମପୁର ଉପଜିଲାପାଳ ସିନ୍ଦେ ଦତାତ୍ରୟ ଭାଉସାହେବଙ୍କୁ ସାକ୍ଷାତକରି ମଙ୍ଗଳବାର ଦାବିପତ୍ର ପ୍ରଦାନ କରିଛନ୍ତି ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri