ଗଞ୍ଜାମ

ହାଇଜେନିକ୍‌ ମାଛ ବଜାରରେ ରହୁନି ସ୍ବଚ୍ଛତା

ବ୍ରହ୍ମପୁର ଅଫିସ,୨୬।୬: ବ୍ରହ୍ମପୁର ସହରବାସୀଙ୍କୁ ସ୍ବଚ୍ଛତା ବାତାବରଣ ମଧ୍ୟରେ ଆମିଷ ଦ୍ରବ୍ୟ ଯୋଗାଇବା ଲକ୍ଷ୍ୟରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ପରିସରରେ ହାଇଜେନିକ୍‌ ମାଛ ବଜାର ନିର୍ମାଣ କରାଯାଇଛି। ଯେଉଁଠାରେ ମାଛ ବ୍ୟବସାୟୀଙ୍କ ନିମନ୍ତେ ପାନୀୟ ଜଳଠାରୁ…

ବିରଞ୍ଚି ନାରାୟଣ ବାଳିକା ବିଦ୍ୟାଳୟରେ ଶିକ୍ଷକ ଅଭାବ

ବୁଗୁଡ଼ା,୨୬।୬(ଡି.ଏନ୍‌.ଏ.): ୧୯୬୪ରେ ସ୍ଥାପିତ ବୁଗୁଡ଼ା ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ଯୋଗୁ ପିଲାଙ୍କ ପାଠପଡ଼ା ଏବେ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଥିବାରୁ ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକଙ୍କ ମନରେ ଚିନ୍ତା ଘାରିଛି। ଏହି ବିଦ୍ୟାଳୟରେ…

ବିପଜ୍ଜନକ ସ୍ଥିତିରେ ମୁଣ୍ଡମରାଇ ସେବା ସମବାୟ ସମିତି

ଧରାକୋଟ,୨୬।୬(ଡି.ଏନ୍‌.ଏ.): ଚାଷୀର ଆର୍ଥିକ ମାନଦଣ୍ଡର ବିକାଶରେ ସେବା ସମବାୟ ସମିତିର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ବିହନ, ସାର ଯୋଗାଣଠାରୁ କୃଷି ଋଣ ପର୍ଯ୍ୟନ୍ତ ସବୁଥିରେ କୃଷକ ପଛରେ ଠିଆ ହୋଇଥାଏ ସେବା ସମବାୟ ସମିତି । ହେଲେ ସମବାୟ କେନ୍ଦ୍ର ବ୍ୟାଙ୍କ ଧରକୋଟ…

ନକ୍ସା ନ ଥାଇ ମନଇଚ୍ଛା ଚାଲିଛି କୋଠା ନିର୍ମାଣ

ଭଞ୍ଜନଗର, ୨୬।୬(ଡି.ଏନ.ଏ): ଭଞ୍ଜନଗର ସହର ଅଞ୍ଚଳ ଦିନକୁ ଦିନ ବଢୁଛି। ଜନସଂଖ୍ୟା ବୃଦ୍ଧି ଯୋଗୁ ନୂତନ ଘରର ଆବଶ୍ୟକତା ପଡୁଛି। ତେଣୁ ସହରରେ ଘର ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢୁଛି। କିନ୍ତୁ ଯେଉଁମାନେ ନୂତନ ଘର ନିର୍ମାଣ କରୁଛନ୍ତି ସେଥିମଧ୍ୟରୁ…

୨ ଗୃହରକ୍ଷୀଙ୍କ ନାଁରେ ଏସ୍‌ପିଙ୍କୁ ଅଭିଯୋଗ

ବ୍ରହ୍ମପୁର ଅଫିସ,୨୬।୬: ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ କାର୍ଯ୍ୟରତ ୨ ଗୃହରକ୍ଷୀଙ୍କ ଦାଦାଗିରି ନେଇ ଅଭିଯୋଗ ହୋଇଛି। ଉକ୍ତ ଗୃହରକ୍ଷୀ ଦ୍ୱୟ ଗତ ୧୬ ତାରିଖ ବିଳମ୍ବିତ ରାତିରେ ଜୟଦୁର୍ଗାନଗରରେ ରହୁଥିବା ଜନୈକା ବିଧବା ମହିଳା ରଜନୀ ନାୟକଙ୍କ କବାଟ ଭାଙ୍ଗି ପଶି ତମ…

କୁଖ୍ୟାତ ଅପରାଧୀ ଶଙ୍କର ଗିରଫ

ଜଗନ୍ନାଥ ପ୍ରସାଦ,୨୬।୬(ଡି.ଏନ.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ପୋଲିସକୁ ବର୍ଷ ବର୍ଷ ଧରି ଚକ୍‌ମା ଦେଇ ଖସି ପଳାଉଥିବା କୁଖ୍ୟାତ ଅପରାଧୀ ଶଙ୍କର ନାଇକଙ୍କୁ ଶନିବାର ରାଉତି ଛକରୁ ପୋଲିସ ଗିରଫ କରିଛି। ଏ ନେଇ ନଂ.୨୦୧/୨୨ରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଛି।…

ଛାତ୍ରଙ୍କ ଆକାଉଣ୍ଟରୁ ୩୨ ହଜାର ଗାଏବ

ଭଞ୍ଜନଗର,୨୬।୬(ଡି.ଏନ.ଏ): ଭଞ୍ଜନଗର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଅନ୍‌ଲାଇନ ଠକେଇ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଛାତ୍ର ରବି ଜେନାଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା। ରବି ଫୋନ୍‌ ଉଠାଇ…

ପରପୁରୁଷ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ହତ୍ୟା ଉଦ୍ୟମ

ପୁରୁଷୋତ୍ତମପୁର,୨୫।୬(ଡି.ଏନ୍‌.ଏ.): ପରପୁରୁଷ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ଜଣେ ରକ୍ଷିତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ। ଜଣେ ମହିଳାଙ୍କୁ ରକ୍ଷିତା ବୋଲି କହୁଥିବା ଯୁବକ ପରପୁରୁଷ ସହ ଶାରୀରିକ ସମ୍ପର୍କ ଲାଗି…

ଗ୍ରାମାଞ୍ଚଳରେ ଅପରାଧ ରୋକିବାକୁ ଏସ୍‌ପିଙ୍କ ପ୍ରୟାସ

ପୁରୁଷୋତ୍ତମପୁର, ୨୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଆପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ଲାଗି ପୋଲିସ ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟଙ୍କ ପୌରୋହିତ୍ୟରେ ବ୍ଲକ ସମ୍ମିଳନୀ କକ୍ଷରେ ଏ ସମ୍ପର୍କିତ ଏକ…

ବିବାହ ଦୁଇଦିନ ପୂର୍ବରୁ ଯୁବତୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୨୫ା୬: ଜଣେ ଉଚ୍ଚଶିକ୍ଷିତା ଯୁବତୀ ବିବାହ ଦୁଇ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସାଲୋନୀ ମହାପାତ୍ର (୨୬)। ଛତିଶଗଡ଼ ଜାମୁନିପଲି ଥାନା ଅନ୍ତର୍ଗତ ସୁକାମର ଗ୍ରାମର ମୂଳନିବାସୀ ସାଲୋନୀଙ୍କ ବ୍ରହ୍ମପୁରରେ ବିବାହ କରାଯିବାକୁ ସ୍ଥିର ହୋଇଥିଲା। ତେଣୁ…

ବିବାହକୁ ଥିଲା ଆଉ ଦୁଇଦିନ, ଆଖି ବୁଜିଦେଲେ ଯୁବତୀ

ବ୍ରହ୍ମପୁର ଅଫିସ,୨୪ା୬: ବିବାହକୁ ଥିଲା ଆଉ ଦୁଇଦିନ। ଏଭଳି ସ୍ଥତିରେ ଜଣେ ଯୁବତୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଏହି ଘଟଣା ଘଟିଛି ବ୍ରହ୍ମପୁର ସହର ବ୍ୟାଙ୍କ କଲୋନୀ ଫାଷ୍ଟ ଲାଇନରେ। ମୃତ ଯୁବତୀ ଜଣକ ହେଲେ ସାଲୋନୀ ମହାପାତ୍ର(୨୬)।…

କାନ୍ଥରେ ପିଟିହୋଇ ଘର ଭିତରକୁ ପଶିଗଲା କାର୍‌

ବ୍ରହ୍ମପୁର ଅଫିସ,୨୪।୬: ଦୁର୍ଘଟଣା କେତେବେଳେ କେମିତି ଆସେ ତାହା ଜାଣିବା କଷ୍ଟକର। ରାସ୍ତାରେ ଯାଉଥିବା ଏକ କାର୍‌ ହଠାତ୍‌ ଘର କାନ୍ଥରେ ପିଟି ହୋଇ ଭିତରକୁ ଫଶି ଯାଇଥିଲା। ଫଳରେ ଘର ସମ୍ମୁଖ ଭାଗି ଚୁର୍‌ମାର୍‌ ହୋଇଯାଇଥିବା ବେଳେ ପରିବାର ଲୋକେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri