୨୨ ଲକ୍ଷର ଭେଣ୍ଡିଂ ଜୋନ୍‌ ଆବର୍ଜନାରେ ପରିପୂର୍ଣ୍ଣ

ବ୍ରହ୍ମପୁର ଅଫିସ,୨୫ା୫: ସହରର ଉଠା ପରିବା ବ୍ୟବସାୟୀଙ୍କୁ ଥଇଥାନ ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯାଇଛି। ସେଥିମଧ୍ୟରେ ମର୍ଦ୍ଦରାଜ ଭେଣ୍ଡିଂ ଜୋନ, କର୍ପୋରେଶନ ରୋଡ ଭେଣ୍ଡିଂଜୋନ୍‌, ଗେଟ ବଜାର ଭେଣ୍ଡିଂ ଜୋନ୍‌ ଓ ଖୋଲା ଭେଣ୍ଡିଂ ଜୋନ ରହିଛି। ଏସବୁରେ ବ୍ୟବସାୟୀଙ୍କ ବ୍ୟବସାୟ ନିମନ୍ତେ ପିଣ୍ଡି କରାଯାଇଥିବା ବେଳେ ଆଲୋକୀକରଣର ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ କେତେକ ଭେଣ୍ଡିଂ ଜୋନ୍‌ରେ ବିଇଏମସିର ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ସେଠାରେ ଅଳିଆ ଆବର୍ଜନା ପରିପୂର୍ଣ୍ଣ ହୋଇଛି। ଗେଟ ବଜାର ମୁକ୍ତେଶ୍ୱର ମନ୍ଦିର ସମ୍ମୁଖରେ ଥିବା ଖୋଲା ଭେଣ୍ଡିଂ ଜୋନ୍‌ ଏହାର ଜ୍ୱଳନ୍ତ ଉଦାହରଣ।
୨୨ଲକ୍ଷ ଟଙ୍କା ବ୍ୟୟରେ ଖୋଲା ଭେଣ୍ଡିଂ ଜୋନ୍‌ ନିର୍ମାଣ ହୋଇଥିବା ବେଳେ ୨୦୧୯ରେ ଏହାର ଉଦଘାଟନ କରାଯାଇଥିଲା। ଗେଟବଜାର ରାସ୍ତା ପାର୍ଶ୍ୱରେ ବସୁଥିବା ପରିବା ବ୍ୟବସାୟୀଙ୍କୁ ଥଇଥାନ ଉଦ୍ଦେଶ୍ୟରେ ଏହା ନିର୍ମାଣ କରାଯାଇଥିଲା। କିନ୍ତୁ ଉଦଘାଟନ ପରେ ଗୋଟିଏ ଦିନ ବି ବ୍ୟବସାୟୀମାନେ ଏଠାରେ ବ୍ୟବସାୟ କରିନାହାନ୍ତି। ସେଠାକୁ ଗ୍ରାହକ ଆସୁ ନ ଥିବାରୁ ବ୍ୟବସାୟୀମାନେ ପୁଣି ଥରେ ରାସ୍ତା ପାର୍ଶ୍ୱରେ ବସି ବ୍ୟବସାୟ ଆରମ୍ଭ କଲେ। ବିଇଏମସି ଏନଫୋର୍ସମେଣ୍ଟ୍‌ ପକ୍ଷରୁ ରାସ୍ତା ପାର୍ଶ୍ୱ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯିବାରୁ କିଛି ଦିନ ଭେଣ୍ଡିଂ ଜୋନ୍‌ରେ ବସିଲେ। ତେବେ ଉକ୍ତ ଭେଣ୍ଡିଂ ଜୋନ ପାର୍ଶ୍ୱରେ ବିଇଏମସିର ଭୂତଳ ଡମ୍ପିଂ ୟାର୍ଡ ଥିବା କାରଣରୁ ପୂତିଗନ୍ଧମୟ ପରିବେଶ ଯୋଗୁ ସହରବାସୀ ସେଠାକୁ ଯିବା ପାଇଁ ଅନିଚ୍ଛା ପ୍ରକାଶ କଲେ। ଅନ୍ୟପକ୍ଷରେ ବିଇଏମସି ପକ୍ଷରୁ ପରିଷ୍କାର ପରିଚ୍ଛନତା ନେଇ କାୈଣସି ଦୃଷ୍ଟି ନ ଦେବା କାରଣରୁ ବ୍ୟବାସାୟୀମାନେ ମଧ୍ୟ ଭେଣ୍ଡିଂ ଜୋନରେ ବ୍ୟବସାୟ ବନ୍ଦ କରିଦେଲେ। ବ୍ୟବସାୟୀମାନେ କାୈଣସି ଉପାୟ ନ ପାଇ ବର୍ତ୍ତମାନ ଭେଣ୍ଡିଂ ଜୋନ ବାହାରେ ବ୍ୟବସାୟ କରୁଛନ୍ତି। ବର୍ତ୍ତମାନ ଏହି ଲକ୍ଷାଧିକ ଟଙ୍କାର ଭେଣ୍ଡିଂ ଜୋନ ଆବର୍ଜନାରେ ପରିପୂର୍ଣ୍ଣ ହୋଇଛି। ଏପରିକି ନିକଟସ୍ଥ ଡମ୍ପିଂ ୟାର୍ଡ ଆବର୍ଜନା ମଧ୍ୟ ଏହି ଭେଣ୍ଡିଂ ଜୋନ୍‌ରେ ଜମା ହୋଇ ରହୁଥିବା ଦେଖିବାକୁ ମିଳିଛି। ଭେଣ୍ଡିଂ ଜୋନ ଉପରେ ରହିଥିବା ଜରି ଛପର ମଧ୍ୟ ଉଡିଯାଇଛି। ଅଳିଆ ଆବର୍ଜନା ପଡି ରହିଥିବା କାରଣରୁ ଗାଇ ଗୋରୁଙ୍କ ଏହା ଏବେ ବିଚରଣ ସ୍ଥାନ ପାଲଟିଛି। କେବଳ ସେତିକି ନୁହେଁ, ଆବର୍ଜନା କାରଣରୁ ନିକଟସ୍ଥ ପୋଖରୀ ଦୂଷିତ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ବାସିନ୍ଦାମାନେ ଭେଣ୍ଡିଂ ଜୋନ ସଫେଇ ପାଇଁ ଦାବି କରିଥିଲେ ସୁଦ୍ଧା ଏ ଯାବତ ବିିଇଏମସି ପକ୍ଷରୁ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ବିଇଏମସି ଡେପୁଟି କମିଶନର ଆର୍ଶୀବାଦ ପରିଡାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏ ବାବଦରେ ଅନୁଧ୍ୟାନ କରି ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଭଞ୍ଜନଗର ବିଧାୟକଙ୍କ ବଡ଼ ସୂଚନା, ସମସ୍ତ ହାଇସ୍କୁଲରେ ଖୋଲିବ ଯୁକ୍ତ ୨

ଭଞ୍ଜନଗର,୧୬।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ୍ ରାସ୍ତାରେ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ସଂଗଠନର କାର୍ଯ୍ୟାଳୟ ଶନିବାର ରାତିରେ ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri