୨୨ ଲକ୍ଷର ଭେଣ୍ଡିଂ ଜୋନ୍‌ ଆବର୍ଜନାରେ ପରିପୂର୍ଣ୍ଣ

ବ୍ରହ୍ମପୁର ଅଫିସ,୨୫ା୫: ସହରର ଉଠା ପରିବା ବ୍ୟବସାୟୀଙ୍କୁ ଥଇଥାନ ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯାଇଛି। ସେଥିମଧ୍ୟରେ ମର୍ଦ୍ଦରାଜ ଭେଣ୍ଡିଂ ଜୋନ, କର୍ପୋରେଶନ ରୋଡ ଭେଣ୍ଡିଂଜୋନ୍‌, ଗେଟ ବଜାର ଭେଣ୍ଡିଂ ଜୋନ୍‌ ଓ ଖୋଲା ଭେଣ୍ଡିଂ ଜୋନ ରହିଛି। ଏସବୁରେ ବ୍ୟବସାୟୀଙ୍କ ବ୍ୟବସାୟ ନିମନ୍ତେ ପିଣ୍ଡି କରାଯାଇଥିବା ବେଳେ ଆଲୋକୀକରଣର ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ କେତେକ ଭେଣ୍ଡିଂ ଜୋନ୍‌ରେ ବିଇଏମସିର ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ସେଠାରେ ଅଳିଆ ଆବର୍ଜନା ପରିପୂର୍ଣ୍ଣ ହୋଇଛି। ଗେଟ ବଜାର ମୁକ୍ତେଶ୍ୱର ମନ୍ଦିର ସମ୍ମୁଖରେ ଥିବା ଖୋଲା ଭେଣ୍ଡିଂ ଜୋନ୍‌ ଏହାର ଜ୍ୱଳନ୍ତ ଉଦାହରଣ।
୨୨ଲକ୍ଷ ଟଙ୍କା ବ୍ୟୟରେ ଖୋଲା ଭେଣ୍ଡିଂ ଜୋନ୍‌ ନିର୍ମାଣ ହୋଇଥିବା ବେଳେ ୨୦୧୯ରେ ଏହାର ଉଦଘାଟନ କରାଯାଇଥିଲା। ଗେଟବଜାର ରାସ୍ତା ପାର୍ଶ୍ୱରେ ବସୁଥିବା ପରିବା ବ୍ୟବସାୟୀଙ୍କୁ ଥଇଥାନ ଉଦ୍ଦେଶ୍ୟରେ ଏହା ନିର୍ମାଣ କରାଯାଇଥିଲା। କିନ୍ତୁ ଉଦଘାଟନ ପରେ ଗୋଟିଏ ଦିନ ବି ବ୍ୟବସାୟୀମାନେ ଏଠାରେ ବ୍ୟବସାୟ କରିନାହାନ୍ତି। ସେଠାକୁ ଗ୍ରାହକ ଆସୁ ନ ଥିବାରୁ ବ୍ୟବସାୟୀମାନେ ପୁଣି ଥରେ ରାସ୍ତା ପାର୍ଶ୍ୱରେ ବସି ବ୍ୟବସାୟ ଆରମ୍ଭ କଲେ। ବିଇଏମସି ଏନଫୋର୍ସମେଣ୍ଟ୍‌ ପକ୍ଷରୁ ରାସ୍ତା ପାର୍ଶ୍ୱ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯିବାରୁ କିଛି ଦିନ ଭେଣ୍ଡିଂ ଜୋନ୍‌ରେ ବସିଲେ। ତେବେ ଉକ୍ତ ଭେଣ୍ଡିଂ ଜୋନ ପାର୍ଶ୍ୱରେ ବିଇଏମସିର ଭୂତଳ ଡମ୍ପିଂ ୟାର୍ଡ ଥିବା କାରଣରୁ ପୂତିଗନ୍ଧମୟ ପରିବେଶ ଯୋଗୁ ସହରବାସୀ ସେଠାକୁ ଯିବା ପାଇଁ ଅନିଚ୍ଛା ପ୍ରକାଶ କଲେ। ଅନ୍ୟପକ୍ଷରେ ବିଇଏମସି ପକ୍ଷରୁ ପରିଷ୍କାର ପରିଚ୍ଛନତା ନେଇ କାୈଣସି ଦୃଷ୍ଟି ନ ଦେବା କାରଣରୁ ବ୍ୟବାସାୟୀମାନେ ମଧ୍ୟ ଭେଣ୍ଡିଂ ଜୋନରେ ବ୍ୟବସାୟ ବନ୍ଦ କରିଦେଲେ। ବ୍ୟବସାୟୀମାନେ କାୈଣସି ଉପାୟ ନ ପାଇ ବର୍ତ୍ତମାନ ଭେଣ୍ଡିଂ ଜୋନ ବାହାରେ ବ୍ୟବସାୟ କରୁଛନ୍ତି। ବର୍ତ୍ତମାନ ଏହି ଲକ୍ଷାଧିକ ଟଙ୍କାର ଭେଣ୍ଡିଂ ଜୋନ ଆବର୍ଜନାରେ ପରିପୂର୍ଣ୍ଣ ହୋଇଛି। ଏପରିକି ନିକଟସ୍ଥ ଡମ୍ପିଂ ୟାର୍ଡ ଆବର୍ଜନା ମଧ୍ୟ ଏହି ଭେଣ୍ଡିଂ ଜୋନ୍‌ରେ ଜମା ହୋଇ ରହୁଥିବା ଦେଖିବାକୁ ମିଳିଛି। ଭେଣ୍ଡିଂ ଜୋନ ଉପରେ ରହିଥିବା ଜରି ଛପର ମଧ୍ୟ ଉଡିଯାଇଛି। ଅଳିଆ ଆବର୍ଜନା ପଡି ରହିଥିବା କାରଣରୁ ଗାଇ ଗୋରୁଙ୍କ ଏହା ଏବେ ବିଚରଣ ସ୍ଥାନ ପାଲଟିଛି। କେବଳ ସେତିକି ନୁହେଁ, ଆବର୍ଜନା କାରଣରୁ ନିକଟସ୍ଥ ପୋଖରୀ ଦୂଷିତ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ବାସିନ୍ଦାମାନେ ଭେଣ୍ଡିଂ ଜୋନ ସଫେଇ ପାଇଁ ଦାବି କରିଥିଲେ ସୁଦ୍ଧା ଏ ଯାବତ ବିିଇଏମସି ପକ୍ଷରୁ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ବିଇଏମସି ଡେପୁଟି କମିଶନର ଆର୍ଶୀବାଦ ପରିଡାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏ ବାବଦରେ ଅନୁଧ୍ୟାନ କରି ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri