ଯୌତୁକ ମାମଲାର ତଦନ୍ତ ବେଳେ ପୋଲିସକୁ ଆକ୍ରମଣ ୫ ଗିରଫ, ବାଳସୁଧାର ଗୃହକୁ ଗଲେ ନାବାଳକ

ବ୍ରହ୍ମପୁର ଅଫିସ,୨୩ା୫: ଗୋଷାଣିନୂଆଗାଁ ଥାନା ଅଞ୍ଚଳରେ ଏକ ଯୌତୁକ ନିର୍ଯାତନା ମାମଲାର ତଦନ୍ତ କରିବାକୁ ଯାଇଥିବା ମହିଳା ଥାନା ପୋଲିସକୁ ଆକ୍ରମଣ କରାଯାଇଛି। ଏସ୍‌ଆଇ ଝୁନୁବାଳା ସାସମଲଙ୍କ ସହ ପୋଲିସ ଟିମ୍‌ ଓ ଅଭିଯୋଗକାରୀ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ଆକ୍ରମଣ କରିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ
ଜଣଙ୍କୁ ଗିରଫ କରିଛି। ଆକ୍ରମଣ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ମଙ୍ଗଳବାର ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରାଯାଇ ପରେ ତାଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଗିରଫ ୫ ଅଭିଯୁକ୍ତ ବିଶ୍ୱନାଥନଗର ଚାଞ୍ଚେଡ଼ାପଡ଼ିଆ ଅଞ୍ଚଳର ଡି.ଗୋବିନ୍ଦ ପାତ୍ର, ତାଙ୍କ ଭାଇ ଡି. ଘନ ପାତ୍ର, ଘନଙ୍କ ପୁଅ ଡି.ଶିବ ପାତ୍ର, ଡି.ଲକ୍ଷ୍ମୀ ପାତ୍ର, ଘନଙ୍କ ସ୍ତ୍ରୀ ଡି.ମମି ପାତ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ଆକ୍ରମଣ ବେଳେ ବ୍ୟବହାର କରିଥିବା ଠେଙ୍ଗା ଓ ବାଡ଼ିକୁ ପୋଲିସ ଜବତ କରିଛି।
ପ୍ରକାଶ ଯେ, ଡି.ମମତା ପାତ୍ରଙ୍କୁ ଶାଶୁଘର ଲୋକେ ଯୌତୁକ ନିର୍ଯାତନା ଦେଉଥିବା ନେଇ ସେ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୭୮/୨୩ରେ ମାମଲା ରୁଜୁ କରିଥିଲା। ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ଝୁନୁବାଳା ଏହାର ତଦନ୍ତ ଭାର ନେଇଥିଲେ। ସେ ପୋଲିସ ଟିମ୍‌ ସହ ମମତାଙ୍କୁ ସାଙ୍ଗରେ ନେଇ ବିଶ୍ୱନାଥନଗର ଚାଞ୍ଚେଚଡ଼ାପଡ଼ିଆସ୍ଥିତ ମମତାଙ୍କ ଶ୍ୱଶୁର ଘରକୁ ତଦନ୍ତ ସହ ଯୌତୁକ ସାମଗ୍ରୀ ଜବତ କରିବାକୁ ଯାଇଥିଲେ। ତେବେ ଶ୍ୱଶୁର ଘର ଲୋକେ ସେଠାରେ ମମତାଙ୍କୁ ମାଡ଼ ମାରି ଡ୍ରେନରେ ପକାଇ ଦେଇଥିଲେ। ତାଙ୍କୁ ରକ୍ଷା କରିବାକୁ ଯିବାରୁ ଏସ୍‌ଆଇ ଝୁନୁବାଳା ଏବଂ ତାଙ୍କର ଅନ୍ୟ ପୋଲିସ କର୍ମୀଙ୍କୁ ମଧ୍ୟ ସେମାନେ ଠେଙ୍ଗାରେ ପିଟିଥିଲେ। ତେବେ କୌଶଳକ୍ରମେ ମମତାଙ୍କୁ ରକ୍ଷା କରି ପୋଲିସ ଟିମ୍‌ ସେଠାରୁ ଖସି ଆସିଛି। ମମତାଙ୍କ ସହ ଏସ୍‌ଆଇ ଝୁନୁବାଳା ଓ ଅନ୍ୟ ପୋଲିସ କର୍ମୀ ଆହତ ହୋଇଥିଲେ। ଏନେଇ ପୋଲିସ ଏସଆଇ ଝୁନୁବାଳା ସୋମବାର ଗୋଷାଣିନୁଆଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୧୪୨ /୨୩ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri