ଗଞ୍ଜାମ

ବିଜେଡି ନୂଆ ଚେହେରା ଲଢ଼ିବେ ନିର୍ବାଚନ

ବ୍ରହ୍ମପୁର ଅଫିସ,୧୪।୬(ନରସିଂହ ସାହୁ): ଗଞ୍ଜାମ ଜିଲା ରାଜନୀତିରେ ଗୋପାଳପୁର ଚର୍ଚ୍ଚାରେ ରହିଛି। ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ବିଧାନସଭା କ୍ଷେତ୍ରରୁ କିଏ ବିଜେଡି ପ୍ରାର୍ଥୀ ହେବ ସେ ନେଇ ଆଲୋଚନା ଜୋର ଧରିଛି। ୨୦୧୯ ନିର୍ବାଚନରେ ଜିତିଥିବା ପ୍ରଦୀପ…

ଘୁମୁସର ବନଖଣ୍ଡରେ ୧୯ ଲକ୍ଷ ଚାରାରୋପଣ ଯୋଜନା

ଭଞ୍ଜନଗର, ୧୪।୬(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ଆସନ୍ତା ଜୁଲାଇ ୧ ରୁ ୭ ତାରିଖ ବନ ମହୋତ୍ସବ ସପ୍ତାହ ପାଳନ ହେବ। ଏହି ଅବସରରେ ବ୍ୟାପକ ଚାରାରୋପଣ କରିବା ଯୋଜନା ଅଛି।…

ହସ୍ତାନ୍ତର କରାଯାଉନି ଅଙ୍ଗନୱାଡି କେନ୍ଦ୍ର, ସମସ୍ୟାରେ ଶିଶୁ

ବୁଗୁଡ଼ା,୧୩ା୬(କାଳୀଚରଣ ଦାଶ): ବୁଗୁଡା ବ୍ଲକ ଅଧୀନ କରଚୁଲି ଗ୍ରାମସ୍ଥ ଅଙ୍ଗନୱାଡି କେନ୍ଦ୍ର -୨ରେ ଛାତରୁ ସିମେଣ୍ଟ କଂକ୍ରିଟ ଖଣ୍ଡ ଖସିଯାଇଥିଲା। ପ୍ରଶାସନ ଦ୍ୱାରା ପୁରୁଣା ଗୃହ ୨୦୧୬ ଜୁନ୍‌ ମାସଠାରୁ ବନ୍ଦ କରାଯାଇ ଗ୍ରାମସ୍ଥ ପ୍ରାଥମିକ ବିଦ୍ୟାଳୟଠାରେ ଜରୁରିକାଳୀନ ପରିସ୍ଥିତିରେ ଅତିରିକ୍ତ…

ଧରିତ୍ରୀ ଖବରଦାତାଙ୍କ ପିତୃ ବିୟୋଗ

ପୁରୁଷୋତ୍ତମପୁର,୧୪।୬ (ସୀମାଞ୍ଚଳ ମିଶ୍ର) ପୁରୁଷୋତ୍ତମପୁରର ‘ଧରିତ୍ରୀ’ ଖବରଦାତା ସୀମାଞ୍ଚଳ ମିଶ୍ରଙ୍କ ପିତା ତଥା ଅବସରପ୍ରାପ୍ତ ଶିକ୍ଷକ ଦୂତିକୃଷ୍ଣ ମିଶ୍ରଙ୍କ ମଙ୍ଗଳବାର ସକାଳେ ରଥସାହି ସୁନାରିତୋଟାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ବଡପୁଅ ସନ୍ତୋଷ, ସାନପୁଅ ସୀମାଞ୍ଚଳ ଉପସ୍ଥିତ ଥିଲେ। ଖବର…

ପୋଖରୀରେ ବୁଡ଼ି ବିଜୟଙ୍କ ମୃତ୍ୟୁ

ପୋଲସରା,୧୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ଢୁଙ୍କାପଡା ଗ୍ରାମର ଜଣେ ବ୍ୟକ୍ତି ସୋମବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସେହିପରି ଗ୍ରାମର ବିଜୟ ପ୍ରଧାନ। ସୂଚନାଯୋଗ୍ୟ ଯେ, ବିଜୟ ରାତି ସମୟରେ ପୋଖରୀକୁ ଶୌଚ…

କାଳବୈଶାଖୀ ତାଣ୍ଡବରେ ବେସାହାରା ୧୫ ପରିବାର

ବେଗୁନିଆପଡ଼ା,୧୩ା୬: ସୋମବାର ଅପରାହ୍ନରେ କାଳ ବୈଶାଖୀର ତାଣ୍ଡବରେ ବେସାହାରା ହୋଇଛନ୍ତି ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଫାଶୀ ହରିଜନ ସାହିର ୧୫ ପରିବାର। ଦୀର୍ଘ ୫୦ ବର୍ଷରୁ ଉଦ୍ଧର୍‌ବ ସମୟ ଧରି ଗୋଟିଏ ସ୍ଥାନରେ ସ୍ଥାୟୀ ବସବାସ କରୁଥିବା ସମୁଦାୟ…

ତାଲାବନ୍ଦ ଘରୁ ସୁନାଗହଣା ଚୋରି: ଗିରଫ ହେଲେ ୫ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୧୨ା୬: ଟାଉନ ଥାନା ଅଧୀନ ତୁଳସୀନଗର ଅଷ୍ଟମ ଲାଇନରେ ରହୁଥିବା ସିଏଚ.ଭାସ୍କର ରାଓ ଆଚାରୀଙ୍କ ଘରୁ ଗତ ୨୫ ତାରିଖରେ ସୁନାଗହଣା ଓ ଟଙ୍କା ଚୋରି ହୋଇଥିଲା। ଏହି ଘଟଣାରେ ପୋଲିସ ୪ ଲୁଟେରାଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି।…

୧୭୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ କଣ୍ଟେନର, କାର୍‌ ଜବତ

ବ୍ରହ୍ମପୁର ଅଫିସ,୧୨ା୬: ଅବକାରୀ ଗୋଇନ୍ଦା ଟିମ୍‌ ସୋମବାର ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଏକ କଣ୍ଟେନର ଓ ଗୋଟିଏ କାରରୁ ଗଞ୍ଜେଇ ଜବତ କରିଛି। କାରରେ ଗଞ୍ଜେଇ ଚାଲାଣ କରୁଥିବା ଯୁବକଙ୍କୁ ଯାଞ୍ଚ ଟିମ୍‌ ଗିରଫ କରିଥିବା ବେଳେ କଣ୍ଟେନର ଚାଳକ…

ଫାଟ ଲୁଚାଇବାକୁ ସିମେଣ୍ଟ ଲେପ

ବୁଗୁଡ଼ା,୧୨ା୬(ଡି.ଏନ.ଏ.): ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଥିବା ବେଳେ ତାହା ଶେଷ ହେବା ପୂର୍ବରୁ କାନ୍ଥ ଫାଟି ଆଁ କରିବା ଏବଂ ତାହାକୁ ଲୁଚାଇବାକୁ ଯାଇ ସିମେଣ୍ଟ ଲେପ ଦିଆଯିବା ଘଟଣାକୁ ନେଇ…

ପ୍ରସ୍ତାବରେ ଅଟକିଛି ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା

ଛତ୍ରପୁର,୧୨ା୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ଏନଏସି ୧୯୫୫ରେ ଗଠନ ହୋଇଥିଲା। ତେବେ ଏହାକୁ ମ୍ୟୁନିସିପାଲିଟି ମାନ୍ୟତା ଦେବାରେ ରାଜ୍ୟ ସରକାର ଅହେତୁକ ବିଳମ୍ବ କରିଚାଲିଛନ୍ତି। ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଛତ୍ରପୁର ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଖୁବ୍‌ଶୀଘ୍ର…

ଖାଲଖମାରେ ଭର୍ତ୍ତି ବିଜିପୁର ଟ୍ୟାଙ୍କ ରୋଡ

ବ୍ରହ୍ମପୁର ଅଫିସ,୧୨ା୬: ବ୍ରହ୍ମପୁର ସହରରେ ରାସ୍ତାର ଉନ୍ନତିକରଣ ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପଦକ୍ଷେପ ଗ୍ରହଣ କରୁଛି। ସୁବାରାଓ ଛକଠାରୁ ସେଣ୍ଟ ଭିନସେଣ୍ଟ୍‌ ସ୍କୁଲ ଛକ ଓ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଛକ, ଅନ୍ନପୂର୍ଣ୍ଣା ମାର୍କେଟଠାରୁ ଭିଶାଲ ମେଗା…

୧୫୦ ପରିବାର ପିଇବା ପାଣିରୁ ବଞ୍ଚିତ

ବ୍ରହ୍ମପୁର ଅଫିସ,୧୨ା୬: ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ବର୍ତ୍ତମାନ ବିଭିନ୍ନ ୱାର୍ଡରେ ଡ୍ରେନ କାର୍ଯ୍ୟ ଜାରି ରହିଛି। ପ୍ରତି ୱାର୍ଡରେ ସାହି ଗୁଡିକରେ ଘର ସମ୍ମୁଖରେ ଡ୍ରେନ କାର୍ଯ୍ୟ ନିମନ୍ତେ ରାସ୍ତା ଖୋଳାଯାଉଛି। ସହରର ଅନେକ ସାହିରେ ଡ୍ରେନ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?