ଖାଲଖମାରେ ଭର୍ତ୍ତି ବିଜିପୁର ଟ୍ୟାଙ୍କ ରୋଡ

ବ୍ରହ୍ମପୁର ଅଫିସ,୧୨ା୬: ବ୍ରହ୍ମପୁର ସହରରେ ରାସ୍ତାର ଉନ୍ନତିକରଣ ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପଦକ୍ଷେପ ଗ୍ରହଣ କରୁଛି। ସୁବାରାଓ ଛକଠାରୁ ସେଣ୍ଟ ଭିନସେଣ୍ଟ୍‌ ସ୍କୁଲ ଛକ ଓ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଛକ, ଅନ୍ନପୂର୍ଣ୍ଣା ମାର୍କେଟଠାରୁ ଭିଶାଲ ମେଗା ମାର୍ଟ, ଜ୍ୟୋତି ପେଟ୍ରୋଲ ପମ୍ପଠାରୁ ଗାନ୍ଧୀନଗର ଛକ, ଗାନ୍ଧୀନଗର ଉପର ଓ ତଳ ରାସ୍ତା, ୫୯ ନଂ ଜାତୀୟ ରାଜପଥଠାରୁ ଭେଙ୍କେଟଶ୍ୱର ଏବଂ କପିଳେଶ୍ୱର ମନ୍ଦିର ରାସ୍ତା ସ୍ମାର୍ଟ ରାସ୍ତାରେ ରୂପାନ୍ତରିତ କରାଯାଇଛି। ବିଇଏମସି ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୪୪୦ ମିଟର ପିଚୁ ରାସ୍ତା, ୧୧,୪୭୯ ମିଟର କଂକ୍ରିଟ ରୋଡ, ୬୫୮୩ ପେଭର ରାସ୍ତା ଓ ୨୯୦ ମିଟର କଚା ରାସ୍ତା ଓ ୨୧,୫୪୯ ମିଟର ଡ୍ରେନ ନିର୍ମାଣ କରାଯାଇଛି। ଏଥିନିମନ୍ତେ ୨୨କୋଟି ୧୩ ଲକ୍ଷ ୮୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ରହିଛି। ହେଲେ ଏପରି ବହୁ ଗୁରୁତ୍ୱପୂର୍ଣ୍ଣ ଓ ଜନଗହଳି ପୂର୍ଣ୍ଣ ଅଞ୍ଚଳର ମୁଖ୍ୟ ରାସ୍ତା ରହିଛି ଯାହାର ଉନ୍ନତି ଲାଗି କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଦେଖିବାକୁ ମିଳିଛି। ବିଜିପୁର ଟ୍ୟାଙ୍କ ରୋଡ ଏହାର ଜ୍ୱଳନ୍ତ ଉଦାହରଣ। ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି।
ବିଜିପୁର ଟ୍ୟାଙ୍କ ରୋଡଟି ଷ୍ଟେଶନ ରାସ୍ତା ସମେତ କଂଗ୍ରେସ ଭବନ ଛକକୁ ସଂଯୋଗ କରିଥାଏ। ସହର ମଧ୍ୟରେ ଏହା ଏକ ମୁଖ୍ୟରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ରାସ୍ତା ଦେଇ ବିଜିପୁର, ଗୋସାଣୀ ନୂଆଗାଁ ଓ ଗାନ୍ଧୀନଗର ବାସିନ୍ଦା ମଧ୍ୟ ଯାତାୟାତ କରନ୍ତି। କିନ୍ତୁ ଦୀର୍ଘ ଦିନ ଧରି ଏହି ରାସ୍ତାର ମରାମତି କ୍ଷେତ୍ରରେ ନିଗମ ପକ୍ଷରୁ କାୈଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ରାସ୍ତାର ଗୋଟିଏ ପାର୍ଶ୍ୱରେ ଖାଲଖମା ହୋଇ ପାଣି ଜମି ରହୁଛି। ବର୍ଷାଦିନେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବା ସହ ନିକଟସ୍ଥ ଫଳ ବଜାରରେ ପ୍ରବେଶ କରୁଥିବା ବ୍ୟବସାୟୀମାନେ କହିଛନ୍ତି। ପାଣି ଯୋଗୁ ଅନେକ ସମୟରେ ଦୋକାନ ବନ୍ଦ କରୁଥିବା ସେମାନେ କହିଛନ୍ତି। ତେବେ ବିଇଏମସି ପକ୍ଷରୁ ୨୦୨୩-୨୪ ଆର୍ଥିକ ବଜେଟରେ ନେତାଜୀ ସୁବାଷ ବୋଷ ପ୍ରତିମୂର୍ତ୍ତିଠାରୁ ବିଜିପୁର ଫଳ ମାର୍କେଟ ଓ ବିଜିପୁର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ୪ କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ଏଯାବତ କାୈଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନେ କହିଛନ୍ତି। ସ୍ଥାନୀୟ କର୍ପୋରେଟର ନରସିଂହ ସେଠୀ କହିଛନ୍ତି, ଏ ବାବଦରେ ବିଇଏମସି କମିଶନରଙ୍କୁ ଅବଗତ କରାଯାଇଛି। ରାସ୍ତା ପ୍ରଶସ୍ତିକରଣ ପାଇଁ କେତେକ କ୍ଷେତ୍ରରେ ଜବରଦଖଲ ଉଚ୍ଛେଦ କରାଯିବ। ଏହାପରେ ସ୍ମାର୍ଟ ରାସ୍ତା ନିର୍ମାଣ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଇଏମସି ପକ୍ଷରୁ କୁହାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?