ଘୁମୁସର ବନଖଣ୍ଡରେ ୧୯ ଲକ୍ଷ ଚାରାରୋପଣ ଯୋଜନା

ଭଞ୍ଜନଗର, ୧୪।୬(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ଆସନ୍ତା ଜୁଲାଇ ୧ ରୁ ୭ ତାରିଖ ବନ ମହୋତ୍ସବ ସପ୍ତାହ ପାଳନ ହେବ। ଏହି ଅବସରରେ ବ୍ୟାପକ ଚାରାରୋପଣ କରିବା ଯୋଜନା ଅଛି। ଏଥିସହ ଜାପାନ ଇଣ୍ଟର୍‌ନ୍ୟାଶନାଲ କର୍ପୋରେଶନ ଏଜେନ୍ସି ମାଧ୍ୟମରେ ମଧ୍ୟ ଏହି ଦୁଇ ବନଖଣ୍ଡରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଉଭୟ ବନଖଣ୍ଡରେ ବିଭିନ୍ନ ଯୋଜନାରେ ୧୯ ଲକ୍ଷରୁ ଊଦ୍ଧର୍‌ବ ଚାରା ରୋପଣ କରାଯିବ। ତେଣୁ ଉଭୟ ବନଖଣ୍ଡର ବିଭିନ୍ନ ନର୍ସରିରେ ଚାରା ଗଚ୍ଛିତ କରି ରଖାଯାଇଛି। ବର୍ଷା ଆରମ୍ଭ ହେଲେ ଜୁଲାଇ ପହିଲାରୁ ଚାରା ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ। ଏଥିସହ ଜଙ୍ଗଲ ଭିତରେ ହେବାକୁ ଥିବା ଚାରାରୋପଣ ପାଇଁ ଗାତ ଖୋଳା ସରିଛି। ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଲାଲସିଂ, କେନ୍ଦ୍ରୀୟ ବନାଞ୍ଚଳର ସାଲୁଆପଲ୍ଲୀ, ଗାଲେରୀ ରେଞ୍ଜର ତିନିଚକିଆ, ତାରସିଂ ରେଞ୍ଜର ତାରସିଂ, ଜଗନ୍ନାଥପ୍ରସାଦ ସ୍ଥାୟୀ ନର୍ସରିରେ ଚାରା ଗଚ୍ଛିତ ରଖାଯାଇଛି। ଏହିଭଳି ଦକ୍ଷିଣ ଘୁମୁସର ବନଖଣ୍ଡର ଆସିକା, ବଡଗଡ଼, ସୋରଡ଼ା, ପୋଲସରା, ବୁଗୁଡ଼ା ରେଞ୍ଜର ବିଭିନ୍ନ ସ୍ଥାୟୀ ଏବଂ ଅସ୍ଥାୟୀ ନର୍ସରିରେ ଚାରା ପ୍ରସ୍ତୁତ କରି ରଖାଯାଇଛି।
ଚଳିତବର୍ଷ ପ୍ରଥମ ଥର ପାଇଁ ବୃକ୍ଷ ମେଳା ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ କେନାଲ ଓ ନଦୀ କୂଳରେ ୨୫୦ କିମି ଚାରାରୋପଣ ହେବ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଉକ୍ତ ଚାରାରୋପଣ ହେବ। ସେହିଭଳି ଦକ୍ଷିଣ ଘୁମୁସର ବନଖଣ୍ଡରେ ୧୦୦ କିମି ଚାରାରୋପଣ ହେବ। ଏଥିସହ ଉତ୍ତର ଘୁମୁସର ବନଖଣ୍ଡର ୧୦୭୫ ହେକ୍ଟର ଜଙ୍ଗଲରେ ୪ ଲକ୍ଷ ୨୫ ହଜାର ୫୫୦ ଚାରାରୋପଣ ହେବ। ସାଧାରଣ ଲୋକଙ୍କୁ ୨ ଲକ୍ଷ ୫୩ ହଜାର ଚାରା ୧ ଟଙ୍କାରେ ବଣ୍ଟନ କରାଯିବ। ଦକ୍ଷିଣ ଘୁମୁସର ବନଖଣ୍ଡରେ ଲୋକଙ୍କୁ ୮ ଲକ୍ଷରୁ ଊଦ୍ଧର୍‌ବ ଚାରା ବଣ୍ଟନ କରାଯିବ। ଏଥିସହ ୧୧୫୫ ହେକ୍ଟର ଜଙ୍ଗଲ ମଧ୍ୟରେ ଖାଲିଥିବା ଅଞ୍ଚଳରେ ୪ ଲକ୍ଷରୁ ଊଦ୍ଧର୍‌ବ ଚାରାରୋପଣ ହେବ। ଏନେଇ ଉଭୟ ବନଖଣ୍ଡ ଦାୟିତ୍ୱରେ ଥିବା ଡିଏଫଓ ସୁଦର୍ଶନ ବେହେରା କହିଛନ୍ତି ଯେ, ଚାରାରୋପଣ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କସ୍‌ମେଟିକ ଇଞ୍ଜେକ୍ସନ ଉପରେ ରୋକ୍‌, ଉଲ୍ଲଂଘନ କଲେ….

ନୂଆଦିଲ୍ଲୀ, ୨୨।୫ (ପି.ଟି.): ସାମାଜିକ ଗଣମାଧ୍ୟମ ଓ ସହରାଞ୍ଚଳରେ ଚେହେରାକୁ ଅଧିକ ସୁନ୍ଦର ଓ ଚମକଦାର କରିବା ପାଇଁ ବିଉଟି ପାର୍ଲର ଏବଂ ୱେଲନେସ୍‌ ସେଣ୍ଟରଗୁଡ଼ିକରେ ବ୍ୟାପକ…

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri