୧୦ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ମାମଲା:ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ସହ ଜରିମାନା
ବ୍ରହ୍ମପୁର ଅଫିସ,୮ା୯-ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟ ଜଜ୍ ଗୁରୁବାର ଜଣେ ୧୦ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ହୋଇଥିବା ବଳାତ୍କାର ମାମଲାର ଶୁଣାଣି କରିଥିଲେ। ପ୍ରମାଣ ମିଳିବାରୁ ସେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ ପାଇଁ ରାୟ ପ୍ରକାଶ କରିଛନ୍ତି।…
ଏମ୍କେସିଜିରେ ଚିକିତ୍ସା ଅବହେଳା, ଶିଶୁ ମୃତ୍ୟୁ ନେଇ ଅଭିଯୋଗ
ବ୍ରହ୍ମପୁର ଅଫିସ,୮ା୯: ଚିକିତ୍ସା ଅବହେଳାରୁ ବ୍ରହ୍ମପୁର ବଡ ମେଡିକାଲରେ ଏକ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ନେଇ ଗୁରୁବାର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମୃତ ଶିଶୁଙ୍କ ବାପା ପ୍ରମୋଦ କୁମାର ଉଥାନସିିଂ ଏମ୍କେସିଜି ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି।…
ଡେଙ୍ଗୁ: ଗଞ୍ଜାମରେ ୩୮ ଆକ୍ରାନ୍ତ
ବ୍ରହ୍ମପୁର,୮ା୯-ଗଞ୍ଜାମ ଜିଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବାହାର ରାଜ୍ୟ ଓ ଜିଲାରୁ ଲୋକେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗଞ୍ଜାମ ଆସୁଥିବାରୁ ସଂଖ୍ୟା ବଢ଼ୁଛି। ଗୁରୁବାର ଦିନକରେ ୩ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।କବିସୂର୍ଯ୍ୟନଗର ବ୍ଲକ…
କବିସୂର୍ଯ୍ୟନଗର ସହରରେ ଭାଲୁ : ଭିଡିଓ ଭାଇରଲ
କବିସୂର୍ଯ୍ୟନଗର,୮ା୯(ଡି.ଏନ.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ପୁରୁଣା ଥାନା ନିକଟରେ ବୁଧବାର ରାତିରେ ଏକ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କବିସୂର୍ଯ୍ୟନଗର ସହରର ଜଣେ ଯୁବକ କୌଣସି କାମରେ ଛତ୍ରପୁର ଯାଇଥିଲେ।…
ଭିଜିଲାନ୍ସ ଜାଲରେ ୨ କନିଷ୍ଠ କିରାଣି
ବ୍ରହ୍ମପୁର ଅଫିସ,୮।୯: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ୨ କନିଷ୍ଠ କିରାଣି। ସେମାନେ ହେଲେ ସୁଶୀଲ ପଟ୍ଟନାୟକ ଏବଂ ପ୍ରଦୀପ ମହାନ୍ତି। ଏରିଅର ପାଇଁ ଅବସରପ୍ରାପ୍ତ ପିଅନଙ୍କଠାରୁ ସେମାନେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଗଞ୍ଜାମ ଜିଲା ଶିକ୍ଷାଧିକାରୀ(ଡ଼ିଇଓ)ଙ୍କ…
ଏମ୍କେସିଜିରୁ ପୁଣି ଖସିଲା ଶିଲିଂ
ବ୍ରହ୍ମପୁର ଅଫିସ,୮ା୯: ବ୍ରହ୍ମପୁର ଏମ୍କେସିଜିରେ ଗୁରୁବାର ପୁଣି ଅଘଟଣ ଘଟିଛି। ସୁପର ସ୍ପେଶାଲିଷ୍ଟ ବ୍ଲକର ପଞ୍ଚମ ମହଲାର ଶିଲିଂ ଖସିପଡ଼ିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଏହି ୟୁରୋଲୋଜି ଓ୍ବାର୍ଡରେ ନିଆଁ ଲାଗିଯାଇଥିଲା। ଏବେ ପୁଣି ଥରେ ଶିଲିଂ ଖସିବାରୁ ଲୋକେ ଭୟଭୀତ…
ବଜାରରେ ବିକ୍ରି ହେଉଛି ନକଲି ଥଣ୍ଡା ପାନୀୟ
ଗଞ୍ଜାମ,୭ା୯(ଡି.ଏନ୍.ଏ.): ଗଞ୍ଜାମ ସହରରେ ଥଣ୍ଡା ପାନୀୟ ନିମ୍ନମାନର ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଏହାର ଡିଲର ନେଇ ଗଞ୍ଜାମ ସହରରେ ଥିବା ବିଭିନ୍ନ ପାନ ଦୋକାନଠାରୁ ଆରମ୍ଭ କରି ରିଟେଲର ଦୋକାନଗୁଡ଼ିକରେ ଦେଉଥାନ୍ତି। ବିଶେଷକରି ଫ୍ରୁଟିଗୁଡ଼ିକର…
ଦୁର୍ଘଟଣାପ୍ରବଣ ସ୍ଥାନ ଚି଼ହ୍ନଟ ନିର୍ଦ୍ଦେଶ
ଛତ୍ରପୁର,୭।୯(ଡିଏନଏ ): ଗଞ୍ଜାମ ଜିଲାପାଳଙ୍କ ସଦଭାବନା ଗୃହରେ ମଙ୍ଗଳବାର ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଳ ସମସ୍ତ ସଦସ୍ୟଙ୍କୁ ଅବଗତ କରାଇଥିଲେ ଯେ, ସଡ଼କ ଦୁର୍ଘଟଣାକୁ ରୋକିବାକୁ ହେଲେ…
ଶିଳାନ୍ୟାସରେ ସୀମିତ ବିକ୍ରମପୁର ସାଇନ୍ସ ପାର୍କ
ବ୍ରହ୍ମପୁର ଅଫିସ,୭।୯: ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିକ୍ରମପୁରରେ ପ୍ରସ୍ତାବିତ ସାଇନ୍ସ ପାର୍କ ଶିଳାନ୍ୟାସରେ ସୀମିତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଭିତ୍ତିପ୍ରସ୍ତରକୁ ଏବେ ୭ ବର୍ଷ ବିତିଥିଲେ ମଧ୍ୟ କାମ ଆରମ୍ଭ ହୋଇନି। ତୁରନ୍ତ ପାର୍କ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ…
ବିଦ୍ୟୁତ୍ ଆଘାତ, ଦୁର୍ଘଟଣାଗ୍ରସ୍ତଙ୍କୁ ମିଳୁନି କ୍ଷତିପୂରଣ
ଛତ୍ରପୁର,୬ା୯(ଡି.ଏନ.ଏ.): ଛତ୍ରପୁର ସ୍ଥିତ ଡିଆର୍ଡିଏ ଜଉଗଡ଼ ସମ୍ମିଳନୀ କକ୍ଷରେ ଦିବ୍ୟାଙ୍ଗଜନ ସମାଧାନ ଜଣଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳରୁ ଜନସାଧାରଣମାନେ ସେମାନଙ୍କ ଅଭିଯୋଗ କରିଥିଲେ। ଏହି ଅବସରରେ ଗଞ୍ଜାମ ବ୍ଲକ ବୋରିଗାଁର ଭ୍ରମର ପଲାଇଙ୍କ ୮ବର୍ଷର ପୁଅ ରୁଦ୍ର…
ବିଜେଡିରେ ମିଶିଲେ ୩ ହଜାର କର୍ମୀ
ପୋଲସରା,୫ା୯(ଡି.ଏନ୍.ଏ.): ବିଜୁ ଜନତା ଦଳର ପୋଲସରା ନିର୍ବାଚନ ମଣ୍ଡଳୀସ୍ତରୀୟ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଭାଜପା ଓ କଂଗ୍ରେସ ଛାଡି ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। କାର୍ଯ୍ୟକ୍ରମରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ…
ମହିଳାଙ୍କୁ ଅସଦାଚରଣ କରି ସୁନା ଚେନ୍ ଲୁଟ୍: ବନ୍ଧା ହେଲେ ଯୁବକ
ବ୍ରହ୍ମପୁର ଅଫିସ,୫।୯: ମହିଳାଙ୍କୁ ଅସଦାଚରଣ କରି ସୁନା ଚେନ୍ ଲୁଟ୍ ଘଟଣାରେ ବଡ଼ବଜାର ଥାନା ପୋଲିସ ସୋମବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ସୁଶୀଲ କୁମାର ମହାପାତ୍ର(୪୧)। ଏନେଇ ପୋଲିସ ଏକ ମାମଲା (ନଂ.୨୨୮/୨୨) ରୁଜୁ କରି ଅଭିଯୁକ୍ତଙ୍କୁ…
Archives


