ଗାଈ ବାଛୁରିଙ୍କୁ ବ୍ୟାପୁଛି ଅଜଣା ରୋଗ :୨ଶହରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବେଗୁନିଆପଡ଼ା,୨।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ଅଜଣା ରୋଗରେ ୨ଶହରୁ ଊର୍ଦ୍ଧ୍ୱ ଗାଈ ବାଛୁରି ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଟି ଗାଈ ବାଛୁରିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଆବଶ୍ୟକ ଚିକିତ୍ସା ଅଭାବରୁ ଗୋରୁଙ୍କୁ ଅଜଣା ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ବେଗୁନିଆପଡ଼ା ବ୍ଲକ ଅଧୀନ ଖଣ୍ଡିଆନଈ, ବେଗୁନିଆପଡ଼ା, ଫାଶୀ, ସୁମଣ୍ଡଳ, ଅଗାଁର ଗାଁ ଅଞ୍ଚଳରେ ୨ଶହରୁ ଊର୍ଦ୍ଧ୍ୱ ଗାଈ, ବାଛୁରି ଗତ କିଛି ଦିନ ହେଲା ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଗୋରୁମାନଙ୍କୁ ପ୍ରଥମେ ଚର୍ମ ଓ ଦେହସାରା ଗୁଳା ହୋଇ ଫୋଟକା ହୋଇଯାଉଛି ଏବଂ ପରେ ଫୋଟକା ଫାଟି ରକ୍ତସ୍ରାବ ହେବା ସହିତ ଜୀବାଣୁ ଲାଗୁଛନ୍ତି। ପରେ ଗାଈ, ବାଛୁରି ମୃତ୍ୟୁମୁଖରେ ପଡୁଛନ୍ତି।

ଖଣ୍ଡିଆନଈ ଗ୍ରାମର ପଦ୍ମନାଭ ନାୟକଙ୍କ ୮ଟି ଗାଈ ଆକ୍ରାନ୍ତ ହୋଇଥିବା ବେଳେ ୨ଟିର ମୃତ୍ୟୁ ଘଟିଛି। ସେହିପରି ମିଟୁ ନାୟକଙ୍କ ୭ଟି ଗାଈରୁ ଗୋଟିଏ ଗାଈର ମୃତ୍ୟୁ ଘଟିଛି। ଉପେନ୍ଦ୍ର ମହାନ୍ତିଙ୍କ ଗୋଟିଏ ଗାଈ, ଜଗନ୍ନାଥ ଶତପଥୀଙ୍କ ଗୋଟିଏ ବାଛୁରି, ବିଜୟ ପାଳଙ୍କ ଗୋଟିଏ ଗାଈ, ଦେଉଳିଆପଡା ବାବୁଲା ପାଣିଗ୍ରାହୀଙ୍କ ୪ଟି ଗାଈ ଆକ୍ରାନ୍ତ ହୋଇଥିବା ସେମାନେ କହିଛନ୍ତି। ସେହିପରି ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶହ ଶହ ସଂଖ୍ୟାରେ ଏଭଳି ଅଭିଯୋଗ ଆସୁଛି। ତେବେ ଉପଯୁକ୍ତ ଚିକିତ୍ସା ଅଭାବରୁ ତଥା ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ ଅବହେଳା ଯୋଗୁ ଏହି ରୋଗର ନିରାକରଣ ହୋଇପାରୁ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କୋଦଳା ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ ଏକ ଡାକ୍ତରୀ ଟିମ୍‌ ଖଣ୍ଡିଆନଈ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଆକ୍ରାନ୍ତ ଗାଈ, ବାଛୁରିଙ୍କ ଚିକିତ୍ସା କରିଥିଲେ।

ଏଥିରେ ଲୋକଙ୍କୁ ଭୟଭୀତ ନ ହୋଇ ଗୁହାଳ ପରିଷ୍କାର ରଖିବା ସହ ଆଲବେରା, ହଳଦୀ ଗାଈଙ୍କ ଶରୀରରେ ଲେପନ କରିବାକୁ ବ୍ଲକ ଭେଟେରିନାରୀ ଅଫିସର ଭବାନୀ ତ୍ରିପାଠୀ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି । ଏହା ଏକ ଚର୍ମ ବିଣ୍ଡି ରୋଗ। ଭୂତାଣୁ ଜନିତ ରୋଗ। ଗାଈ ଓ ବାଛୁରିଙ୍କୁ ଆକ୍ରାନ୍ତ କରିଥାଏ। ବିଭିନ୍ନ ସ୍ଥାନରୁ ଅଭିଯୋଗ ପାଇବା ପରେ ସେଠାକୁ ଯାଇ ଚିକିତ୍ସା କରୁଛୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଚିକିତ୍ସା ପାଇଁ କୌଣସି ସରକାରୀ ସହାୟତା ମିଳୁ ନାହିଁ। ନିଜ ଖର୍ଚ୍ଚରେ ଚିକିତ୍ସା କରୁଥିବା ଚାଷୀମାନେ କହିଛନ୍ତି। ଭାକ୍‌ସିନ ମଗାଯାଇଛି ଆସିଲେ ଶନିବାରଠାରୁ ଦିଆଯିବ ବୋଲି ବ୍ଲକ ଭେଟେରିନାରୀ ଅଫିସର କହିଛନ୍ତି । ତେବେ ଜିଲା ପ୍ରାଣୀ ଚିକିତ୍ସା ବିଭାଗ ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri