ନିଅଣ୍ଟିଆ କର୍ମଚାରୀରେ ଚାଲିଛି ବିଇଏମ୍‌ସି

ବ୍ରହ୍ମପୁର ଅଫିସ,୧ା୧୨: ବ୍ରିଟିଶ ଶାସନରେ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍‌ସି ଅଧିନରେ ଥିବା ବେଳେ ୧୮୬୭ରେ ପ୍ରତିଷ୍ଠା ହୋଇଥିଲା ବ୍ରହ୍ମପୁର ପୌରସଂସ୍ଥା। ଏହି ପୁରାତନ ସ୍ବାୟତ୍ତ ଶାସନ ସଂସ୍ଥାକୁ ପୂରିଛି ୧୫୫ ବର୍ଷ। ୧୪ ବର୍ଷ ତଳେ ରାଜ୍ୟ ସରକର ୨୦୦୯ରେ ମହାନଗର ନିଗମ ମାନ୍ୟତା ଦେଇଛନ୍ତି। ନିଗମ ଗଠନ ପରେ ଏହାର ଚିତ୍ର ବଦଳି ଯାଇଛି ଏବଂ ଅନେକ ନୂଆ ଯୋଜନା ସହ ଅଫିସର ଓ ଇଞ୍ଜିନିୟରଙ୍କ ସଂଖ୍ୟା ବଢ଼ି ଚାଲିଛି। ଯେଉଁ କର୍ମଚାରୀମାନେ ଅବସରଗ୍ରହଣ କରୁଛନ୍ତି ସେମାନଙ୍କ ସ୍ଥାନରେ ନୂଆ ନିଯୁକ୍ତି ଦିଆଯାଉ ନ ଥିବାରୁ ପ୍ରଶାସନିକ କାର୍ଯ୍ୟରେ ସମସ୍ୟା ଦେଖାଦେଇଛି।
ନିଗମରୁ ମିଳିଥିବା ତଥ୍ୟାନୁସାରେ ୭ ଜଣ ଯାକ ହେଡ ଆସିଷ୍ଟାଣ୍ଡ ପର୍ଯ୍ୟାୟକ୍ରମେ ଅବସର ନେଇଥିବାରୁ ସେହି ସବୁ ପଦ ଏବେ ଖାଲି ପଡ଼ିଛି। ୨୧ ସିନିୟର ଆସିଷ୍ଟାଣ୍ଟ ସ୍ଥଳେ ମାତ୍ର ୯ ଜଣ ଅଛନ୍ତି। ସେହିପରି ୫୫ ଜଣ ଜୁନିୟର ଆସିଷ୍ଟାଣ୍ଟଙ୍କ ମଧ୍ୟରୁ ଏବେ ଅଛନ୍ତି ମାତ୍ର ୫ ଜଣ। ପ୍ରାୟ ୬୭ ମଞ୍ଜୁରୀ ପଦ ଖାଲି ପଡ଼ିଛି। ନୂଆ ନିଯୁକ୍ତି ଉପରେ ସରକାରୀ କଟକଣା ରହିଛି। ଗତ ଅଗଷ୍ଟ ୨୬ରେ ଅନୁଷ୍ଠିତ ନିଗମର ସାଧାରଣ ବୈଠକରେ କର୍ମଚାରୀ ଅଭାବ ନେଇ ପ୍ରସଙ୍ଗ ଉଠିଥିଲା। ଅବସର କର୍ମଚାରୀଙ୍କୁ ପୁନଃ ଥଇଥାନ କରାଯିବାକୁ ବିରୋଧ କରାଯାଇଥିଲା। ବିଜେଡି କର୍ପୋରେଟର ସଞ୍ଜିତ ପାଣିଗ୍ରାହୀ ବୈଧାନିକ ପ୍ରଶ୍ନ କରିବା ସହ ଖାଲି ପଡ଼ିଥିବା ସମସ୍ତ ପଦବୀରେ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଦାବି କରିଥିଲେ। ଏହାକୁ ଭାଜପା କର୍ପୋରେଟର ପ୍ରଦୀପ ଶତପଥୀ, ବିଜେଡିର ସୁରେନ୍ଦ୍ର ମହାରଣା ଓ ଆଉ କେତେକ ସମର୍ଥନ ଜଣାଇଥିଲେ। ଅବସର ନେଇଥିବା କର୍ମଚାରୀଙ୍କୁ ପୁନଃ ଥଇଥାନ କରାନଯିବାର ନିଷ୍ପତ୍ତି ନିଆଯାଇଥିଲା।
ଅଗଷ୍ଟ ମାସ ବୈଠକରେ ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତ ଥିଲେ। ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ହୋଇଥିବା କର୍ପୋରେଟର ବୈଠକର ପ୍ରୋସିଡିଂ ନଭେମ୍ବର ଶେଷ ସପ୍ତାହରେ ଜନ ପ୍ରତିନିଧିମାନଙ୍କୁ ଦିଆଯାଇଛି। ଆବଶ୍ୟକସ୍ଥଳେ ଏବଂ ଅଫିସ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନା କରିବା ନିମନ୍ତେ ସରକାରଙ୍କ ନିୟମ ଓ ସର୍ତ୍ତାବଳୀ ଅନୁସାରେ ଅବସର ନେଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ଲାଗି ମେୟର ଓ କମିଶନରଙ୍କୁ କ୍ଷମତା ପ୍ରଦାନ କରାଯାଇଥିବା ପ୍ରୋସିଡିଂରେ ଦର୍ଶାଯାଇଛି। ଏହାକୁ ନେଇ କେତେକ କର୍ପୋରେଟର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅଗଷ୍ଟ ୨୬ ବୈଠକରେ ଏହି ନିଷ୍ପତ୍ତି ନିଆଯାଇନଥିବା ଅଭିଯୋଗ କରିଛନ୍ତି।
ଅପରପକ୍ଷରେ ବୁଧବାର ଯୋଗାଯୋଗ ବେଳେ ମେୟର କହିଛନ୍ତି, ଆବଶ୍ୟକସ୍ଥଳେ ଅବସର ନେଇଥିବା କର୍ମଚାରୀଙ୍କୁ ପୁନଃ ଥଇଥାନ ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସେହି ପ୍ରକାରେ ପ୍ରୋସିଡିଂରେ ଦର୍ଶାଯାଇଛି। ସେ ଭୁବନେଶ୍ୱରରେ ଅଛନ୍ତି ଏବଂ ନୂଆ କର୍ମଚାରୀ ନିଯୁକ୍ତି ପାଇଁ ସରକାର ଅନୁମତି ଦେବା ନିମନ୍ତେ ନଗର ଉନ୍ନୟନ ବିଭାଗ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଖୁବଶୀଘ୍ର ଏହି ସମସ୍ୟା ସମାଧାନ ହେବ ବୋଲି ମେୟର ସ୍ପଷ୍ଟ କରିଛନ୍ତି। ଆଗାମୀ ସାଧାରଣ ବୈଠକରେ କର୍ପୋରେଟରମାନଙ୍କୁ ଏହି ବିଷୟ ଜଣାଇ ଦିଆଯିବାର ମେୟର ସୂଚାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?