ପ୍ଲାଷ୍ଟିକମୁକ୍ତ ସହର ଲକ୍ଷ୍ୟ ଫେଲ୍‌

ବ୍ରହ୍ମପୁର ଅଫିସ, ୨ା୧୨:ବ୍ରହ୍ମପୁରକୁ ପ୍ଲାଷ୍ଟିକମୁକ୍ତ ସହରରେ ପରିଣତ କରିବା ପାଇଁ ପୁରୁଣା ବସ୍‌ଷ୍ଟାଣ୍ଡଠାରେ ରିଭର୍ସ ଭେଣ୍ଡିଂ ମେଶିନ ସ୍ଥାପନ କରାଯାଇଛି। ଏହି ଅଞ୍ଚଳଟି ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ ପ୍ରତ୍ୟହ ସ୍କୁଲ କଲେଜ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ବହୁ ଲୋକଙ୍କ ଯାତାୟାତ ଲାଗି ରହିଥାଏ। ଏହାକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳ ସମେତ ସହରକୁ ପ୍ଲାଷ୍ଟିକମୁକ୍ତ କରିବା ଲକ୍ଷ୍ୟ ନେଇ ରିଭର୍ସ ଭେଣ୍ଡିଂ ମେଶିନ ବସାଗଲା। ଏହି ମେଶିନରେ ପ୍ଲାଷ୍ଟିକ ବୋତଲ, ପଲିଥିନ ପକାଇଲେ ଏକ ରସିଦ ମିଳିବ। ଉକ୍ତ ରସିଦକୁ ଅନ୍‌ଲାଇନ ଖାଦ୍ୟ ଅର୍ଡର ବେଳେ ଦେଖାଇଲେ ରିହାତି ମିଳିବ। ନଚେତ ଉକ୍ତ ରସିଦ ସ୍ଥାନୀୟ ନନ୍ଦନ ହୋଟେଲରେ ଦେଖାଇଲେ ମଧ୍ୟ ରିହାତି ମିଳିବ। ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଦିଆଯାଇଥିବା ଜାଗାରେ ଏଚ୍‌ଡିଏଫସି ବ୍ୟାଙ୍କର ଆର୍ଥତ୍କ ସହାୟତା ରିଭର୍ସ ଭେଣ୍ଡିଂ ମେଶିନ ବସିବା ପରେ ଗତ ଜୁନ ୧୬ ତାରିଖରେ ତାହା ଉଦ୍‌ଘାଟିତ ହୋଇଛି। ପରିବେଶ ଶିକ୍ଷା କେନ୍ଦ୍ରକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ତେବେ ମେଶିନଟି ଠିକ ଭାବେ ପରିଚାଳନା ହେଉ ନ ଥିବା ଅଭିଯୋଗ ହୁଏ। ଏପରି କି ଅନେକ ସମୟରେ ଏହା ବନ୍ଦ ହୋଇ ରହୁଥିବାରୁ ପ୍ଲାଷ୍ଟିକ ମୁକ୍ତ ସହର ଲକ୍ଷ୍ୟ ଫେଲ୍‌ ମାରିଛି।
ମେଶିନ୍‌ଟିର ଠିକ ରକ୍ଷଣାବେକ୍ଷଣ କରାଯାଉ ନ ଥିବା ବେଳେ ଚତୁଃପାର୍ଶ୍ୱରେ ଅଳିଆ ଆବର୍ଜନା ଓ ପାଣି କାଦୁଅ ଭର୍ତ୍ତି ହୋଇରହିଛି। ମେଶିନ ଚଳାଇବା ପାଇଁ କର୍ମଚାରୀ ମଧ୍ୟ ଠିକ ଭାବେ ଆସୁ ନ ଥିବା ଅଭିଯୋଗ ହୋଇଛି। ତେଣୁ ଅନେକ ସମୟରେ ପ୍ଲାଷ୍ଟିକ ବୋତଲ ପକାଇବା ନିମନ୍ତେ ଆସୁଥିବା ଲୋକେ ଫେରି ଯାଉଛନ୍ତି। ସେହିପରି ଉକ୍ତ ମେଶିନ ନିକଟରେ ଥିବା ଏକ ଫଳକରେ ପ୍ଲାଷ୍ଟିକ ଆଣନ୍ତୁ ମାସ୍କ ଓ ବ୍ୟାଗ ପାଆନ୍ତୁ ବୋଲି ମଧ୍ୟ ସୂଚନା ରହିଛି। କିନ୍ତୁ କର୍ମଚାରୀ ରହୁ ନ ଥିବା କାରଣରୁ ଲକ୍ଷ୍ୟ ସାଧନ ହୋଇପାରୁ ନ ଥିବା ସହରବାସୀ ମତ ପ୍ରକାଶ କରିଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ଏହି ରିଭର୍ସ ଭେଣ୍ଡିଂ ମେଶିନର ସଦୁପଯୋଗ ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ: ଗ୍ରାମୀଣ ରୋଜଗାର ନୂଆ ଗ୍ୟାରେଣ୍ଟି

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଜନସମ୍ମିଳନୀ ଓ ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

କୋର୍ଟ ପରିସରରେ ସବୁଜ ପରିବେଶ ସୃଷ୍ଟି କଲେ ବିଚାରପତି

ପୁରୁଷୋତ୍ତମପୁର,୩ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକ ଆଇନ ସେବା କମିଟି ପକ୍ଷରୁ ଶୁକ୍ରବାର ନୂତନ ସିଭିଲ କୋର୍ଟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ…

ଏଣିକି ୧୨୫ ଦିନ ମିଳିବ କାମ: ନୂଆ ଯୋଜନାକୁ ନେଇ ଉତ୍ସାହିତ ଶ୍ରମିକ

ଭଞ୍ଜନଗର,୩।୭(ବାବୁଲା ପ୍ରଧାନ): ଜୁଲାଇ ୧ ତାରିଖରୁ ଭି.ବି-ଜୀ ରାମ ଜୀ ଯୋଜନା ସମଗ୍ର ଦେଶରେ ଲାଗୁ ହୋଇଛି। ପୂର୍ବରୁ ଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ ନିଯୁକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri