ଗଞ୍ଜାମରେ ୧୭୪୪୮ ଆକ୍ରାନ୍ତ

ବ୍ରହ୍ମପୁର ଅଫିସ,(ସୁବାସ ପାଢ଼ୀ)୧ା୧୨ଏଡ୍‌ସ ରୋଗ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନର ରହିଥିବା ନ୍ୟାଶନାଲ ଏଡ୍‌ସ କଣ୍ଟ୍ରୋଲ ସୋସାଇଟି(ନାକୋ) ତରଫରୁ ବହୁ ଯୋଜନା ହାତକୁ ନିଆଯାଇଛି। ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସୋସାଇଟି ତରଫରୁ ରୋଗୀଙ୍କ ଚିକିତ୍ସା ସୁବିଧା ସହିତ ମାଗଣା ଔଷଧ ଦିଆଯିବା ଲାଗି ବ୍ୟବସ୍ଥା କରାଯାଇଛି। ଗୁରୁବାର ହେଉଛି ବିଶ୍ୱ ଏଡ୍‌ସ ଦିବସ। ସାରା ରାଜ୍ୟର ଗଞ୍ଜାମ ଜିଲାରେ ଅଧିକ ଏଡ୍‌ସ ଆକ୍ରାନ୍ତ ରୋଗୀ ରହିଛନ୍ତି। ଗଞ୍ଜାମ ଜିଲାରେ ପୂର୍ବରୁ ଯାହା ସ୍ଥିତି ରହିଥିଲା ବର୍ତ୍ତମାନ ସେଥିରେ ଧୀରେ ଧୀରେ ସୁଧାର ଆସୁଛି। ଚଳିତବର୍ଷ ଅକ୍ଟୋବର ସୁଦ୍ଧା ଜିଲାରେ ମୋଟ ୧୭୪୪୮ ରୋଗୀ ଚିହ୍ନଟ ହୋଇଥିବା ଜିଲା ଏଡ୍‌ସ ସେଲ୍‌ ସୂତ୍ରରୁ ପ୍ରକାଶ। ସେହିପରି ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ମୋଟ ୪୩୬ରୋଗୀ ଚିହ୍ନଟ ହୋଇଛନ୍ତି।


ଗଞ୍ଜାମ ଜିଲାରୁ ପ୍ରତିବର୍ଷ ହଜାର ହଜାର ଲୋକ ରୋଜଗାର ଆଶାରେ ସୁରଟ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଓ ଚେନ୍ନାଇ ଆଦି ସ୍ଥାନକୁ ଯାଉଛନ୍ତି। ସେଠାରେ କୌଣସି ପ୍ରକାରେ ଲୋକମାନେ ଏଚ୍‌ଆଇଭିରେ ସଂକ୍ରମିତ ହୋଇ ଗଞ୍ଜାମକୁ ଫେରୁଛନ୍ତି। ବିଶେଷ କରି ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ଏଡ୍‌ସ ବ୍ୟାପୁଥିବା ସ୍ବାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ବିଜ୍ଞାପନ, ହୋର୍ଡିଂ ଓ ଗଣମାଧ୍ୟମ ଜରିଆରେ ସଚେତନତା ବାର୍ତ୍ତା ପ୍ରଚାର କରାଯାଉଛି। ଫଳରେ ଏଡ୍‌ସକୁ ନେଇ ଗଞ୍ଜାମ ଜିଲାରେ ପୂର୍ବରୁ ଯେଉଁ ସ୍ଥିତି ଥିଲା ବର୍ତ୍ତମାନ ସେଥିରେ ଧୀରେ ଧୀରେ ସୁଧାର ଆସୁଛି। ୨୦୦୦ରୁ ୨୦୨୨ ଅକ୍ଟୋବର ସୁଦ୍ଧା ୧୭ଲକ୍ଷ ୩୨ ହଜାର ୩୪୧ଜଣଙ୍କର କାଉନ୍‌ସେଲିଂ କରାଯାଇ ୧୫ ଲକ୍ଷ ୭୨ହଜାର ୯୯୦ଜଣଙ୍କର ଏଚ୍‌ଆଇଭି ପରୀକ୍ଷା କରାଯାଇଛି। ତନ୍ମଧ୍ୟରୁ ମୋଟ ୧୭୪୪୮ ଜଣଙ୍କ ରକ୍ତ ନମୁନାରେ ଏଚ୍‌ଆଇଭି ପଜିଟିଭ୍‌ ଥିବା ଏଡ୍‌ସ ସେଲ୍‌ ଡିପିଏମ୍‌ ହେମନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।
୨୦୦୦ରୁ ୨୦୨୨ ଅକ୍ଟୋବର ସୁଦ୍ଧା ରାଜ୍ୟରେ ୩୭୫୬ଜଣ ରୋଗୀଙ୍କର ଏଡ୍‌ସରେ ମୃତ୍ୟୁ ଘଟିଥିବା ବେଳେ ସେଥିମଧ୍ୟରେ ଗଞ୍ଜାମର ୫୩୧ ଜଣ ରହିଛନ୍ତି। ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ପୋଲସରା ବ୍ଲକରେ ସର୍ବାଧିକ ୧୨୮୨ ରୋଗୀ ରହିଛନ୍ତି। ୨୦୦୦ରୁ ୨୦୨୨ ଅକ୍ଟୋବର ଶେଷ ସୁଦ୍ଧା ମୋଟ ୯୯୬ ଗର୍ଭବତୀ ପଜିଟିଭ୍‌ ରହିଛନ୍ତି। ଏଡ୍‌ସ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବା ପାଇଁ ଏମ୍‌କେସିଜି ମେଡିକାଲ ଓ ଭଞ୍ଜନଗର ମେଡିକାଲରେ ଏଆରଟି ସେଣ୍ଟର ରହିଛି। ସେହିପରି ଆସିକା, ପୋଲସରା ଓ ଖଲ୍ଲିକୋଟରେ ଲିଙ୍କ୍‌ ଏଆରଟି ସେଣ୍ଟର ରହିଛି। ରକ୍ତ ନମୁନା ପରୀକ୍ଷା ପାଇଁ ଏମ୍‌କେସିଜି ମେଡିକାଲରେ ବ୍ୟବସ୍ଥା କରାଯାଇଛି। ବିଗତ ବର୍ଷ ତୁଳନାରେ ଧୀରେ ଧୀରେ ଏଡ୍‌ସ ରୋଗୀ ଚିହ୍ନଟ ସଂଖ୍ୟା ହ୍ରାସ ପାଉଛି। ଏ ଦିଗରେ ଜିଲା ଏଡ୍‌ସ ସେଲ୍‌ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କିନ୍ତୁ ଏହି ବିଭାଗରେ ବର୍ତ୍ତମାନ ବିଭିନ୍ନ ବ୍ଲକରେ ମୋଟ ୧୩ଏଲଟି (ଲାବୋରେଟୋରି ଟେକ୍ନିସିଆନ୍‌) ପଦବୀ ଖାଲି ପଡ଼ିଛି। ଏପରିକି ବ୍ରହ୍ମପୁର ମୁଖ୍ୟ କାର୍ଯ୍ୟାଳୟରେ ୨ଟି ଡାଟାଏଣ୍ଟ୍ରି ଅପରେଟର୍‌ ପଦବୀ ମଧ୍ୟ ଖାଲି ପଡ଼ିଛି। ଗଞ୍ଜାମ ଜିଲାର ୧୭ଟି ବ୍ଲକ ଓ ବ୍ରହ୍ମପୁର ମହାନଗରରେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ୫ ଶହରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି।
ପୋଲସରା ବ୍ଲକରେ ୨୦୨୨ ଅକ୍ଟୋବର ମାସ ସୁଦ୍ଧା ସର୍ବାଧିକ ୧୨୮୨ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆସିକା ବ୍ଲକରେ ୧୧୮୧, ବେଗୁନିଆପଡ଼ାରେ ୧୧୬୬, ପୁରୁଷୋତ୍ତମପୁରରେ ୧୧୧୪, ବ୍ରହ୍ମପୁରରେ ୯୪୧, ଖଲ୍ଲିକୋଟରେ ୯୨୦, ହିଞ୍ଜିଳିକାଟୁରେ ୮୪୪, କବିସୂର୍ଯ୍ୟନଗରରେ ୭୯୬, ବେଲଗୁଣ୍ଠାରେ ୭୪୩, ଶେରଗଡ଼ରେ ୭୦୪, ଭଞ୍ଜନଗରରେ ୬୪୫, ରଙ୍ଗେଇଲୁଣ୍ଡାରେ ୬୨୮, ଛତ୍ରପୁରରେ ୫୮୮, ବୁଗୁଡାରେ ୫୮୭, ଦିଗପହଣ୍ଡିରେ ୫୮୭, ସାନଖେମୁଣ୍ଡିରେ ୫୫୭, ଧରାକୋଟରେ ୫୪୪ ଓ କୁକୁଡ଼ାଖଣ୍ଡିରେ ୫୨୬ ଜଣ ଏଡସ୍‌ ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri