ଅପଡେଟ ହେବ ୧୦ ବର୍ଷ ପୁରୁଣା ଆଧାରକାର୍ଡ

ଛତ୍ରପୁର,୩୦।୧୧(ଡି.ଏନ.ଏ.): ୧୦ବର୍ଷ ପୁରୁଣା ଆଧାର କାର୍ଡ ଥିଲେ ତୁରନ୍ତ ଅପଡେଟ କରିବାକୁ ପଡିବ ବୋଲି ୟୁଆଇଡିଏଆଇ(ୟୁନିକ ଆଇଡେଟିଂଫିକେସନ ଅଥରିଟି ଅଫ ଇଣ୍ଡିଆ) ସୂଚନା ଜାରି କରିଛି। ଛତ୍ରପୁରସ୍ଥିତ ଜିଲାପାଳ ସମ୍ମିଳନୀ କକ୍ଷରେ ବୁଧବାର ଗଞ୍ଜାମ ଜିଲାସ୍ତରୀୟ ଆଧାର ମନଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରିଥିଲେ। ଆଧାର ସଂଖ୍ୟା ବ୍ୟକ୍ତିର ପରିଚୟ ପ୍ରମାଣଭାବେ ବ୍ୟବହାର କରାଯାଉଛି । ଏହାକୁ ବିଭିନ୍ନ ସରକାରୀ ଯୋଜନା ଏବଂ ସେବାଗୁଡିକରେ ଲାଭ ପାଇବା ପାଇଁ ବ୍ୟବହାର କରାଯାଉଛି। ଯୋଜନା ଏବଂ ସେବାଗୁଡିକର ଲାଭ ପାଇବା ପାଇଁ ଲୋକଙ୍କ ଆଧାର ତଥ୍ୟକୁ ଅତ୍ୟାଧୁନିକ ବ୍ୟକ୍ତିଗତ ବିବରଣୀ ସହିତ ଅପଡେଟ ରଖିବାକୁ ପଡିବ। ଯଦ୍ୱାରା ଆଧାର ପ୍ରମାଣୀକରଣ/ଯାଞ୍ଚରେ କୌଣସି ଅସୁବିଧା ହେବନାହିଁ। ଗତ ୧୦ ବର୍ଷରେ ଯେଉଁମାନେ ଆଧାର ଅପଡେଟ କରିନାହାନ୍ତି ନିକଟସ୍ଥ ଆଧାର ପଞ୍ଜୀକରଣ କେନ୍ଦ୍ରରେ ଅପଡେଟ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା। ଜିଲାରେ ଜିରୋରୁ ୫ ବର୍ଷ ଶିଶୁଙ୍କ ଆଧାର ସଂଖ୍ୟା କମ ରହିଛି। ତେଣୁ ଆଗାମୀ ଦିନରେ ଜିଲା ସମାଜ ମଙ୍ଗଳ ଅଧିକାରୀ ବିଭାଗ ପକ୍ଷରୁ ଏକ ପ୍ଲାନିଂ କରାଯାଇ ଶିଶୁମାନଙ୍କ ଆଧାର କରାଯିବ ଏବଂ ଏହି ସବୁ ଆସନ୍ତା ୩୦ ଦିନରୁ ୪୫ ଦିନରେ ସାରିବାକୁ କୁହାଯାଇଛି । ସେହିପରି ବିଦ୍ୟାଳୟ ସ୍ତରରେ ମଧ୍ୟ ପିଲାମାନଙ୍କ ଆଧାର କାର୍ଡ ଅପଡେଟ କରାଯିବାକୁ ସ୍ଥିର ହୋଇଛି । ଧାନ ମଣ୍ଡିରେ ଚାଷୀମାନେ ଧାନ ବିକ୍ରି ସମୟରେ ସେମାନଙ୍କ ଆଧାର ଅପଡେଟ କରିପାରିବେ। ସେଠାରେ ଏକ ଅପଡେଟ କିଟ ରହିବ । ବୈଠକରେ ଅତିରିକ୍ତ ଜିଲାପାଳ ଲିନା କୁମାରୀ ଖେସ, ୟୁଆଇଡିଏଆଇର ରାଜ୍ୟ ଅଫିସର ନିର୍ଦ୍ଦେଶକ ପ୍ରଶାନ୍ତ କକ୍କର ମାହାର, ଗଞ୍ଜାମ ଜିଲା ନୋଡାଲ ଅଫିସର ଓମ ପ୍ରକାଶ ପରିଡା, ଜିଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର, ଲିଡ ବ୍ୟାଙ୍କ ମ୍ୟାନେଜର,ପୋଲିସ ଡିଏସପି ଅଜୟ ମିଶ୍ର , ଗୁରୁପ୍ରସାଦ ଦୋର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?