ଗଞ୍ଜାମ

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୨୦ ଆହତ, ୩ ଗୁରୁତର

ଭଞ୍ଜନଗର,୮ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ସୋମବାର ପୂର୍ବାହ୍ନରେ ଏକ ମିନିବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ ଯାତ୍ରୀ ଆହତ ହେଇଛନ୍ତି। ଆହତମାନେ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେଥିମଧ୍ୟରୁ ୩ ଜଣକ…

ଥାନାରେ ଲାଗିଲା ନିଆଁ

ଦିଗପହଣ୍ଡି,୭।୪: ଗଞ୍ଜାମ ଜିଲା ଦିଗପହଣ୍ଡି ସୁନାପୁର ମେରାଇନ୍‌ ଥାନାରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଶର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି। ଏପରି କି ଅଗ୍ନିକାଣ୍ଡରେ ଥାନା ପରିସରରେ ଥିବା ୨ଟି ବାଇକ୍‌ ମଧ୍ୟ ଜଳି ଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା…

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକୁ ବିରୋଧ କଲା ଭାଜପା

ଛତ୍ରପୁର,୭ା୪(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁର ସହରରେ ବିଜେଡି ପକ୍ଷରୁ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛତ୍ରପୁର ଭାଜପା ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏସମ୍ପର୍କରେ କାର୍ଯ୍ୟାନୁଷ୍ଠାନ…

ଛତ୍ରପୁର ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ଭୃଗୁ ବକ୍ସିପାତ୍ର

ଛତ୍ରପୁର,୭ା୪(ଦିଲ୍ଲୀପ ସାମଲ): ବିଜେଡି ବ୍ରହ୍ମପୁର ଲୋକ ସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରମ୍ଭା, ହୁମ୍ମା, ଗଞ୍ଜାମ ଏବଂ ଛତ୍ରପୁର ସହରରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା…

ଫି’ ଆଦାୟ ହେଉଛି, ରକ୍ଷଣାବେକ୍ଷଣ ହେଉନି

ବ୍ରହ୍ମପୁର,୭ା୪(ସ୍ମୃତିରଞ୍ଜନ ମହାଲିକ)ସହରବାସୀଙ୍କ ଆମୋଦପ୍ରମୋଦ ପାଇଁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଇଡିଏ)ପକ୍ଷରୁ ନିଜସ୍ବ ସ୍ଥାନରେ ଏକ ପାର୍କ ନିର୍ମାଣ କରାଯାଇଛି, ଯେଉଁଠାରେ ବ୍ୟାୟାମ ଉପକରଣ ଓ ଶିଶୁଙ୍କ ଖେଳିବା ନିମନ୍ତେ କ୍ରୀଡ଼ା ଉପକରଣ ରହିଛି। ଏଥିସହ ଆଲୋକୀକରଣ ବ୍ୟବସ୍ଥା ଓ ଚାଲିବା ପାଇଁ…

ଭଉଣୀ ଘର ଗାଁରେ ଭାଇଙ୍କୁ ହତ୍ୟା

ଆସିକା,୬ା୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା କୋଟିନଡ଼ା ଥାନା ଅନ୍ତର୍ଗତ ପଢ଼ାଳ ଗ୍ରାମ ଅସବର୍ଣ୍ଣ ବସ୍ତିରେ ଶନିବାର ରାତି ପ୍ରାୟ ୯ଟାରେ ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଧରାକୋଟ ଥାନା ଅନ୍ତର୍ଗତ ତାଳପାଟଣା ଗ୍ରାମର ହୃଷି ନାୟକ(୨୨)।…

ଋଷିକୂଲ୍ୟାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୁଷୋତ୍ତମପୁର,୬ା୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ପବିତ୍ର ଋଷିକୂଲ୍ୟା ନଦୀ ଉତ୍ତର ବାଙ୍କଠାରେ ଲକ୍ଷାଧିକ ଶ୍ରଦ୍ଧାଳୁ ମହାବାରୁଣୀ ସ୍ନାନ କରିଛନ୍ତି। ଭକ୍ତମାନେ ଋଷିକୂଲ୍ୟାରେ ବୁଡ଼ ପକାଇବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ ଓ ଅସ୍ତି ବିସର୍ଜନ…

ଛତ୍ରପୁରରୁ ଶକ୍ତି ପ୍ରଦର୍ଶନ କଲା ଭାଜପା

ଛତ୍ରପୁର,୬ା୪(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁରଠାରେ ଭାଜପା ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଛି। ଏଥିରେ ବ୍ରହ୍ମପୁର ଏମ୍‌ପି ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଚଳଚ୍ଚିତ୍ର ଅଭିନେତା ତଥା ଭାଜପା ନେତା ଅରିନ୍ଦମ ରାୟ ଏବଂ ଛତ୍ରପୁର ବିଧାୟକ ଭାଜପା…

କାର୍‌ ଧକ୍କାରେ ଦଣ୍ଡନାଚ ପାର୍ଟିର ପାଟଭୁକ୍ତାଙ୍କ ଜୀବନ ଗଲା

ଛତ୍ରପୁର,୬ା୪(ଦିଲ୍ଲୀପ ସାମଲ): କାର୍‌ ଧକ୍କାରେ ବରଦା ଦଣ୍ଡନାଚ ପାର୍ଟିର ପାଟଭୁକ୍ତାଙ୍କ ମୃତ୍ୟୁ ଘଟିଛି। ମୃତ ପାଟଭୁକ୍ତା ଜଣକ ହେଲେ ଗଞ୍ଜାମ ବ୍ଲକ ବରଦା ଗ୍ରାମର କୃଷ୍ଣ ମହାପାତ୍ର। ପୋଲିସ ସୂଚନାନୁସାରେ, ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ଛକ ଜାତୀୟ ରାଜପଥଠାରେ ଶୁକ୍ରବାର…

ଗଡୁଛି ମୁଣ୍ଡ ଉପରେ ମୁଣ୍ଡ : ସପ୍ତାହକରେ ୨ ହତ୍ୟା

ପୁରୁଷୋତ୍ତମପୁର,୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଥିବା ବେଳେ ମୁଣ୍ଡ ପରେ ମୁଣ୍ଡ ଗଡ଼ି ଚାଲିଛି। ଶିକୁଳା ଗ୍ରାମରେ ପୂର୍ବତନ ସରପଞ୍ଚଙ୍କ ଦେଢ଼ଶୁରଙ୍କୁ ହତ୍ୟା କରାଯିବାର ସପ୍ତାହେ ନ ପୂରୁଣୁ ପୁଣି ଶୁକ୍ରବାର…

ପିକ୍‌ଅପ୍‌ ଭ୍ୟାନ ଓଲଟିଲା: ୨ମୃତ, ୭ ଗୁରୁତର

ହିଞ୍ଜିଳିକାଟୁ,୬।୪(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସୋମପୁର ଛକରେ ଶନିବାର ଭୋରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦଣ୍ଡୁଆଙ୍କୁ ଧରି ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ୫୯ ନମ୍ବର ଜାତୀୟ ରାଜପଥରେ ଓଲଟି ପଡିଛି। ଫଳରେ ୨ଜଣ ଦଣ୍ଡୁଆଙ୍କ…

ଅସହ୍ୟ ତାତିରେ ଜୀବନ ଅସ୍ତବ୍ୟସ୍ତ

ଧରାକୋଟ/ସୋରଡ଼ା,୫ା୪(ବିଷ୍ଣୁକେଶରୀ ଆଚାର୍ଯ୍ୟ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲାରେ ଶୁକ୍ରବାର ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇଛି। ପୂର୍ବାହ୍ନ ୧୦ଟାରୁ ତାତି ଅସହ୍ୟ ହୋଇଥିଲା। ଫଳରେ ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ ଶୂନଶାନ ହୋଇ ପଡିଥିବା ଦେଖାଯାଇଥିଲା। ଧରାକୋଟ ଅଞ୍ଚଳରେ ବ୍ଲକ, ତହସିଲ, ବ୍ୟାଙ୍କ ସମେତ ଅନ୍ୟାନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?