ଗଞ୍ଜାମ

ପ୍ରାଇମା ପବ୍ଲିକ୍‌ ସ୍କୁଲରେ ପଶି ଦୁର୍ବୃତ୍ତଙ୍କ ଭଙ୍ଗାରୁଜା, ବାତିଲ ହେଲା ପରୀକ୍ଷା

ବେଗୁନିଆପଡ଼ା,୧୫।୩(ଡି.ଏନ୍‌.ଏ.): ସ୍କୁଲ ହତାରେ ପଶି ଦୁବୃର୍ତ୍ତଙ୍କ ଭଙ୍ଗାରୁଜା। ଝରକା ଗ୍ଲାସ ଭାଙ୍ଗିବା ସହ ସ୍କୁଲର ଖେଳନା ସାମଗ୍ରୀ ଗୁଡିକୁ ଭାଙ୍ଗି ନଷ୍ଟ କରି ଦେଇଛନ୍ତି। ଗଞ୍ଜାମ ଜିଲା କୋଦଳାଠାରେ ଥିବା ପ୍ରାଇମା ପବ୍ଲିକ ସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଘଟଣା।...

ସୋରଡାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍‌

ସୋରଡ଼ା,୧୫।୩(ଡି.ଏନ.ଏ): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ ଡ୍ରାଇଭର ମହାସଂଘ ଡାକରାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏଠାରୁ ଆସ୍କା, ଭଞ୍ଜନଗର, ଦାରିଙ୍ଗାବାଡି, ବଡ଼ଗଡକୁ ଯାତାୟାତ ଠପ୍‌ ହୋଇଯାଇଛି। ଜରଉ ଛକରେ ୨୦୦ରୁ ଉର୍ଦ୍ଧ୍ୱ ଡ୍ରାଇଭର ଶାନ୍ତି ପୂର୍ଣ୍ଣ...

ବର୍ଷ ଶେଷ ସୁଦ୍ଧା ୧,୦୬,୦୯୫ ହୋଇଛନ୍ତି ଉପକୃତ

ବ୍ରହ୍ମପୁର ଅଫିସ,୧୫।୩: ବ୍ରହ୍ମପୁର ମହାନଗର ନିଗମ(ବିଇଏମ୍‌ସି) ପକ୍ଷରୁ ମଙ୍ଗଳବାର ବିଇଏମ୍‌ସି ନୂତନ ସମ୍ମିଳନୀ କକ୍ଷରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ (ଏନୟୁଏଚ୍‌ଏମ୍‌) ଦ୍ୱାରା ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମେୟର ସଂଘମିତ୍ରା ଦଳେଇ ମୁଖ୍ୟ ଅତିଥି ଭାବେ...

ଜଙ୍ଗଲରେ ନିଆଁ, ରାସ୍ତାରେ ମୟୂର

ବୁଗୁଡ଼ା,୧୫।୩(ଡି.ଏନ୍‌.ଏ.): ସମ୍ପ୍ରତି ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ବିପଦ ଯୋଗୁଁ ରାସ୍ତାରେ ମୟୂରମାନେ ଘୂରି ବୁଲୁଥିବା ଦେଖିବାକୁ ମିଳିଛି। ଅଗ୍ନି ନିର୍ବାପନରେ ବିଫଳତା ଯୋଗୁଁ ସ୍ଥାନୀୟ ବନ ବିଭାଗ ଅଡୁଆରେ ପଡିଛି।...

ମା’ ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ

ପୁରୁଷୋତ୍ତମପୁର,୧୪।୩(ଡି.ଏନ.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ପାଳିରେ ରାତ୍ର ସାଢେ ୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ ପରମ୍ପରା ଅନୁସାରେ ଅବକାଶ, ମାଜଣା, ସିଙ୍ଗାର,...

ଅଧାପନ୍ତରିଆ ଶିଶୁ ପାର୍କ

ବ୍ରହ୍ମପୁର ଅଫିସ,୧୪ା୩: ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ ଓ ସହରବାସୀଙ୍କ ସୁବିଧା ନିମନ୍ତେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯାଉଛି। କିନ୍ତୁ କେତେକ ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡି ରହିଛି। ଏଥିମଧ୍ୟରୁ ଶିଶୁ ଉଦ୍ୟାନ ପ୍ରକଳ୍ପ...

କାଉନସିଲର ବୁଲିଲେ ହିଞ୍ଜିଳିକାଟୁ ଡାକ୍ତରଖାନା

ହିଞ୍ଜିଳିକାଟୁ,୧୪।୩(ଡି.ଏନ.ଏ): ହିଞ୍ଜିଳିକାଟୁ ପୌର ପରିଷଦର ଜଣେ ଭାଜପା କାଉନସିଲର, ୨ ଜଣ ସ୍ବାଧୀନ କାଉନସିଲରଙ୍କ ସହ ଜଣେ କଂଗ୍ରେସ ଓ ୨ ଜଣ ସ୍ବାଧୀନ କାଉନସିଲରଙ୍କ ସ୍ବାମୀ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ପହଞ୍ଚି ଥିଲେ। ସେଠାରେ ବିଭିନ୍ନ ସମସ୍ୟା...

ଜଣଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର ଅଫିସ,୧୪ା୩: ଗଞ୍ଜାମ ଜିଲା ଓ ଦୌରା ଜଜ୍‌ ସୋମବାର ଅଜୟ ରଇତ ହତ୍ୟା ମାମଲାର ଶୁଣାଣି କରିଥିଲେ। ଉପଯୁକ୍ତ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ପାଟପୁର ଥାନା ଅନ୍ତର୍ଗତ ପାଳଖୋଳ ଗ୍ରାମର ଚନ୍ଦ୍ରଜିତ ମଣ୍ଡଳ(୩୨)ଙ୍କୁ ଦୋଷୀ ସାବ୍ୟସ୍ତ କରି...

ଦେଶୀ ବନ୍ଧୁକ କାରଖାନା ଠାବ, ଜଣେ ଗିରଫ ୩ ବନ୍ଧୁକ ଜବତ

ଜଗନ୍ନାଥପ୍ରସାଦ,୧୩ା୩(ଡି.ଏନ୍‌.ଏ.)-ଜଗନ୍ନାଥପ୍ରସାଦ ପୋଲିସ ରବିବାର ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି। କାରଖାନାରେ ବେଆଇନ ସାମଗ୍ରୀ ରଖିବା ଅଭିଯୋଗରେ ମୋହନ ମଳିକଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି। ଗତ ୨୬ ତାରିଖ ରାତ୍ର ପାଟ୍ରୋଲିଂ ବେଳେ ସ୍ଥାନୀୟ ପୋଲିସ ଖଇରପଟି ଗ୍ରାମର...

ନାବାଳିକାଙ୍କୁ ଅସଦାଚରଣ ସହ ହତ୍ୟା ଉଦ୍ୟମ ମାମଲା: ପ୍ରମାଣ ଅଭାବରୁ ୨ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୩ା୩: ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ ଜଜ ଗଣେଶ୍ୱର ପତି ସୋମବାର ଜଣେ ନାବାଳିକାଙ୍କୁ ଅସଦାଚରଣ ସହ ହତ୍ୟା ଉଦ୍ୟମ ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ନ ମିଳିବାରୁ ସେ ଦୁଇ ଜଣ ଯୁବକଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।...

ରାତିପାହିଲେ ତାରାତାରିଣିଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା

ପୁରୁଷୋତ୍ତମପୁର,୧୩ା୩(ଡି.ଏନ.ଏ.): ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମଙ୍ଗଳାରଠାରୁ ଆରମ୍ଭ ହେବ। ଚୈତ୍ର ମାସରେ ପଡ଼ୁଥିବା ୪ଟି ମଙ୍ଗଳବାରରେ ମା’ଙ୍କ ସ୍ବତନ୍ତ୍ର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ। ଏହି ମଙ୍ଗଳବାର ମାନଙ୍କରେ ମା’ଙ୍କ ପୀଠରେ ମୁଣ୍ଡନ...

କାର୍‌ ଭର୍ତ୍ତି ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର ଅଫିସ,୧୩।୩: ଅବକାରୀ ଗୁଇନ୍ଦା ବିଭାଗ ସୋମବାର ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଛି। ଯାଞ୍ଚ ବେଳେ କାରରେ ୭୦ କେଜି ଗଞ୍ଜେଇ ରହିଥିବା ଜଣାପଡିଛି। ଗଞ୍ଜେଇ ଚାଲାଣକାରୀ ଯୁବକଙ୍କୁ ମାମଲା ନମ୍ବର ୧୦୨୬/୨୨-୨୩ ରେ ଗିରଫ କରାଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri