ଗଜପତି

ଲଲିପପ୍‌ ଖାଇ ଚାଲିଗଲା ନାବାଳକଙ୍କ ଜୀବନ, ଦୋକାନୀ ଅଟକ

ପାରଳାଖେମୁଣ୍ଡି,୯ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଡିମ୍ବିରିଝୁଳି ଗାଁରେ ଅଘଟଣ ଘଟିଛି। ଏକ ଦୋକାନରୁ ଲଲିପପ୍‌ ଖାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ଡିମ୍ବିରିଝୁଳି ଗାଁର ବାସୁଦେବ ଶବରଙ୍କ ପୁଅ ବୈକୁଣ୍ଠ(୧୦)। ଏନେଇ ପୋଲିସ ଏକ ମାମଲା(ନଂ.…

ଗଜପତିରେ ୩ ଦିନରେ ୬୬୩.୮ମିମି ବର୍ଷା

ପାରଳାଖେମୁଣ୍ଡି,୬ା୧୦(ଡି.ଏନ୍‌.ଏ.): ଲଘୁଚାପ ପ୍ରଭାବରେ ଗଜପତି ଜିଲାର ପାରଳାଖେମୁଣ୍ଡି ସହରାଞ୍ଚଳ ସମେତ ୭ ବ୍ଲକ ଅଞ୍ଚଳରେ ବର୍ଷା ଲାଗି ରହିଛି। ଜିଲାରେ ଗତ ୩ଦିନ ମଧ୍ୟରେ ମୋଟ ୬୬୩.୮ମିମି ବର୍ଷା ରେକର୍ଡ କରାଯାଇଥିବା ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଜଣାପଡିଛି। କାଶୀନଗର ବ୍ଲକରେ…

ମରଣଯନ୍ତା ପାଲଟିଛି ରାଜରାସ୍ତା

ଆର. ଉଦୟଗିରି,୬।୧୦(ବ୍ୟୁରୋ): ଗଜପତି,ଗଞ୍ଜାମ ଓ ରାୟଗଡା ଜିଲାକୁ ସଂଯୋଗ କରୁଥିବା ମୁଖ୍ୟ ରାଜରାସ୍ତା ମୋହନା ବ୍ଲକ ଅନ୍ତର୍ଗତ ଖାରୀଗୁଡା ପଞ୍ଚାୟତ ନିକଟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତା ମଝିରେ ବଡ ଗର୍ତ୍ତ ସୃଷ୍ଟି ହୋଇଛି । ଯାହାକି ଲୋକଙ୍କ ଯାତାୟାତରେ…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ଗାଈ,ବଳଦଙ୍କ ଜୀବନ

ଆର.ଉଦୟଗିରି,୬।୧୦: ବିଜୟା ଦଶମୀରେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କଳାମେରି ଗ୍ରାମରେ ଅଘଟଣ। ବିଦ୍ୟୁତ୍‌ ତାର ଲାଗି ଗାଈ ଓ ବଳଦର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ସବୁ ଦିନ ଭଳି ଗାଈ ଚରାଳିମାନେ ଗାଈ ଗୋଠନେଇ ପଡିଆ ଜମିକୁ ବାହାରିଥିଲେ।…

ହେଲା ଦଶହରା ଛୁଟି ବେଳ, ଗ୍ରାମବାସୀ ଗାଁ ରାସ୍ତା କଲେ ସମତୁଲ

ଆର୍‌. ଉଦୟଗିରି,୪।୧୦(ଡି.ଏନ୍‌.ଏ.): ଦଶହରାରେ ଗ୍ରାମବାସୀ ମିଶି ଗାଁ ରାସ୍ତା ମରାମତି କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଖ୍ରୀଷ୍ଟପୁର ମୁଖ୍ୟ ରାସ୍ତାରେ। ମୁଖ୍ୟ ରାସ୍ତାରୁ ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ । ଏନେଇ…

୧୦ ଦିନ ଖୋଲାହୁଏ ମା’ ଦାଣ୍ଡୁମାରାମ୍ମାଙ୍କ ମନ୍ଦିର

ପାରଳାଖେମୁଣ୍ଡି,୪ା୧୦ (ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ରହିଛି ଭିନ୍ନ ପରମ୍ପରାର ଏକ ଦୁର୍ଗା ମନ୍ଦିର। ମନ୍ଦିରଟି ବର୍ଷକୁ ମାତ୍ର ୧୦ଦିନ ପାଇଁ ଖୋଲା ହୁଏ ଓ ପୂଜାନୀତି ଚାଲେ। ପୁରାତନ ଏହି ମନ୍ଦିରଟି ପାରଳା ରାଜ ପରିବାର…

ଜଳପ୍ରପାତରେ ସେଲ୍‌ଫି ନେଲା ଜୀବନ: ୨ ଦିନ ପରେ ମିଳିଲା ମୃତଦେହ

ପାରଳାଖେମୁଣ୍ଡି,୩ା୧୦(ଡି.ଏନ୍‌.ଏ.)-ରାୟଗଡ ବ୍ଲକ ଅନ୍ତର୍ଗତ ରଘୁନାଥପୁର ନିକଟରେ ଥିବା ଗୁଦ୍‌ଗୁଦା ଜଳପ୍ରପାତରେ ସେଲ୍‌ଫି ନେବା ବେଳେ ପୁଣି ଜଣେ ଯୁବକଙ୍କ ଜୀବନ ଯାଇଛି। ମାସକ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଗତ ଶନିବାର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ପୁରୁଣାପାଟଣା ଗ୍ରାମାଞ୍ଚଳର ୪ ଜଣ…

ଦାଦନଙ୍କ ଗୋଡ଼, ପାପୁଲି କାଟିଦେଲେ ଦଲାଲ

ପାରଳାଖେମୁଣ୍ଡି,୩ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ଅଡ଼ବା ଥାନା କଲବା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ଗୋଡ଼ ଓ ହାତ କାଟିଦେଇଥିବା ଜଣାପଡ଼ିଛି। ଏଥିସହ ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ଦଲାଲ।…

ମୌଳିକ ସୁବିଧାରୁ ବଞ୍ଚିତ ମିନିଗାଁଗୁଡ଼ାବାସୀ

ପାରଳାଖେମୁଣ୍ଡି, ୧ା୧୦(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରଠାରୁ ମାତ୍ର ୧୦କିମି ଦୂରରେ ଥିବା କାଶୀନଗର ବ୍ଲକ କେ.ସୀତାପୁର ପଞ୍ଚାୟତ ଅନ୍ତର୍ଗତ ମିନିଗାଁଗୁଡ଼ା ଗ୍ରାମରେ ମୌଳିକ ସୁବିଧା ନ ଥିବା ନେଇ ଅଭିଯୋଗ ହୋଇଛି। କେ.ସୀତାପୁର ସରପଞ୍ଚ କେ.ତେଜେଶ୍ୱରରାଓଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ମିଳିତ ଭାବେ ପଞ୍ଚାୟତ…

ପୋଲିସ, ଅବକାରୀ କର୍ମଚାରୀଙ୍କୁ ପନିକି ଦେଖାଇଲେ ମହିଳା

ପାରଳାଖେମୁଣ୍ଡି,୨୮ା୯(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲବାରସିଂ ଗାଁରେ ମଙ୍ଗଳବାର ମଦ ଚଢ଼ାଉ କରିବାକୁ ଯାଇଥିବା ଅବକାରୀ କର୍ମଚାରୀ ଓ ପୋଲିସକୁ ଜଣେ ମହିଳା ପନିକି ଦେଖାଇଛନ୍ତି। ଘର ଭିତରେ ରହି ମହିଳା ଜଣକ ଗେଟ୍‌କୁ ବନ୍ଦ କରିବା ସହ…

ଜନନୀ ଯନ୍ତ୍ରଣା: ୨ କି.ମି. ଖଟିଆରେ ବୁହାହେଲେ ଗର୍ଭବତୀ

ପାରଳାଖେମୁଣ୍ଡି:୨୬।୯: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ରାସ୍ତା ଭଲ ନ ଥିବାରୁ ୨ କି.ମି .ପାହାଡ଼ିଆ ରାସ୍ତାରେ ଖଟିଆରେ ବୁହାହୋଇ ଆସିଲେ ଗର୍ଭବତୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ…

ଓଲଟିଲା ଯାତ୍ରୀବାହୀ ବସ୍‌

ମୋହନା,୨୬ା୯(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ରାଇସିଂ ଘାଟିରେ ସୋମବାର ଭୋର୍‌ରୁ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ଏଥିରେ ଥିବା ପ୍ରାୟ ୨୫ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାମଧେନୁ ନାମକ ଏହି ଯାତ୍ରୀବାହୀ ବସ୍‌ଟି ରାୟଗଡ଼ା ଜିଲା ମୁନିଗୁଡ଼ାରୁ ବ୍ରହ୍ମପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?