ଓଭରଟେକ୍ କରିବା ବେଳେ ପୋଲକୁ ପିଟିଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର
ଚନ୍ଦ୍ରଗିରି,୧୨।୯ (ଡି.ଏନ୍.ଏ.): ଗଜପତି ଜିଲା ମୋହନା ଥାନା ପତି ଗୋବିନ୍ଦପୁର ଗ୍ରାମ ନିକଟ କିନିବିନି ପଲୋରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ…
ବିଦ୍ୟୁତ୍ ତାରରେ ଝୁଲୁଛି ଜୀବନ ଡୋରୀ
ଚନ୍ଦ୍ରଗିରି,୧୧।୯(ଡି.ଏନ୍.ଏ.): ଗଜପତି ଜିଲାରେ ଏପରି ଏକ ଗ୍ରାମ ରହିଛି ଯେଉଁଠିକୁ ପହଞ୍ଚିବା ଲାଗି ଜୀବନକୁ ବାଜି ଲଗାନ୍ତି ଲୋକେ। ଏହା ହେଉଛି ଜିଲାର ମୋହନା ବ୍ଳକ ଅନ୍ତର୍ଗତ ପାହାଡ ପର୍ବତ ଘେରା ଗରଡ଼ମା ପଞ୍ଚାୟତର ରାଜଖମା ଗାଁ। ମୋହନାଠାରୁ ପ୍ରାୟ ୭୦…
ଗଞ୍ଜାମ ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକ: ପୁରୀକୁ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକ କ୍ଷେତ୍ର କରିବା ଉଦ୍ୟମକୁ ପ୍ରଶଂସା
ସୋରଡା,୧୦ା୯(ଡି.ଏନ୍.ଏ.)- ଗଞ୍ଜାମ ଜିଲା ବିଜୁ ଜନତା ଦଳ କାର୍ଯ୍ୟକାରିଣୀ ବୈଠକ ସୋରଡା ଶିଶୁ ଉଦ୍ୟାନ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ତଥା ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର…
ନକଲି ମଦ କାରଖାନା ଠାବ, ୪ ଅଟକ
ଦିଗପହଣ୍ଡି,୭ା୯(ଡି.ଏନ୍.ଏ.)- ଦିଗପହଣ୍ଡି ପୋଲିସ ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ କୈଠଖଣ୍ଡି ପଞ୍ଚାୟତ ବିରପାଟଣା ଗ୍ରାମ ନିକଟ ଏକ କୁକୁଡ଼ା ଫାର୍ମ ଭିତରେ ଚାଲିଥିବା ନକଲି ବିଦେଶୀ ମଦ କାରଖାନା ଉପରେ ଚଢାଉ କରିଛି। ଏଠାରୁ ବିପୁଳ ପରିମାଣର ହାତ ରନ୍ଧା…
ଖୋଜାପଲ୍ଲୀରେ ଗୁଳିମାଡ଼, କାରଣ ଅସ୍ପଷ୍ଟ
ଖଲ୍ଲିକୋଟ,୭।୯(ଡି.ଏନ୍.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଖୋଜାପଲ୍ଲୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଛି। ଏଥିରେ ଗ୍ରାମର ନୀଳକଣ୍ଠ ପରିଡ଼ା (୩୬) ଗୁରୁତର ଆହତ ହୋଇଛନ୍ତି। ନୀଳକଣ୍ଠ ସନ୍ଧ୍ୟା ପ୍ରାୟ ୭ଟାରେ ଗଁା ଦାଣ୍ଡରେ ଛିଡା ହୋଇଥିଲେ। ବାଇକରେ…
ଟ୍ରାଫିକ ନିୟମ କଡ଼ାକଡ଼ି: ମୋହନା ପୋଲିସର ଯାନବାହନ ଯାଞ୍ଚ, ୩୯ ହଜାର ଜରିମାନା ଆଦାୟ
ଚନ୍ଦ୍ରଗିରି, ୭।୯(ଡି.ଏନ୍.ଏ.): ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁହେବା ପରେ ବିଭିନ୍ନ ସ୍ଥାନରେ ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଉଛି । ଏଭଳି କ୍ରମରେ ଗଜପତି ଜିଲା ମୋହନା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ…
ଗଞ୍ଜାମ ଜିଲା: ଆଜି ବନ୍ଦ ରହିବ ସ୍କୁଲ, ଅଙ୍ଗନଓ୍ବାଡି
ବ୍ରହ୍ମପୁର ଅଫିସ,୬ା୯- ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଗୁରୁବାର ଦିନତମାମ ବର୍ଷା ଯୋଗୁ ଜିଲାର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ମଧ୍ୟ ବର୍ଷା ଜାରି ରହିବ…
ଲାଞ୍ଚ ନେଇ ଧରାପଡ଼ିଲେ ଅସୁରବନ୍ଧ ଆର୍ଆଇ
ସୋରଡ଼ା,୬ା୯(ଡି.ଏନ.ଏ.)-ସୋରଡ଼ା ତହସିଲ ଅସୁରବନ୍ଧ ରାଜସ୍ବ ନିରୀକ୍ଷକ (ଆର୍ଆଇ) ବସନ୍ତ କୁମାର ମଲିକ ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡରେ ପଡିଛନ୍ତି। ଗୁରୁବାର ଅପରାହ୍ନରେ ତାଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ମହିଳାଙ୍କ ଠାରୁ ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କାବୁ କରିଥିଲା।…
ଖାଲଖମା ରାସ୍ତା: ମରାମତି ଦାବି
ଚନ୍ଦ୍ରଗିରି,୩।୯(ଡି.ଏନ୍.ଏ.): ଗଜପତି ଜିଲା ମୋହନା ବ୍ଲକ ମାଣିକପୁର ଇନ୍ଦିରା ଆବାସ ହନୁମାନ ମନ୍ଦିର ସମ୍ମୁଖ ବୁଲାଣିଆ ରାଜରାସ୍ତା ବର୍ଷାରେ ଧୋଇହୋଇ ଖାଲଖମା ହୋଇଯାଇଛି। ଅନ୍ୟପଟେ ଉକ୍ତ ରାସ୍ତା ପାର୍ଶ୍ୱରେ ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ପାଣି ଜମି ରହୁଥିବା ଅଭିଯୋଗ ହୋଇଛି।…
ଆବାସିକ ବିଦ୍ୟାଳୟ ରୋଷେୟାଙ୍କୁ ପଥରରେ ଛେଚି ହତ୍ୟା
ଚନ୍ଦ୍ରଗିରି,୩୦ା୮(ଡି.ଏନ.ଏ.)- ଗଜପତି ଜିଲା ମୋହନା ବ୍ଲକ ଲୁଡ୍ରୁ ଆଶ୍ରମ ବିଦ୍ୟାଳୟରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଛି। ବିଦ୍ୟାଳୟରେ ରହୁଥିବା ରୋଷେୟାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୋହନା ପୋଲିସ ଓ ଆର.ଉଦୟଗିରି ଏସ୍ଡିପିଓ ଅଶୋକ କୁମାର ମହାନ୍ତି ବିଦ୍ୟାଳୟରେ ପହଞ୍ଚତ୍ ତଦନ୍ତ…
ଜରାଜୀର୍ଣ୍ଣ ଅଲଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଅବ୍ୟବସ୍ଥାରେ ଚାଲିଛି ୧୮୮ ପିଲାଙ୍କ ପାଠପଢ଼ା
କାଶୀନଗର, ୩୦ା୮(ଡି.ଏନ.ଏ.)-କାଶୀନଗର ବ୍ଲକ୍ ଅଲଡ଼ାଗ୍ରାମ ଉଚ୍ଚ ୟୁପି ସ୍କୁଲ ଅବ୍ୟବସ୍ଥାରେ ଚାଲିଛି। ବିଦ୍ୟାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ଏଠାରେ ପାଠପଢ଼ା ଚାଲିଛି। ବହୁ ପୁରୁଣା ଏହି ବିଦ୍ୟାଳୟରେ ୧୮୮ ଛାତ୍ରୀଛାତ୍ର ରହିଥିବାବେଳେ ଏଠାରେ ଅଷ୍ଟମ ଶ୍ରେଣୀ ଯାଏ ପିଲା ପଢ଼ୁଛନ୍ତି।…
ଲଙ୍କାକାଲ ଫଳ ଖାଇ ୫ ଛାତ୍ରୀଛାତ୍ର ଗୁରୁତର
ରାମଗିରି,୨୭ା୮(ଡି.ଏନ୍.ଏ.)- ଗଜପତି ଜିଲା ଆର୍.ଉଦୟଗିରି ବ୍ଲକ ପଦାର ସିଂ ପଞ୍ଚାୟତ ନିକଟ କମଳାଢିଅ ପ୍ରାଥମିକ ବିଦ୍ୟାଳୟର ୨୨ଜଣ ଛାତ୍ରୀଛାତ୍ର ସୋମବାର ଲଙ୍କାକାଲ ଫଳ ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ଅଛନ୍ତି। ସେମାନେ ହେଲେ ସୁନୀଲ କୁମାର…
Archives


