କଳାବ୍ୟାଜ ପିନ୍ଧିଲେ ସ୍ବାସ୍ଥ୍ୟକର୍ମୀ

ପାରଳାଖେମୁଣ୍ଡି,୯।୧୨(ଡି.ଏନ୍‌.ଏ.): ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ମହିଳା, ପୁରୁଷ ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ୫ ଦଫା ଦାବି ନେଇ କଳାବ୍ୟାଜ ପରିଧାନ କରିଛନ୍ତି। ଏଥିରେ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ସାମିଲ ଅଛନ୍ତି। ବହୁମୁଖୀ ସ୍ବାସ୍ଥ୍ୟକର୍ମୀ କ୍ୟାଡ଼ର ପୁର୍ନଗଠନ, ଚାକିରି କାଳରେ ସର୍ବନିମ୍ନ ୪ଟି ପଦୋନ୍ନତି, ଗ୍ରେଡ଼ ପେ’ ପ୍ରଦାନ, ତୃଣମୂଳସ୍ତରରେ କାର୍ଯ୍ୟରତ ବହୁମୁଖୀ ସ୍ବାସ୍ଥ୍ୟକର୍ମୀଙ୍କ ଚାକିରୀ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା, ପୋଷାକ ଭତ୍ତା ଆକାରରେ ବାର୍ଷିକ ୫ ହଜାର ଟଙ୍କା ପ୍ରଦାନ କରିବା, ପଦବୀର ନାମ ପରିବର୍ତ୍ତନ କରିବା ଆଦି ଦାବି ରହିଛି। ଦାବିଗୁଡିକୁ ରାଜ୍ୟ ସରକାର ପୂରଣ କରିବାରେ ବିଳମ୍ବ କରୁଥିବା ପ୍ରତିବାଦରେ ମହାସଂଘର ନିଷ୍ପତ୍ତି କ୍ରମେ କଳାବ୍ୟାଜ ପରିଧାନ କରାଯାଇଥିବା ବେଳେ ଆସନ୍ତା ୧୪ରୁ ଅସହଯୋଗ ଓ ୨୧ରୁ ଜିଲା ମୁଖ୍ୟ ଡାକ୍ତରଖାନା ଆଗରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଅନୁସୂୟା ପଣ୍ଡା, କାଞ୍ଚନ ପାଣ୍ଡି, ଲିଳିତ କୁମାର ମହାନ୍ତି, ଜି. ରତିଦେଓ, ବେବି ରାଧାରାଣୀ ଜେନା, ଶାନ୍ତି କୁମାରୀ ଜେନା, ପଦ୍ମୟୀ , ସୁଜାତା ପାଢ଼ୀ, ରଶ୍ମିତା ପଟ୍ଟନାୟକ, ଅଞ୍ଜଳି ବାରିକ ପ୍ରମୁଖ ଏହି ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଉଜୁଡ଼ିଯାଉଛି ଚନ୍ଦିର ବଣ

ଖଇରା, ୧୧।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ବେଗୁନିଆ ଗ୍ରାମ ନିକଟରେ ଥିବା ଘଞ୍ଚ ଚନ୍ଦିର ବଣ ଦିନେ ଘଞ୍ଚଜଙ୍ଗଲରେ ପରିପୂର୍ଣ୍ଣ ଥିଲା।...

ନାବାଳିକାଙ୍କୁ ପ୍ରେମ ମହଙ୍ଗା ପଡ଼ିଲା:ଜେଲ ଗଲେ ୩ ଯୁବକ

ବିଞ୍ଝାରପୁର,୧୫।୩(ଡିଏନଏ): ବିଞ୍ଝାରପୁର ବ୍ଲକ ବାଙ୍ଗରା ପଞ୍ଚାୟତର ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିବା ଅଭିଯୋଗରେ ୩ଜଣ ଯୁବକଙ୍କୁ ଜେଲ ଯିବାକୁ ପଡ଼ିଛି। ଗିରଫ...

ଗଞ୍ଜେଇ ଚାଲାଣ କରୁଥିଲେ ପୋଲିସ ହୋମ୍‌ଗାର୍ଡ

ଜୟପୁର,୨୬ା୮(ନି.ପ୍ର.): ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କାରବାରର ପର୍ଦ୍ଦାଫାଶ ହୋଇଛି। ଜୟପୁର ସଦର ପୋଲିସ ଚୋରା ଚାଲାଣରେ ସମ୍ପୃକ୍ତ ଜଣେ ପୋଲିସ ହୋମ୍‌ଗାର୍ଡଙ୍କ ସମେତ ୬ଜଣଙ୍କୁ...

କଣ୍ଠିଆ ନାଳ ସେତୁ ନିର୍ମାଣ ପାଇଁ ବାଟ ଫିଟିଲା

କେନ୍ଦ୍ରାପଡ଼ା ଅଫିସ/ ପଟ୍ଟାମୁଣ୍ଡାଇ, ୨୯ା୯ (ସ୍ବ.ପ୍ର.): କଣ୍ଠିଆ ନାଳ ଉପରେ ସେତୁ ନିର୍ମାଣ ହେବ। ଦୀର୍ଘ ୧୬ ବର୍ଷ ଧରି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ...

ରାଶନ ଯୋଗାଣରେ ଅବହେଳା ଅଭିଯୋଗ: ହିତାଧିକାରୀଙ୍କୁ ମିଳିନି ଡାଲି

ଆଠମଲ୍ଲିକ, ୧୫ା୫(ଡି.ଏନ.ଏ.)- କରୋନା ବିତ୍ପତ୍ତି ଯୋଗୁ ସରକାର ରାଶନ କାର୍ଡ ହିତାଧିକାରୀଙ୍କୁ ମାଗଣା ୩ ମାସର ଚାଉଳ ଓ ଡାଲି ଯୋଗାଇଦେବାକୁ ଘୋଷଣା କରିଛନ୍ତି। ଅନୁଗୋଳ...

ବେପରୁଆ ଚାଲିଛି ବର୍ତ୍ତନା-ଆଗରପଡା ରାସ୍ତା

ଖଇରା, ୨୦।୮(ଡି.ଏନ.ଏ.)-ବାଲେଶ୍ୱର ଭଦ୍ରକ କେନ୍ଦୁଝର ଓ ମୟୂରଭଞ୍ଜ ୪ ଜିଲାକୁ ସଂଯୋଗ କରୁଥିବା ବର୍ତ୍ତନା-ଆଗରପଡା ପୂର୍ତ୍ତ ବିଭାଗ ରାସ୍ତା ଏବେ ବେପରୁଆ ଢଙ୍ଗରେ ଚାଲୁଥିବାରୁ ଯାତ୍ରୀଙ୍କ...

ଏନଏସିର ପଲିଥିନ ଚଢ଼ାଉ ଅଭିଯାନ

ବିଜେପୁର, ୧୨।୬ (ଡି.ଏନ.ଏ): ବିଜେପୁର ଏନଏସି ପକ୍ଷରୁ ବୁଧବାର ସ୍ଥାନୀୟ ସହରର ବ୍ୟବସାୟିକ ପ୍ରତିଷ୍ଠାନରେ ପଲିଥିନ ଚଢ଼ାଉ କରାଯାଇଥିଲା । ଏଥିରେ ୧୦ କେଜି ଓଜନର...

ନିଶାସକ୍ତ ଗାଡ଼ି ଚାଳକ କୋର୍ଟ ଚାଲାଣ, ଜରିମାନା ଆଦାୟ

ଧର୍ମଶାଳା,୧୨।୯(ଡି.ଏନ୍‌.ଏ.): ଧର୍ମଶାଳା ଥାନା ପୋଲିସ ପକ୍ଷରୁ ଶ୍ରୀରାମପୁର ଟୋଲଗେଟଠାରେ ଯାଞ୍ଚବେଳେ ମଙ୍ଗଳବାର ରାତିରେ ନିଶାସକ୍ତ ଅବସ୍ଥାରେ ଗାଡି ଚଲାଇବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି।...

Advertisement
Archives

Model This Week