ଶୁଣିଲାନି ପ୍ରଶାସନ: ରାସ୍ତା ମରାମତି କଲେ ଗ୍ରାମବାସୀ

ପାରଳାଖେମୁଣ୍ଡି,୧୭।୧୧(ଡି.ଏନ.ଏ): ମୋହନା ବ୍ଲକଠାରୁ ମାତ୍ର ୬କି.ମି. ଦୂର କର୍ଚ୍ଚବାଡି ପଞ୍ଚାୟତର ପାହାଡ଼ ପାଦଦେଶରେ ଅବସ୍ଥିତ ଡଙ୍ଗରୀଗାଁ ଗ୍ରାମକୁ ରାସ୍ତା ନାହଁ। ପ୍ରଶାସନ ନିକଟରେ ବହୁବାର ଏହି ସମସ୍ୟା ଜଣାଇଥିଲେ ବି ସୁଫଳ ମିଳିଲାନି। ତେଣୁ ଗ୍ରାମବାସୀ ଗାଁ ରାସ୍ତା ନିଜେ ମରାମତି କରିଛନ୍ତି। ଡଙ୍ଗରୀଗାଁ ଯିବାକୁ ହେଲେ ଜାତୀୟ ରାଜପଥ ୩୨୬ରୁ ବି. ରାଇସିଂଙ୍ଗି ଛକ ପର୍ଯ୍ୟନ୍ତ ଯାନବାହନ ଯାତାୟାତ କରେ। ସେଠାରୁ ୩କିମି ରାସ୍ତା ନ ଥିବାରୁ ଗ୍ରାମବାସୀ ପାହାଡିଆ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଯା’ଆସ କରନ୍ତି। ଗ୍ରାମରେ ୩୦ ପରିବାର ରହୁଥିବା ବେଳେ ଲୋକ ସଂଖ୍ୟା ଦୁଇଶହରୁ ଉଦ୍ଧର୍‌ବ । ଗାଁକୁ ରାସ୍ତା ନ ଥିବାରୁ ଘର ତିଆରି ସାମଗ୍ରୀ ଯାଇପାରେ ନାହିଁ। ତେଣୁ କାହାରି ବି ପକ୍କା ଘର ଖଣ୍ଡେ ହୋଇପାରିନି। ୨୦୧୯/୨୦ରେ ଗ୍ରାମରେ ପକ୍କା ଘର ନିର୍ମାଣ ପାଇଁ ୧୪ ଜଣଙ୍କ ନାମ ତାଲିକାରେ ଆସିଥିଲ। ହେଲେ ରାସ୍ତା ସମସ୍ୟା ଥିବାରୁ କେହି ଘର କରିପାରିନାହାନ୍ତି । ଗାଁରୁ ଛାତ୍ରୀଛାତ୍ର ୨ କିମି ଚାଲିଚାଲି ପାଠ ପଢିବା ପାଇଁ ରାଇସିଂଙ୍ଗି ଗ୍ରାମକୁ ଯାଆନ୍ତି। ରାସ୍ତା ନଥିବାରୁ ଗର୍ଭବତୀ ହୁଅନ୍ତୁ କିମ୍ବା ରୋଗୀ ଭାରରେ ୩ କିମି ଆସିବା ପରେ ଆମ୍ବୁଲାନ୍ସ ସେବା ମିଳିଥାଏ। ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ମୋହନା ବିଡିଓଙ୍କୁ ବହୁବାର ଅଭିଯୋଗ କରିଛନ୍ତି । ଏପରକି ଉପଜିଲାପାଳଙ୍କ ମଲିପଦର ଗସ୍ତ ସମୟରେ ମଧ୍ୟ ଦାବିପତ୍ର ପ୍ରଦାନ କରିଛନ୍ତି । ଅନେକ ଥର ଜିଲାପ୍ରଶାସନକୁ ଲିଖିତ ଅଭିଯୋଗ କରାଯାଇଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି । ତେଣୁ ଗ୍ରାମବାସୀ ଏକାଠି ହୋଇ ଗ୍ରାମ ରାସ୍ତା ମରାମତି କରିଛନ୍ତି। ତୁରନ୍ତ ଗ୍ରାମକୁ ସ୍ଥାୟୀ ରାସ୍ତା ନିର୍ମାଣ ନ ହେଲେ ବ୍ଲକ କାର୍ଯ୍ୟଳୟରେ ଧାରଣା ଦେବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

କୋକସରା,୨୮ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ…

ଗଞ୍ଜେଇ ମାମଲାରେ ଯୁବକଙ୍କୁ ମୋହନାରୁ ଗିରଫ କଲା ତାମିଲନାଡୁ ପୋଲିସ

ମୋହନା, ୨୮।୮ (ମନ୍ମଥ ମିଶ୍ର): ତାମିଲନାଡୁରେ ଗଞ୍ଜେଇ ଜବତ ଘଟଣାର ତଦନ୍ତ କରି ଓଡ଼ିଶାର ଗଜପତି ଜିଲାରେ ପହଞ୍ଚିଛି ତାମିଲନାଡୁ ପୋଲିସ। ଗଞ୍ଜେଇ ଚାଲାଣ ମାମଲାରେ ମୋହନା…

PoKରେ ବଡ଼ ନାଟକ: ନିର୍ବାଚନ ହାରିଥିବା ନେତା ହେଲେ ନୂଆ PM! ନୱାଜଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ହଙ୍ଗାମା

ଇସଲାମାବାଦ,୨୮।୮: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସାଧାରଣ ନିର୍ବାଚନ ପରେ ଏବେ ପ୍ରଧାନମନ୍ତ୍ରୀ ପଦକୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଭିତରେ ଗୃହଯୁଦ୍ଧ ଓ ନାଟକୀୟ…

ଅଙ୍ଗନୱାଡ଼ି କର୍ମୀଙ୍କ ଅନଶନ ପ୍ରତ୍ୟାହୃତ

ଗୁଣପୁର, ୨୮/୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ର ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ୍ ୱାର୍କର୍ସ ଆସୋସିଏଶନ୍ ପକ୍ଷରୁ ଦୀର୍ଘଦିନର ବିଭିନ୍ନ ଦାବି ନେଇ ପ୍ରଶାସନକୁ…

ଭାଜପା ମହିଳା ମୋର୍ଚ୍ଚାର ରକ୍ଷାବନ୍ଧନ

ହାଟଡିହୀ, ୨୮/୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହାଟଡିହୀ ଭାଜପା କାର୍ଯ୍ୟାଳୟ ପରିସରରେ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri