ମୌଳିକ ସୁବିଧାରୁ ବଞ୍ଚିତ ଡବରଗାଁ ଶବର ସାହି

ଆର.ଉଦୟଗିରି,୩୦।୧୧(ଡି.ଏନ.ଏ.): ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ଅଞ୍ଚଳର ବିକାଶ ପାଇଁ ମାଳମାଳ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଏବେବି ଏମିତି ଗାଁ ରହିଛି, ଯେଉଁଠି ରାସ୍ତା ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ପହଞ୍ଚାଇବାରେ ଯେମିତି ଅସମର୍ଥ ପ୍ରଶାସନ। ସେଭଳି କିଛି ଗାଁ ରହିଛି ମୋହନା ବ୍ଲକରେ। ଗୋଟିଏ ପଟେ ଦୁର୍ଗମ ରାସ୍ତା, ଅନ୍ୟପଟେ ପାନୀୟ ଜଳର ଉତ୍କଟ ଅବ୍ୟବସ୍ଥା। ରାସ୍ତାସାରା ଖାଲଖମା ହୋଇଥିବା ବେଳେ କେଉଁଠି ବାହାରି ପଡ଼ିଛି ବଡ଼ବଡ଼ ପଥର ତ ରାସ୍ତାର ଉଭୟ ପାର୍ଶ୍ୱରେ ଲଟାବୁଦା ମାଡି ଗଲାଣି। ଅନ୍ୟପଟେ ମହିଳାମାନେ ଚହଲା ପାଣିକୁ ଛାଣି ଆଣୁଛନ୍ତି। ଏହା ହେଉଛି ମୋହନା ବ୍ଲକର ସୁବ୍ୟବସ୍ଥା।
ଆମ ଗାଁ ଆମ ବିକାଶ, ଗାଁକୁ କାମ ମା’କୁ ସମ୍ମାନ ନାରା ଆଉ ବସୁଧା ଜଳ ଯୋଗାଣ ଯୋଜନାର ବିକଳ ଚିତ୍ର ଏହା ହେଉଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଡରାବ ଗାଁ ଶବର ସାହିର ଦୃଶ୍ୟ। ଏଠାରେ ପ୍ରାୟ ୨୦ରୁ ଊଦ୍ଧର୍‌ବ ଆଦିବାସୀ ପରିବାରର ୧୫୦ରୁ ଅଧିକ ଜନସାଧାରଣ ଚାଷ ବେଉସା କରି ଜୀବନଯାପନ କରନ୍ତି। ହେଲେ ଏହି ଗାଁର ବିକାଶ କରିବାକୁ ଯେମିତି ବ୍ଲକ ପ୍ରଶାସନ ଭୁଲିଯାଇଛି। ଫଳରେ ଏହି ଗାଁକୁ ଆଜିଯାଏ ସଂଯୋଗ ହୋଇପାରିନି ଭଲରାସ୍ତା କି ଗାଁରେ ନାହିଁ ଗୋଟିଏ ନଳକୂପ। ଗାଁରେ ଯେଉଁ କୂଅଟି ଅଛି, ତାହା ମଧ୍ୟ ଗାଁ ଲୋକଙ୍କ ମିଳିତ ଉଦ୍ୟମରେ। ଗାଁ ଲୋକେ ସ୍ବାସ୍ଥ୍ୟସେବା ପାଇଁ ଚନ୍ଦ୍ରଗିରି ଡାକ୍ତରଖାନା ଓ ପ୍ରାଥମିକ ଶିକ୍ଷା ପାଇଁ ଛାତ୍ରୀଛାତ୍ରମାନେ ଡରାବ ଗାଁ ଏବଂ ବଜାରବାଟ ଏବଂ ଚାଉଳ, କିରୋସିନ ପାଇଁ ଜିରାଙ୍ଗ ପଞ୍ଚାୟତ ଉପରେ ନିର୍ଭର କରନ୍ତି। ଖରାଦିନେ ଯେନତେନ ପ୍ରକାରେ ଲୋକେ ଯାତାୟାତ କରନ୍ତି। କିନ୍ତୁ ବର୍ଷା ଦିନେ ଏହି ରାସ୍ତାରେ ଚାଲିଚାଲି ଯିବା ମଧ୍ୟ କଷ୍ଟ ସାଧ୍ୟ। ଗାଁ ରାସ୍ତାକୁ ପକ୍କା ସଡ଼କ ନିର୍ମାଣ କରାଯାଉନଥିବାରୁ ବର୍ଷା ସମୟରେ ଗାଁରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ। ଫଳରେ ଜରୁରିକାଳୀନ ଚିକିତ୍ସା ପାଇଁ ଗାଁର ଅସୁସ୍ଥ ରୋଗୀଙ୍କୁ ଖଟିଆରେ କିମ୍ବା ଦୋଳା କରି ବୋହି ନେବା ପାଇଁ ଲୋକେ ବାଧ୍ୟ ହେଉଛନ୍ତି।
ରାସ୍ତା ସମସ୍ୟା ଯୋଗୁ ଲୋକେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସେବା ପାଇବାରୁ ବଞ୍ଚିତ ହୁଅନ୍ତି। ରାସ୍ତା ଓ ପାନୀୟ ଜଳର ସୁବିଧା ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ନେତା ଓ ସରକାରୀ ବାବୁଙ୍କୁ ଜଣାଇ ଆସୁଥିଲେ ମଧ୍ୟ ସେମାନେ କେବଳ ପ୍ରତିଶ୍ରୁତି ଦେଇ ଚାଲି ଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଅନ୍ୟପଟେ ଗାଁରେ ଅଦ୍ୟାବଧି ସରକାରଙ୍କ ପକ୍ଷରୁ ନଳକୂପଟିଏ ମଧ୍ୟ ଖନନ କରାଯାଇନଥିବାରୁ ଗାଁ ଲୋକେ ନିଜ ଉଦ୍ୟମରେ ଗୋଟିଏ କୂଅ ନିର୍ମାଣ କରିଥିବା କଥା କହିଛନ୍ତି, କିନ୍ତୁ ତାହାବି ଭଗ୍ନ ଅବସ୍ଥାକୁ ଆସିଲାଣି। ସେହି କୂଅରେ ଅରଟ ଖଣ୍ଡିଏ ମଧ୍ୟ ନାହିଁ। ଅରଟ ସ୍ଥାନରେ ବ୍ୟବହାର ହେଉଛି ତିନି ଖଣ୍ଡ କାଠ। ସେହି କୂଅର ଦୂଷିତ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରନ୍ତି ଗ୍ରାମବାସୀ। ହେଲେ ତାହା ବି ଗାଁ ପାଇଁ ନିଅଣ୍ଟ । ତେଣୁ ଲୋକେ ଆବଶ୍ୟକ ସ୍ଥଳେ ଗାଁ ନିକଟରେ ଥିବା ଚୁଆର ଚହଲା ପାଣିକୁ ଛାଣି ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି। ଏଣୁ ଲୋକେ ପେଟଜନିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା କହିଛନ୍ତି ଗ୍ରାମର ମହିଳା। କିନ୍ତୁ ପାନୀୟ ଜଳ ଓ ରାସ୍ତାର ସୁବିଧା ପାଇଁ ସରକାରଙ୍କୁ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି । ଜିରାଙ୍ଗ ସରପଞ୍ଚ ପଦ୍ମିନୀ ଶବର କହିଛନ୍ତି, ଏହି ଆର୍ଥିକ ବର୍ଷରେ ଶବରସାହି ପାଇଁ ପାନୀୟ ଜଳ ଓ ରାସ୍ତା ନିର୍ମାଣ ପାଇଁ ଆକ୍ସନ୍‌ ପ୍ଲାନ୍‌ ରଖାଯାଇଛି। ଡିସେମ୍ବର ସୁଦ୍ଧା କାର୍ଯ୍ୟ ଆରମ୍ଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ

ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…

୫ ରାଶିଙ୍କ ଉପରେ ଧନବର୍ଷା କରିବେ ଶନି! ଅକ୍ଟୋବର ପ୍ରଥମ ସସ୍ତାହରୁ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିପାରେ। ଏହି ପରିବର୍ତ୍ତନ ଯୋଗୁ ବୃଷ, ସିଂହ, ତୁଳା, ମକର…

ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ

ଲକ୍ଷ୍ନୌ,୨୪।୯: ଉତ୍ତରପ୍ରଦେଶର ଅମରୋହାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଏକ ଫାର୍ମହାଉସ୍‌ରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ…

ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର: ବାଇକ-ସ୍କୁଟି ଉପରେ…

ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଛି ମାଲବୋଝେଇ ଟ୍ରଲର। ଦୁର୍ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?