ଶ୍ରାବଣରେ ଜମି ଶୁଖିଲା
ଢେଙ୍କାନାଳ ଅଫିସ, ୧୮।୭ – ଆଷାଢ଼ ଯାଇ ଶ୍ରାବଣ ଅଧା ହେଲାଣି। ରୁଆ, ବେଉଷଣ ପାଇଁ ଚାଷୀକୁ ତର ମିଳନ୍ତାନି। ହେଲେ ନିଅଣ୍ଟିଆ ବର୍ଷା ସବୁ ବିଗାଡ଼ି ଦେଇଛି। ଠା ଠା ଶୁଖିଲା ପଡ଼ିଛି ଜମି। ବୁଣାଯାଇଥିବା ତଳି ମରିବାକୁ ବସିଲାଣି।…
ମାନସଙ୍କୁ ମିଳିଲା ଭତ୍ତା
ପରଜଙ୍ଗ, ୧୮।୭(ଡି.ଏନ.ଏ.) – ସରିଛି ୧୪ବର୍ଷର ସଂଘର୍ଷ। ଦିବ୍ୟାଙ୍ଗ ମାନସଙ୍କ ଉପରେ ପଡ଼ିଛି ପ୍ରଶାସନର ଶୁଭଦୃଷ୍ଟି। ବ୍ଲକ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ପଞ୍ଚାୟତ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଛି ଏକ ମାସର ଭତ୍ତା ଟଙ୍କା ଏବଂ ବହି। ଏହାପରେ ‘ଧରିତ୍ରୀ’କୁ ଧନ୍ୟବାଦ…
ଫେରାର ହେବାକୁଯାଇ ପୋଖରୀକୁ ଡେଇଁପଡ଼ିଲେ
ଢେଙ୍କାନାଳ ଅଫିସ, ୧୬।୭: ରାତିଅଧିଆ ଦୋକାନ ତାଲା ଭାଙ୍ଗି ଚୋରି କରୁଥିବାବେଳେ ମାଡ଼ିବସିଲା ପୋଲିସ। ପୋଲିସ କବ୍ଜାରୁ ଖସିଯିବାକୁ ଉଦ୍ୟମ କରି ଜଣେ ଅଭିଯୁକ୍ତ ଡେଇଁପଡ଼ିଲେ ପୋଖରୀକୁ। ହେଲେ ପୋଖରୀ ଭିତରେ ପଶି ପୋଲିସ କର୍ମଚାରୀମାନେ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି।…
କାମକରୁନି ଏଚ୍ଆଇଭି ପରୀକ୍ଷଣ ମେଶିନ
ଢେଙ୍କାନାଳ ଅଫିସ, ୧୬।୭: କରୋନା ସଙ୍କଟ ସମୟରେ ବଡ଼କଷ୍ଟରେ ଆୟୋଜନ କରାଯାଉଛି ରକ୍ତଦାନ ଶିବିର। ରକ୍ତ ଭଣ୍ଡାରକୁ ସଂଗୃହୀତ ଆସୁଛି ରକ୍ତ। ହେଲେ ଏହା ରୋଗୀଙ୍କ କାମରେ ଆସୁନି। କାରଣ ରକ୍ତ ପରୀକ୍ଷଣ ଲାଗି ବ୍ୟବହୃତ ଏଚ୍ଆଇଭି ପରୀକ୍ଷଣ ମେଶିନ ହିଁ ଅଚଳ…
ଅଫିସ୍ରେ ଭଡ଼ାଟିଆ ଠିକାସଂସ୍ଥା
ପରଜଙ୍ଗ, ୧୫।୭(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ଜଳ ଓ ପରିମଳ ବିଭାଗ (ଆର୍ଡବ୍ଲ୍ୟୁଏସ୍ଏସ୍)-୧ ଯନ୍ତ୍ରୀଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ୮ବର୍ଷ ହେଲା ଭଡ଼ାରେ ଲାଗିଛି। ଜଣେ ଠିକାସଂସ୍ଥାଙ୍କୁ ମାସିକ ୧୨ ହଜାର ଟଙ୍କାରେ ଉକ୍ତ ଅଫିସ୍ ଭଡ଼ାସୂତ୍ରରେ ଦିଆଯାଇଛି। ଦୁଇ…
ବ୍ଲକ ଯୋଡ଼ିପାରନ୍ତା ବଡ଼କମର ସେତୁ
ଢେଙ୍କାନାଳ ଅଫିସ,୧୪ା୭ ବ୍ରାହ୍ମଣୀ ନଦୀରେ ସେତୁଟିଏ ହେଲେ ଏହା ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସହ ସିଧାସଳଖ ଓଡାପଡା ବ୍ଲକକୁ ଯୋଡ଼ିପାରନ୍ତା। ୫୫ନଂ ଏବଂ ୫୩ନଂ ଜାତୀୟ ରାଜପଥ ମଧ୍ୟରେ ସଂଯୋଗ ରକ୍ଷା କରିପାରନ୍ତା। ଢେଙ୍କାନାଳ ସଦର ମହକୁମାରୁ ଓଡାପଡା ବ୍ଲକ…
ହକ୍ ପାଇଁ ୧୪ ବର୍ଷର ଲଢ଼େଇ
ପରଜଙ୍ଗ, ୧୩।୭(ଡି.ଏନ.ଏ.) ଜନ୍ମରୁ ଆଖିକୁ ଦିଶୁନି କି କାନକୁ ଶୁଭୁନି। ଶାରୀରିକ କ୍ଷେତ୍ରରେ ୮୦% ଦିବ୍ୟାଙ୍ଗ ବୋଲି ୧୪ବର୍ଷ ତଳୁ ସାର୍ଟିଫିକେଟରେ ମୋହର ମାରିସାରିଛି ପ୍ରଶାସନ। ଏହାସତ୍ତ୍ୱେ ଦିବ୍ୟାଙ୍ଗ ଭତ୍ତା ଖଣ୍ଡିଏ ପାଇଁ ଧାଇଁ ଧାଇଁ ଥକିଗଲେଣି ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତ…
ଗଳିକନ୍ଦିରେ ଧଳାଜହର
ଢେଙ୍କାନାଳ ଅଫିସ, ୧୩।୭: ଧଳାଜହର ବ୍ୟବସାୟର ନୂଆ ଠିକଣା ପାଲଟିଛି ଢେଙ୍କାନାଳ। ଗଳିକନ୍ଦିରେ ଖୋଲାଖୋଲି ବିକ୍ରି ହେଉଛି ବ୍ରାଉନସୁଗାର। ପୋଲିସ ଏବଂ ଅବକାରୀ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଏପରି ବେଆଇନ ବ୍ୟବସାୟ ଧୀରେ ଧୀରେ କାୟା ବିସ୍ତାର କରି ଚାଲିଥିବାବେଳେ…
କଲେଜ ବାଇପାସ୍-ବସ୍ଷ୍ଟାଣ୍ଡ ଦୁଇଥାକିଆ ରାସ୍ତା: ମୋହର ଅପେକ୍ଷାରେ ପ୍ରସ୍ତାବ
ଢେଙ୍କାନାଳ ଅଫିସ, ୧୨ା୭: ଢେଙ୍କାନାଳ ସହର ଉପକଣ୍ଠ କଲେଜ ବାଇପାସ୍ ଛକଠାରୁ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତା ନିର୍ମାଣ ପ୍ରସ୍ତାବକୁ ମୋହର ବାଜିପାରୁନି। ଏହି ରାସ୍ତାର ଉନ୍ନତୀକରଣ ଲାଗି ଗତ ଫେବୃୟାରୀରୁ ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଛି। ହେଲେ କରୋନା ପ୍ରାଦୁର୍ଭାବ ଯୋଗୁ…
ଏହି ୮ ହଟ୍ସ୍ପଟ୍ ଜିଲାର ଲୋକଙ୍କୁ ଢେଙ୍କାନାଳ ମନା
ଢେଙ୍କାନାଳ ଅଫିସ,୧୧ା୭: ରାଜ୍ୟର ୮ଟି ହଟ୍ସ୍ପଟ୍ ଜିଲାର ଲୋକଙ୍କୁ ଢେଙ୍କାନାଳରେ ପ୍ରବେଶ ମନା। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ଜିଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର,ବାଲେଶ୍ୱର, ସୁନ୍ଦରଗଡ଼…
ଯୋଜନା ବଦଳାଇ ଚଢ଼ାଉ
ଓଡ଼ାପଡ଼ା, ୧୧ା୭(ଡି.ଏନ୍.ଏ.) – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକରେ ଲଘୁ ଖଣିଜ ଚୋରାଚାଲାଣ ପାଇଁ ସ୍ବତନ୍ତ୍ର ଭାବେ ହ୍ବାଟ୍ସଆପ୍ ଗ୍ରୁପ୍ କରାଯିବା ଏବଂ ଏଥିରେ କେତେଜଣ ଅଧସ୍ତନ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେବା ପରେ ଅଧିକାରୀଙ୍କ ମୁଣ୍ଡବ୍ୟଥା ବଢ଼ିଛି।…
ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଖୋଲିଲା ‘ଆହାର’
ଢେଙ୍କାନାଳ ଅଫିସ, ୧୧ା୭ – ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶୁକ୍ରବାର ନୂତନ ଆହାର କେନ୍ଦ୍ରରେ ଶୁକ୍ରବାର ନୂତନ ଆହାର କେନ୍ଦ୍ର ଲୋକାର୍ପିତ ହୋଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଦିନବେଳା…
Archives


