ଢେଙ୍କାନାଳ

ଧରାପଡ଼ିଲା ରାଜପଥ ଲୁଟେରା ଗ୍ୟାଙ୍ଗ୍‌

କାମାକ୍ଷାନଗର, ୨୨।୬(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଥିବା ଏକ ରାଜପଥ ଲୁଟେରା ଗ୍ୟାଙ୍ଗର ୪ ସଦସ୍ୟ ପୋଲିସ ହାତରେ ଧରାପଡ଼ିଛନ୍ତି। ସେମାନେ ହେଲେ କାମାକ୍ଷାନଗର ଜିନେଇଲୋ ଗ୍ରାମର ସଞ୍ଜୟ ସ୍ବାଇଁ ଓରଫ୍‌ ସିଲୁ, ଅନୁଗୋଳ ଜିଲା...

ବିଡୋ ପଞ୍ଚାୟତରେ ୩୨.୨୭ ଲକ୍ଷର ଦୁର୍ନୀତି

ଓଡ଼ାପଡ଼ା, ୧୯ା୬(ଡି.ଏନ.ଏ.) ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବିଡୋ ପଞ୍ଚାୟତରେ ବଡ଼ଧରଣର ଦୁର୍ନୀତି ହୋଇଛି। ଏଥିରେ ସମ୍ପୃକ୍ତ ଅଭିଯୋଗରେ ସରପଞ୍ଚ ଭଗବାନ ସାହୁଙ୍କୁ ଗୁରୁବାର ଗିରଫ କରାଯାଇଛି। ଏଥିପୂର୍ବରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସୁକାନ୍ତ ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବନ...

ଲଘୁଖଣିଜ ଚାଲାଣ ରୋକିବ ଟେକ୍ନୋଲୋଜି

ଢେଙ୍କାନାଳ ଅଫିସ, ୧୯।୬ ଢେଙ୍କାନାଳ ଜିଲାରେ ବୃଦ୍ଧି ପାଉଥିବା ବାଲି, ପଥର ଭଳି ଲଘୁ ଖଣିଜ ଚୋରା ଚାଲାଣ ରୋକିବାକୁ ଟେକ୍ନୋଲୋଜିର ସହାୟତା ନେବ ପ୍ରଶାସନ। ଏଥିଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏପରି ବେଆଇନ କାର୍ଯ୍ୟ କରୁଥିବା ଅଭିଯୁକ୍ତଙ୍କୁ ସାବାଡ଼...

ପ୍ରସାଦ ହିଁ ପାଉଣା

ଢେଙ୍କାନାଳ ଅଫିସ, ୧୮।୬ (ରତନ ନାୟାର):  ଭାବର ଠାକୁର ସେ। ଭକ୍ତର ଭଗବାନ ବି। ଭାଗ୍ୟରେ ଥିଲେ ମିଳେ ବିଶ୍ୱନିୟନ୍ତାଙ୍କ ସେବା କରିବାର ସୁଯୋଗ। ରସିକରାଜଙ୍କ କମନୀୟ ରୂପକୁ ଦେଖିବାକୁ ବିଶ୍ୱବାସୀ ବ୍ୟାକୁଳ ହେଉଥିବାବେଳେ ମହାପ୍ରଭୁଙ୍କ ଏହି ସୂକ୍ଷ୍ମକାର୍ଯ୍ୟକୁ ନିଷ୍ଠାର...

ଅନିଶ୍ଚିତତା ମଧ୍ୟରେ ଆଗଉଛି ରଥକାମ

ଢେଙ୍କାନାଳ ଅଫିସ,୧୬ା୬ ଢେଙ୍କାନାଳ ସହରର ବହୁ ପୁରାତନ ଐତିହ୍ୟ ସମ୍ପନ୍ନ ରଥଯାତ୍ରା ଚଳିତବର୍ଷ ଅନୁଷ୍ଠିତ ହେବା ନେଇ କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ବର୍ତ୍ତମାନ ସୁଦ୍ଧା ଜାରି ହୋଇନାହିଁ ା ଫଳରେ ଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ରଥଗଡାରେ ଦୁଇ...

ମାଡ଼ର ପ୍ରତିଶୋଧ ହତ୍ୟାରେ

ରାସୋଳ, ୧୫।୬(ଡି.ଏନ.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା ଅନ୍ତର୍ଗତ କୁକୁଟା ଗ୍ରାମର ରାଜମିସ୍ତ୍ରି ବୁନୁ ବେହେରା (୪୦) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପଞ୍ଚପଡ଼ା ଗ୍ରାମର ପ୍ରଶାନ୍ତ ବେହେରା (୨୮), ତାଙ୍କ ସହଯୋଗୀ ମହେଶ୍ୱର...

ଭଉଣୀ ଘରକୁ ଭାର ଆଣିଥିବା ଭାଇଙ୍କୁ କରୋନା

କଣିହାଁ,୧୫ା୬(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଅଞ୍ଚଳର ଜଣେ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂରୁ ସେ ଅନୁଗୋଳ ଜିଲା କଣିହାଁ ବ୍ଲକ ଏନ୍‌ଟିପିସି ବଜାର ଅଞ୍ଚଳର ଭଉଣୀ ଘରକୁ ଗତ ୧୧ ତାରିଖରେ ରଜଭାର ନେଇ ଆସିଥିବା ଜଣାପଡ଼ିଛି। ଏହି ଖବର ମିଳିବା...

୨ ମାସ ପରେ ଢେଙ୍କାନାଳ ସହରକୁ ଫେରିଲା କରୋନା

ଢେଙ୍କାନାଳ ଅଫିସ,୧୪ା୬: ୨ ମାସ ପରେ ଢେଙ୍କାନାଳ ସହରକୁ ପୁଣି କରୋନା ଫେରିଛି। ରବିବାର ସହରରୁ ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସହରସ୍ଥିତ କାରିଗର ସାହି ଅଭିନନ୍ଦନ ଗାର୍ଡେନ ପରିସରରେ ରହୁଥିବା ଜଣେ ପୂଜକ ଏବଂ ତାଙ୍କ...

ନନ୍ଦିନୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି

ଢେଙ୍କାନାଳ ଅଫିସ, ୧୩।୬ – ଢେଙ୍କାନାଳ ସହରରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏବଂ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ଢେଙ୍କାନାଳ କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଦାବି ହୋଇଛି। ଏ...

ରଜ ପାଇଁ ଲାଗିଲା ୧୪୪ ଧାରା

ଢେଙ୍କାନାଳ ଅଫିସ, ୧୩।୬ – ରଜ ଉତ୍ସବ ଉପଲକ୍ଷେ ମନ୍ଦିର ଏବଂ ରଜପଡ଼ିଆରେ ଜନସମାଗମ ଆଶଙ୍କାରେ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜିଲାର ୧୫ ମନ୍ଦିର ଏବଂ ରଞ୍ଜାଗୋଳ ରଜ ପଡ଼ିଆରେ ଶୁକ୍ରବାରଠାରୁ ୧୪୪...

୬ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଢେଙ୍କାନାଳ ଅଫିସ, ୧୨।୬ – ଢେଙ୍କାନାଳ ଜିଲାରେ ଚୋରା ବାଲି ଏବଂ ପଥର ବ୍ୟବସାୟୀଙ୍କ ଦୌରାତ୍ମ୍ୟ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି। ଏହାକୁ ରୋକିବାରେ ପୋଲିସ ଏବଂ ତହସିଲ କର୍ତ୍ତୃପକ୍ଷ ବିଫଳ ହେବା ପରେ ଆକ୍ସନ ମୁଡ୍‌କୁ ଆସିଛି ଜିଲା ପ୍ରଶାସନ।...

ମଷ୍ଟରରୋଲରେ ଅନିୟମିତତା

ପରଜଙ୍ଗ, ୧୨।୬(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କନ୍ତୁରୁ ପଞ୍ଚାୟତ ଅଧୀନ ଚାନ୍ଦପୁର ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବଡ଼ବନ୍ଧଠାରୁ ଭଣ୍ଡାରିପଶି ଯାଏ କରାଯାଉଥିବା ଫିଲ୍ଡ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri