ନିରାଶ କଲା ଶ୍ରାବଣ

ଢେଙ୍କାନାଳ ଅଫିସ, ୫।୮ – ସରିଗଲା ଶ୍ରାବଣ। ଆକାଶକୁ ଚାହିଁ ଚାହିଁ ନିରାଶ ହେଲେ ଚାଷୀ। ଆବଶ୍ୟକ ବର୍ଷା ହେଲାନି। ଯେତିକି ହେଲା ସେତକିରେ ଭୂଇଁ ବି ବତୁରିଲାନି। ଅଗଷ୍ଟ ପ୍ରଥମ ସପ୍ତାହ ବେଳକୁ ରୁଆ ସରି ବେଉଷଣ ଆରମ୍ଭ ହେଉଥିବାବେଳେ ଚଳିତବର୍ଷ ଆଗେଇ ପାରୁନି ଚାଷ କାମ। ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଢେଙ୍କାନାଳର ଚାଷୀ। ଜୁଲାଇରେ ଜିଲାରେ ୪୯.୬୧% କମ୍‌ ବର୍ଷିଛି। ୮ ବ୍ଲକ ମଧ୍ୟରୁ ଓଡ଼ାପଡ଼ା ଏବଂ ଗଁଦିଆରେ ବର୍ଷା ଅଭାବ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ଅଗଷ୍ଟ ପ୍ରଥମ ସପ୍ତାହ ଶେଷ ଭରସା। ୨-୪ଦିନ ଭିତରେ ଭଲ ବର୍ଷା ନ ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଚାଷୀକୁଳ।
କୃଷି ବିଭାଗର ସୂଚନା ଅନୁଯାୟୀ, ଜୁଲାଇ ଶେଷ ସୁଦ୍ଧା ପ୍ରତି ବ୍ଲକରେ ପାଖାପାଖି ୩୧୭ ମିଲିମିଟର ବର୍ଷା ହେବା କଥା। ହେଲେ ଓଡ଼ାପଡ଼ା ବ୍ଲକରେ ମାତ୍ର ୧୨୦ ମିଲିମିଟର ବର୍ଷିଛି, ଯାହା ୬୨% କମ୍‌। ବ୍ଲକର ନିମିଧା, ବିଡୋ, ମୋଟଙ୍ଗା ପଞ୍ଚାୟତରେ ଧାନଚାଷ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। ଗଁଦିଆ ବ୍ଲକରେ ୧୩୨ ମିଲିମିଟର ବର୍ଷା ହୋଇଛି, ଯାହା ସ୍ବାଭାବିକ ବର୍ଷାଠାରୁ ୫୮% କମ୍‌। ବ୍ଲକ ଅଧୀନ ନିହଲପ୍ରସାଦ, ବେଗା, ରତନପୁର, ଦିଗମ୍ବରପୁର, ଖଙ୍କିରା ପଞ୍ଚାୟତରେ ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି। ଚଳିତବର୍ଷ ଖରିଫ୍‌ ଋତୁରେ ଜିଲାରେ ୯୫ ହଜାର ହେକ୍ଟରରେ ଧାନଚାଷ ଲକ୍ଷ୍ୟ ରଖାଯାଇଛି। ଜୁଲାଇ ଶେଷ ସୁଦ୍ଧା ୫୭ହଜାର ହେକ୍ଟରରେ ବୁଣା କାର୍ଯ୍ୟ ସରିବା କଥା। ବର୍ତ୍ତମାନ ସୁଦ୍ଧା ୫୦,୮୬୦ ହେକ୍ଟର ଜମିରେ ଧାନବୁଣା ସରିଛି। ସେହିପରି ଏହି ସମୟ ମଧ୍ୟରେ ୩୮ହଜାର ହେକ୍ଟର ଜମିରେ ଧାନ ରୁଆ ସରିବା କଥା। ବର୍ତ୍ତମାନ ସୁଦ୍ଧା ୧୨,୨୨୯ ହେକ୍ଟରରେ ରୁଆ ସରିଛି। ଜମିରେ ପାଣି ନ ଥିବାରୁ ବେଉଷଣ ଆଗେଇ ପାରୁନାହିଁ। ଏହାକୁ ନେଇ ଅଣଜଳସେଚିତ ଅଞ୍ଚଳର ଭାଗଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। କାମାକ୍ଷାନଗର, ଭୁବନ, କଙ୍କଡ଼ାହାଡ଼ ଏବଂ ପରଜଙ୍ଗ ବ୍ଲକରେ ଜଳସେଚନ ସୁବିଧା ଥିବାରୁ ଚାଷୀମାନେ ସାମାନ୍ୟ ସୁବିଧା ସ୍ଥିତିରେ ଅଛନ୍ତି। ହେଲେ ଏହା ଚାଷକୁ ପର୍ଯ୍ୟାପ୍ତ ନୁହେଁ। ସପ୍ତାହକ ଭିତରେ ଭଲ ବର୍ଷା ହେଲେ ସ୍ଥିତିରେ ସୁଧାର ଆସିବ ବୋଲି କୃଷି ବିଭାଗ କହିଛି।
ଏ ସଂକ୍ରାନ୍ତରେ ଜିଲା କୃଷି ଉପନିର୍ଦ୍ଦେଶକ ରାଜକିଶୋର ନାୟକ କୁହନ୍ତି, ଜିଲାରେ ସ୍ବାଭାବିକଠାରୁ କମ୍‌ ବର୍ଷିଛି। ଓଡ଼ାପଡା ଏବଂ ଗଁଦିଆରେ ବର୍ଷାର ପରିମାଣ କମିଛି। କାମାକ୍ଷାନଗର ଉପଖଣ୍ଡର ୪ ବ୍ଲକରେ ରେଙ୍ଗାଳି ବାମ କେନାଲ, ଦଣ୍ଡାଧର, ଦଦରାଘାଟି ଜଳଭଣ୍ଡାର ଥିବାରୁ କମ୍‌ ସମସ୍ୟା ରହିଛି। କୃଷି ବିଭାଗ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଚାଷୀଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଉଛି।
ଜମିରେ ପାଣି ନାହିଁ
ଚାଷ କରିବାକୁ ଜମିରେ ପାଣି ନାହିଁ। ରୁଆ କାମ ହୋଇପାରୁନି । ଗ୍ରାମାଞ୍ଚଳରେ ଉଠା ଜଳସେଚନର ସୁବିଧା ନାହିଁ। ଯେଉଁଠି ଉଠା ଜଳସେଚନର ସୁବିଧା ରହିଛି ତାହା କେବଳ ଷ୍ଟ୍ରକଚରରେ ସୀମିତ। ଅନେକ ଅଧାପନ୍ତରିଆ ଭାବେ ପଡ଼ିଛି। ସପ୍ତାହକ ଭିତରେ ବର୍ଷା ନ ହେଲେ ଚାଷ ଉଜୁଡ଼ିଯିବ।
-ପ୍ରଦ୍ୟୁମ୍ନ ପଣ୍ଡା,ଚାଷୀ
ତଳି ବୁଢ଼ା ହୋଇଗଲାଣି
ବର୍ଷା ନାହିଁ । ତଳି ବୁଢ଼ା ହୋଇଗଲାଣି। ହାତୀ ଉପଦ୍ରବ ଦାଉସାଧୁଛି। କରୋନା ପ୍ରଭାବରେ ଆର୍ଥିକ ସ୍ଥିତି ସଜାଡ଼ିବାକୁ ଆଶା ରଖି ଚାଷୀମାନେ ଚାଷ କରିଥିଲେ। ସେତକ ବି ହେଉନାହିଁ। ଚାଷୀମାନେ ଆଶା ହରାଇଲେଣି। ଚଳିତବର୍ଷ ମରୁଡ଼ି ଆଶଙ୍କା ବେଶି। ସହାୟତା ନ ମିଳିଲେ ସମସ୍ୟା ବଢ଼ିବ।
-ଜିତେନ୍ଦ୍ର ସାହୁ, ଚାଷୀ


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?