ନିରାଶ କଲା ଶ୍ରାବଣ

ଢେଙ୍କାନାଳ ଅଫିସ, ୫।୮ – ସରିଗଲା ଶ୍ରାବଣ। ଆକାଶକୁ ଚାହିଁ ଚାହିଁ ନିରାଶ ହେଲେ ଚାଷୀ। ଆବଶ୍ୟକ ବର୍ଷା ହେଲାନି। ଯେତିକି ହେଲା ସେତକିରେ ଭୂଇଁ ବି ବତୁରିଲାନି। ଅଗଷ୍ଟ ପ୍ରଥମ ସପ୍ତାହ ବେଳକୁ ରୁଆ ସରି ବେଉଷଣ ଆରମ୍ଭ ହେଉଥିବାବେଳେ ଚଳିତବର୍ଷ ଆଗେଇ ପାରୁନି ଚାଷ କାମ। ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଢେଙ୍କାନାଳର ଚାଷୀ। ଜୁଲାଇରେ ଜିଲାରେ ୪୯.୬୧% କମ୍‌ ବର୍ଷିଛି। ୮ ବ୍ଲକ ମଧ୍ୟରୁ ଓଡ଼ାପଡ଼ା ଏବଂ ଗଁଦିଆରେ ବର୍ଷା ଅଭାବ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ଅଗଷ୍ଟ ପ୍ରଥମ ସପ୍ତାହ ଶେଷ ଭରସା। ୨-୪ଦିନ ଭିତରେ ଭଲ ବର୍ଷା ନ ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଚାଷୀକୁଳ।
କୃଷି ବିଭାଗର ସୂଚନା ଅନୁଯାୟୀ, ଜୁଲାଇ ଶେଷ ସୁଦ୍ଧା ପ୍ରତି ବ୍ଲକରେ ପାଖାପାଖି ୩୧୭ ମିଲିମିଟର ବର୍ଷା ହେବା କଥା। ହେଲେ ଓଡ଼ାପଡ଼ା ବ୍ଲକରେ ମାତ୍ର ୧୨୦ ମିଲିମିଟର ବର୍ଷିଛି, ଯାହା ୬୨% କମ୍‌। ବ୍ଲକର ନିମିଧା, ବିଡୋ, ମୋଟଙ୍ଗା ପଞ୍ଚାୟତରେ ଧାନଚାଷ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। ଗଁଦିଆ ବ୍ଲକରେ ୧୩୨ ମିଲିମିଟର ବର୍ଷା ହୋଇଛି, ଯାହା ସ୍ବାଭାବିକ ବର୍ଷାଠାରୁ ୫୮% କମ୍‌। ବ୍ଲକ ଅଧୀନ ନିହଲପ୍ରସାଦ, ବେଗା, ରତନପୁର, ଦିଗମ୍ବରପୁର, ଖଙ୍କିରା ପଞ୍ଚାୟତରେ ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି। ଚଳିତବର୍ଷ ଖରିଫ୍‌ ଋତୁରେ ଜିଲାରେ ୯୫ ହଜାର ହେକ୍ଟରରେ ଧାନଚାଷ ଲକ୍ଷ୍ୟ ରଖାଯାଇଛି। ଜୁଲାଇ ଶେଷ ସୁଦ୍ଧା ୫୭ହଜାର ହେକ୍ଟରରେ ବୁଣା କାର୍ଯ୍ୟ ସରିବା କଥା। ବର୍ତ୍ତମାନ ସୁଦ୍ଧା ୫୦,୮୬୦ ହେକ୍ଟର ଜମିରେ ଧାନବୁଣା ସରିଛି। ସେହିପରି ଏହି ସମୟ ମଧ୍ୟରେ ୩୮ହଜାର ହେକ୍ଟର ଜମିରେ ଧାନ ରୁଆ ସରିବା କଥା। ବର୍ତ୍ତମାନ ସୁଦ୍ଧା ୧୨,୨୨୯ ହେକ୍ଟରରେ ରୁଆ ସରିଛି। ଜମିରେ ପାଣି ନ ଥିବାରୁ ବେଉଷଣ ଆଗେଇ ପାରୁନାହିଁ। ଏହାକୁ ନେଇ ଅଣଜଳସେଚିତ ଅଞ୍ଚଳର ଭାଗଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। କାମାକ୍ଷାନଗର, ଭୁବନ, କଙ୍କଡ଼ାହାଡ଼ ଏବଂ ପରଜଙ୍ଗ ବ୍ଲକରେ ଜଳସେଚନ ସୁବିଧା ଥିବାରୁ ଚାଷୀମାନେ ସାମାନ୍ୟ ସୁବିଧା ସ୍ଥିତିରେ ଅଛନ୍ତି। ହେଲେ ଏହା ଚାଷକୁ ପର୍ଯ୍ୟାପ୍ତ ନୁହେଁ। ସପ୍ତାହକ ଭିତରେ ଭଲ ବର୍ଷା ହେଲେ ସ୍ଥିତିରେ ସୁଧାର ଆସିବ ବୋଲି କୃଷି ବିଭାଗ କହିଛି।
ଏ ସଂକ୍ରାନ୍ତରେ ଜିଲା କୃଷି ଉପନିର୍ଦ୍ଦେଶକ ରାଜକିଶୋର ନାୟକ କୁହନ୍ତି, ଜିଲାରେ ସ୍ବାଭାବିକଠାରୁ କମ୍‌ ବର୍ଷିଛି। ଓଡ଼ାପଡା ଏବଂ ଗଁଦିଆରେ ବର୍ଷାର ପରିମାଣ କମିଛି। କାମାକ୍ଷାନଗର ଉପଖଣ୍ଡର ୪ ବ୍ଲକରେ ରେଙ୍ଗାଳି ବାମ କେନାଲ, ଦଣ୍ଡାଧର, ଦଦରାଘାଟି ଜଳଭଣ୍ଡାର ଥିବାରୁ କମ୍‌ ସମସ୍ୟା ରହିଛି। କୃଷି ବିଭାଗ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଚାଷୀଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଉଛି।
ଜମିରେ ପାଣି ନାହିଁ
ଚାଷ କରିବାକୁ ଜମିରେ ପାଣି ନାହିଁ। ରୁଆ କାମ ହୋଇପାରୁନି । ଗ୍ରାମାଞ୍ଚଳରେ ଉଠା ଜଳସେଚନର ସୁବିଧା ନାହିଁ। ଯେଉଁଠି ଉଠା ଜଳସେଚନର ସୁବିଧା ରହିଛି ତାହା କେବଳ ଷ୍ଟ୍ରକଚରରେ ସୀମିତ। ଅନେକ ଅଧାପନ୍ତରିଆ ଭାବେ ପଡ଼ିଛି। ସପ୍ତାହକ ଭିତରେ ବର୍ଷା ନ ହେଲେ ଚାଷ ଉଜୁଡ଼ିଯିବ।
-ପ୍ରଦ୍ୟୁମ୍ନ ପଣ୍ଡା,ଚାଷୀ
ତଳି ବୁଢ଼ା ହୋଇଗଲାଣି
ବର୍ଷା ନାହିଁ । ତଳି ବୁଢ଼ା ହୋଇଗଲାଣି। ହାତୀ ଉପଦ୍ରବ ଦାଉସାଧୁଛି। କରୋନା ପ୍ରଭାବରେ ଆର୍ଥିକ ସ୍ଥିତି ସଜାଡ଼ିବାକୁ ଆଶା ରଖି ଚାଷୀମାନେ ଚାଷ କରିଥିଲେ। ସେତକ ବି ହେଉନାହିଁ। ଚାଷୀମାନେ ଆଶା ହରାଇଲେଣି। ଚଳିତବର୍ଷ ମରୁଡ଼ି ଆଶଙ୍କା ବେଶି। ସହାୟତା ନ ମିଳିଲେ ସମସ୍ୟା ବଢ଼ିବ।
-ଜିତେନ୍ଦ୍ର ସାହୁ, ଚାଷୀ


Enter your email to get our daily news in your inbox.

All Right Reserved By Dharitri.Com

ନକଲି ସ୍କୁଲ ଲିଭିଂ ସାର୍ଟିଫିକେଟ ଦେଇ ଅଙ୍ଗନଓ୍ବାଡି ଚାକିରି

ଭବାନୀପାଟଣା,୧୦।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦେପୁର ସେକ୍ଟର ଅଧୀନ ଉପକାଭଟ୍ଟାର ଅଙ୍ଗନଓ୍ବାଡ଼ି କର୍ମୀ ଝୁନୁପମା ଶତପଥୀ ନକଲି ସ୍କୁଲ ଲିଭିଂ ସାର୍ଟିଫିକେଟ ଦେଇ ଚାକିରି...

ଗ୍ରାମସଭାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ଯୋଡ଼ା,୧୪।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଲହଣ୍ଡା ଗ୍ରାମରେ ଏକ ଶିଳ୍ପସଂସ୍ଥାର କାରଖାନା ନିର୍ମାଣ ପାଇଁ ହୋଇଥିବା ଗ୍ରାମସଭାକୁ କେନ୍ଦ୍ରକରି ଗ୍ରାମର ଦୁଇ ଗୋଷ୍ଠୀ...

ବାରଦୁଆର ବୁଲି ଶିଶୁ ଭାଗ୍ୟ ଗଢ଼ୁଛନ୍ତି

ଆଳି, ୨୫ା୩(ଡି.ଏନ୍‌.ଏ.): କେନ୍ଦ୍ର ସରକାର ନୂତନ ଶିକ୍ଷାନୀତିରେ ପ୍ରାକ୍‌ ବିଦ୍ୟାଳୟକୁ ଗୁରୁତ୍ୱ ଦେବାକୁ ଯୋଜନା କରାଯାଇଛି। ହେଲେ ତୃଣମୂଳସ୍ତରରେ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର ଦୟନୀୟ...

ପଦାହେଲାଣି ବିପ୍ରଡ଼ିହ ଜଙ୍ଗଲ

ବଇଣ୍ଡା, ୨୯।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ୍‌ ଅଧୀନ ବିପ୍ରଡ଼ିହ ଜଙ୍ଗଲ ପଦା ହେବାରେ ଲାଗିଛି। କାଠ ଚାଲାଣକାରୀମାନେ ବେଆଇନ ଭାବେ ମୂଲ୍ୟବାନ...

ସୋସିଆଲ ମିଡିଆରେ ଅପପ୍ରଚାର କରୁଥିବା ଅଭିଯୋଗ, ପୁରୀଘାଟ ଥାନାରେ ଅନୁଭବଙ୍କ ନାମରେ ଏତଲା ଦେଲେ ମଞ୍ଜିତ

କଟକ ଅଫିସ,୨୨।୧୦: କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ଏବଂ ଛାତ୍ର ବିଜେଡି ଉପସଭାପତି ମଞ୍ଜିତ ଦାସଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ପୁଣି ଥରେ ଚର୍ଚ୍ଚାକୁ...

ଆଦିବାସୀଙ୍କ ଭାଗ୍ୟ ବଦଳାଉଛି ଜୈବିକ ପଦ୍ଧତି ପରିବା ଚାଷ

ମୁନିଗୁଡ଼ା,୧୨।୩(ଡି.ଏନ୍‌.ଏ.): ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀଙ୍କ ରୋଜଗାରର ପନ୍ଥା ପାଲଟିଛି ପରିବା ଚାଷ। ତା’ପୁଣି ଜୈବିକ ପଦ୍ଧତିରେ। ଏପରି ଦେଖିବାକୁ ମିଳିଛି ରାୟଗଡ଼ା ଜିଲା...

କିନ୍ନରଙ୍କ ସହ ସ୍ବାମୀଙ୍କୁ ବିବାହ କରାଇଲେ ସ୍ତ୍ରୀ

ଭବାନୀପାଟଣା/ନର୍ଲା,୧୩।୯(ସ୍ବ.ପ୍ର./ଡି.ଏନ୍‌.ଏ.):ମନ ସହ ମନର ମିଳନ ହିଁ ପ୍ରକୃତ ପ୍ରେମ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲାର ନର୍ଲା ବ୍ଲକ ଅଧୀନ ଧୁରୁକୁଟି ଗ୍ରାମରେ।...

ଖରିଫ ଧାନ ବିହନର ମୂଲ୍ୟ ବଢିଲା:ବିହନ ନିଗମ ଓ ଜିଲାକୃଷି ବିଭାଗ କଥାରେ ରହୁନି ତାଳମେଳ

ଭୋଗରାଇ, ୧୯।୫(ଡି.ଏନ.ଏ.)-ବାଲେଶ୍ୱରସ୍ଥିତ ଓଡ଼ିଶା ବିହନ ନିଗମ ପକ୍ଷରୁ ଏଥର ୨ଶହ ଟଙ୍କା ଦର ବଢାଇ ବିହନ ବିକ୍ରି କରାଯାଉଛି। ରବିବାର କେତେକ ଡିଲର ନିଗମ ଡିପୋରୁ...

Advertisement
Archives

Model This Week