ଯାତ୍ରା ଖଳନାୟକ ଜ୍ଞାନରଞ୍ଜନ ଏବେ ଓ୍ବେଲ୍‌ଡର

ଭୁବନ, ୨।୮(ଡି.ଏନ.ଏ.) ଏକଦା ତାଙ୍କ ସଂଳାପରେ କମ୍ପୁଥିଲା ଯାତ୍ରା ପେଣ୍ଡାଲ। ଅଭିନୟ ଚାତୁରିରେ ବାନ୍ଧି ହୋଇ ରହୁଥିଲେ ହଜାର ହଜାର ଦର୍ଶକ। ଖଳନାୟକ ଚରିତ୍ରରେ ମଞ୍ଚ ଉପରକୁ ଏଣ୍ଟ୍ରି କରିବା ବେଳେ କରତାଳିରେ ଫାଟି ପଡୁଥିଲା ପରିବେଶ। ହେଲେ କରୋନା ପାଇଁ ବଦଳିଯାଇଛି ଜୀବନ ଗଣିତ। ମୁହଁରେ ରଙ୍ଗମାଖି ମଞ୍ଚରେ ଅଭିନୟ କରିବା ବଦଳରେ ଏବେ ହାତ ଧରିଛି ହାତୁଡ଼ି। ଶକ୍ତ ଲୁହାକୁ ପିଟିପିଟି ସଳଖ କରିବାରେ ବିତୁଛି ଦିନ। କରୋନା ପ୍ରହାର ସମଗ୍ର ଅଭିନୟ ଜଗତକୁ ଦୋହଲାଇ ଦେଇଥିବାବେଳେ ଯାତ୍ରା ଖଳନାୟକ ଜ୍ଞାନରଞ୍ଜନ ସାହୁ ପେସାଠାରୁ ଦୂରେଇ ରହି ପାଲଟିଯାଇଛନ୍ତି ଓ୍ବେଲଡର।
ଯାତ୍ରାଜଗତର ଏକ ଚିହ୍ନା ଚେହେରା ହେଉଛନ୍ତି ଜ୍ଞାନରଞ୍ଜନ। ଘର ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୬ନଂ. ଓ୍ବାର୍ଡ ଅଧୀନ ବଡ଼ହାଟ ଗ୍ରାମରେ। ପୋଲିସ ବିଭାଗରେ ଚାକିରି କରିଥିଲେ ମଧ୍ୟ ଅଭିନୟର ନିଶା ତାଙ୍କୁ ଟାଣି ନେଇଥିଲା ଯାତ୍ରା ପେଣ୍ଡାଲକୁ। ଚାକିରି ଛାଡ଼ି ସେ ପଶିଗଲେ ଯାତ୍ରାଜଗତରେ। ନିଖୁଣ ଅଭିନୟ ଖୁବ୍‌ କମ୍‌ଦିନରେ ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରାଇଦେଇଛି। ବିଭିନ୍ନ ଯାତ୍ରାପାର୍ଟିରେ ଅଭିନୟ କରିଥିବା ଜ୍ଞାନରଞ୍ଜନ ଏବେ ‘ସ୍ବର୍ଣ୍ଣମହଲ’ ସହ ଚୁକ୍ତିବଦ୍ଧ। କରୋନା କିପରି ଜୀବନକୁ ବଦଳାଇଦେଲା ସମ୍ପର୍କରେ ନିଜର ଦୁଃଖ ବଖାଣି ଜ୍ଞାନରଞ୍ଜନ କୁହନ୍ତି, ଅଭିନୟରୁ ମିଳୁଥିବା ପାରିଶ୍ରମିକରେ ମା’ବାପାଙ୍କ ସମେତ ୧୦ ଜଣିଆ ପରିବାର ସହଖୁସିରେ ଚଳୁଥିଲା। ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବାପରେ ଯାତ୍ରା ଉପରେ କଟକଣା ଜାରି କରାଯାଇଛି। ପାଖାପାଖି ୫ ମାସ ହେଲା ହାତରେ କାମନାହିଁ। ସଞ୍ଚତ୍ଥିବା ଅର୍ଥ ସରିଲାଣି। ଏକଥାକୁ ଘରର ଲୋକମାନେ ମଧ୍ୟ ଅନୁଭବ କଲେଣି। ସାରାରାତି ଅନିଦ୍ରା ରହି ଅଭିନୟ କରିବା ଏବଂ ଦିନବେଳା ଶୋଇବା ତାଙ୍କର ଜୀବନଶୈଳୀ ପାଲଟିଯାଇଛି। ଦିନସାରା ଘରେ ବସି ରହି ମାନସିକ ଅଶାନ୍ତି ଭୋଗୁଥିବା ହୃଦ୍‌ବୋଧ ହେବା ପରେ ସେ କାଳୀବଜାରସ୍ଥିତ ନିଜ ବାପା, ଭାଇଙ୍କ ଓ୍ବେଲଡିଂ ଦୋକାନରେ କାମ କରୁଛନ୍ତି। ହେଲେ ଏହି କାମ ଆତ୍ମସନ୍ତୁଷ୍ଟି ଦେଇପାରୁ ନ ଥିବା ଜ୍ଞାନରଞ୍ଜନ କହିଛନ୍ତି। ଯାତ୍ରା ତାଙ୍କ ରକ୍ତରେ ମିଶିଗଲାଣି। ଏହାକୁ ଛାଡ଼ି ବଞ୍ଚତ୍ବା କଷ୍ଟକର ହୋଇପଡ଼ିବ। ଯାତ୍ରା ଜଗତ ସହିତ ଜଡ଼ିତ କଳାକାର, ମାଲିକ, କର୍ମଚାରୀମାନେ ସମାନ ସମସ୍ୟା ଭୋଗୁଛନ୍ତି। ଆଗାମୀ ଦିନରେ ଏହାର ସମାଧାନ ନ ହେଲେ ଯାତ୍ରାଜଗତ ଉପରେ ଦୁର୍ଦ୍ଦିନ ମାଡ଼ିଆସିବ। ଏ ନେଇ ଯାତ୍ରା କଳାକାର ସଂଘ ଓ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜ୍ଞାନରଞ୍ଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଆଉ ତା’ପରେ…

କାମାକ୍ଷାନଗର, ୧୧।୭ (ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଜୀବିତ ରୋଗୀଙ୍କୁ ଚିକିତ୍ସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri