ଆତ୍ମହତ୍ୟା ଧମକ ଦେଇ କରୁଥିଲେ ବ୍ଲାକମେଲିଂ

ଢେଙ୍କାନାଳ ଅଫିସ, ୩।୮: ଢେଙ୍କାନାଳ ପୌରାଞ୍ଚଳର ୧୫ନଂ. ଓ୍ବାର୍ଡରେ ଥିବା ଏକ ଗେଷ୍ଟହାଉସ୍‌ରେ ଅନୈତିକ କାର୍ଯ୍ୟ ହେଉଥିବା ମାମଲାରେ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ବାହାରୁ ଯୁବତୀଙ୍କୁ ଆଣି ଗେଷ୍ଟହାଉସ୍‌ରେ ରଖି ଦେହ ବ୍ୟବସାୟ କରାଯାଉଥିଲା। ଗେଷ୍ଟ ହାଉସ୍‌ ମାଲିକଙ୍କ ପୁଅ ଜଣେ ନାବାଳିକାଙ୍କୁ ପ୍ରେମ ନିବେଦନ କରି ବ୍ଲାକମେଲିଂ କରୁଥିଲେ। ଖୋଳତାଡ଼ରୁ ଏପରି ସଙ୍ଗିନ ତଥ୍ୟ ପଦାକୁ ଆସିବା ପରେ ଗେଷ୍ଟହାଉସ୍‌ ମାଲିକ ବିଶ୍ୱଜିତ ମିଶ୍ର ଓରଫ ଢେଗା (୫୫) ଏବଂ ତାଙ୍କ ପୁଅ ନିଶାନ୍ତ ମିଶ୍ର (୨୦)ଙ୍କୁ ରବିବାର ପୋଲିସ ଗିରଫ କରିଛି। ଗେଷ୍ଟହାଉସକୁ ସିଲ୍‌ କରାଯାଇଛି। ଘଟଣାସ୍ଥଳରୁ ମୋବାଇଲ, କମ୍ପ୍ୟୁଟର ଏବଂ ଏକ ଚିଠି ଜବତ କରାଯାଇଛି। ଉକ୍ତ ଚିଠି ନାବାଳିକାଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିଲା। ପ୍ରେମ ନ କଲେ ଆତ୍ମହତ୍ୟା କରିବେ ବୋଲି ଅଭିଯୁକ୍ତ ଯୁବକ ଜଣକ ଏଥିରେ ଉଲ୍ଲେଖ କରିଥିବା ପୋଲିସ କହିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସହରର ଜଣେ ନାବାଳିକାଙ୍କୁ ନିଶାନ୍ତ ପ୍ରେମ ନିବେଦନ କରିବା ସହ ତାଙ୍କ ଅଶ୍ଳୀଳ ଫଟୋକୁ ସୋସିଆଲ ମିଡିଆରେ ପ୍ରଘଟ କରିଦେବେ ବୋଲି ଧମକ ଦେଉଥିଲେ। ପ୍ରେମ ନ କଲେ ଆତ୍ମହତ୍ୟା କରିବେ ବୋଲି ନାବାଳିକା ଉଦ୍ଦେଶ୍ୟରେ ଏକ ନୋଟ୍‌ ଲେଖିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏ ସଂକ୍ରାନ୍ତରେ ନଂ. ୩୧୬/୨୦, ଦଫା-୩୪୧, ୨୯୪, ୫୦୬, ୩୫୪ (ଏ), ୩୫୪(ସି) ଓ ୩୪ ଆଇପିସି, ୧୨ ଏବଂ ୧୫ ପୋକ୍‌ସୋ ଆକ୍ଟ ଓ ୬୭ (ଏ)(ବି) ଆଇଟି ଆକ୍ଟରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ବାପା ଏବଂ ପୁଅଙ୍କୁ ଗିରଫ କରାଯାଇଥିବା ଥାନାଧିକାରୀ ନମିତା ନାୟକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗେଷ୍ଟହାଉସ୍‌ରେ ଅନୈତିକ କାର୍ଯ୍ୟ ଚାଲୁଥିବା ସୂଚନା ପାଇବା ପରେ ପୋଲିସ ଶନିବାର ରାତିରେ ଚଢ଼ାଉ କରିଥିଲା। ସେଠାରୁ ଜଣେ ଯୁବତୀଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚୁରା କରାଯାଇଥିଲା। ଏହି ଘଟଣାକୁ ନେଇ ନଂ. ୩୧୮/୨୦, ଦଫା ୪ ଓ ୫ ଇମୋରାଲ ଟ୍ରାଫିକିଂ ଆକ୍ଟରେ ଅନ୍ୟ ଏକ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?