ଆତ୍ମହତ୍ୟା ଧମକ ଦେଇ କରୁଥିଲେ ବ୍ଲାକମେଲିଂ

ଢେଙ୍କାନାଳ ଅଫିସ, ୩।୮: ଢେଙ୍କାନାଳ ପୌରାଞ୍ଚଳର ୧୫ନଂ. ଓ୍ବାର୍ଡରେ ଥିବା ଏକ ଗେଷ୍ଟହାଉସ୍‌ରେ ଅନୈତିକ କାର୍ଯ୍ୟ ହେଉଥିବା ମାମଲାରେ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ବାହାରୁ ଯୁବତୀଙ୍କୁ ଆଣି ଗେଷ୍ଟହାଉସ୍‌ରେ ରଖି ଦେହ ବ୍ୟବସାୟ କରାଯାଉଥିଲା। ଗେଷ୍ଟ ହାଉସ୍‌ ମାଲିକଙ୍କ ପୁଅ ଜଣେ ନାବାଳିକାଙ୍କୁ ପ୍ରେମ ନିବେଦନ କରି ବ୍ଲାକମେଲିଂ କରୁଥିଲେ। ଖୋଳତାଡ଼ରୁ ଏପରି ସଙ୍ଗିନ ତଥ୍ୟ ପଦାକୁ ଆସିବା ପରେ ଗେଷ୍ଟହାଉସ୍‌ ମାଲିକ ବିଶ୍ୱଜିତ ମିଶ୍ର ଓରଫ ଢେଗା (୫୫) ଏବଂ ତାଙ୍କ ପୁଅ ନିଶାନ୍ତ ମିଶ୍ର (୨୦)ଙ୍କୁ ରବିବାର ପୋଲିସ ଗିରଫ କରିଛି। ଗେଷ୍ଟହାଉସକୁ ସିଲ୍‌ କରାଯାଇଛି। ଘଟଣାସ୍ଥଳରୁ ମୋବାଇଲ, କମ୍ପ୍ୟୁଟର ଏବଂ ଏକ ଚିଠି ଜବତ କରାଯାଇଛି। ଉକ୍ତ ଚିଠି ନାବାଳିକାଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିଲା। ପ୍ରେମ ନ କଲେ ଆତ୍ମହତ୍ୟା କରିବେ ବୋଲି ଅଭିଯୁକ୍ତ ଯୁବକ ଜଣକ ଏଥିରେ ଉଲ୍ଲେଖ କରିଥିବା ପୋଲିସ କହିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସହରର ଜଣେ ନାବାଳିକାଙ୍କୁ ନିଶାନ୍ତ ପ୍ରେମ ନିବେଦନ କରିବା ସହ ତାଙ୍କ ଅଶ୍ଳୀଳ ଫଟୋକୁ ସୋସିଆଲ ମିଡିଆରେ ପ୍ରଘଟ କରିଦେବେ ବୋଲି ଧମକ ଦେଉଥିଲେ। ପ୍ରେମ ନ କଲେ ଆତ୍ମହତ୍ୟା କରିବେ ବୋଲି ନାବାଳିକା ଉଦ୍ଦେଶ୍ୟରେ ଏକ ନୋଟ୍‌ ଲେଖିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏ ସଂକ୍ରାନ୍ତରେ ନଂ. ୩୧୬/୨୦, ଦଫା-୩୪୧, ୨୯୪, ୫୦୬, ୩୫୪ (ଏ), ୩୫୪(ସି) ଓ ୩୪ ଆଇପିସି, ୧୨ ଏବଂ ୧୫ ପୋକ୍‌ସୋ ଆକ୍ଟ ଓ ୬୭ (ଏ)(ବି) ଆଇଟି ଆକ୍ଟରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ବାପା ଏବଂ ପୁଅଙ୍କୁ ଗିରଫ କରାଯାଇଥିବା ଥାନାଧିକାରୀ ନମିତା ନାୟକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗେଷ୍ଟହାଉସ୍‌ରେ ଅନୈତିକ କାର୍ଯ୍ୟ ଚାଲୁଥିବା ସୂଚନା ପାଇବା ପରେ ପୋଲିସ ଶନିବାର ରାତିରେ ଚଢ଼ାଉ କରିଥିଲା। ସେଠାରୁ ଜଣେ ଯୁବତୀଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚୁରା କରାଯାଇଥିଲା। ଏହି ଘଟଣାକୁ ନେଇ ନଂ. ୩୧୮/୨୦, ଦଫା ୪ ଓ ୫ ଇମୋରାଲ ଟ୍ରାଫିକିଂ ଆକ୍ଟରେ ଅନ୍ୟ ଏକ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri