୯୨ ପଜିଟିଭ୍‌ ସହ କରୋନାର ଲମ୍ବାଡିଅଁ।

ଢେଙ୍କାନାଳ ଅଫିସ, ୧ା୮ – ଢେଙ୍କାନାଳ ଜିଲାରେ ଲମ୍ବାଡିଅଁ। ମାରିଛି କରୋନା। ଶୁକ୍ରବାର ଦିନକରେ ଜିଲାରୁ ଚିହ୍ନଟ ହୋଇଛନ୍ତି ୯୨ ପଜିଟିଭ୍‌। ତନ୍ମଧ୍ୟରେ କେବଳ ଗଁଦିଆ ବ୍ଲକରୁ ଅଛନ୍ତି ୮୪ ଜଣ। ସେହିପରି ଭୁବନ ଏନ୍‌ଏସିର ୧୧ନଂ. ୱାର୍ଡରୁ ୩, ସୁରପ୍ରତାପୁରରୁ ୧, ସଦର ବ୍ଲକ ଡେରାସିଂହରୁ ୧, ବାଲ୍ୟାମ୍ବାରୁ ୧, ଢେଙ୍କାନାଳ ପୌରାଞ୍ଚଳ କୁଞ୍ଜକାନ୍ତ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ ଜିଲାର ଜଣେ ରୋଗୀ କଟକର ଏକ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଥିବାବେଳେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ସେହିପରି ଢେଙ୍କାନାଳ ଜିଲାରେ ରହୁଥିବା କଟକ ଜିଲା ଆଠଗଡ଼ ବ୍ଲକର ଜଣେ ବ୍ୟକ୍ତିଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ସେ କଟକ ଜିଲାର ହୋଇଥିବାରୁ ତାଙ୍କୁ ତାଲିକାଭୁକ୍ତ କରାଯାଇନାହିଁ। ଯାଜପୁର ସୀମାନ୍ତ ଗଁଦିଆ ବ୍ଲକ ହଟ୍‌ସ୍ପଟ୍‌ରେ ପରିଣତ ହୋଇଛି। ସଂକ୍ରମଣ ରୋକିବାକୁ ପିଙ୍ଗୁଆ, ଦଶମାଣପାଟଣା, ନିହଲପ୍ରସାଦ, ଖଣ୍ଡବନ୍ଧ, ଷଡ଼ଙ୍ଗୀ ପଞ୍ଚାୟତକୁ ଶୁକ୍ରବାରଠାରୁ ଅଗଷ୍ଟ ୬ ଯାଏ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶରେ ଶଟ୍‌ଡାଉନ ଘୋଷଣା କରାଯାଇଛି। ସମ୍ପୃକ୍ତ ପଞ୍ଚାୟତରେ କଣ୍ଟାକ୍ଟ ଟ୍ରେସିଂ, ସ୍ବାବ୍‌ ପରୀକ୍ଷଣକୁ ଜୋର୍‌ଦାର କରାଯାଇଛି। ବ୍ଲକର ସମସ୍ତ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନୱାଡି, ଆଶାକର୍ମୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସଂକ୍ରମଣ ବଢୁଥିବାରୁ ଢେଙ୍କାନାଳ-ଯାଜପୁର ଜିଲା ସୀମାବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ଯାତାୟାତ ଉପରେ କଟକଣା ଜାରି କରାଯାଇଛି। ସୀମାରେ ପୋଲିସ ମୁତୟନ କରାଯାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ଜିଲା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ରେ ପହଞ୍ଚତ୍ଥିବାବେଳେ ୧୩୮ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୀମାନ୍ତରେ ବଢୁଛି ଭୂତାଣୁ ପ୍ରାଦୁର୍ଭାବ
ଢେଙ୍କାନାଳ-ଯାଜପୁର ସୀମାନ୍ତ ବ୍ଲକ ହେଉଛି ଗଁଦିଆ। ବ୍ଲକର ପିଙ୍ଗୁଆ, ଦଶମାଣପାଟଣା, ନିହଲପ୍ରସାଦ, ଖଣ୍ଡବନ୍ଧ, ଷଡ଼ଙ୍ଗୀ ପଞ୍ଚାୟତ ଯାଜପୁର ସୀମାକୁ ଲାଗିଛି। ସମ୍ପୃକ୍ତ ପଞ୍ଚାୟତର ଲୋକେ ପ୍ରଶାସନିକ କାମରେ ଢେଙ୍କାନାଳ ଜିଲା ଉପରେ ନିର୍ଭର କରୁଥିବାବେଳେ ବ୍ୟବସାୟିକ ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ହେଲେ ଯାଜପୁରକୁ ଯାଇଥାନ୍ତି। ପଡ଼ୋଶୀ ଜିଲାରେ କରୋନା ପ୍ରାଦୁର୍ଭାବ ଥିବାବେଳେ ସେଠାକାର ଲୋକଙ୍କ ସଂସ୍ପର୍ଶରେ ଆସିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି। ଜିଲା ପ୍ରଶାସନ ପକ୍ଷରୁ ଚାଲିଥିବା ବ୍ୟାପକ କଣ୍ଟାକ୍ଟ ଟ୍ରେସିଂରୁ ଏହା ସ୍ପଷ୍ଟ ହୋଇଛି। ଏଥିପ୍ରତି ସତର୍କ ନ ହେଲେ ସ୍ଥିତି ବିଗିଡ଼ିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri