୯୨ ପଜିଟିଭ୍‌ ସହ କରୋନାର ଲମ୍ବାଡିଅଁ।

ଢେଙ୍କାନାଳ ଅଫିସ, ୧ା୮ – ଢେଙ୍କାନାଳ ଜିଲାରେ ଲମ୍ବାଡିଅଁ। ମାରିଛି କରୋନା। ଶୁକ୍ରବାର ଦିନକରେ ଜିଲାରୁ ଚିହ୍ନଟ ହୋଇଛନ୍ତି ୯୨ ପଜିଟିଭ୍‌। ତନ୍ମଧ୍ୟରେ କେବଳ ଗଁଦିଆ ବ୍ଲକରୁ ଅଛନ୍ତି ୮୪ ଜଣ। ସେହିପରି ଭୁବନ ଏନ୍‌ଏସିର ୧୧ନଂ. ୱାର୍ଡରୁ ୩, ସୁରପ୍ରତାପୁରରୁ ୧, ସଦର ବ୍ଲକ ଡେରାସିଂହରୁ ୧, ବାଲ୍ୟାମ୍ବାରୁ ୧, ଢେଙ୍କାନାଳ ପୌରାଞ୍ଚଳ କୁଞ୍ଜକାନ୍ତ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ ଜିଲାର ଜଣେ ରୋଗୀ କଟକର ଏକ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଥିବାବେଳେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ସେହିପରି ଢେଙ୍କାନାଳ ଜିଲାରେ ରହୁଥିବା କଟକ ଜିଲା ଆଠଗଡ଼ ବ୍ଲକର ଜଣେ ବ୍ୟକ୍ତିଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ସେ କଟକ ଜିଲାର ହୋଇଥିବାରୁ ତାଙ୍କୁ ତାଲିକାଭୁକ୍ତ କରାଯାଇନାହିଁ। ଯାଜପୁର ସୀମାନ୍ତ ଗଁଦିଆ ବ୍ଲକ ହଟ୍‌ସ୍ପଟ୍‌ରେ ପରିଣତ ହୋଇଛି। ସଂକ୍ରମଣ ରୋକିବାକୁ ପିଙ୍ଗୁଆ, ଦଶମାଣପାଟଣା, ନିହଲପ୍ରସାଦ, ଖଣ୍ଡବନ୍ଧ, ଷଡ଼ଙ୍ଗୀ ପଞ୍ଚାୟତକୁ ଶୁକ୍ରବାରଠାରୁ ଅଗଷ୍ଟ ୬ ଯାଏ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶରେ ଶଟ୍‌ଡାଉନ ଘୋଷଣା କରାଯାଇଛି। ସମ୍ପୃକ୍ତ ପଞ୍ଚାୟତରେ କଣ୍ଟାକ୍ଟ ଟ୍ରେସିଂ, ସ୍ବାବ୍‌ ପରୀକ୍ଷଣକୁ ଜୋର୍‌ଦାର କରାଯାଇଛି। ବ୍ଲକର ସମସ୍ତ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନୱାଡି, ଆଶାକର୍ମୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସଂକ୍ରମଣ ବଢୁଥିବାରୁ ଢେଙ୍କାନାଳ-ଯାଜପୁର ଜିଲା ସୀମାବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ଯାତାୟାତ ଉପରେ କଟକଣା ଜାରି କରାଯାଇଛି। ସୀମାରେ ପୋଲିସ ମୁତୟନ କରାଯାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ଜିଲା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ରେ ପହଞ୍ଚତ୍ଥିବାବେଳେ ୧୩୮ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୀମାନ୍ତରେ ବଢୁଛି ଭୂତାଣୁ ପ୍ରାଦୁର୍ଭାବ
ଢେଙ୍କାନାଳ-ଯାଜପୁର ସୀମାନ୍ତ ବ୍ଲକ ହେଉଛି ଗଁଦିଆ। ବ୍ଲକର ପିଙ୍ଗୁଆ, ଦଶମାଣପାଟଣା, ନିହଲପ୍ରସାଦ, ଖଣ୍ଡବନ୍ଧ, ଷଡ଼ଙ୍ଗୀ ପଞ୍ଚାୟତ ଯାଜପୁର ସୀମାକୁ ଲାଗିଛି। ସମ୍ପୃକ୍ତ ପଞ୍ଚାୟତର ଲୋକେ ପ୍ରଶାସନିକ କାମରେ ଢେଙ୍କାନାଳ ଜିଲା ଉପରେ ନିର୍ଭର କରୁଥିବାବେଳେ ବ୍ୟବସାୟିକ ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ହେଲେ ଯାଜପୁରକୁ ଯାଇଥାନ୍ତି। ପଡ଼ୋଶୀ ଜିଲାରେ କରୋନା ପ୍ରାଦୁର୍ଭାବ ଥିବାବେଳେ ସେଠାକାର ଲୋକଙ୍କ ସଂସ୍ପର୍ଶରେ ଆସିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି। ଜିଲା ପ୍ରଶାସନ ପକ୍ଷରୁ ଚାଲିଥିବା ବ୍ୟାପକ କଣ୍ଟାକ୍ଟ ଟ୍ରେସିଂରୁ ଏହା ସ୍ପଷ୍ଟ ହୋଇଛି। ଏଥିପ୍ରତି ସତର୍କ ନ ହେଲେ ସ୍ଥିତି ବିଗିଡ଼ିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ବନ୍ୟା ବିତ୍ପାତକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା: ୧ ହଜାର କୋଟିର ସହାୟତା ଦାବି

ବଲାଙ୍ଗୀର ଅଫିସ,୧୬।୮: ବଲାଙ୍ଗୀର ଜିଲାର ବନ୍ୟା ବିତ୍ପାତକୁ ନେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ବଲାଙ୍ଗୀର ଗସ୍ତରେ ଆସି ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ...

ଧାନକିଣା ଅନିୟମିତତାରେ ନିଲମ୍ବିତ ହେଲେ ୮ପ୍ୟାକ୍ସ ସମ୍ପାଦକ

ବରଗଡ଼ ଅଫିସ୍‌,୩୧।୧: ବରଗଡ଼ ଜିଲାରେ ଧାନକିଣା ଅନିୟମିତତା ବିଭାଗୀୟ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ୨୦୧୮-୧୯ ରବିଋତୁ ଧାନ କିଣାବିକାରେ ହୋଇଥିବା ଅନିୟମିତତାକୁ ନେଇ ଜିଲାର ୮ଟି...

ଭଉଣୀର ମୃତଦେହକୁ ମିଳିଲାନି କାନ୍ଧ: ସାଇକେଲରେ ବୋହି ଅନ୍ତିମ ସତ୍କାର କଲେ ୨ ଭାଇ

ଚନ୍ଦାହାଣ୍ଡି, ୧୨।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତ ମଡ଼ିଗାଁରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭଉଣୀ ମୃତଦେହକୁ କାନ୍ଧ ନ...

ରାଜ୍ୟ ମହିଳା ଆୟୋଗ ପକ୍ଷରୁ ଆଇନ ସଚେତନତା କର୍ମଶାଳା ‘ନାରୀ ବିନା ସୁନ୍ଦର ସମାଜ ଅସମ୍ଭବ’

ଅନୁଗୋଳ ଅଫିସ, ୮।୧୨ – ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ପାଇଁ ପୁରୁଷ ଓ ନାରୀଙ୍କ ସମାନ ଭୂମିକା ରହିଛି। ନାରୀ ବିନା...

ପ୍ରବାସୀଙ୍କ ପାଇଁ ଚାଲିଛି ହୋଟେଲ ଖୋଜା: ଜିଲାପାଳଙ୍କ ଅନୁମୋଦନକୁ ଅପେକ୍ଷା

ଅନୁଗୋଳ ଅଫିସ, ୧।୫ – ରାଜ୍ୟ ଓ ଜିଲା ବାହାରୁ ଅନୁଗୋଳ ଜିଲାକୁ ଆସିବାକୁ ଥିବା ପ୍ରବାସୀମାନଙ୍କୁ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି।...

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ବୁଲାଇ ନେବା ବାହାନାରେ ଗର୍ଭ ନଷ୍ଟ

କୁଚିଣ୍ଡା,୨୭ା୨: ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକ ଶାରୀରିକ ସମ୍ପର୍କ ରଖିବା ପରେ ଜଣେ ନାବାଳିକା ଗର୍ଭବତୀ ହୋଇଥିଲେ। ପରେ ନାବାଳିକା ବିବାହ ପାଇଁ ଜିଦି କରିଥିଲେ।...

ବାଘଛାଲ, ନଖ ଜବତ; ୩ ଅଟକ

ବରଗଡ଼ ଅଫିସ,୨୫ା୧୧: ବରଗଡ଼ ଭଟଲି ଛକରୁ ବୁଧବାର ଏସ୍‌ଟିଏଫ (ସ୍ପେଶାଲ ଟାସ୍କ ଫୋର୍ସ) ଏକ ଚିତାବାଘର ଛାଲ, ନଖ ଓ ଦାନ୍ତ ଜବତ କରିଛି। ଏହି...

ବୃଦ୍ଧଙ୍କ ହାତଗୋଡ଼ ଭାଙ୍ଗିଲା ପୋଲିସ: ନ୍ୟାୟ ପାଇଁ ଏସ୍‌ପିଙ୍କୁ ଗୁହାରି

ପୁରୀ ଅଫିସ,୨୫ା୯: କଣାସ ଥାନା ପୋଲିସ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ବାଡ଼େଇ ହାତ ଗୋଡ଼ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ସମ୍ପୃକ୍ତ ୮୩...

Advertisement
Archives

Model This Week