କଟକ

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା କରାଯାଇଥିବା ଦର୍ଶାଇ ହାଇକୋର୍ଟ ଏହାକୁ ବୁଧବାର ଖାରଜ କରିଛନ୍ତି। ଏଥିସହ ଆବେଦନକାରୀ ଭାଗ୍ୟଧର ବେହେରାଙ୍କୁ…

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି ହେଲେ ନିମ୍ନ ଅଦାଲତର ରାଏ ନେଇ ସ୍ଥଗିତାଦେଶ ସୁପ୍ରିମକୋର୍ଟ ଦେଇ ନାହାଁନ୍ତି। ଏନେଇ…

୭.୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ,୨୨ା୪ (କାର୍ତ୍ତିକ ସାହୁ) ଜିଲା ଅବକାରୀ ବିଭାଗ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ସତ୍ୟବ୍ରତ ଷ୍ଟାଡିୟମ ନିକଟରୁ ଜଣେ ବ୍ରାଉନସୁଗାର ମାଫିଆକୁ ସୋମବାର ଗିରଫ କରିଛି। ଅଭିଯୁକ୍ତ ନିକଟରୁ ୭.୪ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଛି। ଗିରଫ ଅଭିଯୁକ୍ତ ଜଣକ…

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ

କଟକ,୨୨ା୪: କଟକ ଜିଲା ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି ସୋମବାର ଶେଷ ହୋଇଛି। ତେବେ ଆଜି ଏହି ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। ତଳ କୋର୍ଟଙ୍କ ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ପ୍ରତାପ ଜେନା। ପ୍ରତାପଙ୍କ ବିରୋଧରେ ମାମଲା…

LLB ଷଷ୍ଠ ସେମିଷ୍ଟର ପେପର୍‌-୧ ପରୀକ୍ଷା ବାତିଲ

କଟକ,୨୨।୪: LLB ଷଷ୍ଠ ସେମିଷ୍ଟରର ପେପର୍‌-୧ ପରୀକ୍ଷା ବାତିଲ ହୋଇଯାଇଛି। ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସିବା ଅଭିଯୋଗରେ ପରୀକ୍ଷା ବାତିଲ ହୋଇଥିବା ଜଣାପଡିଛି। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନ ୨୮ କଲେଜ୍‌ ପରୀକ୍ଷା ବାତିଲ କରାଯାଇଥିବା ବିଶ୍ୱବିଦ୍ୟାଳୟ କର୍ତ୍ତପକ୍ଷଙ୍କ ପକ୍ଷରୁ ସୂଚନା…

ଝୁଲି ରହିଛି ୨ ଅଭିନେତାଙ୍କ ଭାଗ୍ୟ

କଟକ,୨୨ା୪(ଶିଳ୍ପା ପ୍ରିୟଦର୍ଶିନୀ):ବିଜେଡି ଛାଡି ଭାଜପାରେ ଅଭିନେତା ଅରିନ୍ଦମ ରାଏ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ ଓ ଅନୁଭବ ମହାନ୍ତି ଯୋଗଦେଇଛନ୍ତି। ବିଜେଡି ଦଳ ଛାଡିବାରେ ସର୍ବପ୍ରଥମେ ରହିଛନ୍ତି ଅଭିନେତା ଅରିନ୍ଦମ। ଗତ ମାର୍ଚ୍ଚ ୧୫ରେ ଅରିନ୍ଦମ ବିଜେଡି ଛାଡି ଭାଜପାରେ ଯୋଗଦେଇଥିଲେ।…

ବେପାର ମାନ୍ଦା କରୁଛି ତାତି

କଟକ,୨୧ା୪(ଦିବାକର ସାହୁ)ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନ ୧୦ଟା ପରେ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଲୋକେ। ଗତ କିଛିଦିନ ହେବ କଟକ-ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ…

୧୫ ବର୍ଷ ପରେ ହାଇକୋର୍ଟରୁ ମହିଳାଙ୍କୁ ମିଳିଲା ନ୍ୟାୟ

କଟକ,୨୦ା୪(କାର୍ତ୍ତିକ ସାହୁ): ଦୀର୍ଘ ୧୫ବର୍ଷ ପରେ ନ୍ୟାୟିକ ଲଢ଼େଇର ଅନ୍ତ ଘଟିଛି। ଅଙ୍ଗନଓ୍ବାଡିି କର୍ମୀ ପଦବୀ ନିମନ୍ତେ ଚୟନ ହେବା ପରେ ନିରାଶ ହୋଇଥିବା ଜଣେ ମହିଳାଙ୍କୁ ଶେଷରେ ନ୍ୟାୟ ମିଳିଛି। ମହିଳା ଜଣକ ଅଙ୍ଗନଓ୍ବାଡି କର୍ମୀ ନିମନ୍ତେ ଯୋଗ୍ୟ ବିବେଚିତ…

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ ଅଦାଲତ ଦେଇଥିବା ଆଦେଶକୁ ହାଇକୋର୍ଟ ଖାରଜ କରିଛନ୍ତି। ଏଡେନ୍‌ ଇନ୍‌ଫ୍ରା ପ୍ରୋଜେକ୍ଟ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌…

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୪ ଡେଇଁଛି। ଆଜି ରାଜ୍ୟର ୧୦ଟି ସହର ତାପମାତ୍ରା ୪୩ ଉପରେ ରହିଥିବାବେଳେ…

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ବାଦାମବାଡ଼ି ଓ ମାଲଗୋଦାମ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି। ଅଭିଯୋଗ ଆଧାରରେ ପୋଲିସ…

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ ତାରିଖ ଥିବାରୁ ପୋଲିସ ଅଧିକାରୀ ଅମିତାଭ ମହାପାତ୍ର ହାଜର ହୋଇଛନ୍ତି। ସେହିପରି ଭର୍ତ୍ତୃହରି ମହତାବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri